Advertisment

ବଦଳିଲେଣି, ମୌକା ଦେଖି ବିରୋଧୀଙ୍କୁ ବି ଧୋଇଲେଣି...ନବୀନଙ୍କ ବଦଳୁଥିବା ଆଭିମୁଖ୍ୟକୁ ନେଇ ଚର୍ଚ୍ଚା...

ରାଜ୍ୟ ରାଜନୀତିକୁ ପୁଣି ଫେରିଛି ୧୨ ବର୍ଷ ତଳର ଡାଲି ଦୁର୍ନୀତି ପ୍ରସଙ୍ଗ। ସେତେବେଳେ ଡାଲି ଦୁର୍ନୀତିରେ ଛନ୍ଦି ହୋଇ ମନ୍ତ୍ରୀ ପଦରୁ ବିଦା ହୋଇଥିଲେ ତତ୍କାଳୀନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ଏବେ ସେ ବାଚସ୍ପତି। ତେଣୁ ସାଙ୍କେତିକ ଭାବେ ବାଚସ୍ପଚିଙ୍କ ଉପରକୁ ଡାଲି ଫିଙ୍ଗି ପୂର୍ବ ଘଟଣାକୁ ତାଜା କରିବାର ଉଦ୍ୟମ କରିଛନ୍ତି ବିରୋଧୀ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Naveen Patnaik

Naveen Patnaik

ଏ ନବୀନ ଆଉ ସେ ନବୀନ ନୁହନ୍ତି ! ବଦଳିଲେଣି, ମୌକା ଦେଖି ବିରୋଧୀଙ୍କୁ ବି ଧୋଇଲେଣି। 'ଅପରାଧକୁ ନେଇ ରାଜନୀତି କଲେ, କି ବିକାଶ କାମରେ ବାଧା ଦେଲେ ଦେଖିବାରେ ସକ୍ଷମ ହେବେନି ବିଧାନସଭା ମୁହଁ'। ୨୪ ମହାଲଢ଼େଇ ପୂର୍ବରୁ ଏଇ ମର୍ମରେ ବିଧାନସଭାରେ ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିଶାନା ପରେ ସରଗରମ ରାଜ୍ୟ ରାଜନୀତି । ମୁହାଁମୁହିଁ ଶାସକ-ବିରୋଧୀ। ଗୃହ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ବେଳେ ନବୀନ ଦେଇଥିବା ମନ୍ତବ୍ୟକୁ ନେଇ ଖଡଗହସ୍ତ ବିଜେପି, କଂଗ୍ରେସ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ଧମକେଇବାକୁ ଚେଷ୍ଟା କରୁଛନ୍ତି । ତାଙ୍କୁ ଯିଏ ବିରୋଧ କରିବ ସେ ବିଧାନସଭାକୁ ଆସିପାରିବ ନାହିଁ । ସେହିପରି କଂଗ୍ରେସ ବିଧାୟକ ନରସିଂହ ମିଶ୍ର ବି ଅଭିଯୋଗ କରିଛନ୍ତି, ମୁଖ୍ୟମନ୍ତ୍ରୀ ନିଜେ ବିଧାନସଭାକୁ ଆସିବା କଥା ନୁହେଁ, କାରଣ ରାଜ୍ୟର ଅନେକ କ୍ଷେତ୍ର ଏବେ ବି ଅବିକଶିତ। ବିକାଶ ହୋଇନି। ଯାହାର ଜବାବ ରଖିଛି ବିଜେଡି।

Advertisment

ସେପଟେ ରାଜ୍ୟ ରାଜନୀତିକୁ ପୁଣି ଫେରିଛି ୧୨ ବର୍ଷ ତଳର ଡାଲି ଦୁର୍ନୀତି ପ୍ରସଙ୍ଗ। ସେତେବେଳେ ଡାଲି ଦୁର୍ନୀତିରେ ଛନ୍ଦି ହୋଇ ମନ୍ତ୍ରୀ ପଦରୁ ବିଦା ହୋଇଥିଲେ ତତ୍କାଳୀନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ଏବେ ସେ ବାଚସ୍ପତି। ତେଣୁ ସାଙ୍କେତିକ ଭାବେ ବାଚସ୍ପଚିଙ୍କ ଉପରକୁ ଡାଲି ଫିଙ୍ଗି ପୂର୍ବ ଘଟଣାକୁ ତାଜା କରିବାର ଉଦ୍ୟମ କରିଛନ୍ତି ବିରୋଧୀ। ଯାହାକୁ ନେଇ ପୁଣି ତମ୍ବିତୋଫାନ୍। ବିଜେପିର ଦୁଇ ବିଧାୟକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗ ସସପେଣ୍ଡ । ବିଜେପିର ରଣହୁଙ୍କାର। ବିରୋଧୀ ଦଳ ନେତାଙ୍କ ବିରୋଧରେ ବିଜେଡିର ଅଶାଳୀନ ମନ୍ତବ୍ୟକୁ ନେଇ ତାତିଛି ପଦ୍ମଦଳ। ମାଷ୍ଟର କ୍ୟାଣ୍ଟିନ୍ ଛକରେ ବିକ୍ଷୋଭ। ଆସନ୍ତାକାଲି ବିଧାନସଭାରେ ବି ଦଳ ଜୋରଦାର ଢଙ୍ଗରେ ପ୍ରତିବାଦ କରିବାକୁ ସ୍ଥିର କରିଛି। ଅପରପକ୍ଷେ ବାଚସ୍ପତିଙ୍କୁ ଡାଲି ଫିଙ୍ଗିବା ପ୍ରସଙ୍ଗରେ ମହିଳାଙ୍କୁ ଅସମ୍ମାନ କାର୍ଡ ଖେଳିଛି ଶାସକ ଦଳ। ତେଣୁ କାଲି ପୁଣି ବିଧାନସଭା ସରଗରମ ରହିବା ସମ୍ଭାବନା।...

ବିଧାନସଭାରେ ଗତ ୨୫ ତାରିଖରେ ବିରୋଧୀଙ୍କୁ ଜନବିରୋଧୀ ବୋଲି କହି ସମାଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ। ଆଉ ଏହା ପରେ ଗତକାଲିର ଖର୍ଚ୍ଚଦାବି ବେଳେ ନବୀନଙ୍କ ବଦଳୁଥିବା ଆଭିମୁଖ୍ୟ ରାଜ୍ୟ ରାଜନୀତିରେ ନୂଆ ମୋଡ଼ ଆଣିଛି। ଏମିତିକି ଫାଇଭ ଟି ସଚିବଙ୍କୁ ବିରୋଧୀଙ୍କ ଘନ ଘନ ଟାର୍ଗେଟ୍ ପରେ ଖୋଦ୍ ନବୀନ ଏବେ ତାଙ୍କ ପାଇଁ ଢାଲ ସାଜିଥିବା ଚର୍ଚ୍ଚା ବି ହେଉଛି ।

Advertisment
Odisha BJD BJP CM Naveen Patnaik
Advertisment
Advertisment