ଚିକିତ୍ସା ବିଭାଗର ସୀମାହିନ ତୃଟି ର ନଗ୍ନ ଉଦାହରଣ, ପ୍ରସବ ଜନିତ ଅସ୍ତ୍ରୋପଚାର ପରେ ଗର୍ଭରେ ଛାଡ଼ିଦେଲେ ଏକ ମିଟର ଗଜକନା।
ମହାମାରୀ କରୋନା ପାଇଁ ରାଜ୍ୟରେ ବନ୍ଦ ରହିଥିଲା ସମସ୍ତ ସ୍କୁଲ୍। ଯେଉଁଥିପାଇଁ ମଧ୍ୟାହ୍ନ ଭୋଜନ ମଧ୍ୟ ବନ୍ଦ ରହିଥିଲା। ଏପ୍ରିଲ୍ରେ ସ୍କୁଲରେ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ । ପିଲାଙ୍କୁ ପୁଣି ମଧ୍ୟାହ୍ନ ଭୋଜନ ଦେବାକୁ ଗଣଶିକ୍ଷା ବିଭାଗର ଚିଠି ।
ଆଜି ପଖାଳ ଦିବସ...ଚୁନା ମାଛ ଭଜାକୁ ଶାଗ ଆଉ ସାଙ୍ଗରେ ଥିବ ଆଳୁ, ବାଇଗଣ ଓ ବିଲାତି ପୋଡ଼ା। ଟିକିଏ ପିଆଜ, ରସୁଣ ଓ କଞ୍ଚାଲଙ୍କା ଦେଇ ଚକଟି ଖାଇଦେଲେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପେଟ ଠୁ ମୁଣ୍ଡ ପର୍ଯ୍ୟନ୍ତ ସବୁ ଶାନ୍ତି। ଡାକ୍ତର ବି କହୁଛନ୍ତି ପଖାଳ ଖାଇଲେ ହେବନି ରୋଗ...
ରଙ୍ଗମୟ ବସନ୍ତରେ ପଲ୍ଲବିତ ପୁରପଲ୍ଲୀ, ଭକ୍ତିମୟ ପରିବେଶରେ ଫଗୁର ଫୁଆର । ଦୋଳ ବେଦିରେ ବିରାଜିତ ଦୋଳ ଗୋବିନ୍ଦ ଗାଁକୁ ଗାଁ ,ସାହିକୁ ସାହି ବିମାନରେ ବସି ବିହାର କରୁଛନ୍ତି ରାଧାକୃଷ୍ଣ ।
ଦୋଳଗୋବିନ୍ଦ ବିମାନରେ ବିରାଜିତ ଦୋଳ ଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଭକ୍ତ ମାତିଛନ୍ତି ଫଗୁ ଅବିରର ଖେଳରେ । ସେପଟେ ଦୋଳ ପୂର୍ଣ୍ଣିମା ଅବସରରେ ରତ୍ନ ସିଂହାସନରେ ମହାପ୍ରଭୁ ରାଜାଧିରାଜ ତଥା ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ସୁନା ବେଶରେ ଦର୍ଶନ ଦେଇଛନ୍ତି ।
ମାର୍ଚ୍ଚରେ ହେଲାଣି ମୁଣ୍ଡଫଟା ଖରା । ରାଜ୍ୟରେ ହଠାତ୍ ଉପରମୁହାଁ ହେବାରେ ଲାଗିଛି ପାରଦ । ଆଜି ରାଜ୍ୟର ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ରହିଛି । ଆସନ୍ତା ୩ଦିନ ଡହଡହ ଖରାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ବିଜେଡିରେ ତୀବ୍ର ହେଉଛି ଅନ୍ତଃକନ୍ଦଳ । ଗତକାଲି ଅନୁଷ୍ଠିତ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ବେଳେ ଏକଥା ଆହୁରି ସ୍ପଷ୍ଟ ହୋଇଛି । ସୁନ୍ଦରଗଡ଼ରୁ ରାୟଗଡ଼ା ଯାଏଁ ସବୁଠି ଦେଖିବାକୁ ମିଳିଛି ବିଜେଡି ବନାମ୍ ବିଜେଡି ଲଢ଼େଇ ।
ସ୍ତ୍ରୀ ଥିଲେ ସରପଞ୍ଚ । ହେଲେ ଏଥର ସ୍ୱାମୀ ସରପଞ୍ଚ ଭାବରେ ହେଲେ ବିଜୟୀ। ଯାହାଙ୍କ ହାତରେ ଦିନେ ନିଜ ଘରର ଦାୟିତ୍ୱ ଦେଇଥିଲେ ତାଙ୍କର ହାତରୁ ନେଲେ ନିଜ ଅଂଚଳର ଦାୟିତ୍ୱ। ଗଣତନ୍ତ୍ରର ସୁନ୍ଦର ମୁହୂର୍ତ୍ତକୁ ନେଇ ପୂରା ରାଜ୍ୟରେ ବଢୁଛି ଚର୍ଚ୍ଚା...
