Advertisment

ରାଜ୍ୟ ପାଇଁ ବିଜେପିର ମେଗା ପ୍ଲାନ୍; ଗାଁକୁ ଫୋକସ୍ କରୁଛି ଦଳ

୧୨ଶହ ପଞ୍ଚାୟତ ଗସ୍ତ ସରିଲାଣି। ବାକି ୫ ହଜାର ପଞ୍ଚାୟତକୁ ଶୀଘ୍ର ଗସ୍ତ କରିବେ ସାଂସଦ, ବିଧାୟକ, ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତା। ଶୀର୍ଷ ନେତୃତ୍ୱଙ୍କଠାରୁ ଆରମ୍ଭ କରି ସାଧାରଣ କାର୍ଯ୍ୟକର୍ତ୍ତା ପର୍ଯ୍ୟନ୍ତ ପଞ୍ଚାୟତ ଗସ୍ତରେ ଯିବେ।

author-image
Tanmay Kumar Mahalik

କେନ୍ଦ୍ରୀୟ ନେତୃତ୍ୱକୁ ଭେଟିଲେ। ଟାସ୍କ ନେଇ ଫେରିଲେ। ରାଜ୍ୟରେ ଲଢେଇକୁ ଜୋରଦାର କରିବ ବିଜେପି। ଗାଁ ଗାଁ ବୁଲି ସଂଗଠନକୁ ସୁଦୃଢ଼ କରାଯିବ। ଦିଲ୍ଲୀରେ କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ଭେଟି ଓଡ଼ିଶା ଫେରିବା ପରେ ଏହି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ନିର୍ବାଚନକୁ ଆଉ ୫ ମାସରୁ ବି କମ୍ ସମୟ ବାକି ଥିବାରୁ ଗାଁକୁ ଫୋକସ୍ କରୁଛି ଦଳ।

Advertisment

ପାଖାପାଖି ୧୨ଶହ ପଞ୍ଚାୟତ ଗସ୍ତ ସରିଲାଣି। ବାକି ୫ ହଜାର ପଞ୍ଚାୟତକୁ ଶୀଘ୍ର ଗସ୍ତ କରିବେ ସାଂସଦ, ବିଧାୟକ, ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତା। ଶୀର୍ଷ ନେତୃତ୍ୱଙ୍କଠାରୁ ଆରମ୍ଭ କରି ସାଧାରଣ କାର୍ଯ୍ୟକର୍ତ୍ତା ପର୍ଯ୍ୟନ୍ତ ପଞ୍ଚାୟତ ଗସ୍ତରେ ଯିବେ। ତୃଣମୂଳ ସଙ୍ଗଠନ ସୁଦୃଢ଼ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରୀୟ ନେତୃତ୍ୱ । ଓଡ଼ିଶାରେ ଡବଲ୍  ଇଞ୍ଜିନ ସରକାର ହେବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ମନମୋହନ।

Manmohan Samal BJP Odisha
Advertisment
Advertisment