ଓଡ଼ିଆ ଧାନ ଗବେଷକଙ୍କ କମାଲ। ଗୋଟିଏ ଧାନରୁ ବାହାର କରୁଛନ୍ତି ୨ଟି ଚାଉଳ। କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଂଚଳରେ ଥିବା ଏକ ଘରୋଇ ଧାନ ବିହନ ବ୍ୟାଙ୍କରେ ସଂଗ୍ରହ କରି ରଖାଯାଇଚି ୧୦୫୫ ପ୍ରକାରର ବିରଳ ଧାନବିହନ। ଏଭଳି ଗବେଷକଙ୍କୁ ସରକାର ପୁରସ୍କୃତ କରିବା କଥା। ଦେଖନ୍ତୁ କେମିତି ଗୋଟିଏ ଧାନରୁ ଦୁଇଟି ଚାଉଳ ବାହାରୁଛି।
ପ୍ଲାଷ୍ଟିକ ଯୁଗରେ କମିବାରେ ଲାଗିଛି ବାଉଁଶ ତିଆରି ସାମଗ୍ରୀର ଚାହିଦା । ହାତ ତିଆରି ସାମଗ୍ରୀର ଚାହିଦା ଦିନକୁ ଦିନ ଜମିବାରେ ଲାଗିଛି । ଯାହା ଏବେ ବାଉଁଶ କାରିଗରିକୁ ରୋଜଗାରର ପନ୍ଥା ବାଛିଥିବା କାରିଗରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଲାଣି ।
ଘରେ ଘରେ ଏବେ ପ୍ଲାଷ୍ଟିକ୍ ସାମଗ୍ରୀ। ଯାହା ଦେନି ବାଉଁଶରେ ଥିଲା ଆଜି ତାହା ପ୍ଲାଷ୍ଟିକରେ। ଏମିତିକି ଚାଉଳ ପାଛୁଡ଼ା କୁଲା ବି ପ୍ଲାଷ୍ଟିକ୍। ତେବେ ଆମ ଓଡ଼ିଆ ବାଉଁଶ କାରିଗରଙ୍କ ଚୁଲି ଜଳିବ କେମିତି ?
ଯାହା ସନ୍ଦେହ କରାଯାଉଥିଲା, ତାହା ହିଁ ସତ ହେଲା। ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନରୁ ତଥ୍ୟ ଚୋରି ପଛରେ ପାକିସ୍ତାନର ସୈତାନୀ ଦିମାକ୍! ବହୁଚର୍ଚ୍ଚିତ ବାଲେଶ୍ୱର DRDO ଗୁପ୍ତଚରୀ ମାମଲାରେ ପାକିସ୍ତାନୀ ଲିଙ୍କ୍ ନେଇ ଏବେ ତଥ୍ୟ ସାମ୍ନାକୁ ଆଣିଛି କ୍ରାଇମବ୍ରାଞ୍ଚ୍
ରହସ୍ୟମୟୀ ଯୁବତୀର ରୋମାଞ୍ଚିତ ନାଟକ । ପ୍ରତିରକ୍ଷା କ୍ଷେତ୍ରର ଗୁପ୍ତ ତଥ୍ୟ ହାତେଇବାକୁ ନାନା ଫନ୍ଦି ଫିକର । ସୋସିଆଲ୍ ମିଡିଆରେ ଷଡ଼ଯନ୍ତ୍ରର ମାୟାଜାଲ ବିଛାଇ ଥିବା ରହସ୍ୟମୟୀ ଲେଡି କାହାକୁ Hi ଲେଖି ଯୋଡ଼ି ଦେଇଥିଲା ସମ୍ପର୍କ, ତ ଆଉ କାହାକୁ ଶିକାର କରୁଥିଲେ LOVE YOU କହି ।
ସରକାରୀ ଚାକିରୀ ଛାଡି ସଫଳ ଉଦ୍ୟୋଗୀ। କାହା ଉପରେ ନିର୍ଭର ନ କରି ନିଜେ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି ନିନା ସିଂ। ଷ୍ଟିଭିଆ ନାମକ ସୁଗାର ଫ୍ରି ଗଛ ଚାଷ କରୁଛନ୍ତି ବାଲେଶ୍ୱରର ଉଚ୍ଚଶିକ୍ଷିତ ନିନା ସିଂ।
ଗୋଟିଏ ପଟେ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ଓଡ଼ିଶା ସୀମାରେ ଆବାଧ ପ୍ରବେଶ କରିବାକୁ ଅହରହ ଚେଷ୍ଟା ଚଳାଇଥିବା ବେଳେ ସେପଟେ ପଶ୍ଚିମବଙ୍ଗ ମଧ୍ୟ ଆରମ୍ଭ କଲାଣି ଉତ୍ପାତ୍ ।
