• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha

Amrit Kidnapped
କିଡ୍‌ନାପ୍‌ ହୋଇଥିଲା ଅମ୍ରିତ୍‌ ! ପୋଲିସ କଲା ଖୁଲାସା..

୫ଦିନର ଅପରେସନ୍ । ୧୨୦ ଘଣ୍ଟା ଧରି ବଛା ବଛା ୧୨ ପୋଲିସ କର୍ମଚାରୀଙ୍କ ଦ୍ୱାରା ଛାନ୍‌ଭିନ୍ । ପ୍ରାୟ ୫ଶହ କିଲୋମିଟର ବ୍ୟାପି ସର୍ଚ୍ଚ ଅପରେସନ୍ । ଖୋଜିଥିଲା ଡଗ୍ ସ୍କ୍ୱାର୍ଡ । ହେଲେ ନା କେହି ପତ୍ତା ପାଇଥିଲେ ନା କାହା ହାତରେ ଲାଗିଥିଲା ସୁରାଗୟ । ଶେଷରେ ରହସ୍ୟଜନକ ଭାବେ ଉଦ୍ଧାର ହୋଇଛି ନୟାଗଡ଼ ଓଡ଼ଗାଁ ସ୍ଥିତ କୁରାଳ ନେଳିଆ ସାହିର ସେହି ୧୨ ବର୍ଷିୟ ପୁଅ ଅମ୍ରିତ ପାତ୍ର ।

Sambalpur  Court
ଅଚଳ ସମ୍ବଲପୁର କୋର୍ଟ ! ଆସୁନାହାନ୍ତି ଓକିଲ, ହେଉନି ବିଚାର ବିମର୍ଷ

ସମ୍ବଲପୁର କୋର୍ଟକୁ ଆସୁ ନାହାନ୍ତି ଓକିଲ, ନ୍ୟାୟିକ ସେବା ପାଇବାରୁ ବଞ୍ଚିତ ସାଧାରଣ ଜନତା । ଜାମିନ ନପାଇ ଜେଲ ଭିତରେ ଏକାଧିକ ଆଇନଜୀବୀ, ଏପଟେ ମାମଲା ପରିଚାଳନା ପାଇଁ ଓକିଲ ପାଉ ନାହାନ୍ତି ମହକିଲ । ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ଗତ ୧୨ ତାରିଖରେ ସମ୍ବଲପୁର ଓକିଲଙ୍କ ଆନ୍ଦୋଳନ ଓ ବିଚାରପତିଙ୍କ ଚାମ୍ବର ଭଙ୍ଗାରୁଜା ଘଟଣା ପରେ ଏଯାଏଁ ସ୍ୱାଭାବିକ ହୋଇପାରୁନି କୋର୍ଟ କାର୍ଯ୍ୟ ।

Hockey World Cup
ମିଳୁନି ଟିକେଟ୍‌...ହକି ବିଶ୍ୱକପ୍‌ କେମିତି ଦେଖିବେ ଦର୍ଶକ?

ୱାଲ୍ଡକପ୍‌ ହକିର ଇଏ କେମିତିକା ବ୍ୟବସ୍ଥା? ଗୁପଚୁପ ଭଳି ଏମାନେ ଟିକେଟ୍‌ କରୁଛନ୍ତି...ହକି ଟିକେଟ୍‌ କିଣାକୁ ନେଇ ଏମିତି ଅସନ୍ତୋଷ ଝାଡିଲେ ଖେଳପ୍ରେମୀ

Farming
ଅଭାବୀ ବିକ୍ରିର ଅଭାବନୀୟ ଚିତ୍ର ! ନିଜ କୋବି କିଆରିକୁ ଟ୍ରାକ୍ଟର ଚଢ଼ାଇ ନଷ୍ଟ କରିଦେଲା ଚାଷୀ

