Advertisment

‘ଓଡ଼ିଶାରେ ଏତେ ଟଙ୍କା ଧରାପଡ଼ିବା ଲଜ୍ଜାକର, ନବୀନ ଏବେ ନିରବଦ୍ରଷ୍ଟା କାହିଁକି ?’

ଓଡ଼ିଶାରେ ଗଦା ଗଦା ଟଙ୍କା ଠାବକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ମାତ୍ର ନବୀନ ବାବୁ ଚୁପ୍‌ କାହିଁକି। କଳା ଟଙ୍କା ନେଇ କେନ୍ଦ୍ର ସରକାର ଜାଣି ପାରୁଛନ୍ତି କିନ୍ତୁ ରାଜ୍ୟ ସରକାର କେମିତି ଜାଣି ନାହାନ୍ତି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Manmohan Samal

Manmohan Samal

ଓଡ଼ିଶାରେ ଗଦା ଗଦା ଟଙ୍କା ଠାବକୁ ନେଇ ବର୍ଷିଲା ବିଜେପି। ଏ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଏହା ଓଡ଼ିଶା ପାଇଁ ଲଜ୍ଜାକର ଓ ଦୁର୍ଭାଗ୍ୟଜନକ ଘଟଣା। ସାରା ଦେଶରେ ଥରକେ ଏତେ କଳା ଟଙ୍କା ଜବତ ପ୍ରଥମ ଘଟଣା। ମୁଖ୍ୟମନ୍ତ୍ରୀଙ୍କର ସତ୍ ସାହସ ଥିଲେ CBI ତଦନ୍ତ ପାଇଁ ଲେଖନ୍ତୁ ବୋଲି ମନମୋହନ କହିଛନ୍ତି। ନବୀନ ବାବୁ ଏବେ ନିରବଦ୍ରଷ୍ଟା କାହିଁକି ବୋଲି ମନମୋହନ ପ୍ରଶ୍ନ କରିଛନ୍ତି।

Advertisment

ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି, ମାତ୍ର ନବୀନ ବାବୁ ଚୁପ କାହିଁକି ଅଛନ୍ତି। କେନ୍ଦ୍ର ସରକାର ଜାଣି ପାରୁଛନ୍ତି, ରାଜ୍ୟ ସରକାର ଜାଣି ନାହାନ୍ତି କେମିତି ବୋଲି ସେ ପ୍ରଶ୍ନ କରିଛନ୍ତି। ଧୀରଜ ସାହୁ ରାଜ୍ୟସଭା ସାଂସଦ ଓ ରାହୁଲ ଗାନ୍ଧିଙ୍କ ଘନିଷ୍ଠ ସହଯୋଗୀ। ସେ ଝାଡ଼ଖଣ୍ଡର ହୋଇଥିଲେ ବି ଓଡ଼ିଶା ତାଙ୍କ ପାଇଁ ସୁରକ୍ଷିତ ସ୍ଥାନ। ଅଣଓଡ଼ିଆ ଲୋକ ଓଡ଼ିଶାକୁ ସର୍ବସ୍ୱାନ୍ତ କରିସାରିଲେଣି ବୋଲି ମନମୋହନ କହିଛନ୍ତି। ସେହିପରି ମଦ କାରବାର ନେଇ ରାଜ୍ୟ ସରକାର କାହିଁକି ନୂଆ କରି ନିଲାମ କରୁନାହାନ୍ତି ବୋଲି ମନମୋହନ ପ୍ରଶ୍ନ କରିଛନ୍ତି।

Manmohan Samal BJP Naveen Patnaik Odisha
Advertisment
Advertisment