• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଖୁବଶୀଘ୍ର ଆସିପାରେ ଓଡ଼ିଶାରୁ ବାକି ଥିବା ବିଜେପିର ୩ ଲୋକସଭା ସହ ବିଧାନସଭା ପ୍ରାର୍ଥୀ ତାଲିକା । ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଦିଲ୍ଲୀରେ ବସିଥିଲା କୋର୍ କମିଟି ବୈଠକ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ଅଧ୍ୟକ୍ଷତାରେ ଦୀର୍ଘ ୫ ଘଣ୍ଟା ଧରି ଗୁରୁବାର ଆଲୋଚନା ହୋଇଥିଲା । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ ଯୋଗ ଦେଇଥିଲେ ।

ବୈଠକରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ୍ ସିଂ ତୋମାର ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ଆଉ ସେହି ବୈଠକ ପାଇଁ ଦିଲ୍ଲୀ ଯାଇଥିବା ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ୍ ସିଂ ତୋମାର ଏବଂ ରାଜ୍ୟ ସଭାପତି ମନମୋହନ ସାମଲ ଗତକାଲି ଭୁବନେଶ୍ୱର ଫେରିଛନ୍ତି ।

ଭୁବନେଶ୍ୱର ଫେରିବା ପରେ ଉଭୟେ କହିଛନ୍ତି, ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ବଳକା ପ୍ରାର୍ଥୀ ସଂପର୍କରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ନିଷ୍ପତ୍ତି ନେବ । ବିଜେପି ଓଡ଼ିଶାରେ ସରକାର ଗଢ଼ିବ । ଅନ୍ୟପଟେ ନିର୍ବାଚନ ଯେତିକି ଯେତିକି ପାଖଉଛି, ପ୍ରାର୍ଥୀ ଘୋଷଣା ଓ ଟିକେଟ୍ କସରତ୍ ଭିତରେ ସେତିକି ବଢ଼ି ଚାଲିଛି ନେତାଙ୍କ ଦଳ ଡିଆଁ ପର୍ବ । ଗତ କିଛିଦିନ ତଳେ ବିଜେଡିର ଦୁଇ ବଡ଼ ଚେହେରା ସାଂସଦ ଭର୍ତ୍ତୃହରି ମହତାବ୍ ଓ ଓଲିଉଡ୍ ଷ୍ଟାର ସିଦ୍ଧାନ୍ତ ଶଙ୍ଖ ଛାଡ଼ି ପଦ୍ମ ଧରିଥିଲେ ।

ଟିକେଟକୁ ନେଇ ବଢୁଥିବା ଅନ୍ତର୍କନ୍ଦଳ ଭିତରେ ଶାସକ ଦଳ କିନ୍ତୁ ନିଜ ନେତାଙ୍କ ଅପେକ୍ଷା ଆମଦାନୀ ନେତାଙ୍କୁ ଦେଉଛି ବେଶି ଗୁରୁତ୍ୱ । ହେଲେ ଏହାଦ୍ୱାରା ଦଳରେ ବିଦ୍ରୋହ ବଢ଼ିବ ନା ଥମିବ, ତାହାହିଁ ବଡ଼ ପ୍ରଶ୍ନ । ତେଣୁ ମାପି ଚୁପି ଚାଲ୍ ଚଳାଉଛି ବିଜେଡି । କାହିଁକି ନା, କୁହାଯାଉଛି ବର୍ତ୍ତମାନର ବହୁ ସିଟିଂ ଏମଲ୍ଏଙ୍କ ଉପରେ ଭରସା କରିପାରୁନାହାନ୍ତି ଦଳପତି ।

ତେଣୁ ଦଳରେ ମିଶୁ ମିଶୁ ଆମଦାନୀ ନେତାଙ୍କୁ ମିଳିଯାଉଛି ଟିକେଟ୍ । ଅଂଶୁମାନ ମହାନ୍ତି କଂଗ୍ରେସର ବିଧାୟକ ଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ବି ଥିଲେ । ହେଲେ ଦଳରେ ମିଶୁ ମିଶୁ ସାଂସଦ ଟିକେଟ ନେଲେ । କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । ଦଳରେ ସାମିଲ ହେବାର ଘଣ୍ଟାକ ଭିତରେ ଭୁବନେଶ୍ୱର ସାଂସଦ ଟିକେଟ ପାଇଲେ ।

ସେପଟେ ଜଗତସିଂହପୁରରେ ସ୍ଥିତି ଜଟିଳ। ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଥାଉ ଥାଉ କଂଗ୍ରେସ ନେତା ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ବିଜେଡିରେ ମିଶିଛନ୍ତି । ଅପରପକ୍ଷେ ବାଡ଼ ଡିଆଁ ହାତ ଛାଡି ଶଙ୍ଖ ଧରିଛନ୍ତି ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ । ଚର୍ଚ୍ଚା ହେଉଛି ବଲାଙ୍ଗୀରରୁ ବିଜେଡି ପାଇଁ ସାଂସଦ ପ୍ରାର୍ଥୀ ହୋଇ ପାରନ୍ତି ।