• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

MBBS ଓ BDS ନାମଲେଖା ପାଇଁ ସବିଶେଷ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଆସନ୍ତାକାଲିଠାରୁ ୩୧ ତାରିଖ ମଧ୍ୟରାତ୍ର ଯାଏଁ ଚଏସ୍ ଲକିଂ କରିହେବ । ଫେବୃଆରୀ ୩ରେ ପ୍ରଥମ ପର୍ଯ୍ୟାୟ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇବ । ଏହାପରେ ଛାତ୍ରଛାତ୍ରୀ ସେମାନଙ୍କ ଆଲମେଣ୍ଟ ଲେଟର୍ ଡାଉନଲୋଡ୍ କରିପାରିବେ ।

ଫେବ୍ରୁଆରୀ ୫ ତାରିଖରେ ଓଜେଇଇ ମୁଖ୍ୟାଳୟରେ ନାମ ଲେଖାଇବେ । ପ୍ରଥମ ପର୍ଯ୍ୟାୟ କାଉନସେଲିଂ ପରେ ଖାଲି ପଡ଼ିଥିବା ସିଟ୍‌ରେ ଫେବ୍ରୁଆରୀ ୧୧ରେ ତାଲିକା ପ୍ରକାଶ ପାଇବ । ଚଳିତ ବର୍ଷ ରାଜ୍ୟର ୧୪୬୬ ମେଡିକାଲ୍ ସିଟ୍‌ରେ ନାମଲେଖା ପାଇଁ ଓଜେଇଇ କାଉନସେଲିଂ କରିବ । ଏସସିବି ମେଡିକାଲ୍ କଲେଜ୍‌ରେ ୨୧୨, ବ୍ରହ୍ମପୁର ଏମ୍‌କେସିଜିରେ ୨୧୩, ଭିମସାରରେ ୧୭୦, ବାରିପଦା ଓ କୋରାପୁଟରେ ୧୦୬, ବାଲେଶ୍ୱର, ବଲାଙ୍ଗିର ଓ ପୁରୀରେ ୮୫ ଲେଖାଏଁ ସିଟ୍‌ରେ ନାମ ଲେଖା ହେବ ।