Advertisment

ଦିଲ୍ଲୀରେ ବିଜେପିର କୋର୍ କମିଟି ବୈଠକ; ବଳକା ୩ ଆସନ ପାଇଁ ମାନସ ମନ୍ଥନ

ବୈଠକରେ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ୍ ସିଂ ତୋମାର ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ।

author-image
Sonali Ojha
ଅଦ୍ୟତନ ହୋଇଛି
BJP Core Committee Meeting

core committee meeting

ଦିଲ୍ଲୀରେ ବିଜେପିର କୋର୍ କମିଟି ବୈଠକ। ଓଡ଼ିଶାର ବଳକା ୩ ଲୋକସଭା ଏବଂ ବିଧାନସଭା ଆସନ ପାଇଁ ହୋଇଛି ମାନସ ମନ୍ଥନ । ଦିଲ୍ଲୀ ସ୍ଥିତ ଦଳୀୟ ମୁଖ୍ୟାଳୟରେ ବିଜେପି କୋର୍ କମିଟି ବୈଠକ ବସିଥିଲା। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଦୀର୍ଘ ୫ଘଣ୍ଟା ଧରି ଆଲୋଚନା ହଇଥିଲା। ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ ଯୋଗ ଦେଇଥିଲେ।

Advertisment

ବୈଠକରେ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ୍ ସିଂ ତୋମାର ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। ବଳକା ଆସନଗୁଡ଼ିକ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇପାରେ ବୋଲି ସୂଚନା ମିଳିଛି।

ପଢନ୍ତୁ ଏହି ଖବର: ଘରେ ପଶୁ ପଶୁ ବାଜିଲାଣି ଚାଳ, ବିଭିନ୍ନ ଜିଲ୍ଲାରେ ଦଳ ଦୁଇ ଫାଳ !

ସେପଟେ ୭୨ ଆସନରେ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ଆରମ୍ଭ ହୋଇଛି ବିଦ୍ରୋହ। କେଉଁଠି ପ୍ରତିବାଦ ତ କେଉଁଠି ଟିକଟ୍ ପ୍ରତ୍ୟାହାର ଦାବିରେ ଦଳରୁ ସାମୁହିକ ଇସ୍ତଫା। ଏମିତି କି ଖୋଲାଖୋଲି ବିରୋଧ କରି ଦଳ ଛାଡିବାକୁ ବି ପଛାଉନାହାନ୍ତି ବିରୋଧୀ ଗୋଷ୍ଠୀ। ଧର୍ମଶାଳା, ଚୌଦ୍ୱାର, ରାୟଗଡ଼ା ଭଳି ଅନେକ ନିର୍ବାଚନ ମଣ୍ଡଳୀରେ ସାମ୍ନାକୁ ଆସିଛି ଏମିତି ଚିତ୍ର।

Advertisment

ଏପଟେ ବିଜେଡି ଛାଡ଼ିଛନ୍ତି ଡମ୍ବରୁ ଶିଶା। ଚିତ୍ରକୋଣ୍ଡାର ପୂର୍ବତନ ବିଧାୟକ ଡମ୍ବରୁ ଶିଶା ବିଜେଡି ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ୨୦୧୪ ରୁ ୨୦୧୯ ଯାଏଁ ବିଧାୟକ ଥିଲେ ଡମ୍ବରୁ । ତେବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖିଥିବା ଇସ୍ତଫା ପତ୍ରରେ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଲେଖିଛନ୍ତି ୧୬ ବର୍ଷ ହେଲା ବିଜେଡିରେ ଥିଲି ଏବେ ଆଗକୁ ବଢ଼ିବାର ସମୟ। ଲୋକଙ୍କ ସେବା ମୋର ମୁଖ୍ୟ ଲକ୍ଷ୍ୟ ଥିଲେ ବି, ଏହି ଦଳ ଭିତରେ ତାହା ଆଉ ସମ୍ଭବ ହେଉନଥିଲା । 

BJD BJP Odisha Election
Advertisment
Advertisment