• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମମିତା ମେହେର ପ୍ରସଙ୍ଗରେ ବିଧାନସଭା ବାହାରେ ବି ବିଜେପିର ହଲ୍ଲାବୋଲ୍ । ଯୁବ ମୋର୍ଚ୍ଚାର ବିଧାନସଭା ଘେରାଉ ପାଇଁ ବିଶାଳ ଶୋଭାଯାତ୍ରା ବେଳେ ପୋଲିସ୍ ବାଧା ଦେବାରୁ ପ୍ରାୟ ଘଣ୍ଟେ ପାଇଁ ଲୋୟର ପିଏମ୍‌ଜି ପାଲଟିଥିଲା ରଣକ୍ଷେତ୍ର । ଧସ୍ତାଧସ୍ତି ପରେ ପୋଲିସ୍ ଉପରକୁ ଢେଲା ମାଡ଼ ସହ ଭଙ୍ଗା ହୋଇଥିଲା ପୋଲିସ୍ ଭ୍ୟାନ୍ । ଜବାବରେ ଲାଠିମାଡ଼ କରିଥିଲା ପୋଲିସ୍ ।

ପୋଲିସ୍ ବନାମ ବିଜେପି ଯୁବ ମୋର୍ଚ୍ଚା । ମୁହାଁମୁହିଁ, ଠେଲାପେଲା ଆଉ ହାତାହାତି । ସ୍ଥାନ ଲୋୟର ପିଏମ୍‌ଜି । ସମୟ ଦିନ ଗୋଟାଏ । ପୋଲିସ୍ ଭ୍ୟାନ୍ ଭଙ୍ଗାରୁଜା ସହ ଆକ୍ରମଣ ଜବାବରେ ପୋଲିସ୍ ବି କରିଥିଲା ଲାଠିମାଡ଼ । ବଳପ୍ରୟୋଗ ସହ କର୍ମୀମାନଙ୍କୁ ଉଠାଇ ନେଇଥିଲେ ପୋଲିସ୍ ଅଧିକାରୀ । ମମିତାଙ୍କୁ ନ୍ୟାୟ ପାଇଁ ଏହି ଲଢେଇ । ସରକାରଙ୍କ ଉପରେ ଚାପ ପକାଇବାକୁ ଭରପୂର ଉଦ୍ୟମ । ବିଧାନସଭା ଘେରାଉ ପାଇଁ ପାର୍ଟି ଅଫିସ୍‌ରୁ ବିଶାଳ ରାଲି କରି ବାହାରିଥିଲା ବିଜେପି ଯୁବ ମୋର୍ଚ୍ଚା । ଯୁବ ସଭପତି ଇରାଶିଷ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଦଳର ସମସ୍ତ ବିଧାୟକ ଏବଂ ନେତା ବି ସାମିଲ ହୋଇଥିଲେ ।

ସେପଟେ ବିକ୍ଷୋଭକାରୀଙ୍କୁ ଅଟକାଇବାକୁ ଲୋୟର ପିଏମ୍‌ଜିରେ ପ୍ରସ୍ତୁତ ଥିଲେ ୧୮ ପ୍ଲାଟୁନ ପୋଲିସ୍ ସହ ହେଭି ବ୍ୟାରିକେଡ୍ । ଲୋୟର ପିଏମ୍‌ଜିରେ ମୁହାଁମୁହିଁ ହୋଇଥିଲେ ପୋଲିସ୍ ଓ ବିଜେପି ଯୁବ କର୍ମୀ । କିଛି ସମୟ ଧରି ଠେଲାପେଲା ପରେ ଉପୁଜିଥିଲା ହାତାହାତି ପରିସ୍ଥିତି । କର୍ମୀମାନଙ୍କୁ ପୋଲିସ୍ ଅଟକ ରଖୁଥିବା ବେଳେ ପୋଲିସ୍ ଉପରକୁ ଫ୍ଲାଗ୍ ସହ ପଥର ଫୋପାଡି ଥିଲେ ବିଜେପି କର୍ମୀ । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ୍ କିଛି ସ୍ଥାନରେ ବଳ ପ୍ରୟୋଗ କରିଥିଲା ।

ଏସବୁ ଭିତରେ ପ୍ରଥମ ବ୍ୟାରିକେଡ୍ ଭାଙ୍ଗି ଦ୍ୱିତୀୟ ବ୍ୟାରିକେଡ୍ ପାଖରେ ଧାରଣା ଦେଇଥିଲେ ବିଜେପି ଯୁବ ମୋର୍ଚ୍ଚାର କର୍ମୀ ଓ ବିଧାୟକ । ବିଜେପି ଅଭିଯୋଗ କରିଛି ଯେ, ପୋଲିସ୍ ସେମାନଙ୍କ ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଘଟଣା ଉପରେ ପ୍ରତିକ୍ରିୟା ରଖି ପୋଲିସ୍ କମିଶନର୍ କହିଛନ୍ତି ଯେ, ଆଇନ ଅନୁଯାୟୀ ଉଚିତ୍ ପଦକ୍ଷେପ ନିଆଯିବ ।

ଅନ୍ୟପଟେ ବିଜେଡିର ବି କାଉଣ୍ଟର ଷ୍ଟ୍ରାଟେଜି । ଦରଦାମ୍ ବୃଦ୍ଧି, ପେଟ୍ରୋଲ, ଡିଜେଲ, ଗ୍ୟାସ ଦରବୃଦ୍ଧି, ଚାଷୀ ସମସ୍ୟାକୁ ନେଇ କେନ୍ଦ୍ର ବରେିାଧରେ ରାଜରାସ୍ତାକୁ ଓହ୍ଲାଇଛି ବିଜେଡି । ପାର୍ଟି ଅଫିସ୍‌ରୁ ଏକ ବାଇକ୍ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ସଚିବାଳୟ ମାର୍ଗରେ ବିଶାଳ ପ୍ରତିବାଦ ସଭା କରିଥିଲେ । ତେବେ ପ୍ରସଙ୍ଗ ଏଡାଇବାକୁ ବିଜେଡିର ଏହା ପ୍ରୟାସ ବୋଲି କହିଛି ବିଜେପି ।