ଦାରିଙ୍ଗବାଡି ବ୍ଲକ ଦନେକବାଡି ଆଶ୍ରମ ସ୍କୁଲରେ ପାଠପଢାରେ ଗୁରୁତର ବ୍ୟାଘାତ । ପ୍ରଶାସନ ଜାଣି ସୁଦ୍ଧା ଚୁପ୍ ବସିଥିବା ଅଭିଯୋଗ ।
ଖରାଛୁଟି ପରେ ସ୍କୁଲ ଖୋଲିଥିଲା, ହେଲେ ଶିକ୍ଷକ ନଥିବାରୁ ସ୍କୁଲ ପାଠ ପଢ଼ାରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଥିଲା ।
କୋରାପୁଟ ଜୟପୁର ବ୍ଲକ ହାଡିଆ ଉଚ୍ଚ ମାଧ୍ୟମିକ ସ୍କୁଲରେ ଦେଖିବାକୁ ମିଳିଛି ଏଭଳି ଚିତ୍ର । ତେବେ ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ରାଜ୍ୟରେ କେଉଁସ୍ତରରେ ରହିଛି ଶିକ୍ଷା ଭିତ୍ତିଭୂମି ।
ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ରକୁ ନେଇ ନିରାଶ ଶିକ୍ଷାବିତ୍ । ରୂପାନ୍ତରୀକରଣ କାଯର୍ୟକ୍ରମରେ ଖୁବଶୀଘ୍ର ସୁଧାର ଆସିବ: ଗଣଶିକ୍ଷା ମନ୍ତ୍ରୀ
କୋଭିଡ୍ ମହାମାରୀ କାରଣରୁ ପିଲା ଦୁଇ ବର୍ଷ ପାଠପଢାରୁ ବଞ୍ଚିତ ହୋଇଥିଲେ । ତେଣୁ ଗ୍ରୀଷ୍ମ ଛୁଟିକୁ କମ୍ କରି ଶିକ୍ଷାବର୍ଷ ଆରମ୍ଭରୁ ପୁରୁଣା ପାଠ ପଠାଇବାକୁ ହୋଇଥିଲା ନିଷ୍ପତ୍ତି । ଏଥିପାଇଁ ଗଣଶିକ୍ଷା ବିଭାଗ ଲର୍ଣ୍ଣିଂ ରିକଭରି ପ୍ଲାନ୍ ପ୍ରସ୍ତୁତ କରିଥିଲା । ବ୍ରିଜ୍ କୋର୍ସ ମାଧ୍ୟମରେ ପୂର୍ବ ବର୍ଷର ପାଠ ପଢାଇବାକୁ ସ୍ଥିର ହୋଇଥିଲା ।
ଛାତ ଫାଟି ଆଁ କରି ରହିଛି । କାନ୍ଥ ଭାଙ୍ଗି ଯାଇଛି, ଅଳିଆରେ ପୋତି ହୋଇଯାଇଛି ଶୌଚାଳୟ, ଚାରିଆଡ଼େ ଅସ୍ୱାସ୍ଥ୍ୟକର ପରିବେଶ । ଏଭଳି ଅବସ୍ଥାରେ ବସି ପାଠ ପଢ଼ୁଛନ୍ତି ଆମ ଆଗାମୀ ଭବିଷ୍ୟତ ।
ପ୍ରାଇଭେଟ ସ୍କୁଲ୍ ଆଉ ନିଜ ପବ୍ଳିକେସନ୍ ବହି ପଢାଉଥିବା ଅଭିଯୋଗ କରିଛି ଅଭିଭାବକ ମହାସଂଘ । ଏନେଇ ବାରମ୍ବାର ଅଭିଯୋଗ ପରେ ବି ବ୍ଲକ ଶିକ୍ଷାଧିକାରୀ ଶୁଣୁନଥିବା ଅଭିଯୋଗ ହୋଇଛି ।