ଟ୍ରାକ୍ଟର ବିଦାରୁଛି ଫଳନ୍ତି କୋବି କିଆରିକୁ । ଟ୍ରାକ୍ଟର ବିଦାରୁଛି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଆମ ବ୍ୟବସ୍ଥାକୁ । ଛନଛନିଆ ବନ୍ଧା କୋବି କ୍ଷେତକୁ ନୁହେଁ ବରଂ ଟ୍ରାକ୍ଟର ଦଳି ମକଚୁଛି ନିରୀହ ଚାଷୀର ହାଡ଼ଭଙ୍ଗା ପରିଶ୍ରମକୁ ଓ ବର୍ଷକର ଦାନାପାଣିକୁ । ଏଭଳି କିଛି ବୁକୁ ଫଟା ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଗଂଜିଆଟିକ୍ରା ଗାଁରେ ।

Bar Council of India regularizes suspended advocates in Sambalpur court
କେବେ ସ୍ୱାଭାବିକ ହେବ ସମ୍ବଲପୁର କୋର୍ଟ କାର୍ଯ୍ୟ ?

ସମ୍ବଲପୁର କୋର୍ଟରେ ନ୍ୟାୟିକ ଅଚଳାବସ୍ଥା ଦୂର ପାଇଁ ପ୍ରୟାସ। ୫୪ ଜଣଙ୍କୁ ଛାଡ଼ି ଅନ୍ୟ ଓକିଲଙ୍କ ଉପରୁ ପ୍ରତ୍ୟାହୃତ ହେଲା ଲାଇସେନ୍ସ। ନିଲମ୍ବନ କଟକଣା ବାର୍ କାଇନ୍ସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ଜାରି ସାନି ନିର୍ଦ୍ଦେଶନାମା। ଯେଉଁଥିରେ ଦର୍ଶାଯାଇଛି ଯେ ୧୨ ତାରିଖରେ ସମ୍ବଲପୁର ବାର୍ ଆସୋସିଏସନ୍‌ର ସବୁ ସଦସ୍ୟଙ୍କ ଉପରେ ଲାଗିଥିବା ନିଲମ୍ବନ କଟକଣାକୁ ହଟାଇ ଦିଆଯାଇଛି। ହେଲେ ତିନିଟି ପର୍ଯ୍ୟାୟ ଯଥା, ୧୨(୨୯), ୧୩(୧୪) ଓ ୧୬(୧୧) ତାରିଖରେ ଆନ୍ଦୋଳନକାରୀ ଯେଉଁ ନିର୍ଦ୍ଦିଷ୍ଟ ୫୪ ଆଇନଜୀବୀଙ୍କ ଲାଇସେନ୍ସ ନିଲମ୍ବନ କରାଯାଇଥିଲା, ତାହା ବଳବତ୍ତର ରହିବ।

Archana
ଇଡି ଖୁଆଡରେ ଶ୍ରଦ୍ଧାଞ୍ଜଳି

ଇଡି ଖୁଆଡରେ ଶ୍ରଦ୍ଧାଞ୍ଜଳି। ହେଲେ ଅର୍ଚ୍ଚନା ତଦନ୍ତରେ କରୁନି ସହଯୋଗ...ସତ ସାମ୍ନାକୁ ଆସିବ କେମିତି?

cm
କଳାକାରଙ୍କୁ ଏ କି ପ୍ରକାର ସମ୍ମାନ ? ଭତ୍ତା ପାଇଁ ପରିଣତ ବୟସରେ ଦେବାକୁ ପଡ଼ୁଛି ପ୍ରମାଣ

କଳାକାରଙ୍କ ଭିତରେ ହେଉଛି ପ୍ରତିଯୋଗିତା । ସବୁ ଜିଲ୍ଲାର ସବୁ ବ୍ଲକରେ ପ୍ରତିଯୋଗିତା ଚାଲିଛି । ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା ଯୋଜନାରେ ମାସିକ ୧୨ ଶହ ଟଙ୍କା ପାଇବା ପାଇଁ ରାଜ୍ୟରେ ମୋଟ୍ ୫୦ ହଜାର କଳାକାର ଏହି ଭତ୍ତା ପାଇବାକୁ ଥିବା ବେଳେ ଚୟନ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅନେକ କଳାକାର

Mosquito menace
ଓଃ କି ମଶା? ଯୋଉଠି ବସିଲେ ବି ରଖେଇ ଦେଉନାହାନ୍ତି

ଓଃ କି ମଶା? ଯୋଉଠି ବସିଲେ ବି ରଖେଇ ଦେଉନାହାନ୍ତି...ଗୋଡେଇ ଗୋଡେଇ ଦଂଶୁଛନ୍ତି

Hockey fever grips
ହକି ବିଶ୍ୱକପ୍‌ ପାଇଁ ଧକଧକ କଲାଣି ରାଉରକେଲାର ଛାତି

ହକି ବିଶ୍ୱକପ୍‌ ପାଇଁ ଧକଧକ କଲାଣି ରାଉରକେଲାର ଛାତି। ସମସ୍ତଙ୍କୁ ସ୍ୱାଗତ କରିବାକୁ ପୂରା ପ୍ରସ୍ତୁତ ହେଲାଣି ହକିର ଏନ୍ତୁଡିଶାଳ

Fear grips villagers of Borigumma
ବୋରିଗୁମ୍ମାରେ ଶିଶୁ ମଡକ। ୧୫ ଦିନରେ ଗଲାଣି ୮ ନବଜାତଙ୍କ ଜୀବନ

ବୋରିଗୁମ୍ମାରେ ଶିଶୁ ମଡକ। ୧୫ ଦିନରେ ଗଲାଣି ୮ ନବଜାତଙ୍କ ଜୀବନ

New UGC norms
ନୂଆ ପଲିସି ଆଣିଲା UGC; ଏଣିକି ତିନି ନୁହେଁ ଚାରି ବର୍ଷ ପଢ଼ାଯିବ ସ୍ନାତକ ଶିକ୍ଷା

ଜାତୀୟ ଶିକ୍ଷା ନୀତି ଆଧାରରେ ବଦଳିବ ଯୁକ୍ତ ତିନିର ଢାଞ୍ଚା । ପିଲାଏ ତିନି ବର୍ଷ ବଦଳରେ ୪ ବର୍ଷ ପାଠ ପଢିବେ । ଅଧାରୁ ପାଠ ଛାଡିଲେ ବି ପୁଣି ଥରେ ଛାଡିଥିବା ବର୍ଷରୁ ପାଠ ପଢିପାରିବେ । ଡ୍ରପ୍ ଆଉଟ ହାର କମାଇବା ସହ ପିଲାଙ୍କୁ ଦ୍ୱିତୀୟ ସୁଯୋଗ ଦେବାକୁ ଶିକ୍ଷାନୀତିରେ ଏହି ବ୍ୟବସ୍ଥା ରହିଛି ।

Will there be early elections in Odisha ?
ଓଡ଼ିଶାରେ ହେବ କି ଆଗୁଆ ନିର୍ବାଚନ ? ୨୪ ପୂର୍ବରୁ ଭାଙ୍ଗିବ କି ବିଧାନସଭା?

ଓଡ଼ିଶାରେ ଆଗୁଆ ହେବ କି ବିଧାନସଭା ନିର୍ବାଚନ? ଧାର୍ଯ୍ୟ ସମୟ ପୂର୍ବରୁ ବିଧାନସଭାକୁ ଭାଙ୍ଗି ଦେବେ କି ନବୀନ? ୨୦୧୮ର ତେଲେଙ୍ଗାନା ଫର୍ମୁଲାକୁ ଆପଣାଇବ କି ବିଜେଡି ? ରାଜ୍ୟ ରାଜନୀତିରେ ଆଗୁଆ ନିର୍ବାଚନ ସମ୍ଭାବନାକୁ ନେଇ ଚର୍ଚ୍ଚା ଏ ସଂପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ପରେ ପ୍ରକାଶ ପାଇଛି କଳ୍ପନାଜଳ୍ପନା। ଆଜି ଭୁବନେଶ୍ୱରରେ ଧର୍ମେନ୍ଦ୍ର କହିଛନ୍ତି ମୁଁ ଶୁଣୁଛି, ଏଠି ଆଗୁଆ ନିର୍ବାଚନ ହୋଇଯିବ। ତେବେ ନିର୍ବାଚନ ପୂର୍ବରୁ ବହୁତ କଥା ହେବ

Archana Nag
ନାଗ ଚାଲ୍‌: ମିଡ଼ିଆ ଆଗରେ ଫଁ, ଇଡ଼ି ପାଖରେ ସନିପାତ

ରାଜ୍ୟର ସବୁଠୁ ବଡ଼ ସେକ୍ସ ସ୍କାଣ୍ଡାଲ୍ ମାମଲାରେ ଡବଲ୍ ଗେମ୍ ଖେଳୁଛିି କି ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ? ୩୦ ମିନିଟ୍‌ର ଏକ୍ସକ୍ଲୁସିଭ୍ ତଥ୍ୟ ଦେଇ ରାଜ୍ୟରେ କମ୍ପନ ସୃଷ୍ଟି କରାଇବାର ଚେତାବନୀ ଶୁଣାଇଥିବା ଲେଡ଼ି ବ୍ଲାକମେଲର୍ ଇଡ଼ି ଆଗରେ ଚୁପ୍ କାହିଁକି ? ୭ ଦିନିଆ ରିମାଣ୍ଡରେ ଥିବା ଅର୍ଚ୍ଚନା ଆଜିକୁ ୫ ଦିନ ହେଲା, ଇଡ଼ିକୁ କୌଁଣସି ସହଯୋଗ କରୁନଥିବା କୁହାଯାଉଛି

padmapur bypoll
କିଏ ଜିତିବ ପଦ୍ମପୁର ବାଜି ? କାଲି ଆସିବ ଜନତାଙ୍କ ରାୟ

କିଏ ଜିତିବ ପଦ୍ମପୁର ବାଜି ? କାହାକୁ ନେତା ବାଛିଛନ୍ତି ଜନତା ? କାଲି ଖୋଲିବ ଇଭିଏମ୍‌ରେ କଏଦ୍ ପ୍ରାର୍ଥୀଙ୍କ ଭାଗ୍ୟ... ଜନତାଙ୍କ ରାୟ। ତେଣୁ ମତ ଗଣନା ପାଇଁ ପଦ୍ମପୁର RMRC ମାର୍କେଟ ୟାର୍ଡରେ ବ୍ୟାପକ ବନ୍ଦୋବସ୍ତ କଡ଼ା ସୁରକ୍ଷା ବଳୟରେ ରହିଛି ଇଭିଏମ୍। ୧୪ଟି ଟେବୁଲ୍‌ରେ ୨୩ ରାଉଣ୍ଡରେ ଗଣତି ହେବ। ମୋଟ୍ ୩୧୯ଟି ବୁଥ୍‌ର ଭୋଟ୍ ସକାଳ ୮ଟାରୁ ଆରମ୍ଭ ହେବ ଗଣତି। ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣନା ପରେ ସାଢ଼େ ୮ଟାରୁ ଆରମ୍ଭ ହେବ ଇଭିଏମ୍ ଭୋଟ୍‌ କାଉଣ୍ଟିଂ। ସବୁ ବୁଥ୍‌ର ଗଣତି ସରିଲେ ୫ଟି ବୁଥ୍‌ର ଭିଭିପାଟ୍ ଗଣତି କରାଯିବ।

Archana
ବଡ଼ ବଡ଼ିଆଙ୍କ ଛାତି ଧଡ଼ଧଡ଼

ଅର୍ଚ୍ଚନା ନାଗଙ୍କ ବିଶାଳ ଆର୍ଥିକ ସାମ୍ରାଜ୍ୟ ପଛର ରହସ୍ୟ କଣ? କେମିତି ପରିଚାଳିତ ହେଉଥିଲା ତାଙ୍କ ବ୍ଲାକ୍ ସିଣ୍ଡିକେଟ୍?

Jana Seva Kendra in jungle
ଜଙ୍ଗଲ ଭିତରେ ଚାଲିଛି ଜନସେବା କେନ୍ଦ୍ର

ଘଞ୍ଚ ଜଙ୍ଗଲ ଭିତରେ ମଞ୍ଚ, ମଞ୍ଚ ଚାରିପଟ ବେଢ଼ିଛନ୍ତି ଗାଁ ଲୋକେ... ଆଉ ତାରି ଭିତରେ ଲାପଟପ୍ ଧରି କାମ କରୁଛନ୍ତି ଦୁଇ ଯୁବକ। ଜଙ୍ଗଲ ଭିତରେ ଚାଲିଛି ଜନସେବା କେନ୍ଦ୍ର। କିଏ କାଳିଆ ଯୋଜନା ଟଙ୍କା ପାଇଁ ଅନେଇ ବସିଛି ତ ଆଉ କିଏ ବ୍ୟାଙ୍କ ଖାତା ସହ ଆଧାର ଲିଙ୍କ କରିବାକୁ ଆସିଛି। ସରକାରୀ ଯୋଜନାର ଲାଭ ଟିକେ ପାଇବା ପାଇଁ ଏଠି ଲୋକଙ୍କୁ ସକାଳୁ ଆସିଲେ ସଞ୍ଜ ହେଉଛି। ଇଏ ଆଜି କି କାଲିର ଘଟଣା ନୁହେଁ। ଉପାନ୍ତ କନ୍ଧମାଳ ଜିଲ୍ଲାର ଏକାଧିକ ପଞ୍ଚାୟତରେ ସ୍ଥିତି ଏମିତି। ବାଳନ୍ଦାପଡ଼ା ପଞ୍ଚାୟତ କେନ୍ଦୁଗୁଡ଼ାସାହି ନିକଟରେ ଥିବା ଜଙ୍ଗଲରେ ଚାଲିଛି ଜନସେବା କେନ୍ଦ୍ର।

Archana
ଅର୍ଚ୍ଚନାଙ୍କ ଚେତାବନୀ ! ୩୦ ମିନିଟ୍ ଦିଅ ସବୁ ପ୍ରମାଣ ଦେବି, ନେତା କି ମନ୍ତ୍ରୀ ସବୁ କହିବି

ପୁଣି ନାଗର ବିଷୋଦ୍‌ଗାର । ପୁଣି ବୟାନରେ ବିସ୍ଫୋରଣ । ପୋଲିସ୍‌କୁ ଟାର୍ଗେଟ୍ । ସୋ-କଲ୍ଡ ଭିିକ୍ଟିମ୍‌ଙ୍କୁ ବି ନିଶାନା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୭ ଦିନିଆ ରିମାଣ୍ଡରେ ନେବା ପୂର୍ବରୁ ଆଜି କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଆସିଥିବା ବ୍ଲାକମେଲିଂ ଅଭିଯୁକ୍ତ ଅର୍ଚ୍ଚନା ନାଗ ଗଣମାଧ୍ୟମ ଆଗରେ ମୁହଁ ଖୋଲି ପୁଣି ସୃଷ୍ଟି କରିଛନ୍ତି ବିସ୍ଫୋରଣ । କହିଛନ୍ତି ମୁଁ ଯେତେବେଳେ କହିବି, ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ । ହେଲେ ସେଥିପାଇଁ ମୋତେ ଦରକାର ସଫିସିଏଣ୍ଟ ଟାଇମ୍- ୩୦ ମିନିଟ୍ । ମୋତେ ଫସାଇ ଦେଇଛନ୍ତି ନେତା, ମନ୍ତ୍ରୀ କି ଆଉ କିଏ, ସବୁ ପ୍ରମାଣ ଏକ୍ସକ୍ଲୁସିଭ୍‌ଲି ଦେଖାଇବି ।

SpecialStory
ଆତ୍ମବିଶ୍ୱାସ ଦେଲା ସଫଳତା

ଜଣେ ଛୋଟ ବେଳୁ ବାପା ମାଆଙ୍କୁ ହରାଇ ଛେଳି ଚରାଇ ବଡ ହୋଇଛନ୍ତି , ଆଉ ଜଣେ ସାଧାରଣ ପୋଷ୍ଟାଲ୍ କର୍ମଚାରୀଙ୍କ ଝିଅ । ଆଜି ସେମାନେ ଅଗ୍ନିବୀର । ଦେଖନ୍ତୁ ଏମାନଙ୍କର ସଫଳତାର କାହାଣୀ

Archana Nag
ରାଗ ଗରଗର ଅର୍ଚ୍ଚନା, ‘କହିବାକୁ ସୁଯୋଗ ଦେଉନି ପୋଲିସ.. ବନ୍ଦ କରିଦେଉଛି ମୁହଁ’

ଅର୍ଚ୍ଚନା ମୁହଁରେ ଲୁଚିରହିଛି କି ନାଗଫାଶର ସତ କାହାଣୀ ? ବଡ଼ବଡ଼ିଆଙ୍କ ମୁଖା ଖୋଲିବାକୁ ମଉକା ଖୋଜୁଛି କି ଅର୍ଚ୍ଚନା ? କାରଣ ଯେବେ ବି କୋର୍ଟରେ ହାଜର କରାଯାଉଛି, ମାମଲା ପଛର ସତ ବଖାଣିବାକୁ ଚେଷ୍ଟା କରୁଛି ଅର୍ଚ୍ଚନା । ହେଲେ ମିଡ଼ିଆ ଆଗରେ କୁହାଇ ଦେଉନି ପୋଲିସ । ଦିନେ ମିଡିଆକୁ ନାଲି ଆଖି ଦେଖାଇଥିବା ଅର୍ଚ୍ଚନା ଆଜି ପୋଲିସ ବିରୋଧରେ କରିଛି ବିଷୋଦ୍‌ଗାର ।

Cyclone
ବଙ୍ଗୋପସାଗରରେ ପିଛା ଛାଡୁନି ପ୍ରକୃତି କୋପ ! ପୁରୀଠୁ ୪୨୧ କିମି ଦୂରରେ ବାତ୍ୟା

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା । ଆସନ୍ତାକାଲି ସୁଦ୍ଧା ଅବପାତ, ୮ରେ ନେବ ବାତ୍ୟା ରୂପ । ଏନେଇ ଆଜି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର- IMD । ବିଭାଗର ସୂଚନା ଅନୁସାରେ, ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୬ ତାରିଖ ଅର୍ଥାତ୍ ଆସନ୍ତାକାଲି ସଂଧ୍ୟା ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେବ । ଏହାପରେ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ।

Covid-19 was man-made virus in Wuhan, claims researcher
ପୁଣି ବିବାଦରେ କରୋନା, ଜୈବିକ ଅସ୍ତ୍ର ଭାବେ ଉହାନ ଲବ୍ରୋଟୋରୀରୁ ବାହାରିଛି ଭାଇରସ୍

ପୂର୍ବରୁ ବିଭିନ୍ନ ଦେଶ ଓ ଭିନ୍ନ ଭିନ୍ନ ବୈଜ୍ଞାନିକ ବହୁବାର ଏଭଳି ଦାବି କରି ଆସୁଥିବା ବେଳେ ଏ ସନ୍ଦେହକୁ ଏବେ ସତ ବୋଲି କହିଛନ୍ତି ଉହାନ ଗବେଷଣା କେନ୍ଦ୍ରରେ ଗବେଷଣା କରୁଥିବା ଆମେରିକୀୟ ବୈଜ୍ଞାନିକ ଆଣ୍ଡ୍ର୍ୟୁ ହଫ୍‌ସ ।

Nude Call-BlackMailing
PNB ମ୍ୟାନେଜର୍ ମୃତ୍ୟୁ ମାମଲା; ନ୍ୟୁଡକଲ୍-ବ୍ଲାକମେଲିଂରୁ ଆତ୍ମହତ୍ୟା, ୪ ମାସ ପରେ ହଟିଲା ପରଦା

ପ୍ରଥମେ ନ୍ୟୁଡ୍‌କଲ୍‌ । ତାପରେ ବ୍ଲାକମେଲିଂ । ଆଉ ଶେଷରେ ସୁଇସାଇଡ୍ । ବରଗଡ଼ ବରପାଲି ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ମ୍ୟାନେଜର୍ ଦିବ୍ୟରଞ୍ଜନ ମିଶ୍ରଙ୍କ ଆତ୍ମହତ୍ୟା ମାମଲାର ୪ ମାସ ପରେ ଖୁଲାସା । ନିତି ଡରି ଡରି ବଞ୍ଚିବା ଅପେକ୍ଷା ଜୀବନକୁ ସାରିଦେବାକୁ ଭାବିଥିଲେ ଦିବ୍ୟରଂଜନ । ଆଉ ନେଇଥିଲେ ଚରମ ନିଷ୍ପତ୍ତି । ସୋନପୁର ପୋଲିସ୍ ଦିବ୍ୟରଞ୍ଜନ ସୁଇସାଇଡ୍ କେସ୍ ଉପରୁ ପରଦା ହଟାଇଛି ।

Padmapur Bypoll
ବିଧାୟକ ବାଛିଲା ପଦ୍ମପୁର; ଆଦର୍ଶରୁ ପିଙ୍କ୍ ବୁଥ, ସବୁଠି ଭୋଟରଙ୍କ ଲମ୍ବା ଲାଇନ୍

ଭୋଟ୍ ଦେଲେ । ନେତା ବାଛିଲେ । ପଦ୍ମପୁର ଉପନିର୍ବାଚନରେ ମତଦାନ ପାଇଁ ସତେ ଯେମିତି ପୁରା ଉତ୍କଣ୍ଠାରେ ଥିଲେ ଜନତା ଜନାର୍ଦ୍ଦନ । ଦିବ୍ୟାଙ୍ଗ, ମହିଳା, ବୟସ୍କ ଓ ଯୁବ ଭୋଟର, କେହି ହାତଛଡ଼ା କରିନଥିଲେ ନିଜ ସାମ୍ବିଧାନିକ ଅଧିକାର । କେଉଁଠି ଭୋଟରଙ୍କୁ ସ୍ୱାଗତ ଲାଗି ବୁଥ୍ ସଜେଇ ହୋଇଥିଲା ତ ପୁଣି କେଉଁଠି କଡ଼ା ସୁରକ୍ଷାର ପ୍ରତିଶ୍ରୁତି ପାଳନ ସ୍ୱରୂପ ସଶସ୍ତ୍ର ଯବାନ ମୁତୟନ ହୋଇଥିଲେ ।

GST
ବ୍ୟାଙ୍କ ନୋଟିସ୍‌ ଉଡାଇଦେଲା ହୋସ୍‌

ବ୍ୟାଙ୍କ ନୋଟିସ୍‌ ଉଡାଇଦେଲା ହୋସ୍‌। ୬ ବର୍ଷ ହେଲାଣି ଘରେ ପଡିଛନ୍ତି, ହେଲେ ବ୍ୟାଙ୍କରୁ ନୋଟିସ ଆସିଛି ୬୧ ହଜାର ଟଙ୍କାର ଜିଏସଟି ଠକେଇ। ଆଉ ନୋଟିସ୍‌ ପାଇବା ପରେ...

Divyang Man
‘ମୁଁ ହାରିବା ଲୋକ ନୁହେଁ, ଥରେ ମୋ ବରା ଘୁଘୁନି ଖାଇକି ଦେଖ’

ଦିବ୍ୟାଙ୍ଗ ପରେ ବି ହାର ମାନିନାହାନ୍ତି ବାସୁ ମଉସା। ସକାଳୁ ସଞ୍ଜ ସୁଆଦିଆ ବରାକୁ କସମାର୍କା ଘୁଘୁନି..ଖାଇବାକୁ ଲୋକଙ୍କ ଲାଗୁଛି ଲମ୍ବା ଲାଇନ୍‌। ୧୦୦ ଟଙ୍କାରେ ଜଳିଖିଆ ଦୋକାନ ଆରମ୍ଭ କରିଥିଲେ, ଏବେ ପହଞ୍ଚିଲେଣି।