Advertisment

କାହିଁକି ପଦ୍ମପୁରରେ ଜିତିଲା ବିଜେଡି ? ଜାଣନ୍ତୁ ୫ ପ୍ରମୁଖ କାରଣ

ଅତି ନିକଟରେ ଧାମନଗର ଉପ-ନିର୍ବାଚନରେ ବିଜୟ ଧ୍ୱଜା ଉଡ଼ାଇଥିବା ବିଜେପିର କାହିଁକି ପଦ୍ମପୁରରେ ହେଲା ପରାଜୟ ?

author-image
Chandan Shishu
padmapur bypoll

padmapur bypoll

ଆଜିର ଫଳାଫଳ ପରେ ପ୍ରଶ୍ନ କେଉଁ ଫ୍ୟାକ୍ଟରରୁ ପଦ୍ମପୁରରେ ବଡ଼ ଜିତ୍ ହାସଲ କଲା ବିଜେଡି ଓ ପରାଜିତ ହେଲା ବିଜେପି। ଆସନ୍ତୁ ନଜର ପକାଇବା ଦୁଇ ଦଳଙ୍କ ବିଜୟ ଓ ପରାଜୟର ପ୍ରମୁଖ ୫ କାରଣ ଉପରେ। ପଦ୍ମପୁରରେ କେମିତି ବିପୁଳ ବିଜୟ ଲାଭ କଲା ବିଜେଡି ? କେଉଁ ସବୁ କାରଣରୁ ପୁଣି ଉପ-ନିର୍ବାଚନ ଜିତିଲା ଶଙ୍ଖ ଦଳ ? ମାତ୍ର ମାସେ ତଳେ ଧାମନଗରରେ ଧୂଳି ଚାଟିଥିବା ବିଜୁ ଜନତା ଦଳ ପଦ୍ମପୁରରେ କିନ୍ତୁ ଦେଖାଇଛି ଜବରଦସ୍ତ କମାଲ୍ ଯଦି ଏହା ପଛର ପ୍ରମୁଖ କାରଣ ସବୁକୁ ଅନୁଶୀଳନ କରାଯାଏ-ସେସବୁ ଗୁଡ଼ିକ ହେଲା-

Advertisment

(୧) ନିଜେ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଇଦାନକୁ ଓହ୍ଲାଇ ପ୍ରଚାର କଲେ।
(୨) ଏଥର ଗ୍ରାଉଣ୍ଡରେ ସମନ୍ବୟ ରଖି ନିର୍ବାଚନ ପରିଚାଳନା କଳେ ଦଳର ଉଭୟ ବରିଷ୍ଠ ଓ କନିଷ୍ଠ ନେତା।
(୩) ପଶ୍ଚିମ ଓଡ଼ିଶା ନେତାଙ୍କୁ ଆଗରେ ରଖାଗଲା ଓ ତୃଣମୂଳସ୍ତରରେ ବିରୋଧୀ କର୍ମୀଙ୍କୁ ମ୍ୟାନେଜ୍ କରାଗଲା।
(୪) ସମସ୍ତ ୩୧୯ଟି ଯାକ ବୁଥ୍‌ରେ ଗ୍ରାଉଣ୍ଡ ଲେବଲ୍‌ରୁ ଷ୍ଟ୍ରାଟେଜି ତିଆରି କରିଥିଲା ଦଳ।
(୫) ପଦ୍ମପୁରବାସୀଙ୍କୁ ପ୍ରତିଶ୍ରୁତିରେ ପୋତି ପକାଇଲା ବିଜେଡି।

ଯାହାମଧ୍ୟରେ ଥିଲା ପଦ୍ମପୁର ପାଇଁ ୪୮୮ କୋଟି ଟଙ୍କାର ପ୍ୟାକେଜ୍, ପଦ୍ମପୁରକୁ ଜିଲ୍ଲା ମାନ୍ୟତା ସହ ପାଇକମାଳକୁ ଏନଏସି ମାନ୍ୟତା ପ୍ରଦାନ ଦାବି ପୂରଣର ପ୍ରତିଶ୍ରୁତି। ଏଥିସହ ଝାରବନ୍ଧରେ ନୂଆ ବିଦ୍ୟୁତ୍ ଗ୍ରୀଡ୍ ସବଷ୍ଟେସନ ପ୍ରତିଷ୍ଠା, କୁଲତା ଓ ମେହେର ସମାଜ ପାଇଁ ଜମି ଓ ଗୃହ ନିର୍ମାଣ ଲାଗି ଅର୍ଥିକ ସହାୟତା ସହ ଚାଷୀଙ୍କୁ ଇନପୁଟ୍ ସବସିଡି ପ୍ରଦାନର ପ୍ରତିଶ୍ରୁତି ବି ଭୋଟରଙ୍କୁ ଆକୃଷ୍ଟ କରିବାର ପ୍ରମୁଖ କାରଣ ବୋଲି କୁହାଯାଉଛି। ତେବେ କଂଗ୍ରେସ ଭୋଟ୍ ନିଜ ଆଡ଼କୁ ଟାଣିବା ଓ ଘରକୁ ଘର ବୁଲି ଭୋଟରଙ୍କୁ ଟଚ୍ କରିବା ବି ଥିଲା ବିଜେଡି ବିଜୟ ପଛର ଆଉ ଏକ ବଡ଼ ଷ୍ଟ୍ରେଟେଜି।

Advertisment

ତେବେ ଅତି ନିକଟରେ ଧାମନଗର ଉପ-ନିର୍ବାଚନରେ ବିଜୟ ଧ୍ୱଜା ଉଡ଼ାଇଥିବା ବିଜେପିର କାହିଁକି ପଦ୍ମପୁରରେ ହେଲା ପରାଜୟ ? ଦକ୍ଷ ପ୍ରାର୍ଥୀ ଥାଇ ବି କେଉଁ ସବୁ କାରଣରୁ ହାରିଲା ଦଳ ? ତାକୁ ନେଇ ଆରମ୍ଭ ହୋଇଛି ଘଣ୍ଟାଚକଟା ତେବେ ଯେଉଁ ୫ କାରଣ ପାଇଁ ଦଳ ହାରିଥିବା କୁହାଯାଉଛି। ସେଗୁଡ଼ିକ ହେଲା-

(୧) ଚାରି ଚାରି ଜଣ କେନ୍ଦ୍ରମନ୍ତ୍ରୀ ଓ ଦଳର ଟପ୍ ନେତାଙ୍କ ପ୍ରତିଶ୍ରୁତିକୁ ଭରସା କରିପାରିଲେନି ପଦ୍ମପୁରବାସୀ।
(୨) କାମ ଦେଲାନି ଇଲେକ୍ସନ ଷ୍ଟ୍ରାଟେଜି କି ବିଜେଡି ବିରୋଧୀ ଆକ୍ଷେପ।
(୩) ଗ୍ରାଉଣ୍ଡ ଜିରୋରେ ରହି ଦାୟିତ୍ୱ ଠିକ୍‌ରେ ପାଳନ କଲେନି ନେତା ଓ କର୍ମୀ। 
(୪) ନିଜ ଦଳର କିଛି ନେତା ଅନ୍ତର୍ଘାତୀ କାର୍ଯ୍ୟ କରିଥିବା ଅନୁମାନ। 
(୫) ବୁମେରାଂ ହେଲା ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ଆଦିବାସୀ ନୁହଁନ୍ତି ନାରା। 

ତେବେ ପରାଜୟକୁ ଗ୍ରହଣ କରି ବିଜେପି କହିଛି- ଶାସକଦଳ ପଦ୍ମପୁରବାସୀଙ୍କୁ ଯେଉଁ ସବୁ ପ୍ରତିଶ୍ରୁତି ଦେଇଛି ତାହା ପାଳନ କରୁ। ପଦ୍ମପୁରରେ ନିର୍ବାଚନ ଜିତିବାକୁ ହୋଇଥିବା ଯୋଜନାର ତ୍ରୁଟି ଉପରେ ଆତ୍ମସମୀକ୍ଷା ଦରକାର। ତେବେ ପଦ୍ମପୁରରେ ବିଜେଡିର ବୃହତ୍ ବିଜୟ ପଛର ବଡ଼ କାରଣ ଭାବେ କଂଗ୍ରେସ ଭୋଟ୍ ସମ୍ପୂର୍ଣ୍ଣ ଶାସକଦଳ ପାଖକୁ ଚାଲିଯିବା ସ୍ବୀକାର କରିଛନ୍ତି ଦଳର ବରିଷ୍ଠ ନେତା। କହିଛନ୍ତି ହାତ ଦଳର ପ୍ରାୟ ୩୦ ହଜାର ଭୋଟ ଡାଇଭର୍ଟ ହୋଇଯାଇଛି।

BJD BJP Congress
Advertisment
Advertisment