/odishatv-khabar/media/post_attachments/uploadimage/library/16_9/16_9_0/IMAGE_1670666366.jpg)
Jayanarayan Mishra
ବିଜେଡି ବିଜୟ ପଛରେ ରାଜନୈତିକ ଡିଲ୍ । ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାରରେ ଯିବା ପୂର୍ବରୁ କଂଗ୍ରେସର ଶୀର୍ଷ ନେତୃତ୍ୱ ସହିତ ବଡ଼ ଡିଲ୍ କରିଥିଲେ ବୋଲି ସାଂଘାତିକ ଅଭିଯୋଗ ଆଣିଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । କଂଗ୍ରେସ ନେତୃତ୍ୱ ଦଳର ସଂପୂର୍ଣ୍ଣ ଭୋଟ ଡାଇଭର୍ଟ କରିବା ପ୍ରତିଶ୍ରୁତି ଦେବା ପରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାରକୁ ଓହ୍ଲାଇଥିଲେ ।
ଏମିତି କି ଭୁବନେଶ୍ୱରରେ ଏହି ଡିଲ୍ ହୋଇଥିବା ସେ ଅଭିଯୋଗ ଆଣିଛନ୍ତି । ପଦ୍ମପୁର ପାଇଁ ଅଦୃଶ୍ୟମାନ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଦୃଶ୍ୟମାନ୍ ହେବାକୁ ପଡ଼ିଲା । ଯିଏ ସବୁବେଳେ ଅନ୍ଧାର କୋଠରୀ ଭିତରେ ବନ୍ଦ ହୋଇ ରୁହନ୍ତି, ତାଙ୍କୁ ବାହାରକୁ ବାହାରିବା ପାଇଁ ପଡ଼ିଲା । କେତେ ଅନୈତିକ କାମ କରି ଶାସକ ଦଳ ଭୋଟ୍ ହାତେଇଛନ୍ତି, ସେ ଖବର ପାଖରେ ଅଛି ବୋଲି ଜୟନାରାୟଣ କହିଛନ୍ତି । ତେବେ ଜୟନାରାୟଣଙ୍କ ଅଭିଯୋଗ ଉପରେ କଂଗ୍ରେସ କି ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।
ସେହିପରି ୨୦୨୪ ନିର୍ବାଚନ ସମ୍ପର୍କରେ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି ଜୟ ନାରାୟଣ ମିଶ୍ର । ବିଜେପି ୧୪୭ ଆସନକୁ ଦୃଷ୍ଟିରେ ରଖି ନିର୍ବାଚନ ଲଢ଼ିବ । ସାଧାରଣ ଜନତା ହେଲେ ସର୍ବେସର୍ବା । ଅନ୍ୟପଟେ ବିଜେଡି ସବୁବେଳେ ଅର୍ଥ, ବାହୁବଳ ଓ ସରକାରୀ କଳ ଆଧାରରେ ନିର୍ବାଚନ ଲଢ଼ୁଛି ବୋଲି ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)