• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha

Chanda and Bawaria gangs on prowl in Odisha’s capital city
ଭୁବନେଶ୍ୱରରେ ଚନ୍ଦା-ବାୱରିଆ ଲୁଟେରା ଗ୍ୟାଙ୍ଗକୁ ନେଇ ଚିନ୍ତାରେ କମିଶନରେଟ୍ ପୋଲିସ୍

ଗତ ୮ ଦିନ ମଧ୍ୟରେ ୮ଟି ଘରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ପ୍ରାୟ ସମସ୍ତ ଚୋରି ପଛରେ ରହିଛି ଏହି ଚନ୍ଦା ଗ୍ୟାଙ୍ଗ। ପୋଲିସ ସୂଚନା ଅନୁସାରେ, ଗ୍ୟାଙ୍ଗରେ ୫ ରୁ ୬ଜଣ ସଦସ୍ୟ ରହିଛନ୍ତି। ଗ୍ୟାଙ୍ଗର ସଦସ୍ୟ ଦିନ ବେଳା ବାଇକରେ ଆସି ରେକି କରନ୍ତି ଏବଂ ରାତିରେ ଲୁଟପାଟ କରୁଛନ୍ତି।

President Droupadi Murmu
ରାଷ୍ଟ୍ରପତିଙ୍କ ମଞ୍ଚରେ ବିଜୁଳି ବିଭ୍ରାଟ ପ୍ରସଙ୍ଗ; ତେଜିଲା ରାଜ୍ୟ ରାଜନୀତି

ଏଥିପାଇଁ ଖୋଦ୍ ଜିଲ୍ଲା ପ୍ରଶାସନ ହିଁ ଦାୟୀ ବୋଲି କହିଛି ବିଜେପି । ବାରିପଦାରେ ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ସ୍ଥାନୀୟ ବିଧାୟକ ଅଭିଯୋଗ କରିଛନ୍ତି ଯେ, ଏହି ଘଟଣା ପଛରେ ଅଦୃଶ୍ୟ ଶକ୍ତିର ଚକ୍ରାନ୍ତ ରହିଛି । ତୃତୀୟ ମହଲା ଆଡ଼କୁ ମଧ୍ୟ ସେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

odia new year celebration
ଓଡ଼ିଆ ନବ ବର୍ଷ: ଗାଁଠୁ ସହର ଜମିଲା ପଣାପାଣିର ଆସର

ଓଡ଼ିଆ ନବ ବର୍ଷ, ମହା ବିଷୁବ ତଥା ପଣା ସଂକ୍ରାନ୍ତି। ଗାଁଠୁ ସହର, ମଠମନ୍ଦିର, ଆଖଡା ଶାଳରୁ ଆରମ୍ଭ କରି ଧାର୍ମିକ ଅନୁଷ୍ଠାନ, ସବୁଠି ଆଜି ଜମିଛି ପଣାପାଣିର ଆସର। ହିନ୍ଦୁ ଧର୍ମ ଅନୁସାରେ ଆଜିଠାରୁ ଆରମ୍ଭ ହୋଇଛି ସୌରମାନ ବର୍ଷର ପ୍ରଥମ ଦିନ। କୁହାଯାଏ ଆଜିଠାରୁ ସୂର୍ଯ୍ୟଦେବଙ୍କ ଉତ୍ତାପ ପୃଥିବୀ ପୃଷ୍ଠରେ ଅଧିକମାତ୍ରାରେ ଅନୁଭୂତ ହେବ। ଏହାକୁ ଦୃଷ୍ଟିରେ ରଖି ପଣାପାଣିର ପରମ୍ପରା ପ୍ରଚଳିତ ହେଉଛି।

