• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବ୍ଲୁ ଟୁଥ୍ ଇଅର ଫୋନ୍ ପାଇଁ ହତ୍ୟାକାଣ୍ଡ । ରାଉରକେଲାରେ ନବମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ୍ । ଇଅର ଫୋନ ପାଇଁ ସାଙ୍ଗମାନଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଦୁଇ ଜଣ ସାଙ୍ଗ ଠେଲି ଦେବାରୁ ଛାତ୍ର ଜଣଙ୍କ ପଡ଼ିଯାଇଥିଲେ । ମୁଣ୍ଡ ପଥରରେ ମାଡ଼ ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ସଂପୃକ୍ତ ୨ ଜଣ ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଥିବା ପୋଲିସ ସୂଚନା ଦେଇଛି ।

ପାଖରେ ଥିବା ଅନ୍ୟ ଜଣେ ସାଙ୍ଗଙ୍କ ବୟାନ ଆଧାରରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ତେବେ ଏହି ହତ୍ୟାକାଣ୍ଡ ଯୋଜନାବଦ୍ଧ ନଥିଲା । ହଠାତ ରାଗରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି । ଆଜି ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍ତ କରିଥିଲେ । ପୋଲିସ ଦୁଇଟି ସାଇକେଲ, ପଥର, ମୋବାଇଲ ଆଦି ଜବତ କରିଛି । ଗତକାଲି ରାଉରକେଲା ଉଦିତନଗର ଥାନା ଅଞ୍ଚଳରୁ ନାବାଳକର ମୃତଦେହ ଉଦ୍ଧାର ହୋଇଥିଲା । ମୃତ ନାବାଳକ ପାନପୋଷ ସରକାରୀ ସ୍କୁଲରେ ପଢୁଥିଲେ ।