ଘର ଭିତରୁ ୪ ବର୍ଷ ପୁଅର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ପୁଅକୁ ହତ୍ୟା କରି ବାପା ବୁଦ୍ଧେଶବର ସିଂ ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।
ଏହା ପରେ ବିଜେପି ବିଧାୟକ ଦଳ ରେଳମନ୍ତ୍ରୀ ଓ ଏସିଏସଟି ମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ବଢୁଥିବା ଦୁର୍ନୀତି ନେଇ ଇଡି ଓ ସିବିଆଇ ତଦନ୍ତ ନେଇ ବି ଆଲୋଚନା ହେବ ବୋଲି କହିଛନ୍ତି ଜୟନାରାୟଣ।
ପ୍ରଥମ ଦିନରେ ୧୫ ହଜାର SHG ସଦସ୍ୟା ପାଇଛନ୍ତି ଗାଡ଼ି। ଏହି ସ୍କିମ୍ରେ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇ ସ୍ୱୟଂ ସହାୟିକାମାନେ ସ୍କୁଟର କିଣିପାରିବେ। ପର୍ଯ୍ୟାୟକ୍ରମେ ୨ ଲକ୍ଷ ମିଶନ ଶକ୍ତି ଷ୍ଟାଫ୍ ସ୍କୁଟର ପାଇବେ ।
ମୟୂରଭଞ୍ଜର ନିପଟ ମଫସଲ ଗାଁରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏକାଠି କରି ସେମାନଙ୍କୁ ଆଗକୁ ଯିବାକୁ ସହୟତା ଓ ପ୍ରେରଣା ପାଇଁ ଅନେକ ବାର ପୁରସ୍କାର ଓ ପ୍ରମାଣପତ୍ର ପାଇଥିଲେ ଭାରତୀ।
କାଲି ଆସିଥିଲା ଆମ ଓଡ଼ିଶା-ନବୀନ ଓଡ଼ିଶା । ଆଜି ଲଂଚ୍ ହେଲା ମିଶନ ଶକ୍ତି ସ୍କୁଟର ଯୋଜନା । ନିର୍ବାଚନ ପାଖଉଥିବା ବେଳେ ସବୁ ବର୍ଗକୁ ଖୁସ୍ କରିବାକୁ ନବୀନ ସରକାରର ଆଉ ଏକ ଥୋପ ।
କଟକ ଛତ୍ରବଜାର ଅର୍ବାନ ହାଟକୁ ନେଇ ବିବାଦ ଥମିବାର ନା ଧରୁନି। ପିଣ୍ଡି ଆବଣ୍ଟନକୁ ନେଇ ବିବାଦ ବଢିବାରୁ ହାଟ ଖୋଲିପାରୁନି । ଦେଖନ୍ତୁ ଉଦଘାଟନ ପରେ କେମିତି ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି ହାଟ ।
ବାରରେ କେମିତି ହୁଏ ଦେହ ପାଇଁ ଡିଲ୍ ? ବାରର ରଙ୍ଗୀନ ରାତିରେ କେମିତି ଚାଲେ ନିଷିଦ୍ଧ ବେପାର ? ରାଜଧାନୀର ଜଣେ ବାର୍ ଗାର୍ଲଙ୍କ ମୁହଁରୁ ଏତେ ସମୟ ଧରି ଶୁଣୁଥିଲେ ଚାଞ୍ଚଲ୍ୟକର ବୟାନ। ଆଉ ଏବେ ଆମେ ଦେଖାଉଛୁ, ସେହି ଦେହ ସୌଦାର କଳା କାହାଣୀ।
ଚଳିତବର୍ଷ ଖରିଫ୍ ଋତୁରେ ଜଗତସିଂହପୁର ଜିଲ୍ଳାରେ ୮୬ ହଜାର ହେକ୍ଟରରୁ ଅଧିକ ଜମିରେ ଧାନ ଚାଷ କରାଯାଇଛି । ଗତ ସେପ୍ଟେମ୍ବର ମାସରେ ହୋଇଥିବା ଲଗାଣ ବର୍ଷା ଯୋଗୁ ଶହ ଶହ ହେକ୍ଟର ଚାଷଜମିରେ ପାଣି ଜମି ଫସଲ ହାନି ହୋଇଥିଲା ।
ବିଶ୍ୱରେ ପ୍ରତି ୮ ଜଣରୁ ଜଣେ ବ୍ୟକ୍ତି ବିଭିନ୍ନ କାରଣରୁ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିବା କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଏମିତିକି ମାନସିକ ଅସୁସ୍ଥତା ଯୋଗୁଁ ଲୋକେ ଆତ୍ମହତ୍ୟା କରିବାକୁ ବି ପଛାଉନାହାନ୍ତି।
ଗ୍ରାମାଂଚଳ ଭୋଟ୍ ନେବା ପାଇଁ ବିଜେଡିର ବଡ଼ ଫନ୍ଦି । ଆରମ୍ଭ ହେଲା ଆମ ଓଡ଼ିଶା, ନବୀନ ଓଡ଼ିଶା ସ୍କିମ୍। ସ୍କିମ୍ ବିଜ୍ଞାପନରେ ଶଙ୍ଖ ଚିହ୍ନ ବ୍ୟବହାରକୁ ନେଇ ଘନେଇଲା ବିବାଦ ।
ବସ୍ତ୍ରରେ ଶାଳୀନତା ନଥିଲେ ଭକ୍ତଙ୍କୁ ଶ୍ରୀମନ୍ଦିର ମନା । ପୋଷାକ ମାର୍ଜିତ ନଥିଲେ କରି ପାରିବେନି ଜଗାଦର୍ଶନ। ଆଗରୁ ଚଳୁଥିଲା, ହେଲେ ନୂଆବର୍ଷରୁ ଆଉ ବିଲକୁଲ୍ ନୁହଁ। ନୀତି ସବ୍ କମିଟି ବୈଠକ ପରେ ଗତକାଲି ଶ୍ରୀମନ୍ଦିର ପ୍ରବେଶ ବେଳେ ଭକ୍ତଙ୍କ ପରିଧାନକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଏ ସୂଚନା ପରେ ଭକ୍ତ ମହଲରେ ବହୁ ଚର୍ଚ୍ଚା, ଆଲୋଚନା ।
ଜୁନ୍ ୨ ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ବିଭିନ୍ନ ପର୍ଯ୍ୟାୟରେ ଆସିଥିବା ୧୬୨ଟି ମୃତଦେହକୁ ଭୁବନେଶ୍ୱର ଏମ୍ସରେ ସଂରକ୍ଷିତ ରଖାଯାଇଥିଲା। ଫିଜିକାଲ ଭେରିଫିକେସନ ପରେ ସେଥିରୁ ୮୧ଟି ତତ୍କାଳ ପରିବାର ଲୋକଙ୍କୁ ହସ୍ତାନ୍ତର ହୋଇଥିଲା ।
ପାର୍ବଣ ବେଳରେ ନିୟମ ଫୁ କରିଛନ୍ତି ଡ୍ୟାନ୍ସ ବାର୍ । ରାଜଧାନୀରେ ରାତିତମାମ୍ ଗ୍ରାହକଙ୍କୁ କରୁଛନ୍ତି ମତୁଆଲା। ରଙ୍ଗିଲା ବାରରେ ରଙ୍ଗୀନ ରାତିର ସତ ପଦାକୁ ଆସିବା ପରେ ଏବେ ସାବାଡ୍ ଲାଗି ସଜବାଜ ଅବକାରୀ ବିଭାଗ। ଆକ୍ସନ ମୋଡ଼କୁ ଆସି ଗଠନ କରିଛି ସ୍ପେଶାଲ୍ ସ୍କ୍ୱାର୍ଡ।
ବାହାନଗା ଟ୍ରେନ ଟ୍ରାଜେଡିକୁ ବିତିଗଲା ୪ ମାସ । ତଥାପି ଅପରିଚିତ ରହିଗଲା ୨୮ ଡେଡ୍ ବଡି। DNA ମ୍ୟାଚିଂ ବି କରିଛି ନିରାଶ। ତେଣୁ ଏଭଳି ସ୍ଥିତିରେ ବାଧ୍ୟ ହୋଇ ଅନ୍ତିମ ସଂସ୍କାର ପାଇଁ ହୋଇଛି ନିଷ୍ପତ୍ତି।
ଝାଡ଼ଖଣ୍ଡର କଳଙ୍କ । ସୁନ୍ଦରଗଡ଼ରେ କମ୍ପନ। ଦୋହଲାଇଦେଇଛି ସାରା ରାଜ୍ୟକୁ। ସଭ୍ୟ ସମାଜର ମୁଣ୍ଡ ନୁଆଇଁ ଦେଇଛି ଉଲଗ୍ନ ଅବସ୍ଥାରେ ୨ ମହିଳା ଚାଲିବା ପଛର କାହାଣୀ। କାରଣ, ମାଇଲ ମାଇଲ୍ ଧରି ଉଲଗ୍ନ ଅବସ୍ଥାରେ ଚାଲିବା ସତ୍ତ୍ୱେ ଫୁଙ୍ଗୁଳା ଶରୀର ଉପରକୁ କେହି କନା ଖଣ୍ଡେ ଯେ ଫୋପାଡ଼ିଲେନି ତା’ନୁହେଁ, ବରଂ ଲୁଟ୍ ହୋଇଛି ୨ ମହିଳାଙ୍କ ଇଜ୍ଜତ୍, ମହତ୍।
ସରକାର ସଂଘର ଦାବି ନ ମାନିବା ଓ ଆଲୋଚନା ନ କରିବାରୁ ଧର୍ମଘଟ ଡାକରା ଦିଆଯାଇଛି । ଆସନ୍ତା ୧୦ ତାରିଖ ସକାଳ ୬ଟାରୁ ବସ୍ ଧର୍ମଘଟ ଆରମ୍ଭ ହେବ ।
ଦୀପଗ୍ରେସଙ୍କ ଘର ସୁନ୍ଦରଗଡ଼ ଲୁଲକିଡିହି ଗାଁରେ। ସେ ୨୦୧୧ରେ ଇଣ୍ଟରନାସନାଲ୍ ମ୍ୟାଚରେ ଡେବ୍ୟୁ କରିଥିଲେ। ସେବେଠାରୁ ସେ ଭାରତ ପାଇଁ ଖେଳିଆସୁଛନ୍ତି।
ଧାମନଗରରୁ ଏଥର କିଏ ହେବେ ବିଜେଡି ବିଧାୟକ ପ୍ରାର୍ଥୀ ? ଉପ-ନିର୍ବାଚନରେ ହାରିଥିବା ଅବନ୍ତୀ ଦାସ ?ନା ଦଳକୁ ଫେରିବେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସ ?
ଏମିତିକି ସବୁଠୁ ବିପଦପୂର୍ଣ୍ଣ ଟ୍ରିପଲ ନେଗେଟିଭ ବ୍ରେଷ୍ଟ କ୍ୟାନସରକୁ ନିମ୍ବୋଲାଇଡ ମୂଳ ପୋଛ କରିବାର କ୍ଷମତା ରଖୁଛି, ଯାହା ପ୍ରି-କ୍ଲିନିକାଲ ଟ୍ରାଏଲରେ ମୂଷା ଓ ଜେବ୍ରା ଫିସ ଉପରେ ପ୍ରୟୋଗରୁ ଏହା ପ୍ରମାଣିତ ହୋଇଛି।
ଘଟଣା ଦିନ ବି ଏସବୁର ଅନୁସରଣ କରାଯାଇଥିଲା । ତଥାପି ଅଭିଯୋଗକାରୀ, ତାଙ୍କର ପୁଅ ହୋଇଥିବା କହି ଅଡ଼ି ବସିଥିଲେ । ଜଣଙ୍କ ହୀନ ମାନସିକତା ପାଇଁ ହସ୍ପିଟାଲ ବଦନାମ ହେଲା । ତେଣୁ ଏଭଳି ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନର ସଂକେତ ଦେଇଥିଲେ ନିର୍ଦ୍ଦେଶକ ।
ବଦନାମରୁ ବର୍ତ୍ତିଲା କ୍ୟାପିଟାଲ୍ ହସ୍ପିଟାଲ୍। ହେଲେ ବିବାଦରୁ ନୁହେଁ। ଡିଏନ୍ଏ ରିପୋର୍ଟ ଧୋଇଲା ଶିଶୁବଦଳ କଳଙ୍କ । ହେଲେ ଧୋଇପାରିଲାନି ବିବାଦ । ପୁଣି ମୁହାଁମୁହିଁ ହସପିଟାଲ୍ କର୍ତ୍ତୃପକ୍ଷ, ଅଭିଯୋଗକାରୀ ପ୍ରାଣକୃଷ୍ଣ ।
ନିମ୍ବପତ୍ରରେ ରହିଛି ବ୍ରେଷ୍ଟ୍ କ୍ୟାନସରର ରାମବାଣ । କ୍ୟାନସର ଷ୍ଟେମ୍ ସେଲକୁ ଚୁଟକିରେ ମାରିଦେବ ନିମ୍ବପତ୍ର ଔଷଧ । ILS ଭୁବନେଶ୍ୱର କରିଛି ଏଭଳି ଚମକପ୍ରଦ ଆବିଷ୍କାର । ନିମ୍ବପତ୍ରରେ ଥିବା ନିମ୍ବୋଲାଇଡର ଏଭଳି ଆଶ୍ଚର୍ଯ୍ୟକାରୀ ଗୁଣ ଥିବା ନେଇ ILS ଭୁବନେଶ୍ୱରର ବଡ଼ ଦାବି
ଧାମନଗରରୁ ଏଥର କିଏ ହେବେ ବିଜେଡି ବିଧାୟକ ପ୍ରାର୍ଥୀ ? ଉପ-ନିର୍ବାଚନରେ ହାରିଥିବା ଅବନ୍ତୀ ଦାସ ?ନା ଦଳକୁ ଫେରିବେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସ ?
ଅକ୍ଟୋବର ୩୧ରେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ହାଜର ହେବାକୁ କୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି।
ପୂର୍ବତନ ବାନ୍ଧବୀ ସୋମାଲିକା ଏନେଇ ବିବାହ ପଂଜୀକରଣ ଅଧିକାରୀଙ୍କଠାରେ ଅଭିଯୋଗ କରିବେ ବୋଲି କହିବା ସହ, ଥାନା ଓ କୋର୍ଟରେ ମାମଲା ସତ୍ତ୍ୱେ ପଦବୀ ଓ ପାୱାର ପାଇଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ଅଭିଯୋଗ କରିଛନ୍ତି ।