ମାପିଚୁପି ଟିକେଟ୍ ଘୋଷଣା କରୁଛି ବିଜେଡି। ଗୋଷ୍ଠୀ କନ୍ଦଳ ଓ ଦଳ ଡିଆଁ ଭୟ ଘାରିଛି ଶାସକ ଦଳକୁ। ଯେଉଁଥି ପାଇଁ ବିଜେଡି ଓ ବିଜେପି ଭିତରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ରାଜ୍ୟର ପ୍ରାୟ ୧୮ ନିର୍ବାଚନ ମଣ୍ଡଳୀରେ ଉଭୟ ଦଳ ଏପର୍ଯ୍ୟନ୍ତ ଟିକେଟ ଘୋଷଣା କରିନାହାନ୍ତି।
ରାଜ୍ୟବ୍ୟାପି ଲାଗିରହିଥିବା ଅସନ୍ତୋଷ, ବିଦ୍ରୋହ ଓ ଇସ୍ତଫା ରାଜନୀତି ଭିତରେ କେନ୍ଦ୍ରାପଡ଼ା ବିଜେଡିରେ ତେଜିଛି ଅସନ୍ତୋଷ।
୨୪ ମହାସଂଗ୍ରାମ ପାଇଁ ପ୍ରାର୍ଥୀ ବଛା କସରତ୍ ଭିତରେ ପୂରା ସ୍ପଷ୍ଟ ହୋଇଯାଇଛି ବଲାଙ୍ଗିର ବିଧାନସଭା କ୍ଷେତ୍ରରେ ଲଢ଼େଇର ଚିତ୍ର। ଉଭୟ ବିଜେଡି ଓ କଂଗ୍ରେସ. ପୁରୁଣା ଚେହେରାଙ୍କ ଛାଇରେ ସେମାନଙ୍କ ଦାୟଦଙ୍କୁ ଏଥର ମୈଦାନକୁ ଛାଡ଼ିଛନ୍ତି, ତ ଏ ଦୁଇ ଦଳଙ୍କୁ ଟକ୍କର ଦେବାକୁ ଏଥର ବି ନୂଆ ମୁହଁଙ୍କୁ ପ୍ରାର୍ଥୀ କରିଛି ବିଜେପି।
ଦିନକୁ ଦିନ ଯାଜପୁର ଜିଲ୍ଲାର କୋରେଇ ବିଧାନସଭା ଆସନରେ ରୋଚକ ହେଉଛି ରାଜନୀତି। ଗୋଟିଏ ପଟେ ବିଜେପି ଯୋଦ୍ଧା ଘୋଷଣା କରି ସାରିଥିବାବେଳେ ବିଜେଡି ପ୍ରାର୍ଥୀ ଘୋଷଣା ଝୁଲାଇ ରଖିଛି ତ କଂଗ୍ରେସ କସରତରେ ଅଟକିଛି। ତେବେ ୟା ଭିତରେ ଉକ୍ତ ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଯାଇଛି ଘଡ଼େଇ ବନାମ ଦାସ ପରିବାରର ଲିଗାସି ୱାର।
ବାଲେଶ୍ବର ଲୋକସଭା ଓ ବାକି ଥିବା ୩୯ ବିଧାନସଭାରେ କାହାକୁ ପ୍ରାର୍ଥୀ କରିବ ସେ ନେଇ ଅକଳରେ ବିଜେଡି। ସବୁଠୁ ବେଶି ଅଛିଣ୍ଡା ଅଙ୍କ ଭୁବନେଶ୍ବର ମଧ୍ୟ, ଜଗତସିଂହପୁରର ପାରାଦୀପ ଏବଂ ଏରସମା-ବାଲିକୁଦାରେ। କାହା ଟିକେଟ କାଟିବେ କାହାକୁ ରଖିବେ ସେ ନେଇ ହାଇପର ଟେନସନରେ ସୁପ୍ରିମୋ।
ଜିଲ୍ଲାର ଦୁଇ ଟାଣୁଆ ନେତା ସ୍ୱର୍ଗତ ଅଶୋକ ଦାସଙ୍କ ପୁଅ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ପ୍ରାର୍ଥୀ ହେବା ଓ ପ୍ରଫୁଲ୍ଲ ଘଡ଼େଇଙ୍କ ପୁଅ ପ୍ରୀତିରଞ୍ଜନ ଘଡ଼େଇଙ୍କ ନାଁ ସୁକିନ୍ଦା ବିଧାନସଭା ଆସନ ପାଇଁ ଘୋଷଣା ହେବା ପରେ ଏବେ ଚର୍ଚ୍ଚା କିଏ ହେବେ କୋରେଇରୁ ଶଙ୍ଖ ଦଳର ଯୋଦ୍ଧା ?
ଅଙ୍କ ଛିଡୁନି, ଅକଲ ଗୁଡୁମ୍। ବଳକା ୩୯ ବିଧାନସଭା ଆସନକୁ ନେଇ ବିଜେଡିର ଏବେ ବେଶି ମୁଣ୍ଡବିନ୍ଧା। ୨୦ରୁ ଅଧିକ ଆସନରେ ନିଷ୍ପତ୍ତି ଟଳମଳ।
ନଳିନୀ ପ୍ରଧାନଙ୍କୁ ଦଳ ଟିକେଟ ଦେବାରୁ ବିଜେଡି ଛାଡ଼ିଥିଲେ ରମେଶ। ଆଜି ବିଜେପିରେ ସାମିଲ ହୋଇଛନ୍ତି ରମେଶ ଚନ୍ଦ୍ର ସାଏ।
ବିଜେପିରେ ଯୋଗଦେବା ପରେ ବିଜେଡି ଉପରେ ବର୍ଷିଛନ୍ତି ଅମରେନ୍ଦ୍ର। ସେ କହିଛନ୍ତି, ଯେଉଁଘରକୁ ଆମେ ୨୭ବର୍ଷ ହେଲା ପରିଶ୍ରମ କରି ତୋଳିଥିଲୁ, ସେହିଘରେ ପେଇଙ୍ଗ ଗେଷ୍ଟକୁ ସ୍ୱାଗତ କରାଯାଉଛି।
୧୯୮୯ରୁ ୧୯୯୧ ଯାଏ ସେ ଦେବଗଡ଼ରୁ ଜନତା ଦଳ ସାଂସଦ ଥିଲେ। ୨୦୦୯ରେ ବିଜେଡି ଟିକଟରେ ପାଲଲହଡ଼ାରୁ ବିଧାୟକ ହୋଇଥିଲେ। ଏପରିକି ଦଳର ମୁଖ୍ୟ ସଚେତକ ହୋଇଥିଲେ। ୨୦୧୯ରେ ବିଜେଡି ବିଧାୟକ ଟିକଟ ନ ମିଳିବାରୁ ବିଜେପିରେ ସାମିଲ ହୋଇଥିଲେ ରବି ପାଣି।
ଜଣେ ପରେ ଜଣେ ଟାଣୁଆ ନେତା ବିଜେଡି ବିରୋଧରେ ସ୍ୱର ଶାଣିତ କରି ଦଳ ଛାଡୁଛନ୍ତି । ଆଉ ଏହି ତାଲିକାରେ ଏବେ ଯୋଡ଼ି ହୋଇଛନ୍ତି ବରିଷ୍ଠ ନେତା ରାମଚନ୍ଦ୍ର ପଣ୍ଡା । ଦଳରେ ଗଣତନ୍ତ୍ର ନଥିବା କହି ବର୍ଷିଲେ । ଗୋଟିଏ ପୃଷ୍ଠାରେ ନିଜର ଅସନ୍ତୋଷ ଝାଡ଼ି ଦଳ ଛାଡ଼ିଛନ୍ତି ।
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
ରାଜଧାନୀରେ ବିଜେଡି କଳି ନେଲା ଉଗ୍ର ରୂପ। ଭୁବନେଶ୍ୱର ଏକାମ୍ର ଓ ଉତ୍ତର ନିର୍ବାଚନ ମଣ୍ଡଳୀ ଟିକେଟ ଘୋଷଣା ହୋଇଥିଲେ ବି ପ୍ରବଳ ବିଦ୍ରୋହ ପାଇଁ ଲଟକି ରହିଛି ମଧ୍ୟ ନିର୍ବାଚନ ମଣ୍ଡଳୀ। ଏକାମ୍ରରେ ବି ପ୍ରବଳ ଅସନ୍ତୋଷ। ବିଦ୍ରୋହୀ ସ୍ବାଧୀନ ଭାବେ ଲଢ଼ିବାକୁ ଘୋଷଣା କଲେଣି। ଏଭଳି ସ୍ଥଳେ ରାଜଧାନୀ ଭୋଟ ବ୍ୟାଙ୍କ୍କୁ ଦଳ କେମିତି ବଞ୍ଚାଇବ ତାକୁ ନେଇ ଚିନ୍ତାରେ ଦଳପତି।
ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ଆରମ୍ଭ ହୋଇଛି ଇସ୍ତଫାର ଲମ୍ବା ଲାଇନ୍। ଶୀର୍ଷ ନେତୃତ୍ବଙ୍କ ଆଶ୍ବାସନାକୁ ଭରସାକୁ ନେଇପାରୁନାହାନ୍ତି ଅଧିକାଂଶ ନେତା। ସିଟିଂ ଏମ୍ଏଲ୍ଏ ପର୍ଶୁରାମ ଧଡ଼ାଙ୍କଠାରୁ ଆରମ୍ଭ କରି ଉପକୂଳରୁ ଉପାନ୍ତ ଯାଏଁ ସବୁଠି ଆଶାୟୀମାନେ ଦଳ ଛାଡୁଛନ୍ତି। ସେପଟେ ବିଜେଡି କହିଛି, ଏଥର ବିଦ୍ରୋହ ଅଧିକ ଅଛି, କିନ୍ତୁ ଦଳ ମ୍ୟାନେଜ୍ କରିନେବ।
ପଲିଟିକାଲ୍ ମୈଦାନରେ ଏଥର ବି ହେବ ରୋଚକ ଲଢ଼େଇ। ଓଡ଼ିଶା ଦେଖିବ ଫ୍ୟାମିଲି ଫାଇଟ୍। କେଉଁଠି ସାନ ଭାଇ ବନାମ୍ ବଡ଼ଭାଇ ମଧ୍ୟରେ ବଳ କଷାକଷି ତ ଆଉ କେଉଁଠି ଖୁଡ଼ୀ-ପୁତୁରାଙ୍କ ମଧ୍ୟରେ ହେବ କାଣ୍ଟେ କା ଟକ୍କର୍। ଏହି କ୍ରମରେ ଆଜି ଆସନ୍ତୁ ଦେଖିବା ହାଇଭୋଲଟେଜ୍ ଫ୍ୟାମିଲି ଟକ୍କରକୁ ନେଇ ଚିକିଟି ଏବଂ ନବରଙ୍ଗପୁରରୁ ଏକ ରିପୋର୍ଟ।
ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ଅଣାୟତ୍ତ ସ୍ଥିତି । ୨୪ ଘଣ୍ଟା ଭିତରେ ଦଳ ଛାଡ଼ିଲେଣି ୫ ବରିଷ୍ଠ ନେତା
ଝୁଲି ରହିଛି ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀ ଭାଗ୍ୟ । ସ୍ୱାଧୀନ ଭାବେ ଲଢ଼ିବାକୁ ବିରଞ୍ଚିଙ୍କ ଘୋଷଣା ପରେ ଅକଳରେ ଦଳ ।
ଏପଟେ ହାତ ଦଳରେ ଅତଡ଼ା ଧସିବା ସ୍ଥିତି। ପ୍ରତିଦିନ ଦଳକୁ ବାଏ ବାଏ କରି ଚାଲିଛନ୍ତି ଜଣଙ୍କ ପରେ ଜଣେ ହେଭିୱେଟ୍। 24 ମହାଲଢ଼େଇ ସଜବାଜ ଭିତରେ ଡଜନେରୁ ଅଧିକ ନେତା ହାତ ଛାଡ଼ି ଅନ୍ୟ ଦଳକୁ ଡେଇଁଲେଣି। ଆଉ ଏପଟେ ବିଳମ୍ବରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରଠୁ ତ ଅସମ୍ଭାଳ ସ୍ଥିତି। କେଉଁଠି ବିଦ୍ରୋହ ତ କେଉଁଠି ଅସନ୍ତୁଷ୍ଟଙ୍କ ମେଳି ଦଳର ଟେନସନ୍ ବଢ଼େଇ ଦେଇଛି।
ବିଧାୟକ ବିରୋଧୀ ପ୍ରଚାର ପାଇଁ ଚେତାବନୀ । କୁଜଙ୍ଗରେ ମେଳି ବାନ୍ଧିଲେ ବିଜେଡି କର୍ମୀ ।
ଟିକେଟ୍ ନମିଳିବା ପରେ ଦଳ ଛାଡ଼ିଛନ୍ତି ଅନେକ ଦୃଢ଼ ସଂଗଠକ। ଦଳ ସେମାନଙ୍କୁ ଅଣଦେଖା କରିଥିବା ନେଇ ଖୋଲା ଖୋଲି ବୟାନ ବାଜି କରିବା ସହ ସିଧାସଳଖ ନେତୃତ୍ୱଙ୍କ ଉପରେ ଝାଡ଼ିଛନ୍ତି ଅସନ୍ତୋଷ।
କେଉଁଠି ସାନ ଭାଇ ବନାମ୍ ବଡ଼ଭାଇ ମଧ୍ୟରେ ବଳ କଷାକଷି ତ ଆଉ କେଉଁଠି ଖୁଡ଼ୀ-ପୁତୁରାଙ୍କ ମଧ୍ୟରେ ହେବ କାଣ୍ଟେ କା ଟକ୍କର୍।
୨୪ ମହାଲଢ଼େଇ ବେଳେ ରାଜ୍ୟ କଂଗ୍ରେସରେ ମହାସଂଗ୍ରାମ ନାରା ୯ରୁ ୯୦। ହେଲେ ନିଇତି ଦଳ ଛା଼ଡ଼ିଚାଲିଛନ୍ତି ଜଣଙ୍କ ପରେ ଜଣେ ହେଭିୱେଟ୍ ନେତା।
ଆକାଶ ଦାସ ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେପି । ରୋଚକ ହେଉଛି କୋରେଇ ଲଢେଇ ।
କିଛିଦିନ ତଳେ ବିଧିବଦ୍ଧ ଭାବେ ଶଙ୍ଖ ଧରିଥିଲେ କଂଗ୍ରେସ ନେତା ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ। ଆଜି ପିସିସି ସଭାପତିଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଛନ୍ତି ବାପି ସର୍ଖେଲ।
ଏହି ଅବସରରେ ସେ କହିଛନ୍ତି କଂଗ୍ରେସରେ ରହିଲେ, ସବୁବେଳେ ସନାତନ ବିରୋଧରେ ମନ୍ତବ୍ୟ ଦେବାକୁ ହେବ । ଯାହାକି ମୋର ଇଚ୍ଛା ବିରୁଦ୍ଧ । କଂଗ୍ରେସରେ ରହିଲେ ପ୍ରତିଦିନ ସକାଳୁ ଉଠି ଦେଶର ବିକାଶରେ ଲାଗିଥିବା ବ୍ୟକ୍ତିଙ୍କୁ ଗାଳି କରିବାକୁ ପଡ଼େ ।