Advertisment

ଯୁକ୍ତ ଦୁଇରେ ଲାଗୁ ହେଲା ନୂଆ ପରୀକ୍ଷା ନୀତି

ପ୍ରଥମ ବର୍ଷର କୋର୍ସ ଦ୍ୱିତୀୟ ବର୍ଷରେ ଆସିବନାହିଁ। ସେହିପରି ଗତବର୍ଷ ଭଳି ଏବର୍ଷ ବି ୩୦ ପ୍ରତିଶତ କମ୍ ସିଲାବସ୍‌ରେ ଶିକ୍ଷାଦାନ ହେବ। ଏହି ନିଷ୍ପତ୍ତିକୁ ନେଇ ପିଲାଙ୍କ ଭିତରେ କିନ୍ତୁ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି।

author-image
Chandan Shishu
NEW +2 EXAM PATTERN

NEW +2 EXAM PATTERN

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ସଂସ୍କାର ନୀତିରେ ବାଜିଲା ସରକାରଙ୍କ ମୋହର। କରୋନା ପାଇଁ ନୂଆ ପଦ୍ଧତିରେ ହେବ ଯୁକ୍ତ ଦୁଇ ପରୀକ୍ଷା। ଦୁଇ ବର୍ଷ ମଧ୍ୟରେ ୬ଟି ଇଣ୍ଟରନାଲ୍ ଓ ଦୁଇଟି ଆନୁଆଲ୍ ପରୀକ୍ଷା ହେବ। ତିନିମାସକୁ ଥରେ ହେବାକୁ ଥିବା ୨୦ ମାର୍କ ବିଶିଷ୍ଟ ଇଣ୍ଟରନାଲ୍ ପରୀକ୍ଷାଗୁଡିକରେ କିପରି ପ୍ରଶ୍ନ ଆସିବ ତାହା ବି ସ୍ପଷ୍ଟ କରାଯାଇଛି। ୬ଟି ୧ ମାର୍କ ବିଶିଷ୍ଟ ପ୍ରଶ୍ନ ଅତି ସଂକ୍ଷିପ୍ତ ପ୍ରଶ୍ନ ଆସିବ। ସେହିପରି ୨ ମାର୍କ ବିଶିଷ୍ଟ ସଂକ୍ଷିପ୍ତ ପ୍ରଶ୍ନ ୪ଟି ରହିବ। ଯେଉଁଥିରୁ ପରୀକ୍ଷାର୍ଥୀ ତିନିଟିର ଉତ୍ତର ଦେବେ। ୪ ମାର୍କ ବିଶିଷ୍ଟ ୩ଟି ପ୍ରଶ୍ନରୁ ୨ଟିର ଉତ୍ତର ରଖିବେ ପରୀକ୍ଷାର୍ଥୀ।

Advertisment

ପ୍ରଶ୍ନ ପଢି ବୁଝିବା ଲାଗି ଅତିରିକ୍ତ ୫ ମିନିଟ ସମୟ ଦିଆଯିବ। ମୋଟ୍ ୪୫ ମିନିଟ୍‌ରେ ପରୀକ୍ଷା ହେବ। ଏହି ପଦ୍ଧତିରେ ପରୀକ୍ଷା କରାଇବାକୁ କଲେଜଗୁଡିକୁ ନିର୍ଦ୍ଦେଶ ରହିଛି। ଏହାସହ ପ୍ରଥମ ବର୍ଷର ଆନୁଆଲ୍ ପରୀକ୍ଷା ମଧ୍ୟ କଲେଜ ସ୍ତରରେ ହେବ। ସିଏଚ୍ଏସ୍ଇ କେବଳ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ପରିଚାଳନା କରିବ। କଲେଜ ସ୍ତରରେ ହେଉଥିବା ପରୀକ୍ଷା ଫଳକୁ ଅନଲାଇନ୍ ଜରିଆରେ ସିଏଚ୍ଏସ୍ଇକୁ ପଠେଇବେ। କଲେଜ ଯାହାକୁ କି ରେକର୍ଡ ଭାବେ ରଖାଯିବ। ଭବିଷ୍ୟତରେ ମହାମାରୀ ପରୀକ୍ଷା ବାତିଲ ହେଲେ ଏସବୁ ପରୀକ୍ଷା ଆଧାରରେ ମାର୍କ ଦିଆଯିବ।

ପ୍ରଥମ ବର୍ଷର କୋର୍ସ ଦ୍ୱିତୀୟ ବର୍ଷରେ ଆସିବନାହିଁ। ସେହିପରି ଗତବର୍ଷ ଭଳି ଏବର୍ଷ ବି ୩୦ ପ୍ରତିଶତ କମ୍ ସିଲାବସ୍‌ରେ ଶିକ୍ଷାଦାନ ହେବ। ଏହି ନିଷ୍ପତ୍ତିକୁ ନେଇ ପିଲାଙ୍କ ଭିତରେ କିନ୍ତୁ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଇଣ୍ଟରନାଲ୍ ପରୀକ୍ଷାରେ ଘରୋଇ କଲେଜଗୁଡିକ ପିଲାଙ୍କୁ ଅଧିକ ମାର୍କ ଦେଇଥାନ୍ତି ବୋଲି ପିଲାଙ୍କ ମତ। ଏଥିରେ ଯେପରି ସ୍ୱଚ୍ଛତା ବଜାୟ ରହିବ। ସେଥିପ୍ରତି କଡା ପଦକ୍ଷେପ ନେବାକୁ ପରୀକ୍ଷାର୍ଥୀ ଦାବି କରିଛନ୍ତି।

Advertisment

ବହୁ ପୂର୍ବରୁ ଯୁକ୍ତ ଦୁଇରେ ଦୁଇଟି ବୋର୍ଡ ପରୀକ୍ଷା କରିବାକୁ ଯୋଜନା ହୋଇଥିଲା। ମାତ୍ର ପ୍ରଥମ ବର୍ଷରେ ପରୀକ୍ଷା ଏଯାଏ ଲାଗୁ ହୋଇପାରିଲାନି। ଆଉ ସିଏଚ୍ଏସ୍ଇର ଏହି ଅଦୂରଦର୍ଶିତା ଲାଗି ଚଳିତ ବର୍ଷ ଦଶମ ଆଧାରରେ ଯୁକ୍ତ ଦୁଇ ପିଲାଙ୍କୁ ମାର୍କ ଦିଆଗଲା। ଏବେ ନୂଆ ପରୀକ୍ଷା ନୀତି କେତେ ଦୂର କାର୍ଯ୍ୟକାରୀ ହେଉଛି ତାଉପରେ ନଜର।

ରିପୋର୍ଟ: ରାଜଶ୍ରୀ ଶତପଥୀ, ଜଗଦୀଶ ଦାସ

Odisha CHSE Syllabus Education
Advertisment
Advertisment