ଶକ୍ତି ବିଭାଗର ଏଭଳି ନିଷ୍ପତ୍ତିକୁ ନେଇ ଉଠିଛି ପ୍ରଶ୍ନ। କାହିଁକି ନା ଓଡିଶା ହେଉଛି ବିଜୁଳି ବଳକା ରାଜ୍ୟ। ତଥାପି କାହିଁକି ଶକ୍ତି ବିଭାଗକୁ ଘାରିଲା ସରକାରୀ କାର୍ଯ୍ୟାଳୟରେ ବିଜୁଳି ବଞ୍ଚାଇବା ଚିନ୍ତା। ଆଉ ମାତ୍ର ୫ ବର୍ଷର ଫ୍ୟାନ, ଏସି ଖୋଲି ନୂଆ ଲାଗିଲେ କେତେ ବିଜୁଳି ବଞ୍ଚାଇ ପାରିବ ଶକ୍ତି ବିଭାଗ ?
ବିଏମସିର ତଥ୍ୟ ଅନୁସାରେ ଭୁବନେଶ୍ୱରରେ ଅଗଷ୍ଟ ପହିଲାରୁ ଆଜି ଯାଏ ୩୬୧ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ସେପଟେ ଚୋର ଗଲା ପରେ ବୁଦ୍ଧି ଆସିବା ପରି ଏବେ ଚେତିଛି ଭୁବନେଶ୍ୱର ମହାନଗର ନିଗମ । ବିଏମ୍ସି ଜାରି କରିଛି ଅଜବ ନିର୍ଦ୍ଦେଶନାମା ।
ଡ୍ରେନ ଓ ରାସ୍ତା ଏକାକାର ହୋଇଯାଇଥିବାରୁ ମୁକୁଳା ଡ୍ରେନରେ ଗଳିପଡ଼ିଥିଲେ ସୁଜାତା । ଏଥର ବର୍ଷା ବିତ୍ପାତରେ ଖାଲି ଯେ ନୟାପଲ୍ଲୀରେ ଏଭଳି ଦୁର୍ଦ୍ଦଶା ଦେଖିବାକୁ ମିଳିଛି ତା’ନୁହେଁ ।
ଜଲାପୁଟ ଜଳଭଣ୍ଡାର ସୂଚନା ବୋର୍ଡକୁ ଉପାଡ଼ି ଦେଲେ । ଓଡ଼ିଶାର ସ୍ୱାଗତ ବୋର୍ଡକୁ ମଧ୍ୟ ବାହାର କରିଦେଲେ । ଜଲାପୁଟରେ ନିଜ ଦବଦବା ଜାହିର କରିବାକୁ ଉଦ୍ୟମ ।
ବାଘ ଦିବସରେ ବାଘଙ୍କୁ ନେଇ ଚିନ୍ତାଜନକ ତଥ୍ୟ। ଗତ ୪ ବର୍ଷରେ ଓଡ଼ିଶାରେ କମିଛନ୍ତି ୮ ମହାବଳ, ସଂଖ୍ୟା ୨୦କୁ କମିଛି । ଆଉ ସେପଟେ ଘୋର ସଙ୍କଟରେ କଲରାପତରିଆ ବଂଶ । ୩ ବର୍ଷରେ ଜବତ ହେଲାଣି ୬୮ କଲରାପତରିଆ ଛାଲ। ବାଘ ସଂଖ୍ୟାରେ ଏଭଳି ଦୃତ ହ୍ରାସକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞ ଚିନ୍ତାପ୍ରକଟ କରିଥିବାବେଳେ କେନ୍ଦ୍ର ବାଘ ଗଣନା ପଦ୍ଧତିକୁ ଆଉ ଭରସାକୁ ନ ନେଇ ନିଜସ୍ବ ବାଘ ଗଣନା ପାଇଁ ସଜବାଜ ହେଲେଣି ସରକାର।
ଦିନେ ଟଙ୍କା ପାଇଁ ବଡ଼ ହିନସ୍ତା ହେଉଥିଲେ...କେମିତି ରୋଜଗାର କରିବେ ସେହି ଚିନ୍ତାରେ କଟୁଥିଲା ଦିନ । ସମୟ ବଦଳିଲା, ନଡ଼ିଆ କତାରୁ ସାମଗ୍ରୀ ପାଇଁ ନେଲେ ଟ୍ରେନିଂ । ଏବେ ଭଲ ରୋଜଗାର ହେବା ସହିତ ପରିବାର ଭଲରେ ଚଳୁଛି
ଇଏ କେମିତିକା ସ୍କୁଲ ? ୮ ଜଣଙ୍କ ବଦଳରେ ଅଛନ୍ତି ଜଣିଏ ମାତ୍ର ଶିକ୍ଷକ..କେବଳ ପିଲାଙ୍କୁ ପଢାଯାଉଛି ଗଣିତ । ମାସ କେଇଟା ପରେ ପରୀକ୍ଷା ହେବ, ଅନ୍ୟ ବିଷୟରେ ପିଲା ଲେଖିବେ କ’ଣ?
ଥରେ କି ଦୁଇଥର ନୁହେଁ ୬ ମାସ ହେଲାଣି ଠକୁଥିଲେ । ଲୋକେ ଚାଉଳ ମାଗୁଥିଲେ ଆସିନି ବୋଲି କହୁଥିଲେ..ବାରମ୍ବାର ଅଭିଯୋଗ ପରେ ଏବେ ଧରାପଡିଲେ ଠକ ଡିଲର ମନୋରଂଜନ । କାର୍ଯ୍ୟାନୁଷ୍ଠାନ ନେଲା ପ୍ରଶାସନ
ଦିନେ ଭଲରେ ଚଲୁଥିଲେ, ଭଲ ଖାଉଥିଲେ...୨ ବର୍ଷ ତଳେ ବାପା ଚାଲିଯାଇଥିଲେ, ଏବେ ମାଆ ଚାଲିଗଲେ । ବଡ କଷ୍ଟରେ ଚଳୁଛନ୍ତି ୪ ଭାଇ-ଭଉଣୀ । ପଡୋଶୀ ଖାଇବାକୁ ଦେଲେ ଖାଉଛନ୍ତି ନହେଲେ ଉପାସ
ଅଷ୍ଟମ ଶ୍ରେଣୀର ପିଲା...ଭୋକର ଭୂଗୋଳ ଭିତରେ ଘାଣ୍ଟି ହେଉଛି । ବାପା ଥିବା ବେଳେ ଯାହା ଯେମିତି ଦେଉଥିଲେ ହେଲେ ୭ ବର୍ଷ ହେଲାଣି ସେ ବି ନିଖୋଜ । ପରିସ୍ଥିତିର ଦାସ ହୋଇ ଏବେ ମାଆ-ପୁଅ ବୁଲିବୁଲି ମାଗୁଛନ୍ତି ଭିକ...ପୁଣି ପୁଅର ଗୋଟିଏ ଗୋଡ ନାହିଁ କି ଗୋଟିଏ ହାତ ନାହିଁ
୨ ମାସ ହେଲାଣି ଡଙ୍ଗା ନଥିଲା...ବଡ ହିନସ୍ତା ହେଉଥିଲେ ଲୋକେ...ପ୍ରଶାସନକୁ ଗୁହାରି କରିବା ପରେ ବି କେହି ଶୁଣିଲେନି । ସମସ୍ୟା ସୁଧାରିବାକୁ ଅଣ୍ଟା ଭିଡିଲେ ସରପଂଚ, ନିଜସ୍ୱ ଟଙ୍କାରେ କିଣିଦେଲେ ଡଙ୍ଗା । ଏବେ ହୁଳହୁଳି ପକାଇ ସ୍ୱାଗତ କଲେ ଲୋକେ
ଡେଙ୍ଗୁ ଆଁରେ ୩ ମହାନଗର ନିଗମ । ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ହେଲେ ହଟସ୍ପଟ୍ ପାଲଟିଛି ରାଜଧାନୀ ।
ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣରେ ବିଳମ୍ବ ନେଇ ପୁଣି ବିବାଦ। ଖୋର୍ଦ୍ଧା ବରୁଣେଇଠାରେ ନିର୍ମାଣ ହେବାକୁ ଥିବା ଏହି ସ୍ମାରକୀକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ମାଣରେ ବିଳମ୍ବକୁ ନେଇ ଉଦବେଗ ପ୍ରକାଶ କରିବା ପରେ ଉଭୟ ଦଳ ଏବେ ପରସ୍ପର ଉପରେ ଦୋଷ ଲଦୁଛନ୍ତି।
କେବଳ ଭୁବନେଶ୍ୱରରେ ୮୦ରୁ ଅଧିକ ଆକ୍ରାନ୍ତ । ହଟସ୍ପଟ ପାଲଟିଛି ରାଜଧାନୀର ସାଲିଆସାହି ।
ଓଡ଼ିଶା ସୀମାନ୍ତ ଗାଁଗୁଡ଼ିକ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି.. ଆଧାର କାର୍ଡ, ରାସନ୍ କାର୍ଡ, ଭୋଟର କାର୍ଡ, ଭତ୍ତା, ଆବାସ ଟଙ୍କା, ବିଦ୍ୟୁତ ଓ ପାନୀୟ ଜଳ ଭଳି ଅନେକ ସହାୟତା ପ୍ରଦାନ କରି ଲୋକଙ୍କୁ ଆକୃଷ୍ଟ କରୁଛି ଆନ୍ଧ୍ର ସରକାର..