Heat Wave
ଅସହ୍ୟ ତାତି ! ସକାଳୁ ସକାଳୁ ଏତେ ଖରା ଯେ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାହା ମୁଣ୍ଡରେ ଓଦା କପଡା ତ କାହା ମୁଣ୍ଡରେ ଛତା । କଳା ଚଷମା ଓ ରୁମାଲଟିଏ ନବାନ୍ଧିଲେ ଖରାରେ ମୁହଁ କାଢିବା ମୁସ୍କିଲ । ଡହ ଡହ ଖରାରେ କାନ ମୁଣ୍ଡ ଝାଇଁ ମାରିଯାଉଛି । ଝାରସୁଗୁଡାରେ ଦିନ ୧୧ଟା ନହେଉଣୁ କଲବଲ କରିଛି ତାତି । ଆଉ ୨ଟା ବେଳକୁ ପାରଦ ୪୨ ଡିଗ୍ରୀ ପାର୍ । ଝାରସୁଗୁଡା ଭଳି ସମ୍ବଲପୁରରେ ବି ଆକାଶରୁ ସତେ ଯେମିତି ନିଆଁ ବର୍ଷୁଛି । ଅସହ୍ୟ ଗରମରେ ଛଟପଟ ଲୋକେ ଘରୁ ପାଦ କାଢିବାକୁ ଡରିଲେଣି । ତତଲାଗଡ ଟିଟିଲାଗଡରେ ସକାଳ ୧୦ଟାରୁ ରାସ୍ତାଘାଟ ଶୂନଶାନ । ଗୁଳୁଗୁଳି ସାଙ୍ଗକୁ ଝାଞ୍ଜିପବନ ବସେଇ ଉଠେଇ ଦେଉନି । ବାରିପଦାରେ ବି ମୁଣ୍ଡଫଟା ଖରା । ହଠାତ୍ ତାପମାତ୍ରାରେ ବୃଦ୍ଧି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ।

A growing web of fake certificates 6 names came
ମେଲୁଛି ଜାଲି ସାର୍ଟିଫିକେଟ୍‌ର ଜାଲ; ୬ ଜଣଙ୍କ ନାଁରେ ଏତଲା

ବଲାଙ୍ଗିର, କେନ୍ଦ୍ରାପଡ଼ା ପରେ ଏବେ କନ୍ଧମାଳରେ ବି ଦେଖିବାକୁ ମିଳିଛି ଜାଲି ସାର୍ଟିଫିକେଟ୍‌ର ଜାଲ। ନକଲି ସାର୍ଟିଫିକେଟ୍‌ ଦେଇ ଡାକ ବିଭାଗରେ ଚାକିରି ପାଇଁ ଆବେଦନ କରିଥିବା ୬ ଜଣଙ୍କ ନାଁରେ ଆଜି ଥାନାରେ ଏତଲା ଦେଇଛନ୍ତି ଫୁଲବାଣୀ ଡାକମଣ୍ଡଳର ଅଧୀକ୍ଷକ।

Matric exam
୧୫ ହଜାରରୁ ଅଧିକ ପିଲା ଦେଉନାହାନ୍ତି ମାଟ୍ରିକ୍‌ ପରୀକ୍ଷା

ମାଟ୍ରିକ ପରୀକ୍ଷା ଆରମ୍ଭରୁ ଅନୁପସ୍ଥିତ ପରୀକ୍ଷାର୍ଥୀ । ଫର୍ମ ଫିଲପ୍ କରିଛନ୍ତି, ଆଡମିଟ କାର୍ଡ ମିଳିଛି କିନ୍ତୁ ପରୀକ୍ଷା ଦେବାକୁ ଆସୁନାହାଁନ୍ତି । ଜଣେ କି ଦୁଇ ଜଣ ନୁହେଁ ୧୫ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ହଲ୍ ରେ ବସିନଥିବାରୁ ଉଠିଛି ପ୍ରଶ୍ନ ।

Matric exam
୧୫ ହଜାରରୁ ଅଧିକ ପିଲା ଦେଉନାହାନ୍ତି ମାଟ୍ରିକ୍‌ ପରୀକ୍ଷା

ଦାଦନ, ନାବାଳିକା ବିବାହ ଓ ଆର୍ଥିକ ସମସ୍ୟା ପାଇଁ ମାଟ୍ରିକ ପରୀକ୍ଷାର୍ଥୀ ପରୀକ୍ଷା ଦେଉନଥିବା କୁହାଯାଉଛି । କିନ୍ତୁ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ପରୀକ୍ଷା ପରେ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ତଥ୍ୟ ସଂଗ୍ରହ କରି ଆବଶ୍ୟକ ପଦକ୍ଷେପ ନିଆଯିବ ।

Padampur
ପଦ୍ମପୁରରେ ପ୍ରତିଶ୍ରୁତି ରଖିବେ ତ ନବୀନ?

ପଦ୍ମପୁର ନିର୍ବାଚନ ମଣ୍ଡଳିର ଝାରବନ୍ଧ, ପାଇକମାଳ ତଥା ପଦ୍ମପୁରର ତିନୋଟି ସ୍ଥାନରେ ସାଧାରଣ ସଭାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ କିଛିବର୍ଷ ଧରି ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ଜୋରଧରିଥିଲା । ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନରେ ବିଭିନ୍ନ ସଂଗଠନ ଏକଜୁଟ ବି ହେଲେ। ଖାଲି ଏକଜୁଟ ହେଲେନି ବରଂ ନବୀନଙ୍କୁ ବି ଭେଟିଲେ। ନିର୍ବାଚନ ଆଚରଣବିଧି ଲାଗିଥିବାରୁ ଦଳର ସୁପ୍ରିମୋ ହିସାବରେ ଜିଲ୍ଲା ଦାବିକୁ ନିର୍ବାଚନୀ ଏଜେଣ୍ଡାରେ ସ୍ଥାନ ଦେବେ ବୋଲି ପ୍ରତିଶୃତି ଦେଇଥିଲେ। ଆଉ ଆଜି ଗସ୍ତ ଥିବାରୁ ନବୀନ କଣ କହିହେ ତାହା ଉପରେ ସମସ୍ତଙ୍କ ନଜର।

BJD EX MLA
“ଦଳରେ ନାହାନ୍ତି ସଂସ୍କାରୀ ନେତା, ବଦଳିଗଲେଣି ସେତେବେଳର ନବୀନ”

ନବଦାସ ହତ୍ୟାକାଣ୍ଡକୁ ନେଇ ବି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଦେବାଶିଷ । କହିଛନ୍ତି, ଅଭିଯୁକ୍ତ ଗୋପାଳ କ୍ରାଇମ କରିବା ପରେ ବି ରିଗ୍ରେଟ୍‌ କରୁନି । କାରଣ ସେ ନିଜକୁ ସୁରକ୍ଷିତ ମନେ କରୁଛି । ରାଜ୍ୟର ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ଜୀବନ ଚାଲିଗଲା । ଜଣେ ପୋଲିସ ହତ୍ୟାକାରୀ... ଆଉ ସେହି ଘଟଣାରେ ପୋଲିସ ତଦନ୍ତ କରିବାଟା ଠିକ୍‌ ନୁହେଁ କହିବା ସହିତ ପୋଲିସ କୌଣସି ରାଜନୈତିକ ଦଳ ଅନୁସାରେ କାମ ନକରୁ ବୋଲି କହିଛନ୍ତି ଦେବାଶିଷ ।

ଆଉ ତ୍ରାହି ନାହିଁ...ଯେନତେନ ପ୍ରକାରେ ପେଟ କମେଇବାକୁ ପଡ଼ିବ...
‘ପେଟ ନକମିଲେ ବିଦା ହେବେ ପୋଲିସ ବାବୁ’ ଚେତାବନୀ ପରେ ଦଣ୍ଡ ବୈଠକ ଆରମ୍ଭ

ସରକାରୀ ନିର୍ଦ୍ଦେଶନାମା ପରେ ପୋଲିସ ବାବୁମାନଙ୍କୁ ଘାରିଛି ଫିଟ୍‌ନେସ୍ ଚିନ୍ତା। ଖାସ୍ ସେଇଥିପାଇଁ ଆଜି ସକାଳୁ ସକାଳୁ ଭୁବନେଶ୍ୱର ରିଜର୍ଭ ଗ୍ରାଉଣ୍ଡରେ ପୋଲିସ ବାବୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସମସ୍ତେ ଆରମ୍ଭ କରିଥିଲେ ଭଳିକି ଭଳି ବ୍ୟାୟାମ।

Sarathi Baba
ଅନୁଗାମୀଙ୍କ ଜରିଆରେ ପୁଣି ପୂର୍ବ ମୁଦ୍ରାକୁ ଫେରୁଛନ୍ତି କି ସାରଥୀ ?

ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ୍ ନୂଆଗାଁ ଶାସନରେ ଘଣ୍ଟ, ହୁଳହୁଳି ସାଙ୍ଗକୁ ବାଜୁଛି ଝାଞ୍ଜ ମୃଦଙ୍ଗ । କମ୍ପୁଛି ପୂରା ପରିବେଶ । ଭକ୍ତି ରସରେ ମତୁଆଲା ଭକ୍ତ । ଏମିତି କିଛି ଘଟଣା ସାମ୍ନାକୁ ଆସିଛି ଆତ୍ମଘୋଷିତ ବାବା ସାରଥୀଙ୍କ ପ୍ରବଚନ କାର୍ଯ୍ୟକ୍ରମରେ । ଏହା ସ୍ପଷ୍ଟ କରୁଛି ଯେ ପୁଣି ମାତିଲେଣି ସାରଥୀଙ୍କ ଅନୁଗାମୀ । ଖାଲି ସେତିକି ନୁହେଁ, ଅନୁଗାମୀମାନେ ସାରଥୀଙ୍କୁ କଳିଯୁଗର ଚଳନ୍ତି ଠାକୁର କହି ପୂଜୁଛନ୍ତି । ଜୟଜୟକାର ଗାନ କରୁଛନ୍ତି । ସିଂହାସନରେ ସାରଥୀଙ୍କ ଫଟୋ ରଖି ଧୂପ ଦେଇ ପୂଜାର୍ଚ୍ଚନା କରୁଛନ୍ତି ।

President Murmu to visit Odisha, security tightened
ଆସୁଛନ୍ତି ମାଡାମ୍ ପ୍ରେସିଡେଣ୍ଟ: ଗତଥର ପଚାରିଥିଲେ ଚୁନି କୋଉଠି, ଏଥର ଭେଟିବେ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମାଡାମ୍ ପ୍ରେସିଡେଣ୍ଟ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସହ ଶେଷ ହୋଇଛି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ପ୍ରକ୍ରିୟା। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କମିଶନରେଟ ପୋଲିସ ପକ୍ଷରୁ କରାଯାଇଛି ଫୁଲପ୍ରୁଫ ରିହର୍ସାଲ। ଆସନ୍ତାକାଲି ମଧ୍ୟାହ୍ନରେ ରାଷ୍ଟ୍ରପତି ଆସି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ଉତ୍କଳ ମଣ୍ଡପରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ।

turkey earthquake triggers panic in talcher
ତୁର୍କୀରେ ଛାତିଥରା ଭୂମିକଂପ, ହେଲେ ତାଳଚେରରେ ଛନକା

ତୁର୍କୀରେ ଛାତିଥରା ଭୂମିକଂପ। ହେଲେ ତାଳଚେରରେ ଛନକା, କାରଣ ବି ଆପଣଙ୍କ ସାମ୍ନାରେ। କାହା ଶୋଇବା ଘର ମଝିରେ ଗାତ, ତ କାହା ଘର ଅଗଣାରେ ଗଭୀର ଖାତ। ପୁଣି କେଉଁଠି ଘର କାନ୍ଥ ଫାଟିଛି, ତ କେଉଁଠି ଲୋକଙ୍କ ନିତିଦିନିଆ ଯାଆସ ରାସ୍ତାରେ ନିଶ୍ଚିତ ମୃତ୍ୟୁକୁ ଅପେକ୍ଷା କରିଛି ଖାଇ ଭଳି ଖାଲ। କୋଇଲା ଖାଦାନର ଗନ୍ତାଘର ତାଳଚେର ଅଞ୍ଚଳରେ ଯେଭଳି ଭାବରେ ବିପଦ ମୁହଁରେ ପଡିଛି ଜନଜୀବନ, ତାକୁ ନେଇ ଚିନ୍ତା ଯେତିକି, ଭୟ ବି ସେତିକି।ସାମାନ୍ୟ ଭୂମିକଂପର ଝଟକାରେ ସାରା ତାଳଚେର ସହର ତାସ୍ ଘର ଭଳି ମାଟିରେ ମିଶିବାକୁ ମିନିଟିଏ ବି ଲାଗିବନି କହିଛନ୍ତି ଅଞ୍ଚଳବାସୀ।

