/odishatv-khabar/media/post_attachments/uploadimage/library/16_9/16_9_0/Congress_1670769193.jpg)
Congress
ଥମୁନି ପଦ୍ମପୁର ଡିଲ୍ ରାଜନୀତି । ଗତକାଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବିଜେଡି ଓ କଂଗ୍ରେସ ମଧ୍ୟରେ ଯେଉଁ ଡିଲ୍ ହୋଇଥିବା କଥା କହିଥିଲେ,ତାକୁ ଆଜି ଇନ୍ଧନ ଯୋଗାଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଜୟ ନାରାୟଣଙ୍କ ଅଭିଯୋଗକୁ କିଛିକାଂଶରେ ସତ ବୋଲି କହିଛନ୍ତି ସୁର । ଏନେଇ ସେ ହାଇକମାଣ୍ଡଙ୍କ ଦୃଷ୍ଚି ଆକର୍ଷଣ କରିବା ସହ ଭୋଟ୍ ବିକ୍ରି କରିଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିବେ ବୋଲି କହିଛନ୍ତି ।
ସେପଟେ ଜୟନାରାୟଣ ଆଜି ପୁଣି ବର୍ଷିଛନ୍ତି ବିଜେଡି ଉପରେ କହିଛନ୍ତି, ରାଜ୍ୟରେ କଂଗ୍ରେସ ବିରୋଧୀ ଦଳ ଥିବାବେଳେ ନବୀନ ମ୍ୟାନେଜ୍ କରି ରଖିଥିଲେ । କିନ୍ତୁ ଆମେ ବିରୋଧୀକୁ ଆସିବା ପରେ ମ୍ୟାନେଜ୍ କରିପାରୁନାହାନ୍ତି । ତେବେ ୨୦୨୪ରେ ବିଜେଡିର ଏ କଂଗ୍ରେସ ଡିଲ୍ ପଲିଟିକ୍ସ କାମ ଦେବନି । କଂଗ୍ରେସ ୨୦୨୪ ପ୍ରତିଯୋଗିତାରେ ନାହିଁ, ଲଢେଇ ହେବ ବିଜେଡି ଓ ବିଜେପି ମଧ୍ୟରେ ହେବ ।
ସେପଟେ ଆଜି ପ୍ରଥମ ଥର ପାଇଁ ଡିଲ୍ ଅଭିଯୋଗ ଉପରେ ମୁହଁ ଖୋଲିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଡିଲ୍ କଥା ଯଦି କେହି ପ୍ରମାଣ କରିଦିଏ, ତାହାଲେ ସେ ରାଜନୀତିରୁ ସବୁଦିନ ପାଇଁ ଓହରିଯିବି ବୋଲି କହିଛନ୍ତି । ଏ ସଂପର୍କରେ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ, ତେବେ ପୂର୍ବରୁ ଡିଲ୍ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଥିଲା ଦଳ ।
ପଦ୍ମପୁରରେ ଶଙ୍ଖ-ହାତ ଡିଲ୍କୁ ନେଇ କଂଗ୍ରେସରେ ଝଡ଼। ଜୟନାରାୟଣଙ୍କ ଅଭିଯୋଗକୁ କିଛିକାଂଶରେ ସତ କହିଲେ ସୁର। ଶରତଙ୍କ ଚ୍ୟାଲେଂଜ୍- ପ୍ରମାଣ ଦେଲେ ସନ୍ନ୍ୟାସ ନେବି#BJP#BJD#Congress#Padmapur#Odisha#OTVpic.twitter.com/xwgaCE4o5z
— ଓଟିଭି (@otvkhabar) December 11, 2022
କଂଗ୍ରେସର ଭୋଟ ବ୍ୟାଙ୍କ ଧୀରେ ଧୀରେ ଭାଙ୍ଗିବାରେ ଲାଗିଛି । ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ଥିବା ସମୟରେ ଦଳ ବିଜେପୁର, ପିପିଲି, ବାଲେଶ୍ୱର ଓ ତିର୍ତ୍ତୋଲ ଭଳି ୪ଟି ଉପନିର୍ବାଚନ ହାରିଥିଲା । ସେହିପରି ଶରତ ପଟ୍ଟନାୟକ ପିସିସି ସଭାପତି ଦାୟିତ୍ୱ ନେବାପରେ ବ୍ରଜରାଜନଗର, ଧାମନଗର ଓ ପଦ୍ମପୁରରେ ଶୋଚନୀୟ ପରାଜୟବରଣ କରିଛି କଂଗ୍ରେସ୍ । ଦଳ ପାଇଁ ଘରସଜଡ଼ା ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ଏଭଳି ସ୍ଥିତିରେ ୨୦୨୪ରେ ବିଜେଡି ଓ ବିଜେପି ମଧ୍ୟରେ ଦ୍ୱିମୁଖୀ ଲଢେଇ ହେବାର ସମ୍ଭାବନା ରହିଛି । ଅନ୍ୟପଟେ ତୃତୀୟ ଶୂନ୍ୟସ୍ଥାନ ସୃଷ୍ଟି ହେବ ବୋଲି ଆକଳନ କରିଛନ୍ତି ରାଜନୈତିକ ସମୀକ୍ଷକ ।
ଉପନିର୍ବାଚନ ଗୁଡିକର ଫଳାଫଳ ଦେଖିଲେ କଂଗ୍ରେସ ଭୋଟ୍ ବିଭାଜିତ ହେଉଥିବା ସ୍ପଷ୍ଟ । ତେବେ ୨୦୨୪ରେ ଆଣ୍ଟି ଇନକମ୍ପବାନ୍ସି ଫାର ବିଜେପିକୁ ମାଇଲେଜ ଦେଇପାରେ । ସେପଟେ ବିଜେଡି ବି କଳେ ବଳେ କୌଶଳେ କଂଗ୍ରେସ୍ ଭୋଟ ନେବା ଉଦ୍ୟମରେ ରହିବ । ଏଭଳି ସ୍ଥଳେ କଂଗ୍ରେସ ନିଜ ସ୍ଥିତି ବଜାୟ ରଖିବା ଲାଗି କି ପଦକ୍ଷେପ ନେଉଛି , ତାଉପରେ ନଜର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)