Advertisment

‘ବିଜେପିରେ ଯୋଗଦେବେ ଆଉ କିଛି ବିଜେଡିର ହେଭିୱେଟ୍‌ ନେତା’

ଖୁବଶୀଘ୍ର ବିଜେପିରେ ଯୋଗଦେବେ ବିଜେଡିର ଆଉ କିଛି ହେଭିୱେଟ୍। ଭୁବନେଶ୍ୱରରେ ପହଞ୍ଚିବା ପରେ ଏହି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ।

author-image
Sujit kumar Swain
ଅଦ୍ୟତନ ହୋଇଛି
Vijaypal Singh Tomar

Vijaypal Singh Tomar

ଦେଶରେ ଏବେ ମୋଦି ଲହର ଚାଲିଛି । ଖୁବଶୀଘ୍ର ବିଜେପିରେ ଯୋଗଦେବେ ବିଜେଡିର ଆଉ କିଛି ହେଭିୱେଟ୍। ଭୁବନେଶ୍ୱରରେ ପହଞ୍ଚିବା ପରେ ଏହି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର । ସେ କହିଛନ୍ତି ଆହୁରି ବଡ଼ ବଡ଼ ନେତା ବିଜେପିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Advertisment

 ସେହିପରି ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ରାଜ୍ୟ ବିଜେପିର ବଳକା ପ୍ରାର୍ଥୀ ତାଲିକା ଘୋଷଣା ହେବ ବୋଲି ତୋମାର କହିଛନ୍ତି। ଏଥର ଓଡିଶାରେ ବିଜେପି ସରକାର ଏବଂ କେନ୍ଦ୍ରରେ ବି ବିଜେପି ସରକାର ହେବ ବୋଲି କହିଛନ୍ତି ବିଜୟ ପାଲ୍ ସିଂ ତୋମାର ।

ଅଧିକ ପଢ଼ନ୍ତୁ: ବିଜେଡି ଛାଡିବେ ପ୍ରସନ୍ନ ପାଟ୍ଟଶାଣୀ, ବିଜେପି ସହ କରୁଛନ୍ତି କି ଭିତିରି ଆଲୋଚନା !

Advertisment

ଅନ୍ୟପଟେ ଦେଖିବାକୁ ଗଲେ ତିନି ଦଳର କେତେ ଟିକେଟ୍ ଆହୁରି ଘୋଷଣା ହେବାକୁ ବାକି ରହିଛି । ବିଜେପି ସମସ୍ତ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ୧୩୩ ବିଧାନସଭାରେ ନିଜ ଯୋଦ୍ଧାଙ୍କ ନାଁ ଘୋଷଣା ହୋଇଛି । ଏବେ ବି ବିଜେପିର ୧୪ ଆସନ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି । ସବୁଠୁ ପଛରେ ରହିଛି କଂଗ୍ରେସ । ଏବେ ବି ୨୧ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିନି ହାତ ।

ଶାସକ ବିଜେଡି ଏବେ ଯାଏଁ ୧୨୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି, ଆହୁରି ୨୧ ବିଧାନସଭା ଆସନରେ କିଏ ପ୍ରାର୍ଥୀ ହେବ ତାକୁ ନେଇ ଜାରି ରହିଛି କଳ୍ପନାଜଳ୍ପନା । ବିଜେଡି ସମସ୍ତ ୨୧ ଲୋକସଭା କ୍ଷେତ୍ରରେ ନିଜ ଯୋଦ୍ଧାଙ୍କୁ ଓହ୍ଲାଇ ସାରିଛି । 

ଏପଟେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ସହ ଆରମ୍ଭ ହୋଇଛି ସାଧାରଣ ନିର୍ବାଚନ। ଆଜି ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନରେ ମତଦାନ ହେଉଛି। ମକ୍ ପୋଲ୍ ପରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ। କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଚାଲିଛି ଭୋଟ୍ ଗ୍ରହଣ ।  

BJD BJP Odisha Politics General Elections 2024
Advertisment
Advertisment