ରାଜ୍ୟ ଶିକ୍ଷା ବିଭାଗର ବିଚିତ୍ର ଚିତ୍ର । ଶ୍ରେଣୀ ଗୃହ ଗୋଟିଏ, ବ୍ଲାକ୍ ବୋର୍ଡ ବି ଗୋଟିଏ । ହେଲେ ଏକା ସାଙ୍ଗରେ ଚାଲିଛି ଦୁଇଟି କ୍ଲାସ । ଦୁଇ ପଟେ ଛିଡ଼ା ହୋଇ ଦୁଇଟି କ୍ସାସକୁ ଦୁଇଟି ବିଷୟ ପଢାଉଛନ୍ତି ଦୁଇ ଜଣ ଶିକ୍ଷୟିତ୍ରୀ । ଆପଣ ଆଗରୁ କେଉଁଠି ବି ଏଭଳି ବ୍ୟବସ୍ଥା ଥିବା ଜାଣିନଥିବେ । ତେବେ କୋରାପୁଟ ଜୟପୁର ବ୍ଲକ ହାଡିଆ ଉଚ୍ଚ ମାଧ୍ୟମିକ ସ୍କୁଲରେ ଦେଖିବାକୁ ମିଳିଛି ଏଭଳି ଚିତ୍ର । ତେବେ ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ରାଜ୍ୟରେ କେଉଁସ୍ତରରେ ରହିଛି ଶିକ୍ଷା ଭିତ୍ତିଭୂମି ।
Published By: Satyendu Shekher Mishra
Last updated: 17 June 2022, 09:44 PM IST
ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ରକୁ ନେଇ ନିରାଶ ଶିକ୍ଷାବିତ୍ । ରୂପାନ୍ତରୀକରଣ କାଯର୍ୟକ୍ରମରେ ଖୁବଶୀଘ୍ର ସୁଧାର ଆସିବ: ଗଣଶିକ୍ଷା ମନ୍ତ୍ରୀ