• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଜେଡି ଖେଳୁଛି କି ଡବଲ୍ ଗେମ୍ ? ପଦ୍ମପୁର ଫଳାଫଳ ଆସିବା ପରଠାରୁ ଜୋର୍ ଧରିଛି ଡିଲ୍ ପଲିଟିକ୍ସ । କଂଗ୍ରେସ୍ ଭୋଟ୍‌କୁ ଡାଇଭର୍ଟ କରି ବିଜେଡି ୪୨ ହଜାରରୁ ଅଧିକ ମାର୍ଜିନରେ ଜିତିବା ପରେ ନୂଆ ସମୀକରଣର ଚର୍ଚ୍ଚା । ବିଜେଡି-କଂଗ୍ରେସ ଡିଲ୍ ନେଇ ବିରୋଧୀ ଦଳ ନେତା ଜୟନରାୟଣ ମିଶ୍ର ଅଭିଯୋଗ କରିବା ପରେ ଆରମ୍ଭ ହୋଇଥିଲା ଆରୋପ ପ୍ରତ୍ୟାରୋପ ।

ତେବେ ଏହି ପ୍ରସଙ୍ଗରେ ତିନି ଦିନ ହେଲା ଏକ ପ୍ରକାର ସେଫ୍ ଗେମ୍ ଖେଳୁଥିବା ବିଜେଡି ଆଜି ଧସେଇ ପଶି ପାଲଟା ବିଜେପି ଉପରେ ଆଣିଛି ଡିଲ୍ ଅଭିଯୋଗ । କହିଛି, ୨୦୧୪ରେ କଂଗ୍ରେସ୍ ଭୋଟ ନେଇ ପଦ୍ମପୁରରେ ବିଜେପି ଜିତିଥିଲା । ସେହିପରି ଧାମନଗର ଉପନିର୍ବାଚନ ରେ ବିଜେଡିର ବିଦ୍ରୋହୀ ଭାବେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସଙ୍କ ସହ ବିଜେପି ଡିଲ୍ କରିଥିଲା ବୋଲି ଅଭିଯୋଗ କରିଛି ବିଜେଡି । ଦଳର ଦୁଇ ହେଭିୱେଟ୍ ନେତା ପ୍ରମିଳା ମଲ୍ଲିକ ଓ ସୁଶାନ୍ତ ସିଂ ଆଣିଛନ୍ତି ଏଭଳି ଅଭିଯୋଗ ।

ବିଜେପି ଏହାକୁ ସିଧାସଳଖ ଖଣ୍ଡନ କରିବା ସହ ବିଜେଡି ଡିଲ୍ କରିବାରେ ଧୁରନ୍ଧର ବୋଲି କହିଛି । ୨୦୧୯ରେ ଯଦି କଂଗ୍ରେସ୍ ଭୋଟ୍ ବିଜେଡିକୁ ଯାଇନଥାନ୍ତା ତେବେ ବିଜେପି ରାଜ୍ୟରେ ସରକାର କରିଥାନ୍ତା ବୋଲି କହିଛନ୍ତି ଜୟନାରାୟଣ । ଅନ୍ୟପକ୍ଷରେ କଂଗ୍ରେସ କହିଛି ବିଜେପି-ବିଜେଡି ମଧ୍ୟରେ ଡିଲ୍ ହୋଇଛି । ଦଳର ବରିଷ୍ଠ ବିଧାୟକ ତାରା ବାହିନୀପତି ଗୁରୁତର ଅଭିଯୋଗ ଆଣି କହିଛନ୍ତି ଯେ, ଧାମନଗର ବିଜେପି ନେବ ଓ ପଦ୍ମପୁର ବିଜେଡି ନେବ ବୋଲି ଡିଲ୍ ହୋଇଥିଲା ।

ଅଧିକ ପଢ଼ନ୍ତୁ: ପଦ୍ମପୁର ପୁରସ୍କାର; ପ୍ରତିଶ୍ରୁତି ପାଳନର ଅବସର

ଗୋଟିଏ ପଟେ ଡିଲ୍ ପଲିଟିକ୍ସ ଜୋର ଧରୁଥିବା ବେଳେ ପୁଣି ଉଠିଲାଣି ମ୍ୟାନେଜ୍ ପଲିଟିକସ୍ କଥା । ମ୍ୟାନେଜ୍ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି । ବିରୋଧୀ ଦଳ ନେତା ଜୟନରାୟଣ ମିଶ୍ର ଓ ବିଜେଡି ବିଧାୟକ ଶୁସାନ୍ତ ସିଂ ମଧ୍ୟରେ ଆରୋପ ପ୍ରତ୍ୟାରୋପ । ବିଜେଡି କେନ୍ଦ୍ରରେ ମ୍ୟାନେଜ୍ କରିବାକୁ ଚେଷ୍ଟା କରି ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ଜୟ ନାରାୟଣ । ପାର୍ଲାମେଣ୍ଟରେ ପ୍ରତି ବିଲ୍‌ରେ ସମର୍ଥନ ଦେଇ ଡିଲ୍ କରିବାକୁ ଚେଷ୍ଟା କରୁଛନ୍ତି । ଆମେ ତାକୁ ପ୍ରତିହତ କରୁଛୁ ବୋଲି ଜୟନରାୟଣ କହିଛନ୍ତି । ସେପଟେ ବିଜେଡିର ଶକ୍ତି ଆଉ ସମର୍ଥନ ରହିଛି, କାହିଁକି ମ୍ୟାନେଜ୍ କରାଯିବ ବୋଲି ପ୍ରଶ୍ନ କରିଛନ୍ତି ସୁଶାନ୍ତ ସିଂ ।

ଡିଲ୍ ଓ ମ୍ୟାନଜ୍ ରାଜନୀତି ଭିତରେ ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ବି ଚର୍ଚ୍ଚା ଜୋର ଧରିଛି । ନବୀନଙ୍କ ଲୋକପ୍ରିୟତା କମୁଥିବାରୁ ବିଜେଡି ଆଗୁଆ ନିର୍ବାଚନ କରିବା ପାଇଁ ଯୋଜନା କରୁଥିବା ବିଜେପି କହୁଥିବା ବେଳେ ବିଜେଡି କହିଛି ମୋଦି ହାରିଯିବା ଭୟରେ କେନ୍ଦ୍ରରେ ଆଗୁଆ ନିର୍ବାଚନ କରିବାକୁ ଚିନ୍ତା କରୁଛନ୍ତି ।

(ରିପୋର୍ଟ- ହରିହର ଚାନ୍ଦ, ଭୁବନେଶ୍ୱର)