Advertisment

କିଏ ଜିତିବ ପଦ୍ମପୁର ବାଜି ? କାଲି ଆସିବ ଜନତାଙ୍କ ରାୟ

ଗଣତି ପୂର୍ବରୁ ପରିଣାମକୁ ନେଇ ବଢିବାରେ ଲାଗିଛି ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ଉତ୍କଣ୍ଠା।

author-image
Chandan Shishu
undefined

padmapur bypoll

କିଏ ଜିତିବ ପଦ୍ମପୁର ବାଜି ? କାହାକୁ ନେତା ବାଛିଛନ୍ତି ଜନତା ? କାଲି ଖୋଲିବ ଇଭିଏମ୍‌ରେ କଏଦ୍ ପ୍ରାର୍ଥୀଙ୍କ ଭାଗ୍ୟ... ଜନତାଙ୍କ ରାୟ। ତେଣୁ ମତ ଗଣନା ପାଇଁ ପଦ୍ମପୁର RMRC ମାର୍କେଟ ୟାର୍ଡରେ ବ୍ୟାପକ ବନ୍ଦୋବସ୍ତ କଡ଼ା ସୁରକ୍ଷା ବଳୟରେ ରହିଛି ଇଭିଏମ୍। ୧୪ଟି ଟେବୁଲ୍‌ରେ ୨୩ ରାଉଣ୍ଡରେ ଗଣତି ହେବ। ମୋଟ୍ ୩୧୯ଟି ବୁଥ୍‌ର ଭୋଟ୍ ସକାଳ ୮ଟାରୁ ଆରମ୍ଭ ହେବ ଗଣତି। ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣନା ପରେ ସାଢ଼େ ୮ଟାରୁ ଆରମ୍ଭ ହେବ ଇଭିଏମ୍ ଭୋଟ୍‌ କାଉଣ୍ଟିଂ। ସବୁ ବୁଥ୍‌ର ଗଣତି ସରିଲେ ୫ଟି ବୁଥ୍‌ର ଭିଭିପାଟ୍ ଗଣତି କରାଯିବ।

Advertisment

ରାଜ୍ୟ ନିର୍ବାଚନ ଅଫିସ ସମେତ results.eci.gov.in ୱେବସାଇଟ୍‌ରେ ମଧ୍ୟ ଉପନିର୍ବାଚନ ଫଳାଫଳ ଉପଲବ୍ଧ ହେବ। ଗଣତି ପାଇଁ ବିଏସ୍ଏଫ୍, ରାଜ୍ୟ ସଶସ୍ତ୍ର ପୋଲିସ୍ ବାହିନୀ ଓ ଜିଲ୍ଲା ପୋଲିସ୍‌କୁ ନେଇ ହୋଇଛି ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା। କେବଳ ଅନୁମତି ମିଳିଥିବା ବ୍ୟକ୍ତିଙ୍କୁ ହିଁ ଗଣତି କେନ୍ଦ୍ର ପରିସରକୁ ଛଡାଯିବ। ଗଣତି କେନ୍ଦ୍ରକୁ ମୋବାଇଲ ନେବା ଉପରେ କଟକଣା ଜାରି କରଯାଇଛି।

ଏପଟେ ଗଣତି ପୂର୍ବରୁ ପରିଣାମକୁ ନେଇ ବଢିବାରେ ଲାଗିଛି ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ଉତ୍କଣ୍ଠା। ବିଶେଷକରି ବିଜେପି ଓ ବିଜେଡି ପ୍ରାର୍ଥୀ ନିଜ ନିଜର ବିଜୟକୁ ନେଇ ବେଶ୍ କନ୍ଫିଡେଣ୍ଟ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। ବିଜେଡିଠୁ ବଡ଼ ବ୍ୟବଧାନରେ ଜିତିବା ନେଇ ଦୃଢ଼ ନିଶ୍ଚିତ ଥିବା କହିଥିଲା ବେଳେ, ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ମଧ୍ୟ ବିଜେପିଠୁ ଭଲ ବ୍ୟବଧାନରେ ଜିତିବା ନେଇ ଆଶାବାଦୀ ଥିବା କହିଛନ୍ତି। ସେପଟେ ପଦ୍ମପୁର ଭୋଟ୍ ପରେ ଦଳର ପ୍ରଦର୍ଶନ ନେଇ ସୁପ୍ରିମୋଙ୍କୁ ରିପୋର୍ଟ ଦେବାକୁ ନବୀନ ନିବାସ ଆସିଥିବା ବିଜେଡିର ପର୍ଯ୍ୟବେକ୍ଷକ ଟିମ୍ ବି ବିଜୟ ସଂକେତ ଦେଖାଇଛନ୍ତି। ହେଲେ ଗଣତି ପୂର୍ବରୁ କିନ୍ତୁ ହାତ ଟେକି ଦେଇଛନ୍ତି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ।

Advertisment

ଗତ ଦୁଇଟି ସାଧାରଣ ନିର୍ବାଚନରେ ପଦ୍ମପୁରରେ ହେଉଥିଲା ଉନିଶ୍ ବିଶ୍‌ର ଲଢ଼େଇ। ୨୦୧୪ ନିର୍ବାଚନରେ ବିଜେପିରୁ ପ୍ରଦୀପ ପୁରୋହିତ ଓ ୨୦୧୯ରେ ବିଜେଡିରୁ ଦିବଂଗତ ବିଜୟ ରଂଜନ ସିଂ ବରିହା ପ୍ରାୟ ୫ ହଜାର ଭୋଟ୍‌ରେ ଜିତିଥିଲେ। ହେଲେ ଏଥର ପଦ୍ମପୁର ଉପନିର୍ବାଚନରେ ହୋଇଥିବା ରେକର୍ଡ ମତଦାନ ଭିତରେ କିଏ କେତେ ଭୋଟ୍‌ରେ ଜିତୁଛି ତା ଉପରେ ନଜର।

(ପଦ୍ମପୁରରୁ ସୌମ୍ୟରଞ୍ଜନ ସାହୁ ଓ ଭୁବନେଶ୍ୱରରୁ ଜଗଦୀଶ ଦାସଙ୍କ ରିପୋର୍ଟ)

BJD BJP Congress
Advertisment
Advertisment