Advertisment

Mahanadi Water Dispute: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘ ଦିନର ମହାନଦୀ ଜଳ ବିବାଦରେ ପଡ଼ିବ କି ଯବନିକା ?

ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାନଦୀ ବିବାଦ ଏବେ ଟ୍ରିବ୍ୟୁନାଲରେ ବିଚାରାଧୀନ ଥିଲେ ବି ଟ୍ରିପଲ୍ ଇଞ୍ଜିନ ସରକାର କିଭଳି ଏହାର ଆପୋଷ ସମାଧାନ କରିବେ । ସେ ଦିଗରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଆଗୁଆ ପ୍ରସ୍ତାବ ଦେଇଛନ୍ତି । ଖୁବ୍‌ଶୀଘ୍ର ସଚିବସ୍ତରରେ ଓ ପରେ ମନ୍ତ୍ରୀସ୍ତରୀୟ ଆଲୋଚନା ହେବ । କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପରେ ଭାଇ ଭାଇର ଝଗଡ଼ା ଦୂରହେବ ।

author-image
Deviprasad Jena
Mahanadi River

Mahanadi River

ଓଡ଼ିଶା-ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିବେ କି ଟ୍ରିପଲ ଇଂଜିନ୍ ସରକାର ? ଓଡ଼ିଶା, ଛତିଶଗଡ଼ ଓ କେନ୍ଦ୍ରର ବିଜେପି ସରକାର ମିଶି ଦୀର୍ଘ ବର୍ଷର ସମସ୍ୟାକୁ ଆପୋଷ ଆଲୋଚନା ମଧ୍ୟମରେ କରିବେ କି ସମାଧାନ? ଓଡ଼ିଶା ଗସ୍ତରେ ଆସିଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ସହ ଗତକାଲି ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବୟାନ ଏବେ ସଂଚାର କରିଛି ଏଭଳି ଆଶା ।

Advertisment

ଗତକାଲି ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଅନୌପଚାରିକ ଭାବେ ଏ ପ୍ରସଙ୍ଗରେ ଆଲୋଚନା ହୋଇଥିବା କହିଥିଲେ ମୋହନ । ମୁଖ୍ୟମନ୍ତ୍ରୀ କହିଥିଲେ, ମହାନଦୀ ବିବାଦ ଏବେ ଟ୍ରିବ୍ୟୁନାଲରେ ବିଚାରାଧୀନ ଥିଲେ ବି ଟ୍ରିପଲ୍ ଇଞ୍ଜିନ ସରକାର କିଭଳି ଏହାର ଆପୋଷ ସମାଧାନ କରିବେ, ସେ ଦିଗରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଆଗୁଆ ପ୍ରସ୍ତାବ ଦେଇଛନ୍ତି । ଖୁବ୍‌ଶୀଘ୍ର ସଚିବସ୍ତରରେ ଓ ପରେ ମନ୍ତ୍ରୀସ୍ତରୀୟ ଆଲୋଚନା ହେବ । କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପରେ ଭାଇ ଭାଇର ଝଗଡ଼ା ଦୂରହେବ ।

ଏପଟେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏ ଆଲୋଚନାକୁ ସ୍ବାଗତ କରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । ତେବେ ଆଲୋଚନା କେବେଳ ଚା’ କପ୍‌ରେ ସୀମିତ ନରହୁ ବୋଲି କହିଛି ବିଜେଡି । ସେହିଭଳି କଂଗ୍ରେସ କହିଛି, କେନ୍ଦ୍ର ସରକାର ଚାହିଁଲେ ହିଁ ସବୁକିଛି ସମ୍ଭବ ହୋଇପାରିବ ।

Advertisment

ଅଧିକ ପଢ଼ନ୍ତୁ: ଅପରାଧ ହାର ନିୟନ୍ତ୍ରଣ ପାଇଁ କମିଶନରେଟ୍ ପୋଲିସର ବଡ଼ ଯୋଜନା

ଅପରପକ୍ଷେ ମହାନଦୀ ଜଳ ବିବାଦର ଆପୋଷ ଆଲୋଚନା ପୂର୍ବରୁ ଓଡ଼ଶା କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇବାକୁ ଦାବି କରିଛି ମହାନଦୀ ବଞ୍ଚାଓ ଆନ୍ଦୋଳନ । ସଂଗଠନର ଆବାହକ ସୁଦର୍ଶନ ଦାସ କହିଛନ୍ତି, ଅଣମୌସୁମୀ ସମୟରେ ମହାନଦୀରେ ଯେତିକି ପାଣି ଆସିବା କଥା, ଛତିଶଗଡ଼ ସରକାର ପ୍ରଥମେ ସେତିକି ପାଣି ଛାଡ଼ିବା ଦରକାର ।

ମହାନଦୀ ଓ ଏହାର ଅବବାହିକାରେ ଛତିଶଗଡ ସରକାର ବେଆଇନ୍ ଭାବେ ଅନେକ ବନ୍ଧ, ଆଡ଼ିବନ୍ଧ ଓ ଆନିକଟ ନିର୍ମାଣ କରିଥିବାରୁ ଏହା ଉପରେ ତାଙ୍କ ସରକାରଙ୍କ ଆଭିମୁଖ୍ୟ କଣ ତାହା ଆଗେ ସ୍ପଷ୍ଟ କରିବା ଦରକାର । ତୃତୀୟ ଗୁରୁତ୍ବପୂର୍ଣ୍ଣ କଥା ହେଲା ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ଏକ ବଡ଼ ଭୂମିକା ଥିବାରୁ ଦୁଇ ରାଜ୍ୟ ଏବଂ କେନ୍ଦ୍ର ଏକାଠି ବସି ଆଲୋଚନାର ଉପକ୍ରମ ଓଡ଼ିଶା ସରକାର ଆରମ୍ଭ କରିବା ଦରକାର ।

ଆଲୋଚନା ବେଳେ ସବୁ ଅଂଶୀଦାରଙ୍କୁ ସମିଲ କରିବା ଦରକାର । ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାର ୬ଟି ବ୍ୟାରେଜ୍ ନିର୍ମାଣ କରି ତଳ ମୁଣ୍ଡକୁ ପାଣି ଛାଡୁନଥିବାରୁ ଏହାକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘ ଦିନରୁ ବିବାଦ ଲାଗି ରହିଛି । ଯାହାର ସମାଧାନ ନହେବାରୁ ୨୦୧୮ ମାର୍ଚ୍ଚ ୧୨ରେ କେନ୍ଦ୍ର ସରକାର ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଗଠନ କରିଥିଲେ । ଏହା ଭିତରେ ଟ୍ରିବ୍ୟୁନାଲରେ ମୋଟ ୪୩ଟି ଶୁଣାଣି ହୋଇଥିଲେ ବି ଏଯାଏଁ ସମାଧାନର ରାସ୍ତା ବାହାରି ପାରିନି ।

ଅଧିକ ପଢ଼ନ୍ତୁ: ସୋସିଆଲ ମିଡ଼ିଆ ପୋଷ୍ଟ ବଢ଼ାଇଲା ଚର୍ଚ୍ଚା; କ’ଣ ଇଙ୍ଗିତ କରୁଛନ୍ତି ଅରୁଣ ବୋଥ୍ରା?

Odisha Government Chattisgarh Mahanadi River Dispute Mahanadi Water Dispute
Advertisment
Advertisment