Odisha records country’s highest forest fires in a week
ନିଆଁ ଆଁରେ ଓଡ଼ିଶା ଜଙ୍ଗଲ

ନିଆଁ ଆଁରେ ଓଡ଼ିଶା ଜଙ୍ଗଲ। ବାରମ୍ବାର ସଚେତନତା ପରେ ବି ଲାଗୁଛି ନିଆଁ, ଜଳିପୋଡି ପାଉଁଶ ହେଉଛି ମୂଲ୍ୟବାନ ସଂପତ୍ତି

Outsourcing agencies of Odisha Govt put under ‘Mo Sarkar’
ଆଉଟସୋର୍ସିଂ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ଲଲିପପ୍!

ଆଉଟସୋର୍ସିଂ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ଲଲିପପ୍!

Gopal Das
ହତ୍ୟାକାଣ୍ଡକୁ ସପ୍ତାହେ ପୁରିଲା, ଏଯାଏଁ ରହିଛି ସସପେନ୍ସ ! କାହିଁକି ନବଙ୍କୁ ହତ୍ୟା କଲା ଗୋପାଳ ?

ସେଦିନ ଥିଲା ରବିବାର.. ଆଜି ବି ସେହି ରବିବାର.. ଆତତାୟୀର ଅନ୍ଧାଧୂନ ଫାୟାରିଂରେ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ଠିକ୍ ସପ୍ତାହେ ପୁରିଲା । ଯେଉଁ ପୁଅ ମୁଣ୍ଡ ଉପରେ ବାପାଙ୍କ ହାତ ଥିଲା, ସେହି ପୁଅ ହାତରେ ଆଜି ବାପାଙ୍କ ଅସ୍ଥି କଳସ । ଅସ୍ଥିକୁ ଧରି ବିସର୍ଜନ ପାଇଁ ପ୍ରୟାଗରାଜ ଯାଇଛନ୍ତି ଶୋକସନ୍ତପ୍ତ ପୁଅ ଓ ସଂପର୍କୀୟ । ଘର, ପରିବାର, ଆତ୍ମୀୟ ସ୍ୱଜନ, ବନ୍ଧୁ ପରିଜନ ଏବେ ବି ବୁଡ଼ି ରହିଛନ୍ତି ଶୋକସାଗରରେ । ସେପଟେ ସପ୍ତାହେ ପରେ ବି ଗୋଟିଏ ପ୍ରଶ୍ନରେ ଛନ୍ଦି ହୋଇରହିଛନ୍ତି ରାଜ୍ୟବାସୀ । ତା’ ହେଉଛି, କାହିଁକି ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କଲା ଗୋପାଳକୃଷ୍ଣ ଦାସ ?

Tara
"ଦରକାର ପଡିଲେ ଆହୁରି କହିବି"

ଷ୍ଟେଜ୍‌ ଉପରେ ନବୀନଙ୍କୁ ପ୍ରଶଂସାରେ ପୋତି ପକାଇଲେ ତାରା। ଏପଟେ ଦଳ ମଧ୍ୟରେ ହଲଚଲ...ନେତା କହିଲେଣି ତାରା ଏମିତି କହିବା ଠିକ୍‌ ହେଲାନି

Talasari Island
ଜଳବାୟୁରେ ପରିବର୍ତ୍ତନ ! ଅଶାନ୍ତ ହେଉଛି ସମୁଦ୍ର, ଅସୁରକ୍ଷିତ ଉପକୂଳ

ନିଶ୍ଚିହ୍ନ ହେବାରେ ଲାଗିଛି ଝାଉଁବଣ, ବିପଦରେ ଜୀବନ ଜୀବିକା, ପଯର୍ୟଟନ  ।

ଶ୍ରମିକମାନେ ବ୍ଲକ୍ ଅଫିସ୍ ଭିତରେ ବଳପୂର୍ବକ ପ୍ରବେଶ କରୁଛନ୍ତି।
ଖପ୍ରାଖୋଲ ବ୍ଲକ୍ ଅଫିସ୍‌ରେ ଲଙ୍କାକାଣ୍ଡ...ଦେଖିବା ଫଟୋରେ ଖବର...

