ସଜେଇ ହୋଇଛି ଅଗ୍ନି, ବ୍ରହ୍ମୋସ୍, ଆକାଶ ଭଳି ଇତିହାସ ରଚିଥିବା ମିସାଇଲ । ବିକଶିତ ଭାରତର ସ୍ୱପ୍ନ ପୂରଣ ପାଇଁ ପରମାଣୁ ଏବଂ ପଦାର୍ଥ ବିଜ୍ଞାନ ସଂପର୍କରେ ଚାଲିଛି ଆଲୋଚନା ।
ସଜା ହୋଇଛି ବାହା ବେଦୀ...ବାଜୁଛି ସାହାନାଇ । ବରଯାତ୍ରୀ ବସିଛନ୍ତି ଆଉ ଢୋଲ ମହୁରୀ ବି ଖଣ୍ଡମଣ୍ଡଳ ଦୁଲୁକାଉଛି ।
ବିଦ୍ୟାଳୟ କାନ୍ଥରେ ଲାଗିଛି ଛାତ୍ରଛାତ୍ରୀଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା.. ହେଲେ ବାସ୍ତବ ଚିତ୍ର ଏଇଠି କହୁଛି ଭଙ୍ଗାରୁଜା ଘରେ ‘ନବୀନ ଓଡ଼ିଶାର ଭବିଷ୍ୟତ’..
ଆମକୁ ଠକିଦେଲେ ସରକାର...ସ୍କୁଲରେ ପାଠ ପଢ଼ାଇବାକୁ ସାର୍ ନାହାନ୍ତି । ସ୍କୁଲ ସ୍ମାର୍ଟ ହେଲା ହେଲେ ପାଠ ପଢ଼ିପାରୁନୁ । ତୁମ ଚେୟାର ଟେବୁଲ ନେଇଯାଅ, ଆମକୁ ଶିକ୍ଷକ ଦିଅ । ଏମିତି କହି ରାଜ୍ୟରେ ଚାଲିଥିବା ନିଅଣ୍ଟିଆ ଶିକ୍ଷା ବ୍ୟବସ୍ଥାର ଗୁମର ଖୋଲିଦେଲେ ଦଶମ ଶ୍ରେଣୀର ଛାତ୍ରୀ । ମୁଣ୍ଡ ଉପରେ ଦଶମ ବୋର୍ଡ ପରୀକ୍ଷା ହେଲେ 5T ସ୍କୁଲ୍ ରେ ସାର୍ ନାହାନ୍ତି କି ପାଠ ପଢାହେଉନି ।
ଚାଳ ଛପର ଉଠି ଗଲାଣି । ଘର ଭିତରୁ ସୂର୍ଯ୍ୟ ଦିଶୁଛନ୍ତି । କାନ୍ଥରେ ମୂଷା ଗାତ ଆଉ ଉଇହୁଙ୍ଗା ଉଠିଲାଣି । ଏମିତି ଘରେ ପାଠ ପଢ଼ୁଛନ୍ତି ଅଙ୍ଗନବାଡ଼ି ପିଲାଏ । ଅନ୍ୟ କେଉଁଠି ନୁହେଁ, ଯାଜପୁର ଜିଲ୍ଲାର କୋରେଇ ବ୍ଲକ ସାଦକପୁର ପଞ୍ଚାୟତର ଏ ଦୃଶ୍ୟ । ଅଙ୍ଗନୱାଡି ଗୃହ ନଥିବାରୁ ବାରଣ୍ଡାରେ ଆଉ ଭଙ୍ଗା ଘରେ ପାଠ ପଢୁଛନ୍ତି ପିଲାଏ । ପଞ୍ଚାୟତରେ ୯ଟି ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୭ଟିର ନିଜସ୍ୱ ଘର ନାହିଁ l
ବାଲେଶ୍ୱର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ଏବଂ ଚଣ୍ଡୀଖୋଲରୁ ଡୁବୁରୀ ଯାଏଁ ଏନଏଚ୍ ନମ୍ବର ୫୩ । ଉଭୟ ରାସ୍ତାରେ ଗଲେ ଭୋଗିବାକୁ ପଡ଼ିବ ସମାନ ଦଶା । ରାସ୍ତା ତ ନୁହେଁ, ସତେ ଯେମିତି ମରଣ ଯନ୍ତା । ପ୍ରତି ମୁହୂର୍ତ୍ତରେ ଧନ-ଜୀବନ ହାନୀର ଆଶଙ୍କା ।
ବାଲେଶ୍ୱର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ଏବଂ ଚଣ୍ଡୀଖୋଲରୁ ଡୁବୁରୀ ଯାଏଁ ଏନଏଚ୍ ନମ୍ବର ୫୩ । ଉଭୟ ରାସ୍ତାରେ ଗଲେ ଭୋଗିବାକୁ ପଡ଼ିବ ସମାନ ଦଶା । ରାସ୍ତା ତ ନୁହେଁ, ସତେ ଯେମିତି ମରଣ ଯନ୍ତା । ପ୍ରତି ମୁହୂର୍ତ୍ତରେ ଧନ-ଜୀବନ ହାନୀର ଆଶଙ୍କା ।
ଇଞ୍ଜିନିୟର ଥିଲେ, ଦୁବାଇରେ ଚାକିରି କରୁଥିଲେ । ଘର ପାଖରେ କିଛି କରିବାର ନିଶା ଏମିତି ଘାରିଲା ଯେ ଜୋତା ତିଆରି କରିବାକୁ ନିଷ୍ପତ୍ତି ନେଲେ ଦୁଇ ସାଙ୍ଗ । ଏବେ ବୁଟ୍ ତିଆରି କରୁଛନ୍ତି, ଭଲ ଦୁଇ ପଇସା ରୋଜଗାର କରୁଛନ୍ତି
ମୁଣ୍ଡ ଉପରେ ସାହାରା ପାଇଁ କାହାର ହାତ ନାହିଁ କି ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ବି ନାହିଁ.. ଏପଟେ କୋଳରେ ୬ଟି କଅଁଳ ଜୀବନ… ମଥାର ସିନ୍ଦୂର ଲିଭିଗଲା ପରେ.. ମାଡ଼ିବସିଛି ଦୁଃଖର ପାହାଡ଼..ଏ ହେଉଛି ଜଣେ ଅସହାୟ ମାଆର କାହାଣୀ..
ବଣିଆ ବ୍ୟାଙ୍କ ପାଇଁ କାମ କରୁଥିଲେ । ବ୍ୟାଙ୍କ ସୁନାର ମାନ ଓ ମୂଲ୍ୟ ନିର୍ଦ୍ଧାରଣ କରୁଥିଲେ ବଣିଆ ପଦ୍ମଲୋଚନ ରଣା । ସେ ନିଜେ କଷ୍ଟମର ଯୋଗାଡ କରୁଥିଲେ ।
ମାଆ ଗାଳିଦେଲା ବୋଲି ଘରୁ କୁଆଡେ ପଳାଇଛି କୁନି ଝିଅ । ଖୋଜି ଖୋଜି ପାଗଳ ହେଲାଣି ବାପା...ଆଧାର, ଫଟୋ ଧରି ବୁଲୁଛି । ଯାହାକୁ ଦେଖୁଛି ତା’କୁ କହୁଛି ମୋ ଝିଅକୁ ଟିକେ ଖୋଜି ଦିଅ ।
ଥରେ କି ଦୁଇଥର ନୁହେଁ ୬ ମାସ ହେଲାଣି ଠକୁଥିଲେ । ଲୋକେ ଚାଉଳ ମାଗୁଥିଲେ ଆସିନି ବୋଲି କହୁଥିଲେ..ବାରମ୍ବାର ଅଭିଯୋଗ ପରେ ଏବେ ଧରାପଡିଲେ ଠକ ଡିଲର ମନୋରଂଜନ । କାର୍ଯ୍ୟାନୁଷ୍ଠାନ ନେଲା ପ୍ରଶାସନ
ଏମିତି ଦୁଃଖ ଭଗବାନ କାହାକୁ ନଦିଅନ୍ତୁ । ଘରେ ନ କହି ନଦୀକୁ ଗୋଧୋଇବାକୁ ଯାଇଥିଲା ଏକମାତ୍ର ପୁଅ । ନଈ ଟାଣିନେଲା । ଖାଲି ହୋଇଗଲା ବାପାମାଆଙ୍କ କୋଳ । ଏବେ କାହା ପାଟିରେ ନାହିଁ ଭାଷା ।
କେବଳ ଦୁର୍ଘଟଣା ପାଇଁ ଖୋଲିଥିଲା ଏହି ମେଡିକାଲ । ହେଲେ ଭିତ୍ତିଭୂମିର ବିକାଶ ନହେବାରୁ କାମରେ ଆସୁନି ସ୍ୱାସ୍ଥ୍ୟକେନ୍ଦ୍ର । ଯଦି ଶୁକ୍ରବାର ଦିନ ଏଇ ମେଡିକାଲ ଖୋଲାଥାଆନ୍ତା ତାହାଲେ ଏତେ ସଂଖ୍ୟାରେ ଲୋକ ମରିନଥାଆନ୍ତେ
ଧୁମଧାମରେ ପାଳନ ହେଉଛି ରଜ ଉତ୍ସବ । ଗୋଟିଏ ବରଗଛରେ ୧୧ ଦୋଳି । ଝିଅଙ୍କ ଆନନ୍ଦ କହିଲେ ନସରେ ।
ଇଏ ବି ଜଣେ ମାଆ । ପୁଅକୁ ପାଠ ପଢାଇବାକୁ ବିକ୍ରି କରୁଛି ହାଣ୍ଡିଆ ...ସେପଟେ ମାଆର କଷ୍ଟକୁ ଦେଖିନପାରି କଲେଜରୁ ଆସି ପର ଦୁଆରେ ମୂଲ ଲାଗୁଛି ପୁଅ । ଏବେ କଳାରେ ରଖିଲେ ୬୯ ପ୍ରତିଶତ ନମ୍ବର
ମୁଁ ଶବ ଖୋଜି ଖୋଜି ହାଲିଆ ହେଲିଣି । ପୁଅ ତ ମିଳୁନି...ବିହାରର କିଏ ମୋ ପୁଅର ଶବ ନେଇଯାଇଥିବା କହୁଛନ୍ତି ଏଇ ବ୍ୟକ୍ତି ଜଣକ । କରମଣ୍ଡଳର କଳାକାହାଣୀର ଦୃଶ୍ୟ ଦେଖିଲେ ବୋଲ ମାନୁନି ଆଖିର ଲୁହ କି ଛାତିର କୋହ।
ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ବାହାନଗା ଦେଇ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଛି ସାଲିମାର- ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ । ଏହି ଟ୍ରେନରେ ସେଦିନ ଭଳି ଆଜି ବି ଯାତ୍ରୀଙ୍କ ଭିଡ଼ ଥିବା ଦେଖିବାକୁ ମିଳିଥିଲା
ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରକୃତ ମୃତ୍ୟୁ ସଂଖ୍ୟା କେତେ? କାହିଁକି ରାଜ୍ୟ ସରକାରଙ୍କ ତଥ୍ୟରେ ରହୁନି ତାଳମେଳ ? ଯଦି ମୃତ୍ୟୁ ସଂଖ୍ୟା ଅଧିକ, ତେବେ କୁଆଡେ ଗଲା ଶବ? ବାହାନଗା ଟ୍ରେନ୍ ଟ୍ରାଜେଡିର ମୃତ୍ୟୁ ସଂଖ୍ୟାକୁ ନେଇ ଗୋଳମାଳିଆ ସ୍ଥିତି ।
ଟ୍ରେନ୍ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଦେଖିବା ପରେ ବଦଳିଯାଇଥିଲା ଅଶ୍ୱିନୀଙ୍କ ଚିରାଚରିତ ଆଚରଣ ଆଉ ବ୍ୟବହାର.. ପାଦେ ପାଦେ ଜଗି ତୁଲାଉଥିଲେ ଉଦ୍ଧାରକାର୍ଯ୍ୟଠୁ ଆରମ୍ଭ କରି ମରାମତି କାର୍ଯ୍ୟ ପର୍ଯ୍ୟନ୍ତ ସବୁ ଦାୟିତ୍ୱ.. ନା ଥିଲା ମୁଣ୍ଡରୁ ଦୋଷ ଖସାଇଦେବା ଭଳି ରଙ୍ଗଢଙ୍ଗ ନା ଥିଲା ରାଜନୀତିର ବାସ୍ନା.. କେବଳ ଓଡ଼ିଆ ହୃଦୟ ନେଇ ଓଡ଼ିଶାରେ ଘଟିଥିବା ଏତେ ବଡ଼ ମହାବିପତ୍ତିକୁ ସାମ୍ନା କରୁଥିଲେ ଅଶ୍ୱିନୀ..
କିଏ ଜାଣିଥିଲା ସମୟ ଏମିତି ପ୍ରତିଶୋଧ ନେବ ! ଆଉ ହାତରେ ନିଜ ଲୋକର ଫଟୋ ଧରି ଶବର ଫଟୋ ସହ ମେଳ କରାଇବାକୁ ପଡ଼ିବ.. ହାୟ ! ଏମିତି ଦୁଃଖ କାହାରିକୁ ନମିଳୁ.. ଶହ ଶହ ଶବର ତାଲିକା ଆଉ ଫଟୋ ଭିତରୁ ଆପଣାର ଲୋକଟିକୁ ଖୋଜିବା ବେଳେ ସେ ହୃଦୟ ଯେମିତି ଫାଟି ପଡ଼ୁଥିବ..
ଝିଅ ବାହାଘର କରିବାକୁ ଆସିଥିଲେ । ବାହାଘର କରି ଚେନ୍ନାଇ ଯାଉଥିଲେ । ଟ୍ରେନ୍ ଦୁର୍ଘଟଣାରେ ଚାଲିଗଲା ଜୀବନ । କିନ୍ତୁ ଦୁର୍ଘଟଣା ପରେ ଫୋନରେ କହିଥିଲେ, ମୁଁ ମରିଗଲି ଆଉ ଦେଖି ପାରିବିନି । ମୋତେ ପାଣି ଦେବ...
ଗତକାଲିଠାରୁ ପୁରା ବିଶ୍ୱର ନଜର ରହିଛି ବାହାନଗାର ଭୟଙ୍କର ଟ୍ରେନ୍ ଟ୍ରାଜେଡି ଉପରେ ।
କାହା ନିର୍ଦ୍ଦେଶକୁ ଅପେକ୍ଷା ଏବଂ ସାଜ ସରଞ୍ଜାମକୁ ଉପେକ୍ଷା କରି ଯେତେ ସମ୍ଭବ ଆହତଙ୍କ ଜୀବନ ବଞ୍ଚାଇବାକୁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ ଲୋକେ ।
ସେଇ କରମଣ୍ଡଳ, ସେଇ କଳା ଶୁକ୍ରବାର । ଦିଆସିଲି ଖୋଳ ଭଳି ଛିନଛତ୍ର ଦୁର୍ଘଟଣାଗସ୍ତ ଟ୍ରେନ୍ର ବଗି ଗୁଡ଼ିକ । ଧାଡ଼ି ଧାଡ଼ି କରି ଶୁଆଇ ଦିଆଯାଇଛି ଯାତ୍ରୀଙ୍କ ମୃତଦେହ । କାଲି ରାତି ଥିଲା, ତେଣୁ ଜଣାପଡ଼ିନଥିଲା ।