ଚାନ୍ଦିପୁର ଗୁପ୍ତଚରଙ୍କୁ ଘାଣ୍ଟିବ କ୍ରାଇମବ୍ରାଞ୍ଚ । କଟକରେ କରିବ ମାରାଥନ୍ ଜେରା । ୭ଦିନ ଧରି ୫ ଜଣଙ୍କଠୁ ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ସଉଦାର ସତ୍ୟ ଉଗାଳିବ । ଏଥିପାଇଁ ବାଲେଶ୍ୱରରୁ କଡ଼ା ସୁରକ୍ଷା ଭିତରେ ସିଧାସଳଖ କଟକ ଧରି ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ ।
ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନର ଗୁପ୍ତ ତଥ୍ୟ ପ୍ରଘଟ ମାମଲାରେ ୫ ଜଣ ଜେଲ୍ ଯିବା ପରେ ଏବେ ପ୍ରଶ୍ନ କେତେ ସୁରକ୍ଷିତ ଏ କ୍ଷେପଣାସ୍ତ୍ର ଘାଟି। ଖାଲି ଏଇଠୁ ତଥ୍ୟ ଲିକ୍ ହୋଇଛି ନା ପଡ଼ୋଶୀ ଜିଲ୍ଲାର ହ୍ୱିଲର ଦ୍ୱୀପରେ ବି ଏଭଳି ଚାଲୁଛି।
ମହାନଦୀ ସିଷ୍ଟମରେ କମୁଛି ହେଲେ ସୁବର୍ଣ୍ଣରେଖାରେ ବଢୁଛି ବନ୍ୟାଜଳ। ଛତିଶଗଡ଼ରେ ବର୍ଷା କମିଥିବାରୁ ହୀରାକୁଦକୁ ଜଳ ପ୍ରବାହ ହ୍ରାସ ପାଇଛି। ଏବେ ୨୮ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି। ଫଳରେ ଡ୍ୟାମର ତଳମୁଣ୍ଡ ସୁବର୍ଣ୍ଣପୂର, ବାଙ୍କି, ଆଠଗଡ ଓ ଖୋର୍ଦ୍ଧ ଜିଲ୍ଲାର କିଛି ଗାଁରେ ପାଣି ପଶିଛି
ସୂଚନା ଅନୁସାରେ, ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ, ITRରୁ ତଥ୍ୟ ଲିକ୍ ଅଭିଯୋଗକୁ ନେଇ ପୁଣି ହଇଚଇ ସୃଷ୍ଟି ହୋଇଛି। ପାକିସ୍ତାନ ISIକୁ କେଇଟା ଟଙ୍କା ପାଇଁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ପୋଲିସ୍ ସେପ୍ଟେମ୍ବର ୧୪ରେ ୪ ଜଣଙ୍କୁ ଗିରଫ କରିଥିଲା
ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ, ITRରୁ ତଥ୍ୟ ଲିକ୍ ଅଭିଯୋଗକୁ ନେଇ ପୁଣି ହଇଚଇ। ପାକିସ୍ତାନ ISIକୁ କେଇଟା ଟଙ୍କା ପାଇଁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ପୋଲିସ୍ ୪ ଜଣଙ୍କୁ ଗିରଫ କରିଛି।
ଚାନ୍ଦିପୁର DRDOର ୩ ଅସ୍ଥାୟୀ କର୍ମଚାରୀଙ୍କୁ ଉଠାଇଲା ସ୍ପେଶାଲ ସ୍ୱ୍କାର୍ଡ଼। ତେବେ ବାଲେଶ୍ୱର ପୋଲିସର ସ୍ପେଶାଲ ସ୍ୱ୍କାର୍ଡ଼ ଅଟକ ରଖିଥିବା ନେଇ ମିଳିଛି ସୂଚନା। ଆଜି ସକାଳେ DRDO ଗେଟ୍ ସମ୍ମୁଖରୁ ଉଠାଇ ଆଣିଥିଲା ପୋଲିସ
ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକରେ ରହିଛି ଏକ ସୁନ୍ଦର ସ୍ଥାନ ବିଚିତ୍ରପୁର। ସୁବର୍ଣ୍ଣରେଖା ନଦୀ କୀର୍ତ୍ତନିଆଠାରେ ସମୁଦ୍ରରେ ମିଶଛି। ଆଉ ଏହି ମିଳନ ସ୍ଥଳରେ ରହିଥିବା ଲୁଣା ଜଙ୍ଗଲ ହିଁ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ପାଲଟିଛି।
କରୋନା କଟକଣା ଲୋକଙ୍କ ଆୟକୁ ଗୁରୁତର ପ୍ରଭାବିତ କରିଛି। କମିଯାଇଛି ସାଧାରଣ ଜନତା ଓ ବ୍ୟବସାୟୀଙ୍କ ଆୟ। ଏମିତି ସ୍ଥିତିରେ ପରିବାର ଚଳାଇବା ଓ ବ୍ୟବସାୟ ଜାରି ରଖିବାକୁ ସୁନା ବନ୍ଧକ ଋଣକୁ ବିକଳ୍ପ ଭାବେ ବାଛିଛନ୍ତି ଲୋକେ । ଫଳରେ ଦେଶରେ ସୁନା ବନ୍ଧକ ଋଣ ଗତବର୍ଷ ତୁଳନାରେ ପାଖାପାଖି ୭୭ ପ୍ରତିଶତ ବଢ଼ିଯାଇଛି।
ପ୍ରଥମେ ନିଅଣ୍ଟିଆ ବର୍ଷା, ଆଉ ଏବେ ତଳି ପୋତିବାର ୮ ଦିନ ପରେ ଥୋଡ଼ ବାହାରିବାରୁ ଚିନ୍ତାରେ ଚାଷୀ ।
ଜେଲ୍ ଭିତରେ କଏଦୀଙ୍କୁ ମାଡ଼ ମରାଯାଉଥିବା ଅଭିଯୋଗ ହୋଇଛି । ଏଭଳି ସଂଗୀନ ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ସୋର ସବ୍ ଜେଲରୁ।
ଟୀକାକରଣ କେନ୍ଦ୍ରରେ ମଶରୀ ଟାଣି ଶୋଇଲେ ଲୋକେ । ବାଲେଶ୍ୱର କର୍ମଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଭାବନୀୟ ଦୃଶ୍ୟ । ଟିକାଦାନ କେନ୍ଦ୍ରରେ ଆସି ଡେରା ପକାଇଛନ୍ତି ସ୍ଥାନୀୟ ଲୋକେ । ସକାଳୁ ଆସିବାବେଳେ ଟିକାଗ୍ରହଣ କେନ୍ଦ୍ରରେ ପ୍ରବଳ ଭିଡ଼ ହେଉଥିବାରୁ ଲୋକେ ରାତିରୁ ଆସି ଏଠାରେ ଡେରା ପକାଇଛନ୍ତି । କିଛି ଲୋକ ମଶାରୀ ଟାଙ୍ଗୀ ଟିକାଦାନ କେନ୍ଦ୍ର ବାହାରେ ଶୋଇଛନ୍ତି ।
ଆଜିଠୁ ଖୋଲିଛି ନୀଳଗିରିରେ ବିଭିନ୍ନ ମନ୍ଦିର । ଏନେଇ ଜିଲ୍ଲା ପ୍ରସାଶନ ପୂର୍ବରୁ ଅନୁମତି ଦେଇ ଥିଲା । ଗାଇଡ ଲାଇନ ଅନୁସାରେ ଦର୍ଶନ କରୁଛନ୍ତି ଭକ୍ତ । କରୋନାର ଦ୍ବିତୀୟ ଲହରଠାରୁ ବନ୍ଦ ଥିଲା ସମସ୍ତ ମନ୍ଦିର । ଭକ୍ତଙ୍କ ସୁରକ୍ଷା ପାଇଁ ପଞ୍ଚଲିଙ୍ଗେଶ୍ୱର ମନ୍ଦିରକୁ ସାନିଟାଇଜ କରାଯାଇଛି ।
ନିଜ ଜୀବନକୁ ବାଜି ଲଗାଇ ଦେଶ ପାଇଁ ସୀମାରେ ଦିନ ରାତି ଜଗୁଛନ୍ତି ଯବାନ । ହେଲେ ଏପଟେ ନିଜ ପରିବାର ଅସୁରକ୍ଷିତ । ଏକ ଜମିଜମା ବିବାଦକୁ ନେଇ ପଡ଼ୋଶୀଙ୍କ ନିର୍ଯାତନା ଓ ପୋଲିସ ବିରୋଧରେ ନାଲିଆଖି ଅଭିଯୋଗ ଆଣିଛନ୍ତି ଜଣେ ଯବାନ ।