ନିକଟରେ ଏଥିପାଇଁ ASI ଓ NMAର ଏନଓସି ମଧ୍ୟ ମିଳିଛି। ତେବେ ଏଭଳି ବିପଜ୍ଜନକ ଖନନ AMASR ବାହାରେ ବୋଲି କଡ଼ା ଆପତ୍ତି ଉଠିଛି।
ଆରେ ନାରେ...ଆମ ଗାଁରେ ଏମିତି ବିକୃତ ଲୋକ କେଉଁଠୁ ଆସିବ? ତୁମେ କିଏ? ବାବାରେ ଇଲେକ୍ସନ ଡ୍ୟୁଟିରେ ଯାଇଥିଲି, ଖୋବି ଦେଇ ଗଲେ....କିଛି ଦେଖିଲେ ନି। ଯିଏ ଯୁଆଡ଼େ ପାଇଲେ...
ଆଜି ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ କଟକ ଏବଂ ଏହାର ଆଖପାଖ ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ଫଳରେ ଯାନବାହାନ ଚଳାଚଳରେ ସମସ୍ୟା ସୃଷ୍ଚି ହୋଇଥିଲା ।
ଭୋଟ୍ ବେଳେ ମହାଗଡ଼ବଡ଼। ସମସ୍ତଙ୍କ ପାଇଁ କେବଳ ଜଣିଏ ଦେଇଦେଲେ ଭୋଟ୍...ଯିଏ ଗଲା ୟାଙ୍କ ହାତକୁ ବାଲାଟ୍ ପେପର ଦେଇଦେଲା...ତା’ପରେ ଦେଖୁନୁ କଣ ହେଉଛିରେ ନାରଣ...
ମାର୍ଚ୍ଚ ମାସ ପାଇଁ ଆସିଲା ଗାଇଡ୍ ଲାଇନ୍ । ମହାଶିବରାତ୍ରୀ, ଦୋଳ ପୂର୍ଣ୍ଣମୀ, ହୋଲି ପାଳନ ନେଇ ଗାଇଡ୍ଲାଇନ୍ରେ ମିଳିଲା ଅନୁମତି । ମହାଶିବରାତ୍ରୀ ଏବଂ ଦୋଳ ପୂର୍ଣ୍ଣମୀ କୋଭିଡ୍ ଗାଇଡ୍ଲାଇନ୍ ଭିତରେ ପାଳନ କରାଯିବ । ଘର ଭିତରେ କେବଳ ପରିବାର ସଦସ୍ୟଙ୍କ ସହ ହୋଲି ପାଳନ ପାଇଁ ଅନୁମତି ମିିଳିଛି ।
ସର୍ବସାଧାରଣ ସ୍ଥାନ, ରାସ୍ତାଘାଟରେ ହୋଲି ପାଳନ ହୋଇପାରିବ ନାହିଁ । ସମସ୍ତ ସାମାଜିକ, ସାଂସ୍କୃତିକ, ରାଜନୈତିକ, କ୍ରୀଡ଼ାକୁ ଅନୁମତି ମିଳିଛି । ସେହିପରି ପ୍ରଦର୍ଶନୀ, ବାଣିଜ୍ୟ ମେଳା, ଏକ୍ସପୋ, ମେଳା ଆଦି କୋଭିଡ୍ କଟକଣା ଭିତରେ କରାଯାଇପାରିବ ।
କଳିଙ୍ଗରେ ଖେଳିବେ ନବୀନ ବାବୁ। ସାଙ୍ଗରେ ପୁଣି ଅଛନ୍ତି ମୁଖ୍ୟ କୋଚ୍...କଳା ପ୍ୟାଣ୍ଟ ସାଙ୍ଗକୁ ଧଳା ସାର୍ଟ ଦେଖିଲେ କିଏ କହିବ ମୁଖିଆଙ୍କୁ ୭୫ ଛୁଇଁଲାଣି ବୋଲି? ଜାଗା ମୁଣ୍ଡରେ ଶହେ ଶହେରେ ହେଲା ଖେଳ…
ଆସନ୍ତା କାଲିଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍ ଖୋଲିବ । ଆସନ୍ତା ସପ୍ତାହରେ ପାଠ ପଢ଼ାହେବ ନାହିଁ କେବଳ ଆକ୍ଟିଭିଟି କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି
ଆପଣଙ୍କ ପାଖରେ ପୁରୁଣାକାଳିଆ ଗାଡ଼ି ଅଛି କି? ଏହି ଗାଡ଼ିର ଅବସ୍ଥା ଏବେ ଭଲ ନାହିଁ କି? ଚାହୁଁଛନ୍ତି କି ଏହି ବାଇକ୍ କୁ ନୂଆ ରୂପ ଦେବା ପାଇଁ? ଖାସ୍ ସେହି କାମ ପାଇଁ ଏବେ ଚର୍ଚ୍ଚାରେ ଗଙ୍ଗା ଗ୍ୟାରେଜ। ପିଲା ଦିନୁ ଏମିତି ଷ୍ଟାଇଲ୍ ପାଇଁ ପାଗଳ ଥିବା ଗଙ୍ଗା ଏବେ ଫୁଲ୍ ଚର୍ଚ୍ଚାରେ
ପେଟରେ ୯ ମାସର ଛୁଆକୁ ଧରି ଟ୍ରଲି ଟାଣୁଛନ୍ତି ଲକ୍ଷ୍ମୀ। ଗଳିକୁ ଗଳି, ସାହିକୁ ସାହି ବୁଲି ଗୋଟାଉଛନ୍ତି ଲୁହା, ପ୍ଲାଷ୍ଟିକ ଆଉ କାଗଜ। ଦିନକୁ ଯୋଉ ୧୫୦ ଟଙ୍କା ରୋଜଗାର ହେଉଛି ସେଥିରେ ଚଳୁଛି ପୂରା ପରିବାର। ଆଉ ମାଆର ଏ କଷ୍ଟକୁ ସହିନପାରି ଟ୍ରଲିକୁ ଠେଲୁଛୁ କୁନି ଝିଅ...ସମସ୍ତେ ଦେଖୁଛନ୍ତି ହେଲେ ସାହାଯ୍ୟ...
ଗୋଡ଼ କଟିଯିବା ପରେ ଭୋକ ଉପାସରେ ଥିଲା ଚାଣ୍ଡାଳଙ୍କ ପରିବାର। ଓଟିଭିରେ ଖବର ବାଜିବା ପରେ ଏବେ ଛୁଟିଛି ସାହାଯ୍ୟର ସୁଅ। କିଏ ହ୍ୱିଲ ଚେୟାର ଦେଲାଣି ତ ଆଉ କିଏ ଖାଇବାକୁ...
ଲୋନ୍ କରିବାକୁ ଯାଇଥିଲେ ଆଉ ବ୍ୟାଙ୍କ ଆକାଉଣ୍ଟରୁ କଟିଗଲା ୧୨ ଲକ୍ଷ ଟଙ୍କା। ବେପାର କରିବେ କ’ଣ? ଏବେ ଯୋଗାଡ଼ ଟଙ୍କା କେଉଁଠୁ ଆଣିବେ ସେ ଚିନ୍ତାରେ...
ବିବାଦ ବନାମ ବିକାଶ। କୋରାପୁଟର ଯେଉଁ କୋଟିଆ ଅଂଚଳକୁ ନେଇ ବିବାଦ ଦେଖାଦେଇଛି, ସେଇ ମାଟିରେ ଫଳିଲା ଲାଲ୍ ଟହଟହ ଷ୍ଟ୍ରବେରୀ। ଆଦିବାସୀ ମାନଙ୍କୁ ଏହି ଚାଷ କୌଶଳ ଶିଖାଇ ଦିଆଯିବା ପରେ ସେମାନଙ୍କ ଭିତରେ ହସ ଫେରିଛି। ଏ ଚିତ୍ର ଦେଖିଲେ ଆପଣଙ୍କ ମନ ଖୁସି ହୋଇଯିବ।
ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳ ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗୀରରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ଯୁବକ ଜଣକ ଜାହାଙ୍ଗୀରର ପ୍ରତାପ ଚନ୍ଦ୍ର ରାଉତ ହୋଇଥିବା ଜଣାପଡ଼ିଛି । ପ୍ରତାପଙ୍କୁ ରାଜନୈତିକ ଆକ୍ରୋଶ ରଖି ହତ୍ୟା କରାଯାଇଛି ବୋଲି ସଂପର୍କୀୟମାନେ ଧାମନଗର ଥାନାରେ ଏତଲା ଦେଇଛନ୍ତି।
ସ୍ୱାମୀ ପାଲଟିଲା ସଇତାନ୍ । ନିଜ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଆଇଁଲାଛାଟ ଗାଁରେ ଏଭଳି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି । ଆଇଁଲାଛାଟ ଗାଁ ଶଙ୍କର ଦେହେରି ନାମଙ୍କ ବ୍ୟକ୍ତି ତାଙ୍କ ପତ୍ନୀ ମମତା ଦେହୁରୀଙ୍କୁ ଏଭଳି ପିଟି ପିଟି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ କରାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ ୟୁନାଇଟେଡ ନେସନ ୱାର୍ଲଡ଼ ଫୁଡ କାର୍ଯ୍ୟକ୍ରମର କଣ୍ଟ୍ରି ଡାଇରେକ୍ଟର ବିଶ୍ୱ ପାରାଜୁଲି । ରାଜ୍ୟରେ ଖାଦ୍ୟକୁ ନେଇ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଛି ।
ଆନ୍ଧ୍ରରେ ଓଡ଼ିଶା ବସ୍ ଦୁର୍ଘଟଣାଗ୍ରସ୍ତ । ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ରେ ଓଡ଼ିଶା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୪୭ ଆହତ ହୋଇଛନ୍ତି । NH-୫ ରଣସରନ୍ ନିକଟରେ ଟ୍ରକ୍କୁ ବସ୍ ଧକ୍କା ଦେବା ଫଳରେ ଦୁର୍ଘଟଣା ହୋଇଛି ।