Advertisment

Road Project: ହଟିପାରୁନି ଜବରଦଖଲ; ୪ଶହ ମିଟର ରାସ୍ତାକୁ ଲାଗିଲାଣି ବର୍ଷ ବର୍ଷ...

ଷ୍ଟେସନ ଛକଠାରୁ ଫକୀର ମୋହନ ଗୋଲେଇ ଯାଏ ହେବ ୬ ଥାକିଆ ରାସ୍ତା । ୪ ଶହ ମିଟର ରାସ୍ତା ନିର୍ମାଣ କରିବାକୁ ଲାଗିଲାଣି ବର୍ଷବର୍ଷ କାର୍ଯ୍ୟ ଅବଧିର ସମୟ ସରିବା ପରେବି ଆରମ୍ଭ ହୋଇପାରୁନି କାମ !

author-image
Sujit kumar Swain
Balasore Six-Lane Road Project 

Balasore Six-Lane Road Project

ବଢିବ ବାଲେଶ୍ବର ସହରର କାୟା। ସୁନ୍ଦର ଓ ଭିଡ଼ ନିୟନ୍ତ୍ରଣ ପାଇଁ ୬ ଥାକିଆ ରାସ୍ତା ଯୋଜନା କରାଯାଇଥିବାବେଳେ କାମ କିନ୍ତୁ ଆଗେଇ ପାରୁନି। ଷ୍ଟେସନ ଛକ ଓ ଫକୀରମୋହନ ଗୋଲେଇ ପର୍ଯ୍ୟନ୍ତ ଥିବା ୪ଶହ ମିଟର ରାସ୍ତା ନିର୍ମାଣକୁ ଲାଗିଗଲାଣି ବର୍ଷବର୍ଷ। କାହିଁକି ହୋଇପାରୁନି କାମ, ପ୍ରଶ୍ନ ଉଠାଇଲେ ଜନସାଧାରଣ। ତେଣେ ପୌରପାଳିକା କର୍ତ୍ତୃପକ୍ଷ କହିଲେ, ପୂର୍ବରୁ ବିଭିନ୍ନ କାରଣ ପାଇଁ ବିଳମ୍ବ ହୋଇଥିଲା। ଶୀଘ୍ର ଆରମ୍ଭ ହେବ। 

Advertisment

ଷ୍ଟେସନ ଛକଠାରୁ ଫକୀର ମୋହନ ଗୋଲେଇ ଯାଏ ହେବ ୬ ଥାକିଆ ରାସ୍ତା । ୪ ଶହ ମିଟର ରାସ୍ତା ନିର୍ମାଣ କରିବାକୁ ଲାଗିଲାଣି ବର୍ଷବର୍ଷ କାର୍ଯ୍ୟ ଅବଧିର ସମୟ ସରିବା ପରେବି ଆରମ୍ଭ ହୋଇପାରୁନି କାମ ! ବାଲେଶ୍ବର ଷ୍ଟେସନ ଛକଠାରୁ ଫକୀରମୋହନ ଗୋଲେଇ ରାସ୍ତା। ଯେଉଁଠି ଭିଡ଼ ନିୟନ୍ତ୍ରଣ ଓ ଦୁର୍ଘଟଣା ଏଡାଇବାକୁ ଗତ ଜାନୁଆରୀ ୨୨ ତାରିଖରେ ପୂର୍ତ୍ତବିଭାଗ ପକ୍ଷରୁ ଟେଣ୍ଡର ଡକାଯାଇ କାର୍ଯ୍ୟାଦେଶ ଦିଆଯାଇଥିଲା। ଉଦ୍ଦେଶ୍ୟ ଥିଲା ୪ ଥାକିଆ ରାସ୍ତାକୁ ପ୍ରଶସ୍ତ କରି ୬ ଥାକିଆ କରିବା। ହେଲେ ଦିଆଯାଇଥିବା କାର୍ଯ୍ୟ ଅବଧିର ଢେର୍ ସମୟ ବିତିବା ପରେବି ଆଗେଇ ପାରୁନି କାମ। ବାଧକ ସାଜିଛନ୍ତି ଜବରଦଖଲକାରୀ। ଯାହାକୁ ନେଇ ତେଜୁଛି ଅସନ୍ତୋଷ।

ଅଧିକ ପଢ଼ନ୍ତୁ: ୫ ଲକ୍ଷର ଟଙ୍କାର ସୁନା ଅଳଙ୍କାର ଚଳୁ କରିଦେଲେ ଦୁର୍ବୃତ୍ତ, ସୁନା ସଫା କରିବାକୁ ଆସି ସୁନା ଲୁଟିନେଲେ..

Advertisment

ପୂର୍ବରୁ ତାମୁଳିଆ ବ୍ରିଜ ପାଖରୁ ଷ୍ଟେସନ ଛକ ପର୍ଯ୍ୟନ୍ତ ରାସ୍ତାର ଉନ୍ନତି ଓ ପ୍ରଶସ୍ତିକରଣ କାର୍ଯ୍ୟ ପ୍ରାୟତଃ ସରିଥିବାବେଳେ ଏଠି ୪୦୦ ମିଟର ରାସ୍ତାକାମ କାହିଁକି ଅଟକିଛି, ତାକୁ ନେଇ ଉଠିଛି ପ୍ରଶ୍ନ।  

ପିଡବ୍ଲୁଡି ଜାଗା ଓ ମହାନାଳ ଉପରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଦୋକାନ ଘରକୁ କିଏ ଦେଉଛି ସୁରକ୍ଷା ? ଏନେଇ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କହିବା କଥା, ଉଚ୍ଛେଦ ନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଛୁ। କିନ୍ତୁ କିଛି ଦୋକାନ ଘର ଉଚ୍ଛେଦ, ଇଲେକ୍ଟ୍ରି ଖୁଣ୍ଟି ଓ ୧୭ ଟି ଗଛ କଟାଯାଉନଥିବାରୁ କାମ ଆଗେଇ ପାରୁନି। ତେଣେ ପୌରପାଳିକା କର୍ତ୍ତୃପକ୍ଷ କହିଛନ୍ତି, ନିର୍ବାଚନ କାମ ତଥା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ କାମ ବିଳମ୍ବ ହୋଇଛି। ଖୁବ ଶୀଘ୍ର କାମ ଆରମ୍ଭ ହେବ।

ଅଧିକ ପଢ଼ନ୍ତୁ: ଆଗେଇ ଆସିଲେ ପୁଞ୍ଜିପତି, ନିବେଶ କରିବେ ଲକ୍ଷାଧିକ କୋଟି

Balasore Road
Advertisment
Advertisment