ଜଳେଶ୍ୱର ବ୍ଲକ୍ରେ ରହିଛି ହାତୀଗଡ ଉଚ୍ଚ ବିଦ୍ୟାଳୟ ଓ ହାତୀଗଡ ମାଧ୍ୟମିକ ବିଦ୍ୟାଳୟ। ଏଠାରେ ବିଭିନ୍ନ ସମ୍ପ୍ରଦାୟର ପିଲାମାନେ ପାଠ ପଢ଼ୁଛନ୍ତି। ହେଲେ ଦୁଃଖର ବିଷୟ, ଏହି ବିଦ୍ୟାଳୟରେ ଆଜି ସରସ୍ଵତୀ ପୂଜା ହୋଇନାହିଁ।
ସତରେ ଦୁଃଖ କ’ଣ ଏମିତି ବି ଆସେ, ଯେଉଁ ଦୁଃଖ ଏତେ କଷ୍ଟ ଦାୟକ ଯେ ତାକୁ ସମ୍ଭାଳିବା ଅସମ୍ଭବ । କାନ୍ଦି କାନ୍ଦି ନିଜକୁ ସମ୍ଭାଳି ପାରୁନାହାନ୍ତି ଜନ୍ମ ଦେଇଥିବା ବାପା ମାଆ ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ବିଭାଗରେ ୧୬୭ ଡାକ୍ତର ପଦବୀରୁ ୯୯ଟି ଖାଲିପଡ଼ିଛି। ଡାକ୍ତରଙ୍କ ଅଭାବ ଯୋଗୁଁ ୱାର୍ଡରେ ଭର୍ତ୍ତି ହେଉଥିବା ରୋଗୀଙ୍କୁ ବି ମେଡ଼ିକାଲ କଲେଜକୁ ରେଫର କରାଯାଉଛି। ଆଉ ମେଡ଼ିକାଲ କଲେଜ ଆମ୍ବୁଲାନ୍ସରୁ ହିଁ ରୋଗୀଙ୍କୁ କଟକ ପଠାଇ ଦେଉଥିବା ଅଭିଯୋଗ ହେଉଛି।
ଷ୍ଟେସନ ଛକଠାରୁ ଫକୀର ମୋହନ ଗୋଲେଇ ଯାଏ ହେବ ୬ ଥାକିଆ ରାସ୍ତା । ୪ ଶହ ମିଟର ରାସ୍ତା ନିର୍ମାଣ କରିବାକୁ ଲାଗିଲାଣି ବର୍ଷବର୍ଷ କାର୍ଯ୍ୟ ଅବଧିର ସମୟ ସରିବା ପରେବି ଆରମ୍ଭ ହୋଇପାରୁନି କାମ !
ବାଲେଶ୍ବରରେ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା । ପ୍ରତିଦିନ ଚାଲିଛି ବିପଦପୂର୍ଣ୍ଣ ଯାତ୍ରା। ଗାଡ଼ି ବାହାରେ ଓହଳି ଯାଉଛନ୍ତି ଛାତ୍ରୀ । ଟ୍ରାଫିକ ପୋଷ୍ଟରେ ସଚେତନତା ଶୂନ, ଫାଇନ କାଟିବାରେ ବ୍ୟସ୍ତ ପ୍ରଶାସନ ।
ଦିନକୁ ଦିନ ବଢୁଛି ଚାଷୀଙ୍କ ଟେନସନ୍ , ଚାଷୀଙ୍କ ପାଇଁ ଧାନ ବିକ୍ରି ଚିନ୍ତା ବେଶ୍ ଗମ୍ଭୀର ହେଉଥିବା ଦେଖିବାକୁ ମିଳୁଛି । ମଣ୍ଡିରେ ଧାନ ବିକ୍ରି ହୋଇପାରୁନଥିବା ବେଳେ ବଢୁଛି ମିଲରଙ୍କ ମନମାନୀ ।
କିଛି ସମୟ ମଧ୍ୟରେ ସବୁ ଓଲଟ ପାଲଟ ହୋଇଗଲା। ଯେପରି ଘର ଉପରେ ହଠାତ୍ ମାଡ଼ି ଆସିଲା କଳା ବାଦଲ।
ବସଷ୍ଟାଣ୍ଡ ହେଉ କି ରେଳ ଷ୍ଟେସନ୍ ସବୁଠି ହାଉଯାଉ ଭିଡ଼। ଯାତ୍ରୀଙ୍କ ମୁହଁରେ ହସ ମନରେ ଉତ୍ସାହ। ହେବନି ବା କେମିତି ଏବେ ପରା ଘର ବାହୁଡା ବେଳ। ରାତି ପାହିଲେ ମକର ସଂକ୍ରାନ୍ତି ଖାସ ଏଇଥିପାଇଁ ତ ଭିଟାମାଟି ମୁହାଁ ପ୍ରବାସୀ।
ପକୁଡି ପ୍ରସ୍ତୁତ କରିବାରେ ବିଳମ୍ୱ ହେବାରୁ ଅତ୍ୟଧିକ ରାଗିଯାଇ ଘରେ ପାଟିତୁଣ୍ଡ କରିଥିଲା । ତା’ର ସାନ ଭାଇ ଏହାର ପ୍ରତିବାଦ କରିବାରୁ ଦୁଇଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ସାନ ଭାଇକୁ ସେ ନିସ୍ତୁକ ପିଟିଥିଲା। ଏହା ପରେ ଚାଳଘରେ ନିଆଁ ଲଗାଇ ଦେଇଥିଲା ।
ନୂଆବର୍ଷ ଆସିଲେ ପିକନିକ୍ ପାଇଁ ଗାଁ ବାହାରକୁ ସିନା କେହି ଯାଆନ୍ତି ନାହିଁ । ହେଲେ ଏହି ସ୍ମୃତିସ୍ଥମ୍ଭ ଠାରେ ପୂଜାର୍ଚ୍ଚନା କରି ସେମାନଙ୍କ ସ୍ମୃତିରେ ଫୁଟବଲ ଖେଳ ଅନୁଷ୍ଠିତ କରିଥାନ୍ତି। ଏହି ଘଟଣା ସମ୍ପର୍କରେ ଏବେର ପୀଢ଼ି ମନେପକାଇ ଏହି ଦିନ କେହି କୁଆଡେ ନଯିବାକୁ ପ୍ରତିଜ୍ଞା କରିଥାନ୍ତି।
ଧର୍ମୁ ଗାଁର ଦୁଇଜଣ ଯୁବକଙ୍କ ଯୋଗାଯୋଗ କ୍ରମେ ଉଦଳା ଉପଖଣ୍ଡ ସାଇଁକୁଳା ପଞ୍ଚାୟତ ମାଣିଚ ଗାଁର ଜଣେ ନିଃସନ୍ତାନ ଦମ୍ପତିଙ୍କୁ ୬୦ ହଜାର ଟଙ୍କାରେ ଶିଶୁଟିକୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ସେହି ଟଙ୍କାରେ ସେହିଦିନ ଏକ ନୂଆ ବାଇକ କିଣିଥିବା ଅଭିଯୋଗ ହୋଇଛି ।
ସରକାରୀ ନିୟମକୁ ଉଲଂଘନ କରି ଇଟା ଭାଟି ଚଲାଉଛନ୍ତି ମାଫିଆ। ସରକାରୀ ଜମି ଏବଂ ନଦୀ କୂଳିଆ ଅଞ୍ଚଳକୁ ଟାର୍ଗେଟ କରି ବାଲି ଓ ମାଟି ତାଡ଼ି ନେଉଛନ୍ତି । ଇଟା ଭାଟିରୁ ବାହାରୁ ଥିବା ଧୂଆଁ ଓ ପାଉଁଶ ଯୋଗୁଁ ପ୍ରଦୂଷିତ ହେଉଛି ବାୟୁ ମଣ୍ଡଳ।
ଗଜପତି ଜିଲ୍ଲା ମୋହନା ଥାନା କେନ୍ଦୁଘାଟିରେ ଟୁରିଷ୍ଟ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୩ ଜଣ ଆହତ ହୋଇଛନ୍ତି ।
ଭୋଗରାଇରେ ଘଟିଲା ଚକିତ କଲା ଭଳି ଘଟଣା । ଘର ବାହାରେ ବୃଦ୍ଧାଙ୍କୁ ଝୁଣି ମାରିଦେଲା ପାଗଳ କୁକୁର ।
ବିପଦରେ ବିରଳ ପ୍ରଜାତିର ଦୁର୍ଲଭ ନୀଳରକ୍ତ କଙ୍କଡ଼ା। ଜଳବାୟୁ ପରିବର୍ତ୍ତନ ସାଙ୍ଗକୁ ସଚେତନତା ଅଭାବ ଏହି କଙ୍କଡା ବଂଶ ହ୍ରାସର ମୁଖ୍ୟ କାରଣ ପାଲଟିଛି।
ବର୍ଷ ଧରି ଏକାଠି ମିଶି ଦୁର୍ଗା ପୂଜା କରୁଛନ୍ତି ହିନ୍ଦୁ ଓ ମୁସଲିମ୍ ସମ୍ପ୍ରଦାୟ। ଦୀର୍ଘ ୪୭ ବର୍ଷ ଧରି ଉଭୟ ସମ୍ପ୍ରଦାୟ ମିଶି ଶାନ୍ତିଶୃଙ୍ଖଳାର ସହ ମହା ଆଡମ୍ବରରେ ମାଙ୍କ ପୂଜା କରୁଛନ୍ତି।
ଷ୍ଟାଡ଼ିୟମ୍ କାହାର । ଏନେଇ ବିବାଦ ତେଜିବାରେ ଲାଗିଛି । ଜିଲ୍ଲାସ୍କୁଲ ବଦଳ ସୂତ୍ରରେ ପଡ଼ିଆ ପାଇଥିବା ଦାବି କରୁଥିବା ବେଳେ, ମ୍ୟୁନିସିପାଲିଟି ଜମିର ମାଲିକାନା ନେଇ ଦାବି ଉଠାଇଛି ।
ବର୍ତ୍ତମାନ ସମୟରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡି ନୀଳ ରକ୍ତ କଙ୍କଡ଼ାଙ୍କ ମୃତ୍ୟୁ ହେଉଛି । ତେଣୁ ଏହି ପ୍ରଜାତି ଧୀରେ ଧୀରେ କମିଗଲେଣି ।
ସାରା ଦେଶରେ ହସ୍ପିଟାଲ ଗୁଡ଼ିକରେ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । ରାତିରେ କାମ କରୁଥିବା ହସ୍ପିଟାଲର ମହିଳା କର୍ମଚାରୀ, ଡାକ୍ତର, ଏମିତିକି ରୋଗୀ ଓ ତାଙ୍କ ସମ୍ପର୍କୀୟ କେତେ ସୁରକ୍ଷିତ ?
ସାମାନ୍ୟ ବର୍ଷାରେ ବେହାଲ ହେଲା ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ମାତ୍ର ଅଧା ଘଣ୍ଟା ବର୍ଷା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତରେ ଲହଡ଼ି ଖେଳିଲା ପାଣି ।
ମାତୃହନ୍ତା ପାଲଟିଲା ପୁଅ । ମାଆର ତଣ୍ଟି ଚିପି ପୁଅ ମାରି ଦେଇଥିବା ଅଭିଯୋଗ । ବାଲେଶ୍ବର ଜିଲ୍ଲା ତାଳପଦା ଗାଁରେ ଅଭାବନୀୟ ଘଟଣା
ଆଜି ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ କେବଳ ୪ ଘଣ୍ଟା ପାଇଁ ଦୋକାନ ବଜାର ଖୋଲା ରହିବ। ଏହି ସମୟ ମଧ୍ୟରେ ଲୋକେ ନିଜ ପାଇଁ ଆବଶ୍ୟକୀୟ ସାମଗ୍ରୀ କିଣିପାରିବେ ।
ହେ ଚଡ଼େଇ ମାନେ ଆମର ଭୁଲ୍ ହୋଇ ଯାଇଛି । ଆଜି ଦିନରେ ମଣିଷ ନିଜ ସ୍ୱାର୍ଥରେ ଏତେ ଅନ୍ଧ ଯେ, ପଶୁପକ୍ଷୀଙ୍କ ସୁଖ ଦୁଃଖ ଭୁଲିଗଲାଣି। ହେଲେ ଆଜି ଚାଲନ୍ତୁ ଦେଖିବା ନିଆରା ଏକ କାହାଣୀ ଯେଉଁଠି ପକ୍ଷୀଙ୍କ ପାଇଁ ସମସ୍ତେ ବନ୍ଦନା କରୁଛନ୍ତି। କବିତା ଗାଉଛନ୍ତି
ଯେତେଦିନ ଯାଏଁ ସେ ଗର୍ଭରେ ଥିଲା...ମାତୃତ୍ୱର ଉଷ୍ମ ସ୍ପର୍ଶ ପାଇ ବେଶ ସୁରକ୍ଷିତ ଥିଲା...ହେଲେ ସିଏ କ’ଣ ଜାଣିଥିଲା ଦୁନିଆରେ ପାଦ ଥାପୁ ଥାପୁ, ତାକୁ ବି ଯେ ଅପରାଧୀଙ୍କ ଶୀକାର ହେବାକୁ ପଡ଼ିବ ବୋଲି
କାଗଜରେ ରାସ୍ତା ଓ ପାର୍କ ତିଆରି କରିଦେଲେ ଜିଆରଏସ୍ । କାମ ନ କରି ଲୁଟିନେଲେ ଶ୍ରମିକଙ୍କ ପାରିଶ୍ରମିକ । ଜାଲ ମଷ୍ଟର ରୋଲ ତିଆରି କରି ଲକ୍ଷ ଲକ୍ଷ ଟଙ୍କା ହଡପ ଅଭିଯୋଗ ।