• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଏକ ବିରଳ ପ୍ରଜାତିର ଜୀବ ହେଉଛି ଏହି ନୀଳ ରକ୍ତ କଙ୍କଡ଼ା । ବୈଦେଶିକ ବଜାରରେ ଏହାର ମୂଲ୍ୟ ଢେର ରହିଛି । କିନ୍ତୁ ଭାରତରେ ଇଏ ଯେମିତି ମୂଲ୍ୟହୀନ । ୯୦ ଦଶକରୁ ଏହି ପ୍ରଜାତି ବିଲୁପ୍ତ ହେବାରେ ଲାଗିଛି । ୪୫୦ ମିଲିୟନ ବର୍ଷ ପୂର୍ବେ ପୃଥିବୀରେ ସୃଷ୍ଟି ହୋଇଥିଲା ଏହି ନୀଳ ରକ୍ତ କଙ୍କଡ଼ା । ମୁଖ୍ୟତଃ ଏମାନେ ୪ଟି ପ୍ରଜାତିର ହୋଇଥା’ନ୍ତି । ସେଥିରୁ ବାଲେଶ୍ଵର ଓ କେନ୍ଦ୍ରାପଡ଼ା ଉପକୂଳରେ ୨ଟି ପ୍ରଜାତିର ନୀଳ ରକ୍ତ କଙ୍କଡ଼ା ଦେଖିବାକୁ ମିଳେ।

ବର୍ତ୍ତମାନ ସମୟରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡି ନୀଳ ରକ୍ତ କଙ୍କଡ଼ାଙ୍କ ମୃତ୍ୟୁ ହେଉଛି । ତେଣୁ ଏହି ପ୍ରଜାତି ଧୀରେ ଧୀରେ କମିଗଲେଣି । ଏଭଳି ସମୟରେ ଅନେକ ସାମାଜିକ କର୍ମୀ ନୀଳ ରକ୍ତ କଙ୍କଡାଙ୍କ ସୁରକ୍ଷା ଉପରେ କାମ କରୁଛନ୍ତି । ସେମାନେ ଏମାନଙ୍କ ସଂରକ୍ଷଣ ପାଇଁ ହେନ୍ତାଳ ବଣ ଅଞ୍ଚଳକୁ ଅଭୟାରଣ୍ୟ ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ: ଜଳବାୟୁ ପରିବର୍ତ୍ତନ ଯୋଗୁ ବିଲୁପ୍ତ ହେବେ ୬୫ ପ୍ରତିଶତ କୀଟ !

ଆମେରିକାରେ ନୀଳ ରକ୍ତ କଙ୍କଡ଼ାକୁ ନେଇ ଅଧିକ ଗବେଷଣା କରାଯାଏ । ଏହାର ରକ୍ତରେ ଅନେକ ଔଷଧୀୟ ଗୁଣ ରହିଥିବା ବୈଜ୍ଞାନିକମାନେ ଦାବି କରନ୍ତି । ଏହି ପ୍ରଜାତିର କଙ୍କଡ଼ାର ରକ୍ତରେ ଥିବା କଣିକାକୁ ହିମୋସିଆନିନ୍ ବୋଲି କୁହାଯାଇଥାଏ ।

ହିମୋସିଆନିନ୍ କଣିକାରୁ ପ୍ରତ୍ୟେକ ଔଷଧକୁ ପରୀକ୍ଷା କରାଯାଇଥାଏ । ବ୍ୟାକ୍ଟେରିଆ, ଜର୍ମସ୍ ଇତ୍ୟାଦି ଜାଣିବା ପାଇଁ ହିମୋସିଆନିନକୁ ବ୍ୟବହାର କରାଯାଇଥାଏ । ତେଣୁ ଆଗାମୀ ଦିନରେ ଏହାର ସୁରକ୍ଷା ନିହାତି ଆବଶ୍ୟକ । ତେଣୁ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ଗବେଶକ କହିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now