ଦିଲ୍ଲୀ ବିଜେପି ଶିବିରରେ ବଡ଼ ମିଶ୍ରଣ । କଳ୍ପନାଜଳ୍ପନାର ଅବସାନ, ସତ ହେଲା ଅନୁମାନ । ପଦ୍ମ ଧରିଲେ ଛଅ ଛଅ ଥରର କଟକ ସାଂସଦ ତଥା ବିଜେଡିର ଅନ୍ୟତମ ପ୍ରତିଷ୍ଠାତା ସଭ୍ୟ ଭର୍ତ୍ତୃହରି ମହତାବ। ଆଜି ଦିଲ୍ଲୀସ୍ଥିତ ପାର୍ଟି ମୁଖ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇ ଭର୍ତ୍ତୃହରି ବିଜେଡିକୁ ମାରିଛନ୍ତି ବାଣ- କହିଛନ୍ତି, ବିଜେଡ଼ିରେ ଗଣତନ୍ତ୍ର ନୁହେଁ ଜଣତନ୍ତ୍ର ଚାଲିଛି । ଏଠି ପାପଶକ୍ତି ବିରୋଧରେ ଲଢ଼େଇ କରିବାର ଅଛିି ଏବଂ ଓଡ଼ିଶା ଅସ୍ମିତାକୁ ବଞ୍ଚାଇବାର ଅଛି। କେବଳ ବିଜେପି ହିଁ ଓଡ଼ିଶାରେ ପରିବର୍ତ୍ତନ ଆଣିପାରିବ ବୋଲି ଦୃଢ଼ତାର ସହ କହିଛନ୍ତି ଭର୍ତ୍ତୃହରି। ଗତ ୨୨ ତାରିଖରେ ଭର୍ତ୍ତୃହରି ବିଜେଡିରୁ ଇସ୍ତଫା ଦେବା ସହ ବିଜେଡି ଉପରେ ବର୍ଷିଥିଲେ।
Published By: Satyendu Shekher Mishra
Last updated: 28 March 2024, 09:54 PM IST
ସେମାନଙ୍କ ଦେଶର ବଜେଟଠୁ କିଟ୍ ବଜେଟ ଅଧିକ କହିବା ନିନ୍ଦନୀୟ। ଓଡିଶା ସରକାର ଦେଖାଇଦେବା ଦରକାର ଯେ, ଦେଶ ଉପରେ କଥା ଆସିଲେ କାହାକୁ ଛଡା ଯିବା ଉଚିତ ନୁହେଁ। ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ କିଟ୍ ବିରୋଧରେ ନେବା ଦରକାର। ନଚେତ ବିଦେଶୀ ଛାତ୍ରଛାତ୍ରୀ ଓଡ଼ିଶା ଆସି ପଢିବା ପାଇଁ ଭୟ କରିବେ ବୋଲି ପୂର୍ବତନ ମୁଖ୍ୟ ଶାସନସଚିବ ଚେତାଇ ଦେଇଛନ୍ତି।