ବିଜେଡି ଛାଡ଼ି ବିଜେପିରେ ମିଶିଲେ ପ୍ରିୟଦର୍ଶୀ ମିଶ୍ର । ଶଙ୍ଖ ଛାଡ଼ି ବର୍ତ୍ତମାନ ପଦ୍ମ ଧରିଛନ୍ତି ପ୍ରିୟଦର୍ଶୀ ମିଶ୍ର । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ଅପରାଜିତା ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ମିଶିଲେ । ଆଜି ସକାଳେ ବିଜେଡିରୁ ଇସ୍ତଫା ଦେଇଥିଲେ । ଦଳରେ ଲଗାତାର ଅବହେଳା କରାଯାଉଥିବା କଥା ଇସ୍ତଫାରେ ଲେଖିଥିଲେ ।
ଭୁବନେଶ୍ୱର ଉତ୍ତରରୁ ୨୦୧୪ରେ ବିଧାୟକ ଥିଲେ । ତେବେ ଗତ ଥର ପ୍ରିୟଦର୍ଶୀଙ୍କ ଟିକେଟ୍ କଟିଥିଲା । ପ୍ରିୟଦର୍ଶୀ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ଦଳ ପାଇଁ ବହୁତ୍ କିଛି କରିଛି । ଦଳ ବହୁ ଥର ମୋତେ ଅବହେଳା କରିଛି । ମୁଁ ଦଳ ସହ ଛାତ୍ର ଜୀବନରୁ ଥିଲି । ମୋ ସମର୍ଥକ ଯାହା ନିଷ୍ପତ୍ତି ନେବେ ତାହା କରିବି । ଦଳକୁ ଗଢ଼ିଥିବା ଲୋକଙ୍କୁ ଅଣଦେଖା କରାଯାଇଛି । ଓଟିଭିକୁ ଏଭଳି କିଛି ସୂଚନା ଦେଇଛନ୍ତି ପ୍ରିୟଦର୍ଶୀ ।
Also Read
#ପଦ୍ମ_ଧରିଲେ_ପ୍ରିୟଦର୍ଶୀ
— ଓଟିଭି (@otvkhabar) March 30, 2024
ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପଦ୍ମ ଧରିଲେ ପ୍ରିୟଦର୍ଶୀ । ସଭାପତି ମନମୋହନ ସାମଲ, ଅପରାଜିତା ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ସାମିଲ । କିଛି ସମୟ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ ପ୍ରିୟଦର୍ଶୀ#priyadarshimishra #BJP #OTV pic.twitter.com/1CedKJ4jLK
ଓଟିଭିକୁ EXCLUSIVE ପ୍ରତିକ୍ରିୟା ଦେଇ ପ୍ରିୟଦର୍ଶୀ କହିଛନ୍ତି, ଦଳ ଗତ ଥର ଧୋକା ଦେଇଥିଲା, ଏବେ ବି ଧୋକା ଦେଉଥିବା ଜାଣି ଇସ୍ତଫା ଦେଲି । ୨୦୧୯ରେ ଟିକେଟ୍ ଦେବେ କହି ଦେଇନଥିଲେ, ୨୪ରେ ଟିକେଟ୍ ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ହେଲେ ଏବେ ତାହା କରୁନଥିବା ସ୍ପଷ୍ଟ ହେଉଥିବାରୁ ବାଧ୍ୟ ହୋଇ ଏଭଳି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି ।
ଏପରିକି ଦଳର କୌଣସି ସାଂଗଠନିକ କାର୍ଯ୍ୟରେ ମୋତେ ସାମିଲ କରାଯାଉନଥିଲା ବୋଲି ସେ ଦୋହରାଇଛନ୍ତି । ମୁଁ କୌଣସି ପାରାଚୁଟ୍ ନେତା ନୁହେଁ, ଛାତ୍ର ଜୀବନରୁ ବିଜେଡି ସହ ଯୋଡ଼ି ହୋଇଥିଲି । ଏପରିକି ଦଳ ଗଠନ ହେବା ବେଳେ ସେ ଥିଲେ । ହେଲେ ଦଳ ଗଠନ ସମୟର ନେତାଙ୍କୁ ଏବେ ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି ପ୍ରିୟଦର୍ଶୀ । ସେପଟେ ପ୍ରିୟଦର୍ଶୀଙ୍କ ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି ।