‘ପ୍ରଗମନ’ ଆପ୍ ଜରିଆରେ ଦଳୀୟ ଟିକଟ୍ ବାଣ୍ଟିଛି କଂଗ୍ରେସ । କଂଗ୍ରେସକୁ କେତେ ସଫଳତା ଦେବ ‘ପ୍ରଗମନ’ ଆପ୍, ବଢ଼ିଲା ଚର୍ଚ୍ଚା ।
ନିମାପଡାରେ ସମୀର ଦାଶଙ୍କ ଟିକେଟ କାଟ୍ ପରେ ସ୍ଥିତି ସଙ୍ଗୀନ । ବାଲିକୁଦା-ଏରସମା ଓ କାକଟପୁରରେ ବି ଅଙ୍କ ଅଛିଣ୍ଡା ।
ଟିକେଟ୍ ଲବିରେ ବହୁ ହେଭିୱେଟ୍ । କାହାକୁ ମ୍ୟାନେଜ୍ କରି କାହାକୁ ଛାଡ଼ିବେ ?
ଦୀର୍ଘ ଦିନ ହେବ ଗୌତମ ଜୟପୁରରେ ବିଜେପି ସଂଗଠନ କରିଛନ୍ତି । ଜୟପୁର ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା ଗୌତମ ।
ସୋନପୁରରେ ସାଧାରଣ ସଭା, ଭୁବନେଶ୍ବରରେ ନିର୍ବାଚନୀ ସମୀକ୍ଷା । କଣ୍ଟାବାଞ୍ଜିରୁ ନବୀନ ଲଢୁଥିବାରୁ ଚେକ୍ ଦେବାକୁ ଚର୍ଚ୍ଚା ।
ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ତାରିଖ ପାଖେଇ ଆସୁଥିବା ବେଳେ ବିଜେପିର ହେଭିୱେଟ ଅମିତ ଶାହ ପ୍ରଚାର କରିବେ ।
ବରିଷ୍ଠଙ୍କୁ କାଟିଲେ, ମହିଳାଙ୍କୁ ଦେଲେ। ବିଦ୍ରୋହକୁ ପ୍ରଶମିତ କରିବାକୁ ବିଜେଡି ଖେଳିଲା କି ମହିଳା କାର୍ଡ? ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫ ଜଣ ଟାଣୁଆ ବିଧାୟକଙ୍କ ଟିକଟ୍ କାଟିଛି ବିଜେଡି । ଏସବୁ ଭିତରେ କିନ୍ତୁ ଆହୁରି ୧୨ ଟିକେଟ୍ ଘୋଷଣା କରିବାକୁ ବାକି ଥିବାବେଳେ ବହୁ ଆଶାୟୀ କାରଣରୁ ସୁପ୍ରିମୋଙ୍କ ପାଇଁ ପ୍ରାର୍ଥୀ ଚୟନ ବେଶ୍ ଚାଲେଞ୍ଜିଂ ହେବ।
ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ ବିଜେଡି ଖେଳିଲା ବର୍ଷା, ସନା ସରପ୍ରାଇଜ୍ କାର୍ଡ । ବଡ଼ଚଣାରୁ ବିଧାୟକ ଅମର ଶତପଥୀଙ୍କୁ କାଟି ତାଙ୍କ ସ୍ଥାନରେ ଦି ଦିନ ପୂର୍ବରୁ ଶଙ୍ଖ ଧରିଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦଳ ଟିକେଟ୍ ଦେଇଛି, ଆଉ ଦଳରେ ବିଧିବଦ୍ଧ ଯୋଗ ନଦେଇ ବି ଚମ୍ପୁଆ ପାଇଁ ଟିକେଟ୍ ହାତେଇଛନ୍ତି କେନ୍ଦୁଝର ଜିଲ୍ଲାର ବାହୁବଳୀ ନେତା ସନା ମହାକୁଡ଼ ।
ନବୀନଙ୍କ ସହ ସାମ୍ନାସାମ୍ନି ଲଢ଼ିବ ବିଜେପି । ଓଡ଼ିଆ ଭାଷା, ସଂସ୍କୃତି ଓ ଅସ୍ମିତା ପାଇଁ ହେବ ଲଢ଼େଇ । ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବା ନିଷ୍ପତ୍ତି ପଛରେ କାରଣକୁ ସାମ୍ନାକୁ ଆଣି, ଗତକାଲି ଦ୍ୱନ୍ଦ୍ୱ ଦୂର କରିଛନ୍ତି ଅମିତ୍ ଶାହ । ପ୍ରଥମ ଥର ପାଇଁ କେନ୍ଦ୍ରୀୟ ନେତୃତ୍ୱଙ୍କ ପକ୍ଷରୁ ଏମିତି ମନ୍ତବ୍ୟ ଆସିବା ପରେ ଉତ୍ସାହିତ ବିଜେପି ନେତା ଓ କର୍ମୀ ।
ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ଦଳ ପ୍ରାର୍ଥୀ କରିଛି। ତାଙ୍କୁ ନିମାପଡ଼ା ଟିକେଟ ଦିଆଯାଇଛି।
ଆଗରୁ କ୍ରାଉଡ୍ ପୁଲର୍ ଭାବେ ଦଳ ପାଇଁ ପ୍ରଚାର କରୁଥିଲେ। ଦି' ଦିନ ତଳେ ଶଙ୍ଖ ଧରୁ ଧରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ହାତରେ ଟିକେଟ୍ ଧରାଇଦେଲା ବିଜେଡି। ତାହା ପୁଣି ବଡ଼ଚଣାରୁ, ଛ ଥରର ବିଧାୟକ ଅମର ଶତପଥୀଙ୍କ ସିଟରୁ।
୩ ଲୋକସଭା ଓ ୧୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି।
ରଘୁନାଥ ସାହୁ ଚିଲିକା ବିଧାନସଭା ଆସନରେ ବିଜେଡିରୁ ନିର୍ବାଚନ ଲଢ଼ିବେ। ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିବା ପରେ ସାମ୍ନାକୁ ଆସିଛି ପ୍ରସନ୍ନ ପାଟ୍ଟଶାଣୀଙ୍କ ପ୍ରେସ୍ ବାର୍ତ୍ତା।
ମିଡିଆ ଓ ଅନ୍ୟ ବାଟ ଜରିଆରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିଲା ବିଜେଡି। ଏବେ ଯେଉଁ ମୁହାଁମୁହିଁ ଲଢ଼େଇ ହେବ, ତାର ଫଳାଫଳ କଣ ହେବ, ତାହା ସମସ୍ତେ ଜାଣିଛନ୍ତି।
ସୁଧାଂଶୁ ଶେଖର ପରିଡ଼ାଙ୍କ ଜାଗାରେ ବିଦ୍ୟାସ୍ମିତା ମହାଳିକ ପ୍ରାର୍ଥୀ ହୋଇଛନ୍ତି । ଚିଲିକାରୁ ପ୍ରାର୍ଥୀ ହୋଇଛନ୍ତି ରଘୁନାଥ ସାହୁ । ସେଠାରେ ଆଗରୁ ବିଜେଡିର ବିଧାୟକ ଥିଲେ ପ୍ରଶାନ୍ତ ଜଗଦ୍ଦେବ। ପ୍ରଶାନ୍ତଙ୍କୁ ବିଜେଡି ଦଳରୁ ବହିଷ୍କାର କରିଛି ।
ବଡ଼ଚଣାରୁ ସରପ୍ରାଇଜ୍ କାର୍ଡ ଖେଳିଛନ୍ତି ନବୀନ। ସେଠାରେ ବିଜେଡି ପ୍ରାର୍ଥୀ ହେଲେ ବର୍ଷା ପ୍ରିୟଦର୍ଶନୀ । ଅନ୍ୟମାନଙ୍କ ମଧ୍ୟରେ ଚିଲିକାରୁ ରଘୁନାଥ ସାହୁ, କେନ୍ଦ୍ରପଡ଼ାରୁ ଗଣେଶ୍ୱର ବେହେରା, ଆନନ୍ଦପୁରରୁ ଅଭିମନ୍ୟୁ ସେଠୀ, ସାରସକଣାରୁ ଦେବାଶିଷ ମାରାଣ୍ଡି, କରଞ୍ଜିଆରୁ ବାସନ୍ତୀ ହେମ୍ବ୍ରମ, ଚମ୍ପୁଆରୁ ସନା ମହାକୁଡ଼, ରେମୁଣାରୁ ବିଦ୍ୟାସ୍ମିତା ମହାଲିକ, ସିମୁଳିଆରୁ ସୁଭାସିନି ସାହୁ ।
ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେଡି । ବଡ଼ଚଣାରୁ ମିଳିଲା ସରପ୍ରାଇଜ୍, ପ୍ରାର୍ଥୀ ହେଲେ ବର୍ଷା ପ୍ରିୟଦର୍ଶନୀ । ବର୍ଷାଙ୍କ ପ୍ରାର୍ଥୀତ୍ୱ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବେଲଗୁଣ୍ଠା ବ୍ଲକ୍ ଉଢୁରା ଗାଁଟି ସୁରୋଡ଼ା ନିର୍ବାଚନମଣ୍ଡଳୀରେ ଯାଉଛି। ତେଣୁ ଶୁକ୍ରବାର ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଓ ତାଙ୍କ ପତ୍ନୀ ତଥା ବିଧାୟକ ପ୍ରାର୍ଥୀ ସଂଘମିତ୍ରା ସ୍ୱାଇଁ ପ୍ରଚାର କରିବାକୁ ଯାଇଥିଲେ।
କଂଗ୍ରେସ ଏଥର ୯ରୁ ୯୦ ନା ଜିରୋ ହେବ ବୋଲି ସେ ସମର୍ଥକଙ୍କୁ ପଚାରୁଛନ୍ତି। ତେବେ ଏନେଇ ଚିରଞ୍ଜୀବ ବିଶ୍ୱାଳ, ପ୍ରଶାନ୍ତ ମୁଦୁଲି, ବିଜେଡି କି କଂଗ୍ରେସର ପ୍ରତିକ୍ରିୟା ମିଳିପାରିନାହିଁ ।
ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ବଦଳୁଥିବା ରାଜନୈତିକ ସମୀକରଣ କାହାକୁ ଦେବ ଫାଇଦା । ଯେଉଁଥିପାଇଁ ସୁରଙ୍କ ପୁଅ ମନ୍ମଥଙ୍କୁ ବିଜେଡି ଟିକେଟ ଦେଇଥିଲା ତାହା ବି ସେତେଟା ସଫଳ ହେଲା ପରି ଲାଗୁନି। କାହିଁକି ନା, ସୁରଙ୍କୁ କଂଗ୍ରେସ ବାସନ୍ଦ କରିବା ପରେ, ତାଙ୍କ ପକେଟ୍ ଭୋଟ୍ ଏବେ ମନ୍ମଥଙ୍କ ପାଖକୁ ଯିବ ନା କଂଗ୍ରେସ ଖାତାକୁ ଯିବ, ତାକୁ ନେଇ ଚର୍ଚ୍ଚା।
‘ଆମେ ଓଡ଼ିଶା ଜନତାଙ୍କୁ ବିନମ୍ର ପ୍ରାର୍ଥନା କରୁଛୁ ମୋଦିଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ପାଇଁ ସୁଯୋଗ ଦିଅନ୍ତୁ। ଯେଉଁଠି ମୋଦିଙ୍କ ନେତୃତ୍ୱର ବିଜୟ ହୋଇଛି, ସେଠି ବିକାଶର ଗତି ତ୍ୱରାନ୍ୱିତ ହୋଇଛି।’
ସମାଜ କ’ଣ ‘ରାଜନୈତିକ ସମ୍ମୋହନ’ ଭିତରଦେଇ ଗତି କରୁଛି କି? କାରଣ ନିର୍ବାଚନୀ ଚରଣରେ ସାମାଜିକ, ଅର୍ଥନୈତିକ ଓ ନିରାପତ୍ତାକୁ ନେଇ ଯେଉଁ ଗମ୍ଭୀର ଉଦ୍ବେଗଜନକ ତଥ୍ୟ ଓ ପ୍ରସଙ୍ଗ ସବୁ ସାମ୍ନାକୁ ଆସିଛି ତାହା ରାଜ୍ୟର ବୁଦ୍ଧିଜୀବୀମାନଙ୍କୁ ଗଭୀର ଚିନ୍ତାରେ ପକାଇଛି।
ପାଟ୍ଟଶାଣୀ ବିଜେପି ସହ ଆଲୋଚନା କରିଥିବା ମଧ୍ୟ କୁହାଯାଉଛି। ତେବେ ଏନେଇ ପାଟଶାଣୀଙ୍କ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରିନାହି।
ନୋଟାରେ ଭୋଟ୍ ଦେବାକୁ ଭୋଟରଙ୍କ ଚେତାବନୀ । ସରକାର ପ୍ରତିଶ୍ରୁତି ପାଳନ କରିନାହାନ୍ତି କହିଲା କଂଗ୍ରେସ ।
ଖୁବଶୀଘ୍ର ବିଜେପିରେ ଯୋଗଦେବେ ବିଜେଡିର ଆଉ କିଛି ହେଭିୱେଟ୍। ଭୁବନେଶ୍ୱରରେ ପହଞ୍ଚିବା ପରେ ଏହି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ।