Advertisment

ଓଡ଼ିଶାରେ ହେବ କି ଆଗୁଆ ନିର୍ବାଚନ ? ୨୪ ପୂର୍ବରୁ ଭାଙ୍ଗିବ କି ବିଧାନସଭା?

ସବୁଠାରୁ ବଡ଼ ପ୍ରଶ୍ନ ହେଲା, ଓଡ଼ିଶାରେ ଆଗୁଆ ନିର୍ବାଚନ ନେଇ ବିଜେପି କାହିଁକି ଆଶଙ୍କା ପ୍ରକାଶ କରୁଛି?

author-image
Chandan Shishu
ଅଦ୍ୟତନ ହୋଇଛି
undefined

Will there be early elections in Odisha ?

ଓଡ଼ିଶାରେ ଆଗୁଆ ହେବ କି ବିଧାନସଭା ନିର୍ବାଚନ? ଧାର୍ଯ୍ୟ ସମୟ ପୂର୍ବରୁ ବିଧାନସଭାକୁ  ଭାଙ୍ଗି ଦେବେ କି ନବୀନ? ୨୦୧୮ର ତେଲେଙ୍ଗାନା ଫର୍ମୁଲାକୁ ଆପଣାଇବ କି ବିଜେଡି ? ରାଜ୍ୟ ରାଜନୀତିରେ ଆଗୁଆ ନିର୍ବାଚନ ସମ୍ଭାବନାକୁ ନେଇ ଚର୍ଚ୍ଚା ଏ ସଂପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ପରେ ପ୍ରକାଶ ପାଇଛି କଳ୍ପନାଜଳ୍ପନା। ଆଜି ଭୁବନେଶ୍ୱରରେ ଧର୍ମେନ୍ଦ୍ର କହିଛନ୍ତି ମୁଁ ଶୁଣୁଛି, ଏଠି ଆଗୁଆ ନିର୍ବାଚନ ହୋଇଯିବ। ତେବେ ନିର୍ବାଚନ ପୂର୍ବରୁ ବହୁତ କଥା ହେବ। ମହାନଦୀ, ବୈତରଣୀ, ବ୍ରାହ୍ଣଣୀରେ ବହୁତ ପାଣି ବହିବ। ନିର୍ବାଚନ ଯେତେବେଳେ ହେଲେ ବି ବିଜେପି ପ୍ରତିଦ୍ୱନ୍ଦ୍ୱୀ ଦଳ ଭାବେ ବିଭିନ୍ନ ପ୍ରସଙ୍ଗକୁ ନେଇ ଲଢେଇ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶକୁ ଓଡ଼ିଶାର ଲୋକ ଗ୍ରହଣ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

Advertisment

ଏହା ପୂର୍ବରୁ ବିଜେପିର ବରିଷ୍ଠ ନେତା ମନମୋହନ ସାମଲ ମଧ୍ୟ ରାଜ୍ୟରେ ଆଗୁଆ ନିର୍ବାଚନ ହେବାର ସମ୍ଭାବନା ଥିବା କହିଥିଲେ। ସବୁଠାରୁ ବଡ଼ ପ୍ରଶ୍ନ ହେଲା, ଓଡ଼ିଶାରେ ଆଗୁଆ ନିର୍ବାଚନ ନେଇ ବିଜେପି କାହିଁକି ଆଶଙ୍କା ପ୍ରକାଶ କରୁଛି? ବିଜେପି ପାଖରେ ସେଭଳି କିଛି ଠୋସ୍ ସୂଚନା ଅଛି କି? କୁହାଯାଉଛି ବିଜେଡିରେ ବଢୁଥିବା ଅସନ୍ତୋଷ, ସରକାର ବିରୋଧୀ ହାଓ୍ୱା ଓ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ରାଜ୍ୟରେ ବଢୁଥିବାରୁ, କାଳେ ୨୪ ନିର୍ବାଚନରେ ତାର ଗଭୀର ପ୍ରଭାବ ପଡିବ, ହୁଏତ ସେଥିପାଇଁ ଆଗୁଆ ନିର୍ବାଚନ କଥା ବିଜେଡି ଚିନ୍ତା କରୁଥାଇପାରେ। ଅନ୍ୟପକ୍ଷରେ ନବୀନଙ୍କ ଲୋକପ୍ରିୟତା ଓ ବିଜେଡି ସପକ୍ଷରେ ଏବେ ଭଲ ମାହୋଲ୍ ଥିବାରୁ ଆଗୁଆ ନିର୍ବାଚନ ହୁଏତ ଦଳକୁ ଫାଇଦା ଦେଇପାରେ। ତାଛଡ଼ା ବିରୋଧୀ ଦଳ ଲଢ଼େଇ ପାଇଁ ପୁରା ପ୍ରସ୍ତୁତ ହେବା ପୂର୍ବରୁ ନିର୍ବାଚନ କରି ସେମାନଙ୍କୁ ମାତ୍ ଦେବା ଚକ୍କରରେ ଦଳ ରହିଥିବା ଚର୍ଚ୍ଚା ହେଉଛି।

ସେପଟେ ପଦ୍ମପୁରରେ ବାଜିମାତ୍ ପରେ ୨୦୨୪ରେ ବିଜେଡି ୧୨୫ ବିଧାନସଭା ସିଟ୍‌ରେ ଜିତିବ ବୋଲି ବିଧାୟକ ସୁଶାନ୍ତ ସିଂଙ୍କ ବୟାନକୁ ନେଇ ଜୋର୍ ଧରିଛି ରାଜନୀତି। ବିଜେପି ଏହାକୁ ନଜର ଅନ୍ଦାଜ କରି କହିଛି, ଆଗାମୀ ନିର୍ବାଚନରେ ପଦ୍ମ ଦୁଇ-ତୃତୀୟାଂଶ ସିଟ୍ ହାସଲ କରିବ।  ସେପଟେ କଂଗ୍ରେସ ବି ୬୦ରୁ ୬୫  ସିଟ୍ ପାଇବା ନେଇ ଦାବି କରିଛି। 

Advertisment

ପ୍ରଥମ ଧାମନଗର ଉପନିର୍ବାଚନରେ ବିଜେପିର ଦମଦାର୍ ବିଜୟ ପରେ ପଦ୍ମପୁରରେ ବିଜେଡିର ବୃହତ ବିଜୟ ସହ ବଦଲା ଉଭୟ ଦଳ ଟକ୍‌ରା ଟକ୍‌ରି ସ୍ଥିତିରେ ରହିଛନ୍ତି। ତେଣୁ ଆଗାମୀ ନିର୍ବାଚନ ବେଳେ ଲଢେଇ ଜୋରଦାର ହେବ ବୋଲି ଆଶା କରାଯାଉଛି।

(ବରଗଡ଼ରୁ ଦୀପକ ଶର୍ମା ଓ ଭୁବନେଶ୍ୱରରୁ ଜଗଦୀଶ ଦାସଙ୍କ ସହ ହରିହର ଚାନ୍ଦଙ୍କ ରିପୋର୍ଟ)

BJD BJP Odisha Assembly General Election 2024
Advertisment
Advertisment