Advertisment

କଣ୍ଟାମାଳରେ କଂଗ୍ରେସ ପ୍ରାର୍ଥୀ କିଏ ? ଦୌଡ଼ରେ ଆଗୁଆ ପ୍ରଶାନ୍ତ-ସରୋଜ

ବିଜେଡିରୁ ଯୋଦ୍ଧା ହେଲେ ମହିଧର ରଣା । ବିଜେପିରୁ କହ୍ନେଇ ଚରଣ ନା ଓମ୍ ପ୍ରକାଶ ?

author-image
Satyendu Shekher Mishra
Sattara Satranj - Kantamala

Sattara Satranj - Kantamala

ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀ। ଆଦିବାସୀ ଅଧ୍ୟୁଷିତ ଏ ଆସନର ସୃଷ୍ଟି ୨୦୦୯ରୁ। ପ୍ରଥମରୁ ଏ ଆସନକୁ ଜିତି ଆସୁଛି ବିଜେଡି। ୨୦୦୯ ଓ ୨୦୧୪ରେ କଂଗ୍ରେସ ଏବଂ ୨୦୧୯ରେ ବିଜେପିକୁ ମାତ୍ ଦେଇ ଦଳ ଲଗାତର ତୃତୀୟ ଥର ପାଇଁ କ୍ଷମତାରେ। ୨୦୧୪ରୁ ମହିଧର ରଣା ବିଧାୟକ। ସରପଞ୍ଚରୁ କ୍ୟାରିୟର ଆରମ୍ଭ କରିଥିବା ମହିଧର ୨୦୧୯ରେ ବିଜେପିର କହ୍ନେଇ ଚରଣ ଡାଙ୍ଗଙ୍କୁ ମାତ୍ର ୩ ହଜାର ୬୫୦ ଭୋଟରେ ହରାଇ ଦ୍ୱିତୀୟ ଥର ପାଇଁ ବିଧାୟକ ହୋଇଥିଲେ। ଦୁଇ ଦୁଇ ଥର ବିଧାୟକ ଭାବେ ରହି ଅଞ୍ଚଳରେ ନିଜ ପତିଆରା ବୃଦ୍ଧି କରିଥିବାରୁ ଏଥର ମଧ୍ୟ ସେ ଶାସକ ଦଳରୁ ପ୍ରାର୍ଥୀ।

Advertisment

କଣ୍ଟାମାଳରେ ବିଜେପି ଆଗରୁ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହି ଆସୁଥିବା ବେଳେ ୨୦୧୯ରେ କିନ୍ତୁ ଦଳ ମୁଖ୍ୟ ବିରୋଧୀ ଆସନକୁ ଆସିଛି। ଗତ ନିର୍ବାଚନରେ କହ୍ନେଇ ଚରଣ ଡାଙ୍ଗ ୩୯ ହଜାର ୪୪୯ ଭୋଟ ପାଇ ମାତ୍ର ୩ ହଜାର ୬୫୦ ଭୋଟରେ ପଛୁଆ ରହି ପରାଜିତ ହୋଇଥିଲେ। କହ୍ନେଇ ପୂର୍ବରୁ ଦୁଇ ଦୁଇ ଥର ପ୍ରାର୍ଥୀ ହୋଇ ଭଲ ଅଭିଜ୍ଞତା ରଖିଥିବାରୁ ତାଙ୍କୁ ୨୦୨୪ରେ ମଧ୍ୟ ଦଳ ପ୍ରାର୍ଥୀ କରିବା ସମ୍ଭାବନା ରହିଛି।

ସେପଟେ କିନ୍ତୁ ବିଜେପି ଆଶାୟୀ ତାଲିକାରେ ସାମିଲ୍ ହୋଇଛନ୍ତି ରାଜ୍ୟ ବିଜେପି ଯୁବମୋର୍ଚ୍ଚାର ପୂର୍ବତନ ସାଧାରଣ ସଂପାଦକ ଓମ୍ ପ୍ରକାଶ ମିଶ୍ର।

Advertisment

୨୦୦୯ରୁ କଣ୍ଟାମାଳରେ ଦ୍ବିତୀୟ ସ୍ଥାନରେ ରହି ମୁଖ୍ୟ ବିରୋଧୀ ଭୂମିକା ତୁଲାଉଥିବା କଂଗ୍ରେସ ୨୦୧୯ରେ ଖସିଥିଲା ଚତୁର୍ଥ ସ୍ଥାନକୁ। ଗତଥର ପ୍ରାର୍ଥୀ ହୋଇଥିବା ପ୍ରଶାନ୍ତ କୁମାର ସାହୁଙ୍କୁ ମିଳିଥିଲା ମାତ୍ର ୧୩ ହଜାର ୧୬୬ ଭୋଟ। ପିସିସିର ମେମ୍ବର ଥିବା ପ୍ରଶାନ୍ତ ସାହୁ ଏଥର ମଧ୍ୟ ନିର୍ବାଚନ ଲଢିବାକୁ ପ୍ରସ୍ତୁତ। ସେପଟେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ବୌଦ୍ଧ ଜିଲ୍ଲା ସଭାପତି ସରୋଜ ପ୍ରଧାନ ମଧ୍ୟ ଟିକେଟ୍ ପାଇଁ ଆଶାୟୀ ଥିବା କୁହାଯାଛି।

BJD General Election 2024 Sattara Satranj BJP Congress Odisha Politics
Advertisment
Advertisment