ସାଇବର୍ ଠକେଇର ସାଂଘାତିକ ରୂପ 'ସେକ୍ସଟର୍ସନ୍' । ନଗ୍ନ ଫଟୋ ଓ ଅଶ୍ଳୀଳ ଭିଡିଓକୁ ଅସ୍ତ୍ର କରୁଛନ୍ତି ଠକ । ବ୍ଲାକମେଲ୍ କରି କେବଳ ଲକ୍ଷ ଲକ୍ଷ ଟଙ୍କା ନୁହେଁ । ପରୋକ୍ଷରେ ଜୀବନ ବି ନେଉଛି ଏହି ରାକେଟ୍ । ଧମକଚମକ ଦେଇ ଟଙ୍କା ବା ବଟି ଆଦାୟକୁ କୁହାଯାଏ ଏକ୍ସଟର୍ସନ୍ ।
୨୦୨୩ ମସିହା ଫେବ୍ରୁଆରୀ ମାସରେ ମାୟାନଗରୀ ମୁମ୍ବାଇରେ ରହୁଥିବା ଜଣେ ୮୬ ବର୍ଷୀୟ ବୟସ୍କା ମହିଳାଙ୍କୁ ଏକ ଅଜଣା ନମ୍ବରୁ ଆସିଥିଲା କଲ୍ । ଫୋନ୍ କରିଥିବା ବ୍ୟକ୍ତି ନିଜକୁ ସନ୍ଦୀପ ରାଓ କହିବା ସହ ଜଣେ ସିବିଆଇ ଅଧିକାରୀ ଭାବରେ ପରିଚୟ ଦେଇଥିଲେ । ପୀଡିତା ମହିଳାଙ୍କ ନାଁ ଏବଂ କାଗଜପତ୍ର ବ୍ୟବହାର କରି ଏକ ବ୍ୟାଙ୍କ ଆକାଉଣ୍ଟ ଅଛି । ଏହାକୁ ବେଆଇନ କାର୍ଯ୍ୟକଳାପ ପାଇଁ ବ୍ୟବହାର କରାଯାଇଛି । ଏହି ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଟଙ୍କା ହେରଫେର ହୋଇଥିବା କହିଥିଲେ ।
ହଠାତ୍ ଏକ ଧମକପୂର୍ଣ୍ଣ ଫୋନ କଲ୍ ଆସିବା ସହ ଗିରଫ ହେବାର ଭୟ ଦେଖାଗଲେ ଆଉ ତାପରେ ଅନଲାଇନ୍ ମାଧ୍ୟମରେ ଆରମ୍ଭ ହେଲା ଲୁଟ୍ ।
ଡିଜିଟାଲ୍ ଗିରଫ ନାଁରେ ସାଇବର ଠକେଇ। ନୋଏଡାର ଜଣେ ମହିଳା ଇଞ୍ଜିନିୟରଙ୍କୁ ପାଖାପାଖି ୯ ଘଣ୍ଟା ନଜରବନ୍ଦୀ ରଖି ତାଙ୍କଠାରୁ ୧୧ ଲକ୍ଷ ଟଙ୍କା ଠକି ନିଆଯାଇଛି । ମହିଳାଙ୍କ ଅଭିଯୋଗ ଉପରେ କ୍ରାଇମ୍ ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
Deep Learning ରୁ ଏହି Deepfacke ଶବ୍ଦ ଆସିଛି। ଯାହାକି ଏକ ଟେକନିକାଲ ଟର୍ମ । AIକୁ ଉପଯୋଗ କରି ମଲ୍ଟିପୁଲ ଆଲଗୋରିଦମ୍ ବ୍ୟବହାରରେ କୌଣସି ଫେକ୍ କଣ୍ଟେଣ୍ଟକୁ ସତ୍ୟରେ ରୂପାନ୍ତରଣ କରିବାକୁ ଏହା ଗୋଟିଏ ପ୍ରକ୍ରିୟା। ଏଥିରେ ମଲ୍ଟିପୁଲ ଲେୟାର ଡାଟା ବ୍ୟବହାର ହୋଇଥାଏ ବୋଲି ଟେକନିକାଲ ଗବେଷଣା ସନ୍ଦର୍ଭ କହୁଛି।
ଥରେ ଭାବନ୍ତୁ ତ ଆପଣଙ୍କ ଝିଅ ବାହାରକୁ ବୁଲିବାକୁ ଯାଇ ସେଠାରୁ କଲ୍ କରେ ଆଉ କୁହେ ତା’ ଜୀବନ ବିପଦରେ ଅଛି, ତେବେ ଆପଣଙ୍କ ଅବସ୍ଥା କ’ଣ ହେବ? ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ବାସ୍ତବତା ଜାଣିଲେ ଆପଣ ବି ଚିନ୍ତାରେ ପଡିଯିବେ।
ଅନଲାଇନରେ୍ ତୁରନ୍ତ ଲୋନ୍ ଖୋଜୁଛନ୍ତି କି? ସର୍ଚ୍ଚ କରୁଛନ୍ତି କି ଅନଲାଇନ୍ ଲୋନ୍ ଆପ୍? ଯଦି ହଁ, ଆପଣ ପଡିପାରନ୍ତି ଠକେଇ ଜାଲରେ । କାରଣ, ସହଜରେ ଏବଂ ହାତପାହାନ୍ତାରେ ଲୋନ୍ ଦେବା ଆଳରେ ଚାଲିଛି ବଡ ଧରଣର ଚିଟିଂ ବ୍ଲାକ୍ମେଲିଂ, ମାନସିକ ନିର୍ଯାତନା ଏବଂ ଫଟୋକୁ ଅଶ୍ଳୀଳ କରି ଭାଇରାଲ କରିବା ଭଳି ଘଟଣା ବଢିଚାଲିଛି ।