ହାତ ଘଣ୍ଟା ହେଉ କି କାନ୍ଥ ଘଣ୍ଟା...ଏ ଯୁଗରେ ଏସବୁର ନାହିଁ ଚାହିଦା। ସ୍ଥିତି ଏମିତି ହେଲାଣି ଯେ, ଘଣ୍ଟା ଦୋକାନୀଙ୍କ ଦୋକାନ ଭଡ଼ା ବି ଉଠୁନି, ପରିବାର ପୋଷଣ କଥା ପଚାରେ କିଏ? କେବଳ ପେପର ପଢି ପଢି ଦୋକାନରେ ବିତୁଛି ଦିନ...ସୋରରେ ଦେଖନ୍ତୁ ଏହି ସ୍ୱତନ୍ତ୍ର ରିପୋର୍ଟ
ସ୍ତ୍ରୀ ଥିଲେ ସରପଞ୍ଚ । ହେଲେ ଏଥର ସ୍ୱାମୀ ସରପଞ୍ଚ ଭାବରେ ହେଲେ ବିଜୟୀ। ଯାହାଙ୍କ ହାତରେ ଦିନେ ନିଜ ଘରର ଦାୟିତ୍ୱ ଦେଇଥିଲେ ତାଙ୍କର ହାତରୁ ନେଲେ ନିଜ ଅଂଚଳର ଦାୟିତ୍ୱ। ଗଣତନ୍ତ୍ରର ସୁନ୍ଦର ମୁହୂର୍ତ୍ତକୁ ନେଇ ପୂରା ରାଜ୍ୟରେ ବଢୁଛି ଚର୍ଚ୍ଚା...
ବାଟବଣା ହେଲା ଜାଗା ମିଶନ ଯୋଜନା। ନିର୍ବାଚନ ପୂର୍ବରୁ ଲୋକଙ୍କୁ ଜାଗା ବାଣ୍ଟିଦେଲେ। କହିଲେ, ଭୂମିହୀନ ଏଇଠାରେ ରହିବେ...ଆଉ ଏବେ ରେଲୱେ କହୁଛି ଏଇଠୁ ଉଠ, ଅକଲ ଗୁଡ଼ୁମ୍ ହୋଇଗଲା ବସ୍ତି ଲୋକଙ୍କର...ସାମ୍ନାକୁ ଆସିଲା ଦୁର୍ନୀତିର ଭୟଙ୍କର ଚିତ୍ର
ଯୋଜନା ଉପରେ ଯୋଜନା.. ଯୋଜନାର ଲମ୍ବା ଚିଠା ଆଉ ଡିଣ୍ଡିମ.. ହେଲେ ଓଡ଼ିଶା ଭଳି ରାଜ୍ୟର ଏ ହେଉଛି ବାସ୍ତବ ଚିତ୍ର.. ୨୦୨୨ ମସିହାରେ ମଧ୍ୟ ଆମ ରାଜ୍ୟର ଅନେକ ଅଞ୍ଚଳରେ ଲୋକେ ପିଇବା ପାଣି ଟୋପାଏ ପାଇପାରୁ ନାହାନ୍ତି..ଦେଖନ୍ତୁ ବାଲେଶ୍ୱର ଜିଲ୍ଲା ବାଘଆମ୍ପୁଡ଼ା ଗାଁରୁ ଏ ରିପୋର୍ଟ.
ମଉସାଙ୍କ ନାଁ ବାବୁରାମ ଘଡ଼େଇ। ଆଗରୁ ପନିପରିବା ଚାଷ କରି ଭଲ ଫସଲ ଫଳେଇଥିଲେ। ଆଉ ଏବେ ଶୀତ ଦିନେ ବିଲ ସାରା ଫୁଟାଇ ଦେଇଛନ୍ତି ରଙ୍ଗିନ୍ ରଙ୍ଗିନ୍ ଗେଣ୍ଡୁଫୁଲ। ବେପାର ଏତେ ଯେ ଫୁରସତ୍ ନାହିଁ। ମଉସାଙ୍କ ସାହାଯ୍ୟ କରୁଛନ୍ତି ଘର ଲୋକେ। ସ୍ଥାନୀୟ କିଛି ଯୁବକ ଯୁବତୀ ମଧ୍ୟ ଦୁଇ ପଇସା ଏଇଠୁ ରୋଜଗାର କରୁଛନ୍ତି। ଚାଲନ୍ତୁ ଦେଖିବା ତାଙ୍କ ସଫଳ ଫୁଲ ଚାଷର କାହାଣୀ।
ବାଲେଶ୍ୱରରେ ଗତ ୨ ଦିନ ହେଲା ଶୀତର ପ୍ରକୋପ ବଢ଼ିଛି। ଆକାଶ ମେଘୁଆ ଥିଲେ ବି ଶୀତର ପ୍ରଭାବ ରହିଛି। ସ୍ଥାନୀୟ ଲୋକଙ୍କ ସହ ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ରିପୋର୍ଟର...
ବାତ୍ୟା ଜଓ୍ୱାଦ୍ ସିନା ଦୁର୍ବଳ ହେଇଗଲା କିନ୍ତୁ ଚାଷୀଙ୍କ କି ଅବସ୍ଥା କରିଗଲା ଦେଖନ୍ତୁ.. ବର୍ଷ ଯାକର ଆହାରରେ ଆଣ୍ଠୁଏ ଆଣ୍ଠୁଏ ପାଣି.. ଋଣ କରି ସୁନାର ଫସଲ ଫଳେଇଥିବା ଚାଷୀ ଏବେ ଧୈର୍ଯ୍ୟହରା ହୋଇ ରାଜ୍ୟ ବାହାରକୁ ଯାଇ ମୂଲ ଲାଗିବାକୁ ଚିନ୍ତା କଲାଣି.
କେଉଁଠି କ୍ଷେତରେ ଭାସୁଛି ଧାନ, କେଉଁଠି ଗଜା ହେଲାଣି ପାଚିଲା ଧାନ । ଜୱାଦ ଗଲା କିନ୍ତୁ ଚାଷୀଙ୍କୁ ଦେଇଯାଇଛି ଦୁଃଖ ।
ଜଳେଶ୍ୱରରୁ ବିପୁଳ ଗଞ୍ଜେଇ ଓ ଧଳା ଜହର ଜବତ କରାଯାଇଛି.. ସୁଗୋ ଅଞ୍ଚଳରେ ଅବକାରୀ ଓ ପୋଲିସ ଚଢାଉ କରି ୧ ମହିଳାଙ୍କ ସହ ୩ ଜଣଙ୍କୁ ଅଟକ ରଖିଛି.. ଏମାନଙ୍କ ନିକଟରୁ ୩ ବୁରା ଗଞ୍ଜେଇ, ୫୦ ଲିଟର ବିଦେଶୀ ମଦ ସହ ଆନୁମାନିକ ୧୦ ଲକ୍ଷ ଟଙ୍କାର ଧଳାଜହର ଜବତ କରାଯାଇଛି..
ପୁଣି ଜବତ ହେଲା ବ୍ରାଉନସୁଗର । ବାଲେଶ୍ୱର ଜଳେଶ୍ୱର ଅଂଚଳରୁ ୪୦ ଲକ୍ଷର ବ୍ରାଉନ୍ ସୁଗାର ଜବତ,ଜଣକୁ ଗିରଫ କରିଛି ପୋଲିସ ।
ବାଲେଶ୍ୱର ଭୋଗରାଇ ସ୍ଥିତ ବାବା ଚନ୍ଦନେଶ୍ୱର ପୀଠ ସମ୍ମୁଖ ବଜାରରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ୧୦ ଦୋକାନ ଘର ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
ପୁଣି ନୀଳଗିରିକୁ ପଶିଲା ଝାଡ଼ଖଣ୍ଡୀ ହାତୀ । ୧୬ ଟିକିଆ ଝାଡ଼ଖଣ୍ଡୀ ହାତୀପଲ ନୀଳଗିରିରେ ପଶିଥିଲେ । ଫଳରେ ବ୍ୟାପକ ଫସଲ ନଷ୍ଟ ।
ଜଣେ ମହିଳା ଚାଲି ଚାଲି ଯାଉଥିବା ବେଳେ ତାଙ୍କୁ ଅଟକାଇଥିଲେ ଦୁଇ ଜଣ। ସେଇ ଦୁଇ ଜଣ ମହିଳାଙ୍କୁ ତାଙ୍କ ଭବିଷ୍ୟତ ବିଷୟରେ ନାନା କଥା କହିବା ସହ ବହୁତ ଅସୁବିଧା ଥିବା ଜଣାଇଥିଲେ।
ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ପାହାଡ଼ ତଳ ଜମିରୁ ଚାଷୀ କାହିଁକି କାଟି ନେଉଛନ୍ତି କଞ୍ଚାଧାନ ?
ରାତିରେ ସମସ୍ତେ ଶୋଇଥିଲେ। ହଠାତ୍ ଘରେ ଲାଗିଗଲା ନିଆଁ। କେହି କିଛି ଜାଣିବା ଆଗରୁ ଜଳିପୋଡ଼ି ସବୁ ଛାରଖାର୍ ହୋଇଗଲା। ଦେଖନ୍ତୁ ସୋରରୁ ଏ ଦୁଃଖଦ ଚିତ୍ର
କ୍ଷେତରେ ଫସଲ ଅମଲ ପୂର୍ବରୁ ଏବେ ମାଡ଼ିଲେଣି ଚକଡ଼ା ପୋକ। ଏକାଧିକ ଚାଷୀଙ୍କ ଧାନ ଫସଲ ନଷ୍ଟ ହୋଇଗଲାଣି।କ୍ଷେତରେ ୩ ଭାଗରୁ ଅଧିକ ଧାନ ନଷ୍ଟ ହୋଇଗଲାଣି। ଚାଷୀର ହାଡ଼ ଭଙ୍ଗା ପରିଶ୍ରମର ଫଳକୁ ଚଳୁ କରିଦେଇଛନ୍ତି ଚକଡା ପୋକ ।
ଯୁବକଙ୍କୁ ଗୁଳିମାଡ଼ ପରେ ଭୁଜାଲିରେ ହାଣି ହତ୍ୟା। ବାଲେଶ୍ୱରରେ ସଦର ଥାନା କୁରୁଡ଼ା ଛକରେ ବିଚ୍ ରାସ୍ତାରେ ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ । ଶୁଣନ୍ତୁ ପୂରା ଖବର ...
ଯୁବକଙ୍କୁ ଗୁଳିମାଡ଼ ପରେ ଭୁଜାଲିରେ ହାଣି ହତ୍ୟା। ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ମୃତକଙ୍କ ପରିବାରର ଅଭିଯୋଗ କରିଛନ୍ତି।
ମାଛର ଦାମ୍ କୋଟିଏ ଟଙ୍କା। ହୁଏତ ଏହି କଥା ଶୁଣିବା ପରେ ଆପଣ ବିଶ୍ୱାସ କରିବେ ନାହିଁ କିନ୍ତୁ ଏହା ପୂରା ସତ। ବାହାର ନୁହେଁ ବରଂ ଆମ ରାଜ୍ୟ ଓଡ଼ିଶାରେ ଏହି ମାଛ ଧରାପଡ଼ିଛି। ବାଲେଶ୍ୱରର ଜଳେଶ୍ୱର ନିକଟରେ ଏହି ମାଛକୁ ଧରାଯାଇଥିବା ନେଇ ସୂଚନା ମିଳିଛି। ସୂଚନା ଅନୁସାରେ, ଦିଘାରେ ଏକ କୋଟି ଟଙ୍କା ମୂଲ୍ୟର ତେଲିଆ ଭୋଲା ମାଛ ଧରାପଡ଼ିଛି।
ନିଶାଦ୍ରବ୍ୟର ବେପାର ଲାଗି ନିର୍ଭୟସ୍ଥଳ ପାଲଟିଲାଣିକି ଓଡ଼ିଶା? ବ୍ରାଉନସୁଗାର ହେଉ କି ଗଞ୍ଜେଇ, ରାଜ୍ୟରେ ଏ ମାରାତ୍ମକ ନିଶାଦ୍ରବ୍ୟର ବେଧଡ଼କ ବେପାର ଚାଲିଥିବା ବେଳେ ପୋଲିସ ଓ ଅବକାରୀ ବିଭାଗ ହାତରେ ଲାଗୁଛି ପୁଳା ପୁଳା ମାଲ।
ଗୋଟିଏ ଧାନରୁ ଦୁଇଟି ଚାଉଳ I ବାଲେଶ୍ୱର ନୀଳଗିରି ବ୍ଲକ ଚଣ୍ଡୀପୁର ଅଞ୍ଚଳରେ ହେଉଛି ଚାଷ । ଡବଲ ଚାଉଳ ଧାନର ନାଁ ହେଉଛି ସଉତୁଣୀ। ସେଣ୍ଟ୍ରାଲ ସିଡ୍ବ୍ୟା ଙ୍କରେ ରହିଛି ଏଭଳି ପ୍ରାୟ ୧ ହଜାର ୫୫ ପ୍ରକାରର ଧାନବିହନ
ସେ ଧାନକୁ ନିଜ ପିଲାମାନଙ୍କ ପରି ପାଳନ୍ତି। ଅନେକ କିସମ ଧାନ ବିହନ ଆଉ ଦେଖିବାକୁ ମିଳୁନି। କିନ୍ତୁ ତାହା ସାଇତା ହୋଇ ରହିଛି କୁସୁମ ମିଶ୍ରଙ୍କ ଧାନ ବ୍ୟାଙ୍କରେ। ଯାହାକୁ ଦେଖିଲେ ଆପଣଙ୍କ ମନ ପୂରି ଉଠିବ।
ଓଡ଼ିଆ ଧାନ ଗବେଷକଙ୍କ କମାଲ। ଗୋଟିଏ ଧାନରୁ ବାହାର କରୁଛନ୍ତି ୨ଟି ଚାଉଳ। କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଂଚଳରେ ଥିବା ଏକ ଘରୋଇ ଧାନ ବିହନ ବ୍ୟାଙ୍କରେ ସଂଗ୍ରହ କରି ରଖାଯାଇଚି ୧୦୫୫ ପ୍ରକାରର ବିରଳ ଧାନବିହନ। ଏଭଳି ଗବେଷକଙ୍କୁ ସରକାର ପୁରସ୍କୃତ କରିବା କଥା। ଦେଖନ୍ତୁ କେମିତି ଗୋଟିଏ ଧାନରୁ ଦୁଇଟି ଚାଉଳ ବାହାରୁଛି।