Advertisment

ଘରେ ପଶୁ ପଶୁ ବାଜିଲାଣି ଚାଳ, ବିଭିନ୍ନ ଜିଲ୍ଲାରେ ଦଳ ଦୁଇ ଫାଳ !

ବିଜେଡିର ପ୍ରାର୍ଥୀ ଘୋଷଣା ହେଉ ହେଉ ବିରୋଧ । କେଉଁଠି ପ୍ରତିବାଦ ତ କେଉଁଠି ସାମୂହିକ ଇସ୍ତଫା । ତେଜୁଛି ବିଭିନ୍ନ ପ୍ରାର୍ଥୀଙ୍କ ଟିକଟ୍ ପ୍ରତ୍ୟାହାର ଦାବି ।

author-image
Satyendu Shekher Mishra
undefined

Odisha Politics

ପ୍ରାର୍ଥୀ ଘୋଷଣା ହେଉ ହେଉ ବିରୋଧ। କେଉଁଠି ପ୍ରତିବାଦ ତ କେଉଁଠି ଟିକଟ୍ ପ୍ରତ୍ୟାହାର ଦାବିରେ ଦଳରୁ ସାମୁହିକ ଇସ୍ତଫା। ପ୍ରାର୍ଥିତ୍ୱକୁ ନେଇ ସଙ୍ଗଠନ ଦୁଇ ଫାଳ। ଟିକଟକୁ ନେଇ ଅସନ୍ତୋଷ ଚର୍ଚ୍ଚା ଭିତରେ ବାତିଲ ହୋଇଛି କେନ୍ଦ୍ରାପଡାରେ ବିଜେଡି ମିଶ୍ରଣ ପର୍ବ। ବୁଧବାର କେନ୍ଦ୍ରାପଡ଼ା ରାଜନଗର ଗୋସିଗାଁ ଠାରେ ବିଜେଡି ପକ୍ଷରୁ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ଯେଉଁଠି ପର୍ଯ୍ୟବେକ୍ଷକ ପ୍ରତାପ ଜେନା ଓ ବିଧାୟକ ଧ୍ରୁବ ସାହୁଙ୍କ ଉପସ୍ଥିତିରେ ବିଜେଡିରେ ମିଶିଥାନ୍ତେ ଅଂଶୁମାନ ମହାନ୍ତିଙ୍କ ଗୋଷ୍ଠୀ।

Advertisment

ହେଲେ କୁହାଯାଉଛି ଅଂଶୁମାନଙ୍କୁ ଦଳ ଲୋକସଭା ପ୍ରାର୍ଥୀ କରିବାରୁ ମିଶ୍ରଣ ପର୍ବ ବାତିଲ ହୋଇଥିଲା। କାହିଁକିନା ରାଜନଗରରୁ ବିଧାନସଭା ଟିକଟ୍ ଆଶାୟୀ ଥିଲେ ଅଂଶୁମାନ। ହେଲେ ସାଂସଦ ଟିକେଟ ମିଳିବାରୁ ସେ ଆଉ ତାଙ୍କ ସମର୍ଥକ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି। ଯଦିଓ ଆଜି ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି, ହେଲେ କାଲି କାହିଁକି ଚୁପ୍ ଥିଲେ ତାକୁ ନେଇ ସନ୍ଦେହ ଉଠିଛି।

ଅନ୍ୟପଟେ ରାୟଗଡ଼ାରୁ ଅନସୂୟା ମାଝୀଙ୍କୁ ଟିକଟ୍ ଦେବା ପରେ ଉଠିଛି ବିଦ୍ରୋହର ସ୍ୱର। ତାଙ୍କୁ ବିରୋଧ କରି ସାମୂହିକ ଇସ୍ତଫା ଦେଇଛନ୍ତି ଗଣ୍ଡା ଗଣ୍ଡା ନେତା ଓ କର୍ମୀ। ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ଅନସୂୟାଙ୍କୁ ଟିକେଟ ଦେବା ପୂର୍ବରୁ ଜିଲ୍ଲା ସଭାପତି କି ପର୍ଯ୍ୟବେକ୍ଷକ ସେମାନଙ୍କ ସହ ଆଲୋଚନା କରିନାହାନ୍ତି। ଏପଟେ ଆଉ ଗୋଟିଏ ଗୋଷ୍ଠୀ ଅନସୂୟାଙ୍କୁ ସମର୍ଥନ କରି କହିଛି କିଛି ପ୍ରଭାବ ପଡ଼ିବ ନାହିଁ।

Advertisment

କଟକ ଚୌଦ୍ୱାରରେ ବି ସୌଭିକ ବିଶ୍ୱାଳଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି ସ୍ୱାଧୀନ ଭାବେ ଲଢିବାକୁ ଚେତାବନୀ ଦେଇଛନ୍ତି ବିଜେଡି ନେତ୍ରୀ ରୁପାଲି ଲେଙ୍କା। ଗତକାଲି ଏକ ସାମ୍ବାଦିକ ସମ୍ମିଳନୀ କରି ରୁପାଲି ଉଭୟ ବାପା-ପୁଅଙ୍କ ଉପରେ ବର୍ଷିଛନ୍ତି। ଧର୍ମଶାଳାରେ ବି ସମାନ ଚିତ୍ର ଦେଖିବାକୁ ମିଳିଛି। ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଟିକଟ୍ ମିଳିବା ପରେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଟିକେଟ ଆଶାୟୀ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସତୀଶ ବିଶ୍ୱାଳ।

ଅନ୍ୟପଟେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହେଉ ହେଉ ବିଜେଡିରେ ତେଜିଲାଣି ବିଦ୍ରୋହୀ ପଲିଟିକ୍ସ। ମୋହନାରେ ଟିକଟ୍ ପାଇଁ ଲବିରେ ଆଗରେ ଥିବା ଅନ୍ତର୍ଯ୍ୟାମୀ ଗମାଙ୍ଗକୁ ପ୍ରାର୍ଥୀ ନକରିବାକୁ ଦାବି କରି ଦଳ ଛାଡିବାକୁ ଚେତାବନୀ ଦେଇଛନ୍ତି ଗୋଟିଏ ଗୋଷ୍ଠୀ। ମାଲକାନଗିରି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ମଧ୍ୟ ସାମନ ସ୍ଥିତି। ଏଠି ଲକ୍ଷ୍ମୀପ୍ରିୟା ନାୟକଙ୍କୁ ଟିକେଟ ମିଳିବା ନେଇ ଚର୍ଚ୍ଚା ହେଉଥିବା ବେଳେ ତାଙ୍କ ବିରୋଧରେ ମେଳି କରିଛନ୍ତି ବ୍ଲକ ଅଧ୍ୟକ୍ଷଙ୍କ ସହ ଏକାଧିକ ସରପଞ୍ଚ ଓ ସମିତି ସଭ୍ୟ। ରାଜନୈତିକ ସମୀକ୍ଷକ ମତରେ ବାକି ୭୫ ଆସନରେ ଟିକେଟ ଘୋଷଣା ଦଳ ପାଇଁ ଆହୁରି ଅଡୁଆ ବଢାଇ ପାରେ।

BJD BJP Congress Odisha Politics General Election 2024
Advertisment
Advertisment