Advertisment

ବିଜେପିରେ ଯୋଗଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ

ଆଜି ବିଜେପିରେ ଯୋଗ ଦେଲେ ସାଂସଦ ଭର୍ତ୍ତୃହରି ମହତାବ, ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା।

author-image
Manoranjan Behera
ଅଦ୍ୟତନ ହୋଇଛି
Bhartruhari Mahtab, Sidhant Mohapatra

Bhartruhari Mahtab, Sidhant Mohapatra

ପଦ୍ମ ଧରିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ। ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ସାମିଲ ହେଲେ। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସେ ସାମିଲ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଭାପତି ମନମୋହନ ସାମଲ ମଧ୍ୟ ଉପସ୍ଥିତ ରହିଛନ୍ତି। ବିଜେପିରେ ଯୋଗ ଦେବା ପରେ ଭର୍ତ୍ତୁହରି କହିଛନ୍ତି, ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ବିଜେପି ଜରିଆରେ ହୋଇପାରିବ। ରାଜ୍ୟର ପ୍ରଗତି ଓ ଉନ୍ନତି ପାଇଁ କାମ କରିବାକୁ ବିଜେପି ଜରିଆରେ ସୁଯୋଗ ମିଳିବ। ମୋଦିଙ୍କ ଶକ୍ତି, ଶାହଙ୍କ ବିଶ୍ବାସ, ନଡ୍ଡାଙ୍କ ପ୍ରେରଣା ଆଗକୁ ନେବାକୁ ସାହାଯ୍ୟ କରିବ। ଏକ ନୂଆ ଟିମ୍‌ ସହ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛି। ଓଡ଼ିଶାରେ ଯେଉଁ ପରିବର୍ତ୍ତନ ହେବାକୁ ଯାଉଛି, ଆସିଲେ ଦେଖିପାରିବେ’।

Advertisment

ତେବେ ଭର୍ତ୍ତୁହରିଙ୍କ ବ୍ୟତିତ ଅଭିନେତା ତଥା ପୂର୍ବତନ ବିଜେଡି ସାଂସଦ ସିଦ୍ଧାନ୍ତ ମହାପାତ୍ର ଓ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ମଧ୍ୟ ବିଜେପିରେ ଯୋଗ ଦେଲେ। ଆଜି ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ତିନିଜଣ ଯାକ ପଦ୍ମ ଧରିଛନ୍ତି। ବିଜେଡିରୁ ୨ ଥର ସାଂସଦ ଥିବା ସିଦ୍ଧାନ୍ତ ମହାପାତ୍ର ଓ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ବିଜେପିରେ ଯୋଗ ଦେଇଛନ୍ତି।

ଗତ ୨୨ ତାରିଖରେ ଭର୍ତ୍ତୁହରି ବିଜେଡିରୁ ଇସ୍ତଫା ଦେଇଥିଲେ। ଭର୍ତ୍ତୃହରି ୬ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ୧୯୯୮, ୧୯୯୯, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ଭର୍ତ୍ତୁହରି ଲଗାତାର କଟକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଛନ୍ତି। ୨୦୧୭ରେ ସେ ଆଉଟଷ୍ଟାଣ୍ଡିଂ ପାର୍ଲାମେଣ୍ଟାରିଆନ ଆୱାର୍ଡ ପାଇଥିବା ବେଳେ ୨୦୧୭, ୨୦୧୮, ୨୦୧୯ ଓ ୨୦୨୦ରେ ସଂସଦ ରତ୍ନ ଆୱାର୍ଡରେ ସମ୍ମାନୀତ ହୋଇଛନ୍ତି।

Advertisment

ସେହିପରି ବିଜେଡି ଟିକେଟରେ ବ୍ରହ୍ମପୁରରୁ ଦୁଇ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ସିଦ୍ଧାନ୍ତ ମହାପାତ୍ର। ୨୦୦୯ ଓ ୨୦୧୪ ସାଧାରଣ ନିର୍ବାଚନରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଚନ୍ଦ୍ରଶେଖର ସାହୁଙ୍କୁ ପରାସ୍ତ କରିଥିଲେ। ତେବେ ୨୦୧୯ ନିର୍ବାଚନରେ ବିଜେଡି ସିଦ୍ଧାନ୍ତ ମହାପାତ୍ରଙ୍କୁ ଟିକେଟ୍ ଦେଇନଥିଲା। ତେବେ ଆଜି ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ସିଦ୍ଧାନ୍ତ ପଦ୍ମ ଧରିଛନ୍ତି। ସେହିପରି ମୟୂରଭଂଜ ଜିଲ୍ଲାର ଆଦିବାସୀ ଚେହେରା ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ବି ପଦ୍ମ ଧରିଲେ।

୨୪ ଭୋଟ୍ ପୂର୍ବରୁ ବିଜେଡିକୁ ଆଉ ଏକ ବଡ଼ ଝଟକା। ବିଜୁ ଜନତା ଦଳ ଛାଡ଼ିଲେ କଟକର ଛଅ ଥରର ସାଂସଦ ଭର୍ତ୍ତୃହରି ମହତାବ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିଲେ। ତେବେ ଇସ୍ତଫା କାହିଁକି ଦେଲେ ବୋଲି ପ୍ରଶ୍ନରେ ଭର୍ତ୍ତୃହରି କହିଥିଲେ- ଦୁର୍ନୀତି, ବ୍ୟକ୍ତିଗତ ସଂପତ୍ତି ଆହରଣ ବିରୋଧରେ ଲଢ଼ିବାକୁ ବିଜେଡି ସୃଷ୍ଟି ହୋଇଥିଲା। ଦଳର ସଂଚାଳନ, ପରିଚାଳନାରେ ସଂଶୋଧନ ପାଇଁ ଉଦ୍ୟମ କରିଛି, କିନ୍ତୁ ସହି ସହି ଅସହ୍ୟ ହେଲା ପରେ ଏମିତି ନିଷ୍ପତ୍ତି ନେଲି, ସରକାର ପରିଚାଳନା ତ୍ରୁଟି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ବି ଜଣାଇଥିଲା। ସେ ସୋଚେଙ୍ଗ ବୋଲି କହିଥିଲେ- ହେଲେ କିଛି ହେଲାନି।

ତାସହ ୧୩ ବର୍ଷ ତଳର ଏକ ପୁରୁଣା ମାମଲାରେ ତାଙ୍କ ନାଁରେ ଚାର୍ଜଫ୍ରେମ୍ ହେବା ନେଇ ମନ୍ତବ୍ୟ ରଖି ଭର୍ତ୍ତୃହରି କହିଛନ୍ତି- ନିଜ ସାଂସଦଙ୍କ ନାଁରେ ବିଜେଡି ସରକାର ଚାର୍ଜଫ୍ରେମ୍ କରିଛନ୍ତି। ଭର୍ତ୍ତୃହରି ମହତାବ ଜଣେ ବରିଷ୍ଠ ସାମ୍ବାଦିକ, ଦୈନିକ ଖବରକାଗଜର ସଂପାଦକ, ଅଭିଜ୍ଞ ରାଜନେତା। 

BJP Odisha Politics MP Bhartruhari Mahtab General Elections 2024 Sidhant Mohapatra
Advertisment
Advertisment