• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Politics

Anubhav Pattnaik
ଅନୁଭବଙ୍କ ଅଭିଯୋଗ, ‘ଗଞ୍ଜେଇ ବେପାରୀ, ହତ୍ୟା ଅଭିଯୁକ୍ତକୁ ପ୍ରାର୍ଥୀ କରିଛି ବିଜେଡି’

୨୦୨୪ ରେ ସେ ଟିକେଟ ପାଇଁ ଆଶାୟୀ ଥିଲେ । ହେଲେ ଦଳ ତାଙ୍କୁ ଟିକେଟ ନଦେବାରୁ ଗତକାଲି ଦଳ ଛାଡିବା ସହ ବିଜେଡି ତାଙ୍କ ପ୍ରତି ଅନ୍ୟାୟ କରିଥିବା ଦର୍ଶାଇଥିଲେ ।

Sophia Firdous
ବିନା ପାଟ ପଟୁଆରରେ ନାମାଙ୍କନ ଭରିଲେ ସୋପିଆ, କହିଲେ ଖରା ହେଉଛି...

‘ମୁଁ କଂଗ୍ରେସରୁ ପ୍ରାର୍ଥୀ ହେବା ପରେ ଗତ ୭ରୁ ୮ଦିନ ଭିତରେ କଟକବାସୀଙ୍କଠାରୁ ଖୁବ୍‌ ସ୍ନେହ ଶ୍ରଦ୍ଧା ପାଇଛି । କଟକବାସୀ ମୋତେ ଏମିତି ସ୍ନେହ ଶ୍ରଦ୍ଧା ଦେଇ ଚାଲିଥାନ୍ତୁ ।’

Nilagiri Santosh Khatua
ନୀଳଗିରି ବିଧାନସଭାରୁ ବିଜେପି ପାଇଁ ପ୍ରାର୍ଥୀ ହେଲେ ସନ୍ତୋଷ ଖଟୁଆ

୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ବିଜେପି। ବାରବାଟୀ-କଟକରୁ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଘସିପୁରାରୁ ଶମ୍ଭୁନାଥ ରାଉତ, ଭୋଗରାଇରୁ ଆଶିଷ ପାତ୍ର, ଭଣ୍ଡାରୀପୋଖରୀରୁ ସୁଧାଂଶୁ ନାୟକ, ବରୀରୁ ଉମେଶ ଜେନା ଓ ବେଗୁନିଆ ବିଧାନସଭା ଆସନରୁ ପ୍ରକାଶ ରଣବିଜୁଳିଙ୍କୁ ପ୍ରାର୍ଥୀ କରିଛି ବିଜେପି ।

Khandapada BJD
ଖଣ୍ଡପଡ଼ାରେ BJDର ୩ ଆଶାୟୀଙ୍କ ମଧ୍ୟରୁ ଦୁଇ ଜଣ ଛାଡ଼ିଲେ ଦଳ

ଶେଷ ତାଲିକାରେ ବିଜେଡି ଖଣ୍ଡପଡ଼ାରୁ ପ୍ରାର୍ଥୀ ଘୋଷଣା କଲା । କିନ୍ତୁ ପ୍ରାର୍ଥୀ ଘୋଷଣା ହେଉ ହେଉ ବିଜେଡିର ଦୁଇ ଜଣ ଦୃଢ଼ ସଂଗଠକ ଦଳ ଛାଡ଼ିଛନ୍ତି ।

Rahul Gandhi
ଶେଷ ଦିନରେ ରାୟବରେଲୀରୁ ପ୍ରାର୍ଥୀ ହେଲେ ରାହୁଲ, ଆମେଠିରୁ କିଶୋରୀ ଲାଲ୍ ଶର୍ମା

ରାହୁଲ ରାୟଗଡ଼ାରେ ଏକ ବିରାଟ ଜନସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଥିଲା । ହେଲିକପ୍ଟର ଯୋଗେ ଦିନ ୧୨ଟାରେ ସେ ରାୟଗଡ଼ାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଥିଲା ।

Rahul Gandhi
ରାହୁଲ ଗାନ୍ଧିଙ୍କ ରାୟଗଡ଼ା ଗସ୍ତ ବାତିଲ, ହେଲେ କାହିଁକି ?

ରହୁଲ ନଆସିବା ଖବର ପ୍ରକାଶ ପାଇବା ପରେ ଏବେ କଂଗ୍ରେସ କର୍ମୀଙ୍କ ମହଲରେ ନିରାଶା ଦେଖିବାକୁ ମିଳିଛି ।

Debasis Nayak
ପ୍ରାର୍ଥୀ କଲାନି BJP, ତଥାପି ବରୀରୁ ନିର୍ବାଚନ ଲଢ଼ିବେ କହିଲେ ଦେବାଶିଷ

ଆଶା କରାଯାଉଥିଲା କି ବିଜେପି ତାଙ୍କୁ ବରୀ ଆସନରୁ ପ୍ରାର୍ଥୀ କରିବ। ହେଲେ ୨୦୨୪ ନିର୍ବାଚନରେ ମଧ୍ୟ ଦେବାଶିଷଙ୍କୁ ନିରାଶ ହେବାକୁ ପଡିଛି।

THE GREAT ODISHA POLITICAL CIRCUS EP 758 |ଟିକେଟ ନପାଇ ହତାଶ ନେତା
THE GREAT ODISHA POLITICAL CIRCUS EP 758 |ଟିକେଟ ନପାଇ ହତାଶ ନେତା

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

The Great Odisha Political Circus |CIRCUS ADALAT | ସର୍କସ ଅଦାଲତରେ ଜଟଣୀମଣି
The Great Odisha Political Circus |CIRCUS ADALAT | ସର୍କସ ଅଦାଲତରେ ଜଟଣୀମଣି

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

Sujata Pandian
ସୁଜାତାଙ୍କୁ ECI ଙ୍କ ଛାଟ; ବିଜେପିର ଅଭିଯୋଗ ପରେ ବଦଳି ନିର୍ଦ୍ଦେଶ !

ବିଜେପିର ଅଭିଯୋଗ ପରେ ବଦଳି ନିର୍ଦ୍ଦେଶ ଦେଲେ ECI। ବଦଳି ନିର୍ଦ୍ଦେଶ ହୋଇଥିବା ଖବର ସରବରାହ ସଂସ୍ଥା ANI ସୂତ୍ରରୁ ସୂଚନା ମିଳିଛି।

Nomination
ପ୍ରାର୍ଥିପତ୍ର ଦାଖଲ ଆଳରେ ହେଭିୱେଟଙ୍କ ପାୱାର ସୋ'

ମହାଲଢ଼େଇ ପୂର୍ବରୁ ମୈଦାନକୁ ଓହ୍ଲାଇଲେ ମହାଯୋଦ୍ଧା। ଗୋଟିଏ ଦିନରେ ଦେଖିବାକୁ ମିଳିଲା ରାଜ୍ୟର ପୁଳା ପୁଳା ହେଭିୱେଟଙ୍କ ପାୱାର ଶୋ'। ମୁଖ୍ୟମନ୍ତ୍ରୀ ନବୀନଙ୍କଠୁ ଆରମ୍ଭ କରି ବିଜେପିର ଅନେକ ବରିଷ୍ଠ ନେତା ଆଜି ଭରିଛନ୍ତି ନାମାଙ୍କନ। ଏଇଠୁ ବାଜିଛି ଯୁଦ୍ଧାରମ୍ଭର ବିଗୁଲ୍।

BJD
ଚୁଲିକୁ ଗଲା ବିଜେଡିରେ ପରିବାର ପିଛା ଗୋଟିଏ ଟିକେଟ୍ ନାରା

ଚୁଲିକି ଗଲା ବିଜେଡିରେ ପରିବାରବାଦ ବିରୋଧୀ ନାରା। ଗୋଟିଏ ପରିବାରରୁ ଗୋଟିଏ ଟିକେଟ୍ ଘୋଷା ସହ ଏକଦା ଦଳୀୟ ନେତା ଯାହାକୁ ଏହାର ଟ୍ରେଣ୍ଡ୍ ସେଟର୍ କରିଥିଲେ, ତାଙ୍କରି ପରିବାରରୁ ହିଁ ଦୁଇ ଦୁଇ ଜଣଙ୍କୁ ପ୍ରାର୍ଥୀ କରିଛି ବିଜେଡି। ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ଆସନରୁ ଲଢେଇକୁ ଓହ୍ଲାଇ ଥିବା ବେଳେ ଆଜି ତାଙ୍କ ମା ସଂଧ୍ୟାରାଣୀ ଦାସଙ୍କୁ କୋରେଇ ବିଧାନସଭା ଆସନ ଲାଗି ଟିକେଟ୍ ମିଳିଛି। ଯାହାକୁ ନେଇ ସରଗରମ୍ ରାଜନୀତି।

Assembly Election
ବାକି ୩ ସିଟରେ ପ୍ରାର୍ଥୀ ତାଲିକା ସହ ବିଜେଡିର ଯୋଦ୍ଧା ଘୋଷଣା ଶେଷ

ବଳକା ୩ ଆସନ ଲାଗି ପ୍ରାର୍ଥୀ ଘୋଷଣା ସହ ସମସ୍ତ ୧୪୭ ସିଟରେ ବିଜେଡିର ପ୍ରାର୍ଥୀ ଘୋଷଣା ସରିଛି। ୩୫ ମହିଳାଙ୍କ ସହ ରଣାଙ୍ଗନରେ ଲଢେଇ ପାଇଁ ପ୍ରସ୍ତୁତ ଯୋଦ୍ଧା। ହେଲେ ଦଳ ଏଥର ଟିକେଟ ବଣ୍ଟନରେ ଅନେକ କିଛି ନୂଆ ପ୍ରୟୋଗ ବି କରିଛି। ୫୩ ନୂଆ ମୁହଁ ସହିତ ଆମଦାନୀ ନେତାଙ୍କୁ ମଳିଛି ଅଧିକ ସୁଯୋଗ। ସେପଟେ ଅଭିଜ୍ଞଙ୍କ ଟିକେଟ ବି କଟିଛି। ଯେଉଁଥିପାଇଁ ଦଳ ଭିତରେ ବଢ଼ିଛି ଅସନ୍ତୋଷ।

BJD-BJP
ପୁରୀ ପରେ ଖୋର୍ଦ୍ଧାରେ ନାମାଙ୍କନ ବେଳେ ମୁହାଁମୁହିଁ ବିଜେଡି-ବିଜେପି

ପୁରୀ ପରେ ଖୋର୍ଦ୍ଧାରେ ନାମାଙ୍କନ ବେଳେ ମୁହାଁମୁହିଁ ହେଲେ ବିଜେଡି-ବିଜେପି କର୍ମୀ। ହଟ୍ ସିଟ୍ ଭୁବନେଶ୍ବର ପାଇଁ ଆଜି ଅପରାଜିତା ଓ ମନ୍ମଥ ରାଉତରାୟ ନାମାଙ୍କନ ଦାଖଲ କରିଥିଲା ବେଳେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ ପରିସର୍ ପାଲଟିଥିଲା ରଣକ୍ଷେତ୍ର। ଉଭୟଙ୍କ ସମର୍ଥକ ପ୍ରାୟ ୨ ଘଣ୍ଟା ଧରି ମୁହାଁମୁହିଁ ହୋଇଥିଲେ। ପରସ୍ପର ବିରୋଧରେ ନାରାବାଜି ଓ ହୋହ୍ଲାଲା ବି କରିଥିଲେ।

Sujata Pandian
‘BJDକୁ ଭୋଟ ଦେବାକୁ ମିଶନ ଶକ୍ତି ମହିଳାଙ୍କୁ ଧମକାଉଛନ୍ତି ସୁଜାତା ପାଣ୍ତିଆନ’

SVEEP କାର୍ଯ୍ୟକ୍ରମ ଦ୍ୱାରା ସୁଜାତା ଭୋଟରଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ ହୋଇଛି। ଏପରିକି SHG ମହିଳାମାନଙ୍କୁ ଧମକା ଯାଉଥିବା ଅଭିଯୋଗ କରିଛି ବିଜେପି।

Assembly Election
ଆମଦାନୀଙ୍କୁ ଅନାଇଲା, ପୁରୁଣାଙ୍କୁ ମୁହଁ ମୋଡ଼ିଲା; କେଁ କଟର ଭିତରେ ସରିଲା BJDର ପ୍ରାର୍ଥୀ ଘୋଷଣା

୯ଟି ପର୍ଯ୍ୟାୟରେ ୧୪୭ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି। ଶେଷରେ ବିବାଦୀୟ ଖଣ୍ଡପଡା, କୋରେଇ ଓ ନୀଳଗିରି ଆସନରୁ ଯୋଦ୍ଧା ଘୋଷଣା କଲେ ମୁଖିଆ।

Naveen Patnaik
ବିରାଟ ପଟୁଆର ନେଇ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ନବୀନ

ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ ଟୁକୁନି ସାହୁ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପୂର୍ବରୁ ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରି ସାରିଛନ୍ତି ମୁଖ୍ୟମନ୍ତ୍ରୀ। 

BJD-BJP Face To face
ନାମାଙ୍କନ ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଜେଡିର ଜୟ ଜଗନ୍ନାଥ-ବିଜେପିର ଜୟ ଶ୍ରୀରାମ ନାରା

ଲିଙ୍ଗରାଜ ମନ୍ଦିରରୁ ଦୌଡ଼ି ଦୌଡ଼ି ଜଟଣୀ ପର୍ଯ୍ୟନ୍ତ ଯାଇଥିଲେ । ତା’ପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ସମର୍ଥକଙ୍କ ଗହଣରେ ନାମାଙ୍କନ ଭରିଲେ ମନ୍ମଥ ।

BJD Candidate List
କୋରେଇ, ଖଣ୍ଡପଡ଼ା ଓ ନୀଳଗିରି ପାଇଁ ପ୍ରାର୍ଥୀ ଘୋଷଣା କଲା BJD

ପ୍ରାର୍ଥୀ ଘୋଷଣା କଲା ବିଜେଡି । କୋରେଇ, ଖଣ୍ଡପଡ଼ା ଓ ନୀଳଗିରି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ ।

CM Naveen Patnaik to file nomination
ନବୀନ ଭରିବେ ଦ୍ବିତୀୟ ନାମାଙ୍କନ,କଣ୍ଟାବାଞ୍ଜିରୁ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବେ ମୁଖ୍ୟମନ୍ତ୍ରୀ

କଣ୍ଟାବାଞ୍ଜିରୁ ନାମାଙ୍କନ ଦାଖଲ କରିବେ ମୁଖ୍ୟମନ୍ତ୍ରୀ । ନବୀନଙ୍କ ଏହା ଦ୍ବିତୀୟ ନିର୍ବାଚନ କ୍ଷେତ୍ର । କଣ୍ଟାବାଞ୍ଜିରୁ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବେ ମୁଖ୍ୟମନ୍ତ୍ରୀ । ପୂର୍ବରୁ ହିଞ୍ଜିଳିରୁ ପ୍ରାର୍ଥିପତ୍ର ଦାଖଲ କରି ସାରିଛନ୍ତି ମୁଖ୍ୟମନ୍ତ୍ରୀ

BJD
ମେଧାବୃତ୍ତିରେ ବି ଭୋଟ୍ ରାଜନୀତିର ଝଲକ୍

ମେଧାବୃତ୍ତିରେ ବି ଭୋଟ୍ ରାଜନୀତିର ଝଲକ୍ । ଚରମରେ ବିଜେଡିର ଭୋଟ୍ ବ୍ୟାଙ୍କ୍ ପଲିଟିକ୍ସ । ଯୁବ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ପ୍ରଥମେ ଦେଲେ ମେଧାବୃତ୍ତି । ଆଉ ଏବେ ମେଧାବୃତ୍ତି ଆଳରେ ଛାତ୍ରଛାତ୍ରୀଙ୍କ ପାଖକୁ ଆସୁଛି ଫୋନ୍ କଲ୍। ଆଶ୍ଚର୍ଯ୍ୟର କଥା ହେଲା ଫୋନ୍ କଲରେ ମେଧାବୃତ୍ତି ଆଳ ଦେଖାଇ ସିଧାସଳଖ ବିଜେଡି ସପକ୍ଷରେ ଭୋଟ୍ ଭିକ୍ଷା କରାଯାଉଛି।

Aparajita Sarangi
ପୁଣି ନାଁ ନ ନେଇ ପାଣ୍ଡିଆନଙ୍କୁ ନିଶାନା

ପୁଣି ନାଁ ନ ନେଇ ପାଣ୍ଡିଆନଙ୍କୁ ନିଶାନା । ପରୋକ୍ଷରେ ସାନ ବାବୁ ସମ୍ବୋଧନ କରି ଆଜି ଓଡ଼ିଶା ଶାସନ କଳର କିଛି ଭିତିରି କଥାକୁ ସାମ୍ନାକୁ ଆଣିଛନ୍ତି ଅପରାଜିତା। କହିଛନ୍ତି, ସାନ ବାବୁ, ବଡ଼ ବାବୁ ହେବାକୁ ବିଫଳ ପ୍ରୟାସ କରୁଛନ୍ତି। ଏହା ସହ ମୁଖ୍ୟମନ୍ତ୍ରୀ ନିର୍ବାଚନରେ ୨ଟି ଜାଗାରେ ଛିଡା ହେବା ପଛରେ ଏକ ବଡ କାରଣ ଆଡକୁ ଇଙ୍ଗିତ କରି ପୋଲ୍ ଖୋଲିଛନ୍ତି। ଯାହାର ଜବାବ୍ ରଖିଛି ବିଜେଡି।

BJD
ଆଗେ ଦେଲେ, ଏବେ ଭୋଟ ଦେବାକୁ ବାଧ୍ୟ କଲେ ! ବିଜେଡି ଯୋଜନାକୁ ସାତ ଜୁହାର

ସରକାରୀ ଦଳର ସାଂଘାତିକ ଷଡ଼ଯନ୍ତ୍ର। ନୂଆ ଓ' ମେଧାବୃତ୍ତି ନେଲ, ଆଉ ଏବେ ଭୋଟ୍ ଦିଅ। କଟକ ବିଜେଡି ସାଂସଦ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ମେଧାବୃତ୍ତି ପାଇଥିବା ଛାତ୍ରଙ୍କୁ ଫୋନ୍ କଲ୍ ଜରିଆରେ କୁହାଯାଉଛି।

Odisha Politics
ନିର୍ବାଚନୀ କସରତ : ସ୍ଵାମୀ ପାଇଁ ସ୍ତ୍ରୀ, ଭଉଣୀ ପାଇଁ ଭାଇ

ଭୋଟ୍ ଲଢ଼େଇରେ ପ୍ରାର୍ଥୀଙ୍କୁ ବଳ ପରିବାର। କେଉଁଠି ସ୍ୱାମୀ ପାଇଁ ସ୍ତ୍ରୀ, କେଉଁଠି ସ୍ତ୍ରୀ ପାଇଁ ସ୍ୱାମୀ ତ ପୁଣି କେଉଁଠି ବାପା-ମାଙ୍କ ପାଇଁ ମୈଦାନରେ ଅଣ୍ଟା ଭିଡ଼ିଛନ୍ତି ପୁଅ।