Advertisment

ପଦ୍ମ ଧରିଲେ ଛଅ ଛଅ ଥରର କଟକ ସାଂସଦ ତଥା ବିଜେଡିର ଅନ୍ୟତମ ପ୍ରତିଷ୍ଠାତା ସଭ୍ୟ ଭର୍ତ୍ତୃହରି ମହତାବ

ଗତ ୨୨ ତାରିଖରେ ଭର୍ତ୍ତୃହରି ବିଜେଡିରୁ ଇସ୍ତଫା ଦେବା ସହ ବିଜେଡି ଉପରେ ବର୍ଷିଥିଲେ।

author-image
Satyendu Shekher Mishra

ଦିଲ୍ଲୀ ବିଜେପି ଶିବିରରେ ବଡ଼ ମିଶ୍ରଣ । କଳ୍ପନାଜଳ୍ପନାର ଅବସାନ, ସତ ହେଲା ଅନୁମାନ । ପଦ୍ମ ଧରିଲେ ଛଅ ଛଅ ଥରର କଟକ ସାଂସଦ ତଥା ବିଜେଡିର ଅନ୍ୟତମ ପ୍ରତିଷ୍ଠାତା ସଭ୍ୟ ଭର୍ତ୍ତୃହରି ମହତାବ। ଆଜି ଦିଲ୍ଲୀସ୍ଥିତ ପାର୍ଟି ମୁଖ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇ ଭର୍ତ୍ତୃହରି ବିଜେଡିକୁ ମାରିଛନ୍ତି ବାଣ- କହିଛନ୍ତି, ବିଜେଡ଼ିରେ ଗଣତନ୍ତ୍ର ନୁହେଁ ଜଣତନ୍ତ୍ର ଚାଲିଛି । ଏଠି ପାପଶକ୍ତି ବିରୋଧରେ ଲଢ଼େଇ କରିବାର ଅଛିି ଏବଂ ଓଡ଼ିଶା ଅସ୍ମିତାକୁ ବଞ୍ଚାଇବାର ଅଛି। କେବଳ ବିଜେପି ହିଁ ଓଡ଼ିଶାରେ ପରିବର୍ତ୍ତନ ଆଣିପାରିବ ବୋଲି ଦୃଢ଼ତାର ସହ କହିଛନ୍ତି ଭର୍ତ୍ତୃହରି। ଗତ ୨୨ ତାରିଖରେ ଭର୍ତ୍ତୃହରି ବିଜେଡିରୁ ଇସ୍ତଫା ଦେବା ସହ ବିଜେଡି ଉପରେ ବର୍ଷିଥିଲେ।

Advertisment
BJD BJP Congress Odisha Politics General Election 2024
Advertisment
Advertisment