Advertisment

Illegal Brick Kilns In Balasore: ଅଣନିଶ୍ବାସୀ କଲାଣି ବେଆଇନ ଇଟାଭାଟି; ବିଷାକ୍ତ ଧୂଆଁ-ପାଉଁଶରେ ପ୍ରଦୂଷିତ ହେଉଛି ପରିବେଶ

ସରକାରୀ ନିୟମକୁ ଉଲଂଘନ କରି ଇଟା ଭାଟି ଚଲାଉଛନ୍ତି ମାଫିଆ। ସରକାରୀ ଜମି ଏବଂ ନଦୀ କୂଳିଆ ଅଞ୍ଚଳକୁ ଟାର୍ଗେଟ କରି ବାଲି ଓ ମାଟି ତାଡ଼ି ନେଉଛନ୍ତି । ଇଟା ଭାଟିରୁ ବାହାରୁ ଥିବା ଧୂଆଁ ଓ ପାଉଁଶ ଯୋଗୁଁ ପ୍ରଦୂଷିତ ହେଉଛି ବାୟୁ ମଣ୍ଡଳ।

author-image
Sujit kumar Swain
ଅଦ୍ୟତନ ହୋଇଛି
Illegal Brick Kilns Flourish in Balasore

Illegal Brick Kilns Flourish in Balasore

ବାଲେଶ୍ବରରେ ଗଢି ଉଠିଛି ମାଳମାଳ ବେଆଇନ ଇଟାଭାଟି। ସରକାରୀ ନିୟମକୁ ଉଲଂଘନ କରି ଇଟା ଭାଟି ଚଲାଉଛନ୍ତି ମାଫିଆ। ସରକାରୀ ଜମି ଏବଂ ନଦୀ କୂଳିଆ ଅଞ୍ଚଳକୁ ଟାର୍ଗେଟ କରି ବାଲି ଓ ମାଟି ତାଡି ନେଉଛନ୍ତି । ଇଟା ଭାଟିରୁ ବାହାରୁ ଥିବା ଧୂଆଁ ଓ ପାଉଁଶ ଯୋଗୁଁ ପ୍ରଦୂଷିତ ହେଉଛି ବାୟୁ ମଣ୍ଡଳ। ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଅଭାବରୁ ବଢିଚାଲିଛି ମାଫିଆଙ୍କ ଦୌରାତ୍ମ୍ୟ। ସରକାରୀ ନିୟମ ଉଲଂଘନକୁ ବରଦାସ୍ତ କରାଯିବନି ବୋଲି କହିଛନ୍ତି ଉପଜିଲ୍ଲାପାଳ।

Advertisment

ମାଳ ମାଳ ଇଟା ଭାଟି। ସବୁ କିଛି ବିନା କାଗଜ ପତ୍ରରେ। ବାଲେଶ୍ବରରେ ଚାଲିଛି ଶତାଧିକ ବେଆଇନ ଇଟା ଭାଟି । ସରକାରୀ ନିୟମକୁ ଖାତିର ନକରି ଇଟା ଭାଟି ଚଳାଇ ଆସୁଛନ୍ତି ଇଟାଭାଟି ମାଲିକ। ପ୍ରଶାସନ ପକ୍ଷରୁ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ। ଯାହାର ପରିଣାମ ଭୋଗୁଛନ୍ତି ସାଧାରଣ ଲୋକ। ଇଟାଭାଟିରୁ ବାହାରୁଥିବା ବିଷାକ୍ତ ଧୂଆଁ ଓ ପାଉଁଶ ପରିବେଶକୁ ପ୍ରଦୂଷିତ କରୁଛି। ନଦୀ ପଠାରୁ ଉର୍ବର ପଟୁ ମାଟିକୁ ଖୋଳି ଇଟା ତିଆରି କରୁଛନ୍ତି । ଆଉ ଯିଏ ଅଭିଯୋଗ କରିବାକୁ ବାହାରୁଛି ମାଫିଆଙ୍କ ନାଲିଆଖି ଡରରେ ନୀରବ ହୋଇଯାଉଛି। ବାଲେଶ୍ବର ଜିଲ୍ଲାର ରେମୁଣା, ଦାହାପଡ଼ା ପଞ୍ଚାୟତର ନଦୀ କୂଳିଆ ଅଞ୍ଚଳକୁ ଟାର୍ଗେଟ୍ କରୁଛନ୍ତି ମାଫିଆ। ଜାତୀୟ ରାଜପଥ ନିକଟ ସରକାରୀ ଜମି ମଧ୍ୟ ଏମାନଙ୍କ ଆଖିରୁ ବାଦ ପଡୁନାହିଁ। ପ୍ରଶାସନ ସବୁ ଦେଖି ନିରବଦ୍ରଷ୍ଟା ପାଲଟିଛି। ଆଉ ସାଧାରଣ ଲୋକେ ମଧ୍ୟ ଅସହାୟ। 

ଅଧିକ ପଢନ୍ତୁ: ହିତାଧିକାରୀ ଖୁସି, ନୂଆ ବର୍ଷରୁ ପ୍ରତିମାସରେ ମିଳିବ ରାସନ

ସୂଚନା ଅଧିକାର ଆଇନ ତଥ୍ୟ ଅନୁସାରେ ବାଲେଶ୍ବର ଜିଲ୍ଲାର ବିଭିନ୍ନ ତହସିଲ ଅଧୀନରେ ୧୬୨ଟି ଇଟାଭାଟି କାର୍ଯ୍ୟକ୍ଷମ ରହିଛି। ଏଥିମଧ୍ୟରୁ ମାତ୍ର ଦୁଇଟି ଇଟା ଭାଟିକୁ ପ୍ରଶାସନ ଅନୁମତି ମିଳିଛି। ବାକି ୧୬୦ଟି ଇଟାଭାଟି ବେଆଇନ ଭାବେ ଇଟା ପ୍ରସ୍ତୁତ କରୁଛନ୍ତି। ପ୍ରଶାସନ ତରଫରୁ କେବଳ ରେମୁଣା ତହସିଲରେ ଥିବା ଇଟାଭାଟି ଗୁଡ଼ିକରୁ ୨୦୨୩-୨୪ରେ ୧ କୋଟି ୩୦ ଲକ୍ଷ ୧୭ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି। ବେଆଇନ ଭାବେ କଞ୍ଚାଇଟା ଓ ପୋଡ଼ାଇଟା ଗଚ୍ଛିତ ରଖାଯାଇଥିବା ଯୋଗୁ ଏହି ଜରିମାନା ଆଦାୟ କରିଛି ପ୍ରଶାସନ । ହେଲେ ସରକାରୀ ଜମିରୁ ମାଟି ଖୋଳିବା, ନଦୀପଠାରୁ ବାଲି ଉଠାଇବା ବାବଦକୁ ପ୍ରଶାସନର ନୀରବତା ସମସ୍ତଙ୍କୁ ଚକିତ କରିଛି। ସେପଟେ ଉପ-ଜିଲ୍ଲାପାଳ କହିଛନ୍ତି ସରକାରୀ ନିୟମ ଉଲଂଘନକାରୀଙ୍କୁ ଆଉ ବରଦାସ୍ତ କରାଯିବନି । 

Advertisment

ସମଗ୍ର ଦେଶରେ ଦିଲ୍ଲୀ ପରେ ସର୍ବାଧିକ ପ୍ରଦୂଷଣ ସହର ଭାବେ ବାଲେଶ୍ବର ସାମ୍ନାକୁ ଆସିଛି । ଆଉ ଏହାର ପ୍ରମୁଖ କାରଣ ପାଲଟିଛି ବେଆଇନ ଇଟା ଭାଟି । ପ୍ରତିଦିନ ଧୂଳି ଧୂଆଁରେ ଘାଣ୍ଟି ହେଉଥିବା ବାଲେଶ୍ବରବାସୀ କେବେ ଏଥିରୁ ମୁକ୍ତି ପାଇବେ। ଆଉ ବେଆଇନ ଇଟା ଭାଟି ଉପରେ କେବେ କାର୍ଯ୍ୟାନୁଷ୍ଠାନ, ତାକୁ ହିଁ ଅପେକ୍ଷା।

ଅଧିକ ପଢନ୍ତୁ: ଡିସେମ୍ବର ୩୧ରେ ସରୁଛି ମନୋଜଙ୍କ କାର୍ଯ୍ୟକାଳ; ବର୍ଷ ଆରମ୍ଭରେ ରାଜ୍ୟ ଦେଖିବ କି ପ୍ରଶାସନିକ କଳର ନୂଆ ମୁଖିଆ ?

Balasore Illegal
Advertisment
Advertisment