/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695729976.jpg)
Pratap Jena
ମାହାଙ୍ଗା ଡବଲ ମର୍ଡର ମାମଲାରେ ପ୍ରତାପ ଜେନାଙ୍କ ବିରୋଧରେ ବିକ୍ଷୋଭ ବେଳେ ଲୋକଙ୍କ ଉପରେ ଆକ୍ରମଣ ଅଭିଯୋଗ। ମାହାଙ୍ଗା ବ୍ଲକ ଆଗରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ,ଧସ୍ତାଧସ୍ତି। ଆଜି ନ୍ୟାୟ ପାଇଁ ସଂଘର୍ଷ ନାମକ ଏକ ସଂଗଠନର ସଭ୍ୟ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରିବାକୁ ଆସିଥିବା ବେଳେ ସେମାନଙ୍କ ସହିତ ପ୍ରତାପଙ୍କ ସମର୍ଥକଙ୍କ ଗଣ୍ଡଗୋଳ ହୋଇଛି । ଏପରିକି ପ୍ରତାପଙ୍କ ସମର୍ଥକ ଆକ୍ରମଣ କରିଥିବା ଅପରପକ୍ଷ ଅଭିଯୋଗ କରିଛନ୍ତି । ଗଣ୍ଡଗୋଳରେ ୨ ଜଣ ଆହତ ହୋଇଛନ୍ତି । ପୋଲିସର ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି।
ସୂଚନା ଅନୁସାରେ ବହୁଚର୍ଚ୍ଚିତ ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ପ୍ରତାପଙ୍କୁ ଅଭିଯୁକ୍ତ ଦର୍ଶାଇ ତାଙ୍କ ବିରୋଧରେ ହତ୍ୟା, ହତ୍ୟା ଷଡ଼ଯନ୍ତ୍ର ଓ ଧମକ ଆଦି ଏକାଧିକ ସଙ୍ଗୀନ ଦଫାରେ ମାମଲା ଚାଲୁ ରଖିବାକୁ ସାଲେପୁର JMFC କୋର୍ଟ ଗତକାଲି ନିର୍ଦ୍ଦେଶ ଦେଇଥିଲେ । କେବଳ ଏତିକି ନୁହେଁ, ଧର୍ତ୍ତବ୍ୟ ଅପରାଧ ଭାବେ ମାମଲା ଚାଲୁ ରଖିବାକୁ ବି କୋର୍ଟ କହିଥିଲେ । ତା’ ସହ ପ୍ରତାପ ବିଧାୟକ ହୋଇଥିବାରୁ ମାମଲାର ବିଚାର ପ୍ରକ୍ରିୟାକୁ ଭୁବନେଶ୍ବର ସ୍ପେଶାଲ କୋର୍ଟକୁ ପଠାଇ ଦେଇଥିଲେ ସାଲେପୁର JMFC କୋର୍ଟ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)