Advertisment

ହିନ୍ଦୀ ହାର୍ଟ ଲ୍ୟାଣ୍ଡ ବିଜୟ ପରେ ରାଜ୍ୟ ପାଇଁ ବିଜେପିର ମେଗା ପ୍ଲାନ୍

କେନ୍ଦ୍ରୀୟ ନେତୃତ୍ୱ ଚାହୁଁଛି, ଏଠି ହେଉ ଡବଲ୍ ଇଞ୍ଜିନ୍ ସରକାର କହିଲେ ମନମୋହନ ।

author-image
Satyendu Shekher Mishra
undefined

BJP

କେନ୍ଦ୍ରୀୟ ନେତୃତ୍ୱକୁ ଭେଟିଲେ। ଟାସ୍କ ନେଇ ଫେରିଲେ। ରାଜ୍ୟରେ ଲଢେଇକୁ ଜୋରଦାର କରିବ ବିଜେପି। ଗାଁ ଗାଁ ବୁଲି ସଂଗଠନକୁ ସୁଦୃଢ଼ କରାଯିବ। ଦିଲ୍ଲୀରେ କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ଭେଟି ଓଡ଼ିଶା ଫେରିବା ପରେ ଏହି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ନିର୍ବାଚନକୁ ଆଉ ୫ ମାସରୁ ବି କମ୍ ସମୟ ବାକି ଥିବାରୁ ଗାଁକୁ ଫୋକସ୍ କରୁଛି ଦଳ।

Advertisment

ପାଖାପାଖି ୧୨ଶହ ପଞ୍ଚାୟତ ଗସ୍ତ ସରିଲାଣି। ବାକି ୫ ହଜାର ପଞ୍ଚାୟତକୁ ଶୀଘ୍ର ଗସ୍ତ କରିବେ ସାଂସଦ, ବିଧାୟକ, ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତା। ଶୀର୍ଷ ନେତୃତ୍ୱଙ୍କଠାରୁ ଆରମ୍ଭ କରି ସାଧାରଣ କାର୍ଯ୍ୟକର୍ତ୍ତା ପର୍ଯ୍ୟନ୍ତ ପଞ୍ଚାୟତ ଗସ୍ତରେ ଯିବେ। ତୃଣମୂଳ ସଙ୍ଗଠନ ସୁଦୃଢ଼ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରୀୟ ନେତୃତ୍ୱ । ଓଡ଼ିଶାରେ ଡବଲ୍  ଇଞ୍ଜିନ ସରକାର ହେବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ମନମୋହନ।

ସେପଟେ ପ୍ରାୟ ତିନି ବର୍ଷ ପରେ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ଆସନ୍ତା ୧୫ ତାରିଖରେ ଶଙ୍ଖ ଭବନରେ ବସିବାକୁ ଯାଉଛି । ଆଗକୁ ନିର୍ବାଚନ ଥିବାରୁ ଏହି କାର୍ଯ୍ୟକାରିଣୀ ବେଶ୍ ଗୁରୁତ୍ୱ ବହନ କରୁଛି । ରାଜ୍ୟ ସ୍ୱାର୍ଥ, କେନ୍ଦ୍ର ସରକାରଙ୍କ ଅବହେଳା, ବିରୋଧୀଙ୍କୁ ମୁକାବିଲା ପାଇଁ ରଣନୀତି ଉପରେ ରାଜନୈତିକ ପ୍ରସ୍ତାବ ଆସିପାରେ।

Advertisment

ସେହିପରି ଆସନ୍ତା ୨୬ ତାରିଖରେ ବିଜେଡି ତାର ପ୍ରତିଷ୍ଠା ଦିବସ ପାଳନ କରିବ। ଏ ସଂପର୍କରେ ମଧ୍ୟ ଆଲୋଚନା କରାଯିବା ଏକ ପ୍ରକାର ସ୍ଥିର ହୋଇଛି। ତେବେ ସବୁଠୁ ବଡ଼ ଚର୍ଚ୍ଚା ହେଉଛି, ଭି.କେ.ପାଣ୍ଡିଆନଙ୍କୁ କାର୍ଯ୍ୟକାରିଣୀ ସଦସ୍ୟ କରିବାକୁ ପ୍ରସ୍ତାବ ଆସିପାରେ। ସେପଟେ ସରକାରୀ ବିରୋଧୀ ହାୱାକୁ ନେଇ କଂଗ୍ରେସ ଏକ ପ୍ରକାର ନିର୍ବାଚନୀ ପ୍ରଚାର ଆରମ୍ଭ କରିଛି। 

ଘରେ ଘରେ ହାତ, ତୁଳସୀ ଯାତ୍ରା, ଦୁର୍ନୀତି ମୁଦ୍ଦା ମାଧ୍ୟମରେ ଲୋକଙ୍କ ପାଖରେ ଦଳ ପହଞ୍ଚୁଛି। ଡିସେମ୍ବର ଶେଷରେ ଦଳ ଭୁବନେଶ୍ୱରରେ ବଡ଼ ସମାବେଶ କରି ଶକ୍ତି ପ୍ରଦର୍ଶନ କରିବ। ତେବେ ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବା ସ୍ୱାଭାବିକ। ମାତ୍ର ସବୁକିଛି ମୁଦ୍ଦା ଉପରେ ନିର୍ଭର କରୁଛି ବୋଲି ରାଜନୈତିକ ସମୀକ୍ଷକଙ୍କ ମତ।

Congress BJD BJP Odisha Politics
Advertisment
Advertisment