Advertisment

୨୭ ଜଣିଆ ନିର୍ବାଚନ ଇସ୍ତାହାର କମିଟି ଘୋଷଣା କଲା ବିଜେପି

୨୪ ସାଧାରଣ ନିର୍ବାଚନ ପାଇଁ ଇସ୍ତାହାର କମିଟି ଘୋଷଣା କଲା ବିଜେପି । ୨୭ ଜଣିଆ ନିର୍ବାଚନ ଇସ୍ତାହାର କମିଟି ଘୋଷଣା କରିଛି ଦଳ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କମିଟିର ଅଧ୍ୟକ୍ଷ ହୋଇଛନ୍ତି ।

author-image
Sujit kumar Swain
BJP announces manifesto committee

BJP announces manifesto committee

୨୪ ସାଧାରଣ ନିର୍ବାଚନ ପାଇଁ ଇସ୍ତାହାର କମିଟି ଘୋଷଣା କଲା ବିଜେପି । ୨୭ ଜଣିଆ ନିର୍ବାଚନ ଇସ୍ତାହାର କମିଟି ଘୋଷଣା କରିଛି ଦଳ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କମିଟିର ଅଧ୍ୟକ୍ଷ ହୋଇଛନ୍ତି । ସେହିଭଳି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆବାହକ, ପୀୟୂଷ ଗୋୟଲଙ୍କୁ ସହ-ଆବାହକ ଦାୟିତ୍ବ ମିଳିଛି । ଅର୍ଜୁନ ମୁଣ୍ଡା, ଭୂପେନ୍ଦ୍ର ଯାଦବ, ହିମନ୍ତ ବିଶ୍ବଶର୍ମା କମିଟି ସଦସ୍ୟ ରହିଛନ୍ତି । ଓଡ଼ିଶାରୁ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସଦସ୍ୟ କରାଯାଇଛି ।

Advertisment

ଅନ୍ୟପଟେ ଓଡ଼ିଶା ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି । ପଞ୍ଚମ ପର୍ଯ୍ୟାୟ ତାଲିକାରେ ଓଡ଼ିଶା ପାଇଁ ୧୮ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି । ହେଲେ କଟକ, ଯାଜପୁର ଓ କନ୍ଧମାଳ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇନି। ଏଥର ସମ୍ୱଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା, ଭୁବନେଶ୍ୱରରୁ ଅପରାଜିତା ଷଡଙ୍ଗୀ, ପୁରୀରୁ ସମ୍ୱିତ ପାତ୍ର, ବାଲେଶ୍ୱରରୁ ପ୍ରତାପ ଷଡଙ୍ଗୀ ପ୍ରାର୍ଥୀ ହୋଇଛନ୍ତି। 

ସେହିପରି କେନ୍ଦୁଝରରୁ ଅନନ୍ତ ନାୟକ, ମୟୂରଭଞ୍ଜରୁ ନବଚରଣ ମାଝୀ, ଭଦ୍ରକରୁ ଅଭିମନ୍ୟୁ ସେଠୀ, ଢେଙ୍କାନାଳରୁ ରୁଦ୍ର ନାରାୟଣ ପାଣି, ବଲାଙ୍ଗିରରୁ ସଙ୍ଗୀତା ସିଂହଦେଓ, କଳାହାଣ୍ଡିରୁ ମାଳବିକା କେଶରୀ ଦେଓ, ନବରଙ୍ଗପୁରରୁ ବଳଭଦ୍ର ମାଝୀ, ଜଗତସିଂହପୁରରୁ ବିଭୁ ପ୍ରସାଦ ତରାଇ ପ୍ରାର୍ଥୀ ହୋଇଛନ୍ତି। ଆସିକାରୁ ଅନିତା ଶୁଭଦର୍ଶିନୀ, ବ୍ରହ୍ମପୁରରୁ ପ୍ରଦୀପ ପାଣିଗ୍ରାହୀ, କୋରାପୁଟରୁ କାଲେରାମ ମାଝୀ, ବରଗଡ଼ରୁ ପ୍ରଦୀପ ପୁରୋହିତ, ସୁନ୍ଦରଗଡ଼ରୁ ଜୁଏଲ ଓରାମ ପ୍ରାର୍ଥୀ ହୋଇଛନ୍ତି ।

Advertisment

BJP
Advertisment
Advertisment