• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପଦ୍ମପୁର ଉପନିର୍ବାଚନ ପରେ ସରଗରମ ରାଜନୀତି । ବିଜେଡି ଓ କଂଗ୍ରେସ ଡିଲ ହୋଇଥିବା ନେଇ କାଲି ବିଜେପି ନେତା ଜୟନାରାୟଣ ମିଶ୍ର ଅଭିଯୋଗ କରିଥିଲେ । ତେବେ ଏହି ଅଭିଯୋଗ ସତ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।

 

ପଦ୍ମପୁର ଉପନିର୍ବାଚନରେ ବିଜେଡିକୁ ଜିତାଇବାକୁ ବିଜେଡି ଓ କଂଗ୍ରେସ ମଧ୍ୟରେ ଡିଲ୍ ହୋଇଥିଲା କି ନାହିଁ ବୋଲି ପ୍ରଶ୍ନ ଉଠୁଥିବା ବେଳେ ଆଜି ଏହା ସତ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । କଂଗ୍ରେସ ପାଇଁ ଯେଉଁମାନେ ପ୍ରଚାର କରିବାକୁ ଯାଇଥିଲେ, ସେମାନେ କଂଗ୍ରେସ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ନୁହେଁ ବରଂ ହରାଇବା ପାଇଁ ଯାଇଥିଲେ ବୋଲି ସେ କହିଛନ୍ତି ।

ଜୟନାରାୟଣ ମଧ୍ୟ ଆଜି ପୁଣି ଥରେ ସେହିକଥା ଦୋହରାଇଛନ୍ତି । ସେ କହିଛନ୍ତି, ସତକୁ ସମସ୍ତେ ମାନିବେ । ମୋ ପାଖରେ ଭିଡିଓ ସିନା ନାହିଁ, କିନ୍ତୁ ଡିଲ୍ ସମ୍ପର୍କରେ ମୁଁ କଂଗ୍ରେସ ଲୋକଙ୍କଠାରୁ ଶୁଣିଛି । ଏହି ଡିଲ୍ କିନ୍ତୁ ୨୦୨୪ରେ କାମ ଦେବନି ବୋଲି ସେ ଚ୍ୟାଲେଞ୍ଜ କରିଛନ୍ତି । ସୁର ଓ ଜୟନାରାୟଣଙ୍କ ଏହି ଅଭିଯୋଗକୁ ନେଇ ଆଜି ବିଜେଡିର କୌଣସି ପ୍ରତିକ୍ରିୟା ମିଳିପାରିନି । କିନ୍ତୁ ଏହି ପ୍ରସଙ୍ଗରେ ପୂର୍ବରୁ ମତ ରଖିଥିଲେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ।