Advertisment

ପୁରୀରେ ଏଥର ମୁଖ୍ୟ ମୁଦ୍ଦା, କିଏ ଖୋଲିବ ଶ୍ରୀମନ୍ଦିରର ଚାରିଦୁଆର ?

ନୋଟାରେ ଭୋଟ୍ ଦେବାକୁ ଭୋଟରଙ୍କ ଚେତାବନୀ । ସରକାର ପ୍ରତିଶ୍ରୁତି ପାଳନ କରିନାହାନ୍ତି କହିଲା କଂଗ୍ରେସ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Odisha Politics, Puri

Odisha Politics, Puri

ନିର୍ବାଚନ ଯେତିକି ପାଖେଇ ଆସୁଛି ପୁରୀରେ ସେତିକି ପ୍ରସଙ୍ଗ ଭିତ୍ତିକ ହେଉଛି ରାଜନୀତି । ନିର୍ବାଚନର ରଣହୁଙ୍କାର ଦେଲେଣି ବିଭିନ୍ନ ଦଳୀୟ ପ୍ରାର୍ଥୀ। ଶୋଭାଯାତ୍ରା ଠାରୁ ଆରମ୍ଭ କରି ଦଳୀୟ ସଭା ଓ ଘର ଘର ବୁଲି ପ୍ରଚାର ଆରମ୍ଭ କଲେଣି। ଏଥର ଭୋଟର ଭିନ୍ନ ଭିନ୍ନ ପ୍ରସଙ୍ଗକୁ ଗୁରୁତ୍ୱ ଦେଉଛନ୍ତି।

Advertisment

ସେବାୟତଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବାସିନ୍ଦା ଶ୍ରୀମନ୍ଦିରର ଚାରିଦୁଆର ଖୋଲିବା ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଉଛନ୍ତି। କାରଣ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶେଷ ହେବା ପରେ ସ୍ଥାନୀୟ ବାସିନ୍ଦା ଚିନ୍ତା କରିଥିଲେ ଶ୍ରୀମନ୍ଦିରର ଚାରିଦୁଆର ଖୋଲିବ। କିନ୍ତୁ ପ୍ରଶାସନ ଚାରିଦୁଆର ଖୋଲିନଥୁବାରୁ ସାଧାରଣ ଭୋଟର ନଛୋଡବନ୍ଧା । ଯେଉଁ ପ୍ରାର୍ଥୀ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବ ତାକୁ ହିଁ ପୁରୀରୁ ଭୋଟ ମିଳିବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ଶ୍ରୀମନ୍ଦିର ଚାରିଦୁଆର ଯଦି ନ ଖୋଲାଯାଏ ତେବେ ନୋଟାରେ ଭୋଟ ଦେବା ଲାଗି ଧମକ ଦେଇଛନ୍ତି। ସେପଟେ ସେବାୟତ ମାନେ ମଧ୍ୟ ନିର୍ବାଚନ ପ୍ରସଙ୍ଗରେ ଚାରିଦୁଆର ଖୋଲିବା ରଖିଛନ୍ତି। 

Advertisment

କଂଗ୍ରେସ ପ୍ରାର୍ଥୀ କହିଛନ୍ତି କଂଗ୍ରେସର ମୁଖ୍ୟ ମୁଦ୍ଦା ଥିଲା ଚାରିଦୁଆର ଖୋଲିବା । ପ୍ରଦେଶ କଂଗ୍ରେସ ଅଧକ୍ଷ ଓ ବରିଷ୍ଠ ନେତା ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ । ଏମିତିକି ତୁଳସୀ ଶୋଭାଯାତ୍ରା ବି କରିଥିଲେ। ତେବେ ସରକାର ଚାରିଦୁଆର ଖୋଲିବା ପାଇଁ ଦେଇଥିବା ପ୍ରତିଶ୍ରୁତି ପାଳନ କରିନଥିବା କଂଗ୍ରେସ କହିଛି। 

ସେହିପରି ଚାରିଦୁଆର ଖୋଲାନଯିବା ପ୍ରସଙ୍ଗରେ ସ୍ଥନୀୟ ପ୍ରଶାସନ ଓ ସରକାରଙ୍କୁ ବିଜେପି ଦାୟୀ କରିଛି। ଅନ୍ୟପଟେ ବିଜେଡି ଜିଲ୍ଲା ସଭାପତିଙ୍କ ସଫେଇ, ବିଜେପି ପ୍ରାର୍ଥୀ ବିଧାୟକ ଥିଲେ ମଧ୍ୟ ଚାରିଦୁଆର ଖୋଲିବା ପାଇଁ ଆଦୌ ଚେଷ୍ଠା କରିନାହାଁନ୍ତି ।

ଅନ୍ୟପଟେ ୨୪ ମହାସଂଗ୍ରାମ ପାଇଁ ରାଜ୍ୟରେ ଆରମ୍ଭ ହୋଇସାରିଚି ପ୍ରକ୍ରିୟା । ମେ' ୧୩ ଭୋଟ୍ ପାଇଁ ଗତକାଲି ବାହାରିଛି ବିଧିବଦ୍ଧ ବିଜ୍ଞପ୍ତି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏହା ଅଧିନ ସମସ୍ତ ୨୮ଟି ବିଧାନସଭା ଆସନରେ ଭୋଟ୍ ପଡ଼ିବ। ଏଥିପାଇଁ ବ୍ୟାପକ ବନ୍ଦୋବସ୍ତ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ସବୁଠି ସକାଳ ୭ଟାରୁ ମତଦାନ ଆରମ୍ଭ ହେବ। ହେଲେ ଭୋଟର ଓ ପୁଲିଂ ପାର୍ଟିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ମତଦାନ ଶେଷ ସମୟକୁ ଭିନ୍ନ ଭିନ୍ନ ରଖାଯାଇଛି । କେଉଁଠି ଅପରାହ୍ନ ୪ଟାରେ ଭୋଟ୍ ଗ୍ରହଣ ଶେଷ ହେବାକୁ ଥିଲା ବେଳେ କେଉଁଠି ୫ଟା, ପୁଣି କେଉଁଠି ୬ଟାରେ ସରିବ ଭୋଟ୍ ।

BJD BJP Congress Lord Jagannath Odisha Politics General Election 2024
Advertisment
Advertisment