Advertisment

‘ରାଜ୍ୟର ପ୍ରଗତି ଓ ଉନ୍ନତି ପାଇଁ କାମ କରିବାକୁ ବିଜେପିରେ ମିଳିବ ସୁଯୋଗ’

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ ୩ ନେତା।

author-image
Satyendu Shekher Mishra
Bhartruhari Mahatab

Bhartruhari Mahatab

ଓଡ଼ିଶାରେ ପରିବର୍ତ୍ତନ ହେବାକୁ ଯାଉଛି। ପଦ୍ମ ଧରିବା ପରେ କିଛି ଏଭଳି ମନ୍ତବ୍ୟ ରଖିଛନ୍ତି କଟକର ବରିଷ୍ଠ ସାଂସଦ ତଥା ବିଜେପି ନେତା ଭର୍ତ୍ତୃହରି ମହତାବ। ରାଷ୍ଟ୍ରବାଦ, ଏକାତ୍ମତାର ପୂର୍ବୋଦୟ ବିଜେପି ଜରିଆରେ ହୋଇପାରିବ। ରାଜ୍ୟର ପ୍ରଗତି ଓ ଉନ୍ନତି ପାଇଁ କାମ କରିବାକୁ ବିଜେପି ଜରିଆରେ ସୁଯୋଗ ମିଳିବ ବୋଲି ସେ କହିଛନ୍ତି। ଏବେ ଓଡ଼ିଶାରେ ଯେଉଁ ପରିବର୍ତ୍ତନ ହେବାକୁ ଯାଉଛି ତାହା ଓଡ଼ିଶା ଆସିଲେ ଦେଖିପାରିବେ ବୋଲି ସେ କହିଛନ୍ତି। ମୋଦିଙ୍କ ଶକ୍ତି, ଶାହଙ୍କ ବିଶ୍ବାସ ଏବଂ ନଡ୍ଡାଙ୍କ ପ୍ରେରଣା ଏହାକୁ ଆଗକୁ ନେବାକୁ ସାହାଯ୍ୟ କରିବ। ଏକ ନୂଆ ଟିମ୍  ସହ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ମହତାବ କହିଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକାଶ ତାଙ୍କୁ ଅଧିକ ପ୍ରଭାବିତ କରିଥିବା କହିଛନ୍ତି ସିଦ୍ଧାନ୍ତ ମହାପାତ୍ର। 

Advertisment

ଦିଲ୍ଲୀ ବିଜେପିରେ ଆଜି ବଡ଼ ମିଶ୍ରଣ ପର୍ବ ହୋଇଥିଲା । ଏହି ମିଶ୍ରଣ ପର୍ବରେ ସାଂସଦ ଭର୍ତ୍ତୃହରି ମହତାବ, ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ବିଜେପିରେ ସାମିଲ ହୋଇଛନ୍ତି । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ତିନି ଜଣ ଯାକ ପଦ୍ମ ଧରିଛନ୍ତି । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ ୩ ନେତା।

ତେବେ ଗତ ୨୨ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ ଭର୍ତ୍ତୃହରି। ସେ ୧୯୯୮ରୁ ୨୦୧୯ ଯାଏଁ ଲଗାତାର କଟକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ୨୦୧୭ରେ ସେ ଆଉଟଷ୍ଟାଣ୍ଡିଂ ପାର୍ଲାମେଣ୍ଟାରିଆନ୍ ଆୱାର୍ଡ ବି ପାଇଥିଲେ। ୨୦୧୭, ୨୦୧୮, ୨୦୧୯ ଓ ୨୦୨୦ରେ ସଂସଦ ରତ୍ନ ଆୱାର୍ଡରେ ସମ୍ମାନୀତ ହୋଇଛନ୍ତି।

Advertisment

ସେହିପରି ବିଜେଡି ଟିକେଟରେ ବ୍ରହ୍ମପୁରରୁ ଦୁଇ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ସିଦ୍ଧାନ୍ତ ମହାପାତ୍ର। ୨୦୦୯ ଓ ୨୦୧୪ ସାଧାରଣ ନିର୍ବାଚନରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଚନ୍ଦ୍ରଶେଖର ସାହୁଙ୍କୁ ପରାସ୍ତ କରିଥିଲେ। ତେବେ ୨୦୧୯ ନିର୍ବାଚନରେ ବିଜେଡି ସିଦ୍ଧାନ୍ତ ମହାପାତ୍ରଙ୍କୁ ଟିକେଟ୍ ଦେଇନଥିଲା । ସେପଟେ ୨୦୦୯ ଓ ୨୦୧୪ରେ ବ୍ରହ୍ମପୁରରୁ ବିଜେଡିରୁ ସାଂସଦ ଥିଲେ ସିଦ୍ଧାନ୍ତ ମହାପାତ୍ର। ଗଞ୍ଜାମ ଜିଲ୍ଲାରେ ବେଶ୍ ଚର୍ଚ୍ଚିତ ଚେହେରା ହେଉଛନ୍ତି ସିଦ୍ଧାନ୍ତ। ଅଭିନେତାରୁ ରାଜନେତା ବନିଥିବାରୁ ତାଙ୍କର ରହିଛି ସ୍ୱତନ୍ତ୍ର କ୍ରେଜ୍ ।

ସେହିଭଳି ପଦ୍ମଶ୍ରୀ ଦମୟନ୍ତ ବେଶ୍ରା ହେଉଛନ୍ତି ଜଣେ ଜଣାଶୁଣା ସାନ୍ତାଳୀ ଲେଖିକା। ୨୦୦୯ରେ ତାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସାରା ଦେଶରେ ତାଙ୍କ ଲେଖା ପାଇଁ ସେ ବେଶ୍ ଚର୍ଚ୍ଚାରେ ରହିଛନ୍ତି ।

ସେପଟେ ଭାରତୀୟ ଜନତା ପାର୍ଟିରେ ସାମିଲ ହେବା ପରେ କଟକ ସାଂସଦ ଭର୍ତ୍ତୃହରି ମହତାବ ଏବଂ ପୂର୍ବତନ ବ୍ରହ୍ମପୁର ସାଂସଦ ତଥା ସିନେଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କୁ ସମାଲୋଚନା କରିଛି ବିଜୁ ଜନତା ଦଳ । ବିଜେଡି ନେତା ମୁନା ଖାନ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଜଣେ ୨୬ ବର୍ଷ, ଜଣେ ୧୦ ବର୍ଷ ସାଂସଦ ଥିଲେ। ଦୁଇ ଜଣ ଯାକ ନବୀନ ବାବୁଙ୍କ ଦୟା ଓ ଆଶୀର୍ବାଦରୁ ଉଭୟେ ସାଂସଦ ହୋଇଥିଲେ। ନବୀନ ପଟ୍ଟନାୟକଙ୍କୁ ଛାଡ଼ିଦେଲେ ଗୋଟେ ୱାର୍ଡ ମେମ୍ବର ହେବା ପାଇଁ ଯୋଗ୍ୟ ନୁହେଁ। ସେମାନେ ବିଗ୍ ଜିରୋ ।

ତେବେ ଓଡ଼ିଶାରେ ବିଜେପି ୧୫ରୁ ଅଧିକ ଲୋକସଭା ଆସନରେ ଜିତିବ। ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେବ। ପୁରୀ ଗସ୍ତ ବେଳେ ଏହା କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ୫ ବର୍ଷ କାର୍ଯ୍ୟର ରିପୋର୍ଟ କାର୍ଡ ଲୋକଙ୍କ ଆଗରେ ରଖିଛି। ଆସନ୍ତା ୫ ବର୍ଷ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବିକାଶ ତଥା ସାଢେ଼ ଚାରି କୋଟି ଓଡିଆଙ୍କ ସୁଖ, ସମୃଦ୍ଧି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛି ବୋଲି ଅପରାଜିତା କହିଛନ୍ତି । ପୁରୀ ଗସ୍ତ ବେଳେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ଅପରାଜିତା।

BJD BJP Congress Odisha Politics General Election 2024
Advertisment
Advertisment