ପରୀକ୍ଷା ସମୟ ପାଖେଇ ଆସିଲେ ଅନେକ ଚିନ୍ତାରେ ପଡିଯାଆନ୍ତି। କ’ଣ କରିବେ କ’ଣ ନ କରିବେ କିଛି ବୁଝିପାରନ୍ତି ନାହିଁ। ଅନେକ ମଧ୍ୟ ପରୀକ୍ଷା ପ୍ରସ୍ତୁତିର ମାଧ୍ୟମ ଜାଣି ନଥାନ୍ତି। ତେବେ ପରୀକ୍ଷାକୁ ନେଇ ଏଠି କିଛି ସହଜ ଓ ସରଳ ଉପାୟ ଦିଆଗଲା, ନଜର ପକାନ୍ତୁ ନିଶ୍ଚିତ କାମରେ ଆସିବ।
ପରୀକ୍ଷା ପୂର୍ବରୁ ସବୁଠାରୁ ମୁଖ୍ୟ କଥା ହେଲା ନିଜ ମାନସିକ ସ୍ଥିତିକୁ ଠିକ୍ ରଖିବା, ଯାହା ଆମର ଶରୀରକୁ ମଧ୍ୟ ଠିକ୍ ରଖିବ ଓ ଆମକୁ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବାରେ ସାହାଯ୍ୟ କରିବ। କେତୋଟି ଛୋଟ ଛୋଟ କଥାକୁ ଧ୍ୟାନରେ ରଖିଲେ ପରୀକ୍ଷା ପୂର୍ବରୁ ନିଶ୍ଚୟ ନିଜକୁ ମାନସିକ ଓ ଶାରୀରିକ ରୂପରେ ସୁସ୍ଥ ରଖିହେବ ଓ ପରୀକ୍ଷାରେ ନିଜ ପରିଶ୍ରମ ଓ ମନମୁତାବକ ଫଳ ମିଳିବ।
ପରୀକ୍ଷା ପାଖେଇ ଆସିଲେ କିମ୍ବା ପରୀକ୍ଷା ନାଁ ଶୁଣିବା ମାତ୍ରେ ଅଧିକାଂଶ ଛାତ୍ର ଚିନ୍ତା ଓ ଚାପରେ ପଡିଯାଆନ୍ତି। ପରୀକ୍ଷାର ଚିନ୍ତା ତ ସମସ୍ତଙ୍କୁ ଆସେ। ତେବେ ଆସନ୍ତୁ କିଛି ପଏଣ୍ଟ୍ ବିଷୟରେ ଜାଣିନେବା ଯାହା ଏଥିରୁ ମୁକ୍ତି ଦେବ।
5T ସ୍କୁଲ୍ରେ ପାଠ ପଢା ଚାଲିଛି ଗଛ ମୂଳରେ ଆଉ କେଉଁଠି ଶିକ୍ଷକ ଅଭାବରୁ ଛାତ୍ରଛାତ୍ରୀଙ୍କ ପାଠ ପଢାରେ ଡୋରି ବନ୍ଧା ହେଲାଣି । ଏହାରି ଭିତରେ ସ୍ମାର୍ଟ ସ୍କୁଲ୍ରୁ ଆସିଥିବା ଅନୁଦାନ ଅର୍ଥ ବି ହେରଫେର ହେଉଥିବା ଅଭିଯୋଗ ଆସିଲାଣି ।
ଇଏ ଏମିତି ଏକ ଗାଁ, ଯେଉଁ ଗାଁରେ ଆଜିଯାଏଁ କେହି ବି ପଢିନାହାନ୍ତି ପାଠ। ସ୍କୁଲ ଯିବା ବୟସରେ ମାଟି କାନ୍ଥ ଲିପାପୋଛାରେ ବ୍ୟସ୍ତ ନାବାଳିକା। ପଞ୍ଚାୟତ ଅଫିସ୍ଠାରୁ ମାତ୍ର ୧୬ କିମି ଦୂରରେ ଏହି ଗାଁ ଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ପହଞ୍ଚିପାରିନି ବିକାଶ...
ଫେବ୍ରୁଆରୀ ୫ ତାରିଖରେ ଓଜେଇଇ ମୁଖ୍ୟାଳୟରେ ନାମ ଲେଖାଇବେ । ପ୍ରଥମ ପର୍ଯ୍ୟାୟ କାଉନସେଲିଂ ପରେ ଖାଲି ପଡ଼ିଥିବା ସିଟ୍ରେ ଫେବ୍ରୁଆରୀ ୧୧ରେ ତାଲିକା ପ୍ରକାଶ ପାଇବ ।
ରାଜଧାନୀ ଭୁବନେଶ୍ୱର ସହ ପୁରୀ, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡା, କୋଣାର୍କ, ସାଲେପୁରରେ ଛାତ୍ରଛାତ୍ରୀମାନେ ପରୀକ୍ଷା ବାତିଲ ପାଇଁ ସରକାରଙ୍କ ନିକଟରେ ଦାବି ରଖିଛନ୍ତି ।
ପିଲାଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଇଛି ମହାମାରୀ କରୋନା । ଖାସ୍ କରି ରାଜ୍ୟର ଉପାନ୍ତ ଅଞ୍ଚଳଗୁଡିକରେ ସ୍ଥିତି ଅତି ଦୟନୀୟ । ଦୁଇ ବର୍ଷ ହେବ ଶ୍ରେଣୀ ଗୃହ ଶିକ୍ଷାଦାନ ବନ୍ଦ ଥିବାରୁ ପିଲାଏ ପାଠ ଭୁଲି ଗଲେଣି ।
ଆଗକୁ ନ୍ୟାସନାଲ ଆସେସ୍ମେଣ୍ଟ ଆଣ୍ଡ ଆକ୍ରେଡିଏସନ କାଉନସିଲ ବା ନାକ୍ ଟିମ୍ ରାଜ୍ୟରେ ଉଚ୍ଚଶିକ୍ଷାର ସ୍ଥିତି ଅନୁଧ୍ୟାନ ଲାଗି ଓଡ଼ିଶା ଆସିବ ।
ନାରାୟଣ ଏ ଟେକ୍ନୋ ବିଦ୍ୟାଳୟର ଦ୍ୱିତୀୟ ସ୍ପେଲ୍ବି କାର୍ଯ୍ୟକ୍ରମ ଅନୁଷ୍ଠିତ। ଏହି ଅବସରରେ ଉପସ୍ଥିତ ଅତିଥିମାନେ ଶିକ୍ଷାକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି।
ସରକାରୀ ସ୍କୁଲ ପ୍ରତି ପିଲାଙ୍କୁ ଆକୃଷ୍ଟ କରିବାକୁ ହାଇସ୍କୁଲଗୁଡ଼ିକୁ ସ୍ମାର୍ଟହାଇସ୍କୁଲରେ ରୂପାନ୍ତରିତ କରାଯାଇଛି.. ଅତ୍ୟାଧୁନିକ ବିଜ୍ଞାନ ପ୍ରୟୋଗଶାଳା ସହ ଇ-ଲାଇବ୍ରେରୀ, କାନ୍ଥ-ବାଡ଼ରେ ସୁନ୍ଦର ଚିତ୍ର,ରମଣୀୟ ପରିବେଶ ସାଙ୍ଗକୁ ଆହୁରି କେତେକଣ.. ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଶିକ୍ଷକ ନିଯୁକ୍ତି କଥା କିନ୍ତୁ ଭୁଲିଗଲେ ସରକାର..ଏହି ସ୍ମାର୍ଟ ହାଇସ୍କୁଲରେ ଦଶମ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଉଛନ୍ତି ପ୍ରାଇମେରୀ ଶିକ୍ଷକ..ଓଡ଼ିଶା ସରକାରଙ୍କ ଆଧୁନିକ ଶିକ୍ଷା ବ୍ୟବସ୍ଥାର ଏଭଲି ବିକଳ ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖାରିଆ ପଞ୍ଚାୟତ ହୁମୁକି ଗାଁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ..
ଇଞ୍ଜିନିୟରିଂରୁ ମନ ଛାଡ଼ିଗଲାଣି । ଚାହିଦା ବି କମିଲାଣି । ଚିନ୍ତାରେ ଇଞ୍ଜିନିୟରିଂ ସାରିଥିବା ଛାତ୍ର । ଚାକିରି ମିଳୁନି ବୋଲି କଲେଜରେ ସିଟ୍ ଖାଲି ବି ପଡ଼ୁଛି । କଲେଜ ମାଲିକ ମୁଣ୍ଡରେ ହାତ ଦେଇ ବସିଛନ୍ତି ।
ଇଞ୍ଜିନିୟର ହେଉଛନ୍ତି କିନ୍ତୁ ଚାକିରି ମିଳୁନି । ରାଜ୍ୟରେ ଏବେ ଏଭଳି ସ୍ଥିତି । ଧୀରେ ଧୀରେ ଇଞ୍ଜିନିୟରିଂ ପାଠ୍ୟକ୍ରମର ଚାହିଦା ବି କମୁଛି । ମହାମାରୀ ସମୟରେ କଲେଜ ଗୁଡିକରେ ଇଞ୍ଜିନିୟରିଂ ସିଟ୍ ଅଧିକ ମାତ୍ରାରେ ଖାଲି ପଡିଛି ।
ପାଞ୍ଚ ଦିନ ଧରି ଏଆଇସିଟିଇ ଟ୍ରେନିଂ ଆଣ୍ଡ୍ ଲର୍ଣ୍ଣିଂ ଏକାଡେମୀ ଅଧିନରେ “ଦକ୍ଷତା ଏବଂ ଅକ୍ଷମତା” ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରମୁଖ ବୈଜ୍ଞାନିକମାନେ ଅଂଶ ଗ୍ରହଣ କରି ବହୁ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି।
ଆସନ୍ତା ନଭେମ୍ବର ୨୨ ତାରିଖରୁ ଆରମ୍ଭ ହେବ ନବମ ଶ୍ରେଣୀର ପ୍ରଥମ ସମ୍ମେଟିଭ୍ ପରୀକ୍ଷା । ଏହା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ ଆଜି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରଥମ ବର୍ଷର କୋର୍ସ ଦ୍ୱିତୀୟ ବର୍ଷରେ ଆସିବନାହିଁ। ସେହିପରି ଗତବର୍ଷ ଭଳି ଏବର୍ଷ ବି ୩୦ ପ୍ରତିଶତ କମ୍ ସିଲାବସ୍ରେ ଶିକ୍ଷାଦାନ ହେବ। ଏହି ନିଷ୍ପତ୍ତିକୁ ନେଇ ପିଲାଙ୍କ ଭିତରେ କିନ୍ତୁ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି।
ଆସନ୍ତା ଶିକ୍ଷା ବର୍ଷରୁ ଓଡ଼ିଆରେ ପଢାଯିବ ଇଞ୍ଜିନିୟରିଂ ଶିକ୍ଷା । ଏନେଇ AICTE ପକ୍ଷରୁ ମିଳିଛି ଗ୍ରୀନ୍ ସିଗନାଲ୍ । ନିକଟରେ ଅଲ୍ ଇଣ୍ଡିଆ କାଉନ୍ସିଲ୍ ଫର୍ ଟେକ୍ନିକାଲ ଏଜୁକେସନ, AICTE ଏବଂ ରାଜ୍ୟ ଭିତରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ପ୍ରାଥମିକ ଓ ଅଙ୍ଗନବାଡ଼ି ସ୍କୁଲ ବନ୍ଦ ଯୋଗୁଁ ପ୍ରଭାବିତ ହୋଇଛି ଶିଶୁଙ୍କ ପାଠପଢ଼ା । ଏମିତିକି ଅନେକ ପିଲା ଅଙ୍ଗନବାଡି ଶିକ୍ଷା ସାରିଥିଲେ ମଧ୍ୟ ପ୍ରଥମ ଶ୍ରେଣୀ ନାଁ ଲେଖାଇ ପାରିନାହାନ୍ତି। ଯାହାକୁ ନେଇ ଚିନ୍ତାରେ ଅଭିଭାବକ ଅଛନ୍ତି