/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738398254.jpg)
ପୁଅକୁ କ୍ୟାନସର, ବୁଲି ବୁଲି ଭିକ ମାଗୁଛି ମା’
ପୁଅ ପାଇଁ ମା’ର ଛାତିଟା ଫାଟିପଡ଼ୁଛି । ଅଜଣା ଲୋକଙ୍କୁ ଜାବୁଡ଼ି ଧରି ଭୋ ଭୋ ହୋଇ କାନ୍ଦୁଛି । ମୋ ପୁଅକୁ ବଞ୍ଚାଇ ଦିଅ କହି କହି ଗାଁକୁ ଗାଁ ବୁଲି ଭିକ୍ଷା କରୁଛନ୍ତି ମା’ ଜାନକୀ । ଏ ଦୃଶ୍ୟ ଦେଖିଲା ବେଳକୁ ହୃଦୟଟା ଫାଟିପଡ଼ୁଛି । ଏହି ପରିବାରର ଦୁଃଖ କଥା ଶୁଣିଲେ ଆପଣଙ୍କ ଅନ୍ତରଟା ବି କାନ୍ଦି ଉଠିବ । ସତରେ ଦୁଃଖ କ’ଣ ଏମିତି ବି ଆସେ, ଯେଉଁ ଦୁଃଖ ଏତେ କଷ୍ଟ ଦାୟକ ଯେ ତାକୁ ସମ୍ଭାଳିବା ଅସମ୍ଭବ । କାନ୍ଦି କାନ୍ଦି ନିଜକୁ ସମ୍ଭାଳି ପାରୁନାହାନ୍ତି ଜନ୍ମ ଦେଇଥିବା ବାପା ମାଆ ।
ବିବାହର ୧୧ ବର୍ଷ ପରେ ଜାନକୀ ଓ ସପନଙ୍କ କୋଳକୁ ଆସିଥିଲା ସନ୍ତାନ । ତେଣୁ ଅତି ଗେହ୍ଲାରେ ପୁଅର ନାଁ ରଖିଥିଲେ ନନ୍ଦନ । ଆଜି ସେ ଚତୁର୍ଥ ଶ୍ରେଣୀରେ ପାଠ ପଢୁଛି । ବୟସ ବି ୧୧ ବର୍ଷ । କିନ୍ତୁ ନା ସେ ସ୍କୁଲ ଯାଇପାରୁଛି ନା ସାଙ୍ଗସାଥି ମେଳରେ ଖେଳକୁଦ କରିପାରୁଛି । ଆଖିର ଯନ୍ତ୍ରଣା ଏତେ କଷ୍ଟ ଦାୟକ ଯେ, ସବୁ କିଛି ଅସହ୍ୟ ହୋଇପଡ଼ିଛି । ବାପା ଦିନ ମଜୁରିଆ ଭାବେ କାମ କରୁଥିବାରୁ ଆର୍ଥିକ ସମ୍ବଳ ମଧ୍ୟ ସେମିତି କିଛି ନାହିଁ । ପୁଅକୁ ବଞ୍ଚାଇବା ପାଇଁ ଯାହା କିଛି ସମ୍ପତ୍ତି ଥିଲା ସବୁ ବିକ୍ରି କରିସାରିଲେଣି ।
ଅଧିକ ପଢ଼ନ୍ତୁ: ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଡିଭାଇଡରରେ ଚଢ଼ିଗଲା କାର୍
ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବ୍ଲକ୍ ସରସୀଦା ଗାଁରେ ସପନ ଦତ୍ତଙ୍କ ଘର । ସପନଙ୍କ ପତ୍ନୀ ଜାନକୀ ମଧ୍ୟ ହୃଦ ରୋଗରେ ପୀଡ଼ିତ । ପୁଅ ନନ୍ଦନକୁ ଜ୍ୱର ଓ ଆଖିରେ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲ ନେଇଥିଲା ପରିବାର । ହେଲେ ସେଠାରେ ଆଖିରେ ଟ୍ୟୁମର ହୋଇଥିବା କଥା କହିଥିଲେ ଡାକ୍ତର । ପରେ ନନ୍ଦନଙ୍କୁ କ୍ୟାନସର ହୋଇଥିବା ଜଣାପଡ଼ିଥିଲା । ଯାହାଫଳରେ ପୂରା ପରିବାର ଏବେ ଭାଙ୍ଗିପଡ଼ିଛି । ନନ୍ଦନଙ୍କ ଅଧିକ ଚିକିତ୍ସା ପାଇଁ ଓଡ଼ିଶାବାସୀ ଓ ସରକାରଙ୍କୁ ସାହାଯ୍ୟ ମାଗିଛି ପରିବାର ।
ଯଦି ଆପଣ ମାନେ ନନ୍ଦନକୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତାହେଲେ ତାଙ୍କ ବାପାଙ୍କ ଫୋନ ପେ’ ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପଠାଇ ପାରିବେ ।
ଫୋନ୍ ପେ’- ଗୁଗୁଲ ପେ’ ନମ୍ବର -7013317906
Pujab National Bank
AC- 1388010165907
IFSC- PUNB0138820
ଫୋନ୍ ନମ୍ବର:- 7013317906
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)