ରାଜ୍ୟରେ ପାଖାପାଖି ୧୬ ହଜାର ବସ୍ ଚଳାଚଳ କରୁଛି । ସେଥିମଧ୍ୟରୁ ୨ ହଜାର ସରକାରୀ ବସ୍ ହୋଇଥିବା ବେଳେ ପ୍ରାୟ ୧୪ ହଜାର ଘରୋଇ ବସ୍ । ଏହି ୧୪ ହଜାର ଘରୋଇ ବସ୍ ମଧ୍ୟରୁ ୨୫ ଭାଗ ବା ପ୍ରାୟ ୩ ହଜାର ୫ଶହ ବସ୍ ୧୫ ବର୍ଷରୁ ଅଧିକ ପୁରୁଣା ।
ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସେପଟେ ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ଟ୍ୱିନ୍ ସିଟିରେ ବର୍ଷା ଲାଗି ରହିବ।
ଘର ଖୋଜୁଥିଲେ....ସାଇବର ଲୁଟେରାଙ୍କ ହାବୁଡରେ ପଡିଗଲେ । ପୁଣି ଠକେଇ ହେଲା ଆର୍ମି ନାଁରେ । ଦେଖନ୍ତୁ କଣ ଥିଲା ପୂରା ଷ୍ଟୋରୀ ?
ବିଜୁଳି ବିଭ୍ରାଟ ସମସ୍ୟାକୁ ନେଇ କିଏ ଠିକ୍ ? ମୁଖ୍ୟ ଶାସନ ସଚିବ ନା ବିଭାଗୀୟ ମନ୍ତ୍ରୀ ? ମୁଖ୍ୟ ଶାସନ ସଚିବଙ୍କୁ ବିଜେଡି ସାଂସଦଙ୍କ ସମର୍ଥନ, ହେଲେ ଶକ୍ତିମନ୍ତ୍ରୀଙ୍କ ଭିନ୍ନମତ
ମୁଁ ଶବ ଖୋଜି ଖୋଜି ହାଲିଆ ହେଲିଣି । ପୁଅ ତ ମିଳୁନି...ବିହାରର କିଏ ମୋ ପୁଅର ଶବ ନେଇଯାଇଥିବା କହୁଛନ୍ତି ଏଇ ବ୍ୟକ୍ତି ଜଣକ । କରମଣ୍ଡଳର କଳାକାହାଣୀର ଦୃଶ୍ୟ ଦେଖିଲେ ବୋଲ ମାନୁନି ଆଖିର ଲୁହ କି ଛାତିର କୋହ।
ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରକୃତ ମୃତ୍ୟୁ ସଂଖ୍ୟା କେତେ? କାହିଁକି ରାଜ୍ୟ ସରକାରଙ୍କ ତଥ୍ୟରେ ରହୁନି ତାଳମେଳ ? ଯଦି ମୃତ୍ୟୁ ସଂଖ୍ୟା ଅଧିକ, ତେବେ କୁଆଡେ ଗଲା ଶବ? ବାହାନଗା ଟ୍ରେନ୍ ଟ୍ରାଜେଡିର ମୃତ୍ୟୁ ସଂଖ୍ୟାକୁ ନେଇ ଗୋଳମାଳିଆ ସ୍ଥିତି ।
ପୁଣି ଏକ ବଡ଼ ଅଘଟଣ । ଯାଜପୁର ରୋଡ ଷ୍ଟେସନରେ ଟ୍ରେନ୍ରେ କଟି ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ମାଲବାହୀ ଟ୍ରେନ୍ ତଳେ ଆଶ୍ରୟ ନେଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ବର୍ଷା ପବନ ଯୋଗୁଁ ଟ୍ରେନ ତଳେ ବସିଥିଲେ ସମସ୍ତ ଶ୍ରମିକ । ଠିଆ ହୋଇଥିବା ଟ୍ରେନ୍ ହଠାତ୍ ଛାଡ଼ି ଦେବାରୁ ଅଘଟଣ ଘଟିଥିବା କୁହାଯାଉଛି । ବର୍ତ୍ତମାନ ଗୁରୁତର ୩ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିବା ବେଳେ ମୃତକଙ୍କ ପରିଚୟ ମିଳିପାରି ନାହିଁ । ଅନ୍ୟପଟେ ଏବେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଜିଆରପି ଓ ଆରପିଏଫ୍ ଅଧିକାରୀ ।
ଟ୍ରେନ୍ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୨୦୦ ଟପିଲା। ୨୦୭ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କହିଲେ ମୁଖ୍ୟ ସଚିବ
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆରମ୍ଭ ହୋଇଛି ଉଦ୍ଧାର କାର୍ଯ୍ୟ । ଘଟଣାସ୍ଥଳରେ ପହଞ୍ଚିଛନ୍ତି ଜିଲ୍ଲାପାଳ, ଏସ୍ପି, ଆଇଜି । ଶୁଣନ୍ତୁ ଦୁର୍ଘଟଣାକୁ ନେଇ କ’ଣ କହୁଛନ୍ତି ମୁଖ୍ୟ ଶାସନ ସଚିବ ।