/odishatv-khabar/media/post_attachments/uploadimage/library/16_9/16_9_0/IMAGE_1670556662.jpg)
Gujarat BJP Record
ଗୁଜରାଟରେ ବିଜେପିର ପ୍ରଚଣ୍ଡ ବିଜୟ । ୬୦ ବର୍ଷର ଇତିହାସରେ ସର୍ବାଧିକ ଆସନ ଜିତି ଲଗାତର ୭ମ ଥର ପାଇଁ ସରକାର ଗଢ଼ି ରେକର୍ଡ କରିବାକୁ ଯାଉଛି ଦଳ । ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭାରେ ବିଜେପି ମୋଟ୍ ୧୫୬ ଆସନ ପାଇବାକୁ ଯାଉଥିବା ବେଳେ ଅତି ଦୟନୀୟ ପ୍ରଦର୍ଶନ ସହ କଂଗ୍ରେସକୁ ମାତ୍ର ୧୭ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।
ଅପରପକ୍ଷେ ପ୍ରଥମ ଥର ପାଇଁ ରାଜ୍ୟରେ ବିଧାନସଭା ନିର୍ବାଚନ ଲଢ଼ିଥିବା ଆମ୍ ଆଦ୍ମୀ ପାର୍ଟି ସପକ୍ଷରେ ପଡ଼ିଛି ମାତ୍ର ୫ଟି ଆସନ । ଦିଲ୍ଲୀ ଓ ପଞ୍ଜାବ ପରେ ଆମ୍ ଆଦ୍ମୀ ପାର୍ଟି ଗୁଜରାଟରେ କିଛି କମାଲ କରିବ ବୋଲି ଚର୍ଚ୍ଚା ହେଉଥିଲେ । ବିଧାନସଭା ନିର୍ବାଚନରେ ସେଭଳି କିଛି ହୋଇନି । ସେପଟେ ଆସନ୍ତା ୧୨ ତାରିଖରେ ଦ୍ୱିତୀୟ ଥର ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୁପେନ୍ଦ୍ର ପଟେଲ । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରମୁଖ ଯୋଗଦେବା କାର୍ଯ୍ୟକ୍ରମ ରହିଛି ।
ଗୁଜରାଟରେ ବଡ଼ ବିଜୟ ପରେ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ଜନାଦେଶ ଅଭିଭୂତ କରିଛି । ଗୁଜରାଟରେ ଏଥର ଚମତ୍କାର ହୋଇଛି । ଲୋକେ ନୂଆ ଇତିହାସ ସୃଷ୍ଟି କରିଛନ୍ତି । ବିଜେପି ପ୍ରତି ବଢୁଥିବା ଜନସମର୍ଥନ ପରିବାରବାଦ ବିରୋଧରେ ଆକ୍ରୋଶ ବୋଲି କହିଛନ୍ତି ମୋଦି । ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି, ଦେଶହିତରେ ଆମେ ବଡ଼ରୁ ବଡ଼ ନିଷ୍ପତ୍ତି ନେଇଛୁ । ଆମ କାମକୁ ନେଇ ଯୁବବର୍ଗ ଆମ ଉପରେ ଭରସା ରଖିଛନ୍ତି । ଯୁବବର୍ଗ ବିଜେପିର ବିକାଶ ରାଜନୀତିକୁ ପସନ୍ଦ କରୁଛନ୍ତି । ବିଜେପିର ମିଶନ ଅଛି ଏବଂ ବିକାଶକୁ ନେଇ ପ୍ରତିବଦ୍ଧତା ବି ଅଛି ବୋଲି ମୋଦି କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)