ଶ୍ରମିକମାନେ ବ୍ଲକ୍ ଅଫିସ୍‌ରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ମନରେଗା କାମରେ ଦୁର୍ନୀତି ଅଭିଯୋଗ ପରେ ଏଭଳି ଭଙ୍ଗାରୁଜା ହୋଇଥିବା ଜଣାପଡ଼ିଛି।

 foreign tourists in Odisha a matter of concern
ବିଦେଶୀ ପର୍ଯ୍ୟଟକଙ୍କ ଯଦି କିଛି ଅସୁବିଧା ହେଲା କିଏ ଦାୟୀ ହେବ

କୋରାପୁଟର ପ୍ରାକୃତିକ ମନଲୋଭା ଦୃଶ୍ୟକୁ ଉପଭୋଗ କରିବାକୁ ଆସୁଛନ୍ତି ଦଳ ଦଳ ବିଦେଶୀ ପର୍ଯ୍ୟଟକ । ହେଲେ ସେମାନଙ୍କ ସୁରକ୍ଷା ପାଇଁ ନାହିଁ କୌଣସି ପ୍ରକାର ବ୍ୟବସ୍ଥା । ଏବେଠୁ ଏ ସବୁ ଉପରେ ଧ୍ୟାନ ନଦେଲେ ଓଡିଶାରୁ ଗାଏବ ହୋଇଯିବେ ବିଦେଶୀ ପର୍ଯ୍ୟଟକ

tragic story
ରାତି ଅନ୍ଧାରରେ ଗାଁ ଦାଣ୍ଡରେ ଡେଙ୍ଗୁରା ବାଜୁଛି ! ରାଉତ ପରିବାରକୁ ନିଆଁ ପାଣି ବାସନ୍ଦ

ରାତି ଅନ୍ଧାରରେ ଗାଁ ଦାଣ୍ଡରେ ଡେଙ୍ଗୁରା ବାଜିଲା, ରାଉତ ପରିବାରକୁ ନିଆଁ ପାଣି ବାସନ୍ଦ । ବଲାଙ୍ଗୀର ସଦରଥାନା ଅନ୍ତର୍ଗତ ମିର୍ଦ୍ଧାପାଲିରେ ଗତକାଲି ରାତିରେ କଙ୍ଗାରୁ କୋର୍ଟରେ ନିଷ୍ପତ୍ତି ପରେ ବାସନ୍ଦ ସରୋଜ ରାଉତଙ୍କ ପରିବାର ଜୀବନ ପ୍ରତି ବିପଦ । ଭୟରେ ଘରେ ତାଲା ଦେଇ, ବିଲ ମଝିରେ ଥିବା ଧାନ ଖଳାରେ ପିଲାଛୁଆ ଧରି ଖରା କାକରରେ ପଡିଛନ୍ତି । କାହିଁକି ନା ତାଙ୍କୁ ନିଆଁ ପାଣି ବନ୍ଦ ।

Odisha Politics - BJD
ସାକାର ହେବ କି BJDର ଶହେ ବର୍ଷ କ୍ଷମତା ସ୍ୱପ୍ନ, ଦଳକୁ ଚଲାଇ ପାରିବ ତ ତୃତୀୟ ପିଢ଼ି ?

ବିଜେଡିରେ ଏବେ ତୃତୀୟ ପିଢ଼ିର ଦବ୍‌ଦବା । ପ୍ରଥମ, ଦ୍ୱିତୀୟ ଭଳି ଦଳ ପାଇଁ ସଫଳତା ଦୋହରାଇ ପାରିବ ତ ଏହି ପିଢ଼ି ? ସେମାନଙ୍କ ପାଖରେ ଅଛି କି ସେଭଳି ସାଂଗଠନିକ ଦକ୍ଷତା ? ନା କେବଳ କ୍ଷମତା କେନ୍ଦ୍ରର ହଁରେ ହଁ ଭରୁଥିବାରୁ ମିଳୁଛି ଗୁରୁତ୍ୱ । ବିଜେଡିରେ ଏବେ ନୂଆ ଜେନେରସନ୍ ରାଜନୀତିକୁ ନେଇ ଚର୍ଚ୍ଚା । କାରଣ ଧାମନଗର ଉପନିର୍ବାଚନରେ ଦାୟିତ୍ୱ ନେଇଥିଲା ତୃତୀୟ ପିଢ଼ି, ଆଉ ସେଠାରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଲା । ତେବେ ପଦ୍ମପୁରରେ କୋର୍ସ କରେକ୍ସନ କରି ସବୁ ପିଢ଼ି ଏକାଠି ଲଢ଼ିଲେ, ଦଳ ପାଇଲା ରେକର୍ଡ ବିଜୟ ।

Puri Lord Jagannath
ଅବ୍ୟବସ୍ଥିତ ବନ୍ଦୋବସ୍ତରେ କଲବଲ ଜଗା ଭକ୍ତ, ମିରିଚିକୋଟ ଯାଏଁ ଲମ୍ବିଲା ବ୍ୟାରିକେଡ୍

ଅସମ୍ଭାଳ ଭି଼ଡ଼... ଅବ୍ୟବସ୍ଥିତ ବନ୍ଦୋବସ୍ତ.. ଅସ୍ତବ୍ୟସ୍ତ ଜନତା..। ଗଲା ଦୁଇ-ତିନି ଦିନ ଧରି ଶ୍ରୀକ୍ଷେତ୍ରରେ ଅନିୟନ୍ତ୍ରିତ ଭିଡ଼ ପାଇଁ କଲବଲ ହେଉଛନ୍ତି ଜଗା ଦର୍ଶନ ପାଇଁ ଆସୁଥିବା ଜନତା । ସ୍ଥିତି ଏଭଳି ହୋଇଥିଲା ଯେ ଗତକାଲି ବାଇଶି ପାହାଚରେ ଠେଲାପେଲାରେ ଅଣନିଃଶ୍ୱାସୀ ହୋଇ ଅଚେତ ହୋଇଯାଇଥିଲେ ମୟୂରଭଞ୍ଜର ୯ ଜଣ ହାଇସ୍କୁଲ୍ ଛାତ୍ରୀ । ଆଉ ମଙ୍ଗଳବାର ବି ଥିଲା ସମାନ ପରାସ୍ଥିତି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଅସମ୍ଭାଳ ଭିଡ଼ ସିଂହଦ୍ୱାର ନିକଟରୁ ଆରମ୍ଭ ହୋଇଥିବା ବ୍ୟାରିକେଡ୍ ବଢି ବଢି ମରିଚିକୋଟ୍ ଛକ ଟପିଛି ।

Fake Doctor
ଖୋଦ୍ ରାଷ୍ଟ୍ରପତିଙ୍କ ବ୍ଲକ୍‌ରେ ବି ମାତିଛନ୍ତି କ୍ୱାକ୍ ? ବେଧଡକ୍ କ୍ଲିନିକ୍ ଖୋଲୁଛନ୍ତି ନକଲି ଡାକ୍ତର

ଜଣେ କହୁଛନ୍ତି ଫୋଡ଼ା ଶିଖିଛି, ଯଦି କେହି ଇଞ୍ଜେକସନ୍ ଆଣୁଛି ମୁଁ ଫୋଡି ଦେଉଛି, ନ ହେଲେ ସେମିତି କିଛି ନାହିଁ । ଆଉ ଜଣେ କହୁଛନ୍ତି, ବାହାରୁ ନେଇ ଆସେ, ଥଣ୍ଡା କାଶ ହେଲେ ପାରାସିଟାମଲ ଦେଇ ଦିଏ । ଆମର ଏଠି ଡାକ୍ତର ନାହାନ୍ତି । ତେଣୁ ମୁଁ ଜାଣିଛି ବୋଲି ସାଧା ସିଧା ଔଷଧ ଦେଇ ଦେଉଛି ନ ହେଲେ ମୋର ସେମିତିି କିଛି ଶିକ୍ଷାଗତ ଯୋଗ୍ୟତା ନାହିଁ ।