ଆଗେ ଲୋକସଭା ପାଇଁ ଯାଜପୁରରୁ ନେତା ଆଣି ଥୋପିଲେ, ଆଉ ଏବେ ବିଧାନସଭା ପାଇଁ ଜଣେ ଅନିଛୁକ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି ବିଜେଡି। ଆମେ କହୁଛୁ ସମ୍ବଲପୁର କଥା। କାଲି ଏ ସିଟ୍ ରେ ଭେଟେରାନ୍ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ସେ କୁଆଡ଼େ ଖୁସିନଥିବା ଚର୍ଚ୍ଚା ହେଉଛି।
ବିଜେଡିକୁ ମ୍ୟାଜିକ୍ ଫଳ ଦେବ କି ନମ୍ବର ନାଇନ୍ ? କାରଣ ଦଳ ଏବେ ସଂଖ୍ୟା ୯କୁ ବେଶି ଗୁରୁତ୍ବ ଦେଉଛି ଜ୍ୟୋତିଷଶାସ୍ତ୍ରୀଙ୍କ ପରାମର୍ଶ କ୍ରମେ ନା ଏହା ସଂଯୋଗ ମାତ୍ର, ତାକୁ ନେଇ ଚର୍ଚ୍ଚା।
ଭଦ୍ରକ ଲୋକସଭା କ୍ଷେତ୍ର ଅଧିନସ୍ଥ ଚର୍ଚ୍ଚିତ ବିଧାନସଭା ସିଟ୍ ଧାମନଗର। ୨ ଲକ୍ଷ ୪୩ ହଜାର ୭୩୪ ଜଣ ଭୋଟର । ପୂର୍ବରୁ କଂଗ୍ରେସର ଗଡ଼ ଥିବା ଏହି ନିର୍ବାଚନ ମଣ୍ଡଳୀକୁ ଦଶନ୍ଧି ଧରି କବଜାରେ ରଖିଥିଲା ବିଜେଡି। ହେଲେ ୧୯ ନିର୍ବାଚନ ଏବଂ ପରେ ୨୨ ଉପନିର୍ବାଚନରେ ଦେଖିବାକୁ ମିଳିଛି ବିଜେପିର ଦବଦବା।
ଦଳ ଏବେ ଟିକେଟ ପାଇଁ ଯେତିକି ଅଙ୍କ କଷୁଛି ତାଠୁ ବେଶି ଗୁରୁତ୍ୱ ଦେଉଛି ୯ ସଂଖ୍ୟାକୁ। ପ୍ରଥମ ପର୍ଯ୍ୟାୟରେ ଦଳ ୭୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା। ସାତରେ ଦୁଇ ମିଶାଇଲେ ଫଳ ଆସୁଛି ୯।
ପଦ୍ମ ପାଖୁଡ଼ାରେ ଓଡ଼ିଆ ତାରକା। ତାରକା ଶୂନ୍ୟ ଶଙ୍ଖ ଦଳ! ବିଜେଡିକୁ ବାଏ ବାଏ କଲେ ଅନ୍ୟତମ ଓଲିଉଡ୍ ଷ୍ଟାର ସିଦ୍ଧାନ୍ତ ମହାପାତ୍ର। ପରେ ପରେ ଆକାଶ ଦାସ ନାୟକ, ଅରିନ୍ଦମ ରାୟ। ଆଉ ପଛକୁ ପଛ ଅନୁଭବ ମହାନ୍ତି। ମାତ୍ର ଦିନ କେଇଟା ଭିତରେ ଆଗପଛ ହୋଇ ଏକପ୍ରକାର ତାରକା ଶୂନ୍ୟ ହୋଇଗଲା ବିଜେଡି।
ଆଗେ ଲୋକସଭା ପାଇଁ ଯାଜପୁରରୁ ନେତା ଆଣି ଥୋପିଲେ, ଆଉ ଏବେ ବିଧାନସଭା ପାଇଁ ଜଣେ ଅନିଚ୍ଛୁକ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି ବିଜେଡି । ସମ୍ବଲପୁର ସିଟ୍ ରେ ଭେଟେରାନ୍ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ସେ କୁଆଡ଼େ ଖୁସିନଥିବା ଚର୍ଚ୍ଚା ହେଉଛି ।
କେନ୍ଦ୍ରାପଡ଼ା ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ପ୍ରଚାର ଅଭିଯାନରେ ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ପ୍ରଥମେ ରାମନଗର ପହଞ୍ଚିବା ପରେ, ଦଳୀୟ କର୍ମୀ ମାନେ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ୱାଗତ କରିଥିଲେ ।
ମୈଦାନରେ ଆରମ୍ଭ ହୋଇଗଲାଣି ବଳ କଷାକଷି। ସାହି ଗଳିରେ ଚାଲିଲାଣି ଘମାଘୋଟ ପ୍ରଚାର।
ଯେଉଁଥିରେ ସାମିଲ ହୋଇଥିଲେ ପୁରୀ ବିଜେଡିର ଛାମୁଆ ନେତା ଓ କର୍ମୀ, ସାସଂଦ ପ୍ରାର୍ଥୀ ବି ଆସିଥିଲେ।
ଜୟଦେବ ବିଧାୟକ ଅରବିନ୍ଦ ଢାଲି ଓ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କୁ ଦଳ ବଦଳ ଅଭିଯୋଗରେ ସଭ୍ୟ ପଦ ହରାଇବାକୁ ପଡିଛି ।
ଦଳ ବଦଳ ଅଭିଯୋଗରେ ହରାଇଲେ ସଭ୍ୟ ପଦ । ସୁକାନ୍ତ ଓ ଅଧିରାଜଙ୍କ ବିରୋଧରେ କେବେ ଆକ୍ସନ ?
ବିଧାୟକ ପ୍ରାର୍ଥୀ ସୁନୀଲଙ୍କୁ ସପୋର୍ଟ କରୁନାହିଁ ଶୁଭାଶିଷଙ୍କ ଗୋଷ୍ଠୀ । ଉଭୟଙ୍କୁ ଶଙ୍ଖ ଭବନରେ ଟ୍ୟୁସନ, ଏକାଠି କାମ କରିବାକୁ ତାଗିଦ୍ ।
ଉପନିର୍ବାଚନର ବିଜେତା ପ୍ରାର୍ଥୀ ତଥା ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ରିପିଟ୍ କରିଛି ବିଜେପି। ସିଟିଂ ଏମଏଲଏ ସାଙ୍ଗକୁ ଯୁବନେତା ଏବଂ ଜିଲ୍ଲାର ଟାଣୁଆ ସଂଗଠକ। ନିର୍ବାଚନ ମଣ୍ଡଳୀରୁ ବିଧାନସଭା ଯାଏଁ ସୂର୍ଯ୍ୟବଂଶୀଙ୍କ କ୍ରେଜ୍ କାହିଁରେ କଣ।
ନବୀନଙ୍କ ମହିଳା ଭୋଟ୍ ବ୍ୟାଙ୍କ ଭାଙ୍ଗିବାକୁ ବିଜେପି ନୂଆ ରଣନୀତି ଆପଣେଇବାକୁ ଯାଉଛି। ସରକାରକୁ ଆସିଲେ ମହିଳା ପାଇବେ ମାସିକ ୧୦୦୦ ଟଙ୍କା ସହାୟତା।
ଭୁବନେଶ୍ୱର ମଧ୍ୟ ଆସନରେ ଅନନ୍ତ ନାରାୟଣ ଜେନାଙ୍କୁ ପୁଣି ରିପିଟ୍ କରିଛି ବିଜେଡି। ଅପରପକ୍ଷେ କଳାହାଣ୍ଡି ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ନର୍ଲା ବିଧାନସଭାରୁ ଭୂପିନ୍ଦର ସିଂଙ୍କୁ ବାଦ୍ ଦେଇ ବିଜେଡି ମନୋରମା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ବାଲିଗୁଡ଼ା ଆସନ ପାଇଁ ଚକ୍ରମଣି କହଁରଙ୍କୁ ଯୋଦ୍ଧା ଘୋଷଣା କରିଛି ଦଳ।
କଂଗ୍ରେସ ଏଯାଏଁ ବାଲେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନି। ସେହିପରି ରାଜ୍ୟର କିଛି ବିଧାନସଭା ଆସନରେ ଲଢେଇ ନେଇ ସ୍ଥିତି ସ୍ପଷ୍ଟ ହୋଇଛି। ସମ୍ବଲପୁର ବିଧାନସଭା ଆସନରେ ବିଜେପିର ଜୟନାରାୟଣ ମିଶ୍ରଙ୍କୁ ଟକ୍କର ଦେବେ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ।
ସରଗରମ ହେଉଛି ଗଂଜାମ ରାଜନୀତି। ୩୫ ବର୍ଷର ସଂପର୍କରେ ଘଳିଆ। ରମେଶ ଚ୍ୟାଉପଟ୍ଟନାୟକ-ସୁବାସ ମହାରଣା ସଂପର୍କରେ ଫାଟ ଦେଖିବାକୁ ମିଳିଛି।
ବିଜେଡି ଛାଡ଼ିଛନ୍ତି ରାଜ୍ୟ ମହିଳା କମିଶନଙ୍କ ପୂର୍ବତନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ । ସେ ବିଜୁ ମହିଳା ଜନତା ଦଳର ସିନିୟର ଭାଇସ୍ ପ୍ରେସିଡେଣ୍ଟ ଓ ସୁନ୍ଦରଗଡ଼ ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ଥିଲେ ।
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
ରାଜଧାନୀରେ କାର୍ କାଚକୁ ଉଖାରି ହଟାଯାଉଛି ସେଥିରେ ଲାଗିଥିବା କଳା ଫିଲ୍ମ । ଗାଡ଼ି ଯେତେ ଦାମୀ କି ସୌଖୀନ ହୋଇଥାଉ, କଳା କାଚକୁ ଏଣିକି ପୂରାପୂରି ନା ।
କେଉଁଠି ଆମଦାନୀ ନେତାଙ୍କୁ ଦଳକୁ ଆଣିଥିଲେ ବି ମଣୁ ନାହାନ୍ତି ତାଙ୍କ ସମର୍ଥକ।
ଟିକେଟ୍ ପାଉ ପାଉ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ଓ ଲୋକାଭିମୁଖୀ ଯୋଜନାକୁ ପାଥେୟ କରି ବଳ ଲଗେଇଦେଲେଣି ମୈଦାନରେ।
ଗତଥର କଂଗ୍ରେସ ମାତ୍ର ୯ଟି ସିଟରେ ବିଜୟ ଲାଭ କରିଥିବା ବେଳେ ଭୋଟ୍ ହାର ୧୭.୦୨ ପ୍ରତିଶତକୁ ଖସି ଆସିଥିଲା ।