କେତେବେଳେ ଚା ପ୍ୟାକେଟ୍ରେ ତ କେତେବେଳେ ପରିବା ଟ୍ରକ୍ରେ ା ବେଙ୍ଗଲ୍ ମୁର୍ଶିଦାବାଦ୍ରୁ ଖଡ଼ଗପୁର ଦେଇ ବାଲେଶ୍ୱର ଓ ଜଳେଶ୍ୱର । ଆଉ ସେଠୁ ଭୁବନେଶ୍ୱର । ଏଭଳି ଚାଲିଛି ଧଳାଜହର ବ୍ରାଉନସୁଗରର ବଡ଼ କାରବାର ।
ପାଣିଘେରରେ ଅଛନ୍ତି ୪୦ଟି ପରିବାର । ଘରୁ ଗୋଡ଼ କାଢ଼ିଲେ ଆଣ୍ଠୁଏ ଆଣ୍ଠୁଏ ପାଣି। ଦୀର୍ଘ ୩ ମାସରୁ ଅଧିକ ସମୟ ହେବ ପାଣିଘେରରେ ଅଛନ୍ତି ଗ୍ରାମବାସୀ । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଖପରପଦା ଗାଁର ୪୦ ପରିବାର ରାତି ପାହିଲେ ଏପରି ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳ ବୁଲି ନିଜ ଦାୟିତ୍ୱ ସାରିଛନ୍ତି।
ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ ଦରଡ଼ା ପଞ୍ଚାୟତର ୨ଟି ଘର ଦେଖିବାକୁ ମିଳିଛି। ସରକାରଙ୍କ ଆଖିରେ ୨ ମହଲା କୋଠା ତୋଳୁଥିବା ସୁଜୟ ପଟ୍ଟନାୟକ ଆବାସ ଯୋଜନା ପାଇଁ ଯୋଗ୍ୟ, ହେଲେ ଆଜବେଷ୍ଟସ୍ ଓ ଜରିପାଲ ତଳେ ଥିବା କାଶୀନାଥ ରାଉଳ ଅଯୋଗ୍ୟ ହୋଇଛନ୍ତି। ପଲସିଆ ଗାଁର ସୁଜୟଙ୍କର ଆନୁମାନିକ ୫୦ ଲକ୍ଷ ଟଙ୍କାର ସଂପତ୍ତି ଥିଲେ ବି ୨୦୧୯-୨୦ରେ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିବା ଅଭିଯୋଗ ହୋଇଛି। ଏବେ ସେ ୧୬ଶହ ବର୍ଗଫୁଟର ୨ମହଲା କୋଠା ତୋଳୁଛନ୍ତି। ହେଲେ ବିଡ଼ମ୍ବନା, ବାରମ୍ବାର ଆବେଦନ ପରେ ବି କାଶୀନାଥଙ୍କ ଭାଗ୍ୟ ଫିଟୁନି। ସେପଟେ ଏନେଇ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଛନ୍ତି ବସ୍ତା ବିଡିଓ।
ଥାନାରେ ଓକିଲଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ ହୋଇଛି । ବାଲେଶ୍ୱର ଜିଲ୍ଲା ସୋର ଥାନାରେ ଜଣେ ଓକିଲଙ୍କୁ ପୋଲିସ ଅଫିସର ଜଣକ ମାଡ଼ ମାରୁଥିବା ଅଭିଯୋଗ ହୋଇଛି । ଘଟଣାକୁ ୧୦ ଦିନରୁ ଅଧିକ ସମୟ ହେଲାଣି। ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେଉଛି । ଘଟଣାକୁ ନେଇ ଦୀର୍ଘ ୧୧ ଦିନ ହେବ ସୋର କୋର୍ଟ ଆଗରେ ଆନ୍ଦୋଳନ ଚଳାଇଛି
ତେବେ ମାମଲାରେ କେବଳ ନୟାପଲ୍ଲୀ ଥାନାରୁ ଆସିଥିବା ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛି ଓକିଲ ସଂଘ। ତେବେ ଏ ନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି।