Advertisment

ବିଜେଡି ଛାଡିବେ ପ୍ରସନ୍ନ ପାଟ୍ଟଶାଣୀ, ବିଜେପି ସହ କରୁଛନ୍ତି କି ଭିତିରି ଆଲୋଚନା !

ପାଟ୍ଟଶାଣୀ ବିଜେପି ସହ ଆଲୋଚନା କରିଥିବା ମଧ୍ୟ କୁହାଯାଉଛି। ତେବେ ଏନେଇ ପାଟଶାଣୀଙ୍କ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରିନାହି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Prasanna Patsani to resign from BJD

Prasanna Patasani

ବିଜେଡି ଛାଡିବେ କି ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ। ଭୁବନେଶ୍ୱରର ୫ ଥରର ପୂର୍ବତନ ସାଂସଦ ପାଟ୍ଟଶାଣୀ ବିଜେଡି ଛାଡୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ପାଟ୍ଟଶାଣୀ ନିଜେ ଏ ସମ୍ପର୍କରେ କିଛି ସ୍ପଷ୍ଟ କରିନାହାନ୍ତି। ଚଳିତ ନିର୍ବାଚନରେ ସେ ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡି ଟିକେଟ ପାଇଁ ଆଶାୟୀ ଥିଲେ। ହେଲେ ତାଙ୍କୁ ବିଜେଡି ଟିକେଟ ଦେଇନଥିଲା।

Advertisment

ପରେ ତାଙ୍କୁ ଚିଲିକା ବିଧାନସଭା ଆସନରୁ ପ୍ରାର୍ଥୀ କରାଯିବ ବୋଲି କୁହାଯାଉଥିଲା। ଯଦିଓ ସେହି ଆସନରୁ ବିଜେଡି ପ୍ରାର୍ଥୀ ଘୋଷଣା ଏଯାଏଁ କରିନାହିଁ, ତଥାପି ତାଙ୍କୁ ଟିକେଟ ମିଳିବା ଆଶା ଖୁବ କମ ଥିବାରୁ ପାଟ୍ଟଶାଣୀ ଦଳ ଛାଡିବେ ବୋଲି କୁହାଯାଉଛି। ସେପଟେ ପାଟ୍ଟଶାଣୀ ବିଜେପି ସହ ଆଲୋଚନା କରିଥିବା ମଧ୍ୟ କୁହାଯାଉଛି। ତେବେ ଏନେଇ ପାଟଶାଣୀଙ୍କ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରିନାହି।

କିଛି ଦିନ ପୂର୍ବରୁ ପ୍ରସନ୍ନ ପାଟ୍ଟଶାଣୀଙ୍କ ଜ୍ୱାଇଁ ପ୍ରିୟଦର୍ଶୀ ମିଶ୍ର ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ । ସେ ଏବେ ଉତ୍ତର ଭୁବନେଶ୍ୱରର ବିଜେପିର ପ୍ରାର୍ଥୀ ହୋଇଛନ୍ତି । ବିଜେଡି ଛାଡ଼ିବା ବେଳେ ନିଜ ଇସ୍ତଫା ପତ୍ରରେ ସେ ଲେଖିଥିଲେ, ଦଳରେ ଲଗାତାର ଅବହେଳା କରାଯାଉଥିବାରୁ ମୁଁ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି । ତେବେ ଭୁବନେଶ୍ୱର ଉତ୍ତରରୁ ୨୦୧୪ରେ ସେ ବିଧାୟକ ଥିଲେ । ଗତ ଥର ପ୍ରିୟଦର୍ଶୀଙ୍କ ଟିକେଟ୍ କାଟିଥିଲା ବିଜେଡି । ତାଙ୍କ ସ୍ଥାନରେ ସୁଶାନ୍ତ ରାଉତଙ୍କୁ ପ୍ରାର୍ଥୀ କରିଥିଲା ଦଳ । ଏଥର ମଧ୍ୟ ପୁଣି ଭୁବନେଶ୍ୱର ଉତ୍ତରରୁ ସୁଶାନ୍ତଙ୍କୁ ଦଳ ପ୍ରାର୍ଥୀ କରିଛି।

Advertisment

ଅଧିକ ପଢ଼ନ୍ତୁ: ‘ବିଜେପିରେ ଯୋଗଦେବେ ଆଉ କିଛି ବିଜେଡିର ହେଭିୱେଟ୍‌ ନେତା’

ଅନ୍ୟପଟେ ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ କହିଛନ୍ତି ଦେଶରେ ଏବେ ମୋଦି ଲହର ଚାଲିଛି । ଖୁବଶୀଘ୍ର ବିଜେପିରେ ଯୋଗଦେବେ ବିଜେଡିର ଆଉ କିଛି ହେଭିୱେଟ୍। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ରାଜ୍ୟ ବିଜେପିର ବଳକା ପ୍ରାର୍ଥୀ ତାଲିକା ଘୋଷଣା ହେବ ବୋଲି ମଧ୍ୟ ତୋମାର କହିଛନ୍ତି। ଏଥର ଓଡିଶାରେ ବିଜେପି ସରକାର ଏବଂ କେନ୍ଦ୍ରରେ ବି ବିଜେପି ସରକାର ହେବ ବୋଲି କହିଛନ୍ତି ବିଜୟ ପାଲ୍ ସିଂ ତୋମାର ।

ମୋଟାମୋଟି ଦେଖିବାକୁ ଗଲେ ତିନି ମୁଖ୍ୟ ଦଳ ଏଯାଏଁ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ଘୋଷଣା କରିନାହାନ୍ତି । ବିଜେପି ସମସ୍ତ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ୧୩୩ ବିଧାନସଭାରେ ନିଜ ଯୋଦ୍ଧାଙ୍କ ନାଁ ଘୋଷଣା ହୋଇଛି । ଏବେ ବି ବିଜେପିର ୧୪ ଆସନ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି । ସବୁଠୁ ପଛରେ ରହିଛି କଂଗ୍ରେସ । ଏବେ ବି ୨୧ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିନି ହାତ ।

ସେହିପରି ଶାସକ ବିଜେଡି ଏବେ ଯାଏଁ ୧୨୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି, ଆହୁରି ୨୧ ବିଧାନସଭା ଆସନରେ କିଏ ପ୍ରାର୍ଥୀ ହେବ ତାକୁ ନେଇ ଜାରି ରହିଛି କଳ୍ପନାଜଳ୍ପନା । ବିଜେଡି ସମସ୍ତ ୨୧ ଲୋକସଭା କ୍ଷେତ୍ରରେ ନିଜ ଯୋଦ୍ଧାଙ୍କୁ ଓହ୍ଲାଇ ସାରିଛି । 

BJD BJP Congress Odisha Politics Prasanna Patasani General Election 2024
Advertisment